Naxal Surrender - The Sakala

ଓଡ଼ିଶା ମାଓମୁକ୍ତ ହେବା ଦିଗରେ ବଡ଼ ପଦକ୍ଷେପ: ମାର୍ଚ୍ଚ ୩୧ ସୁଦ୍ଧା ଲକ୍ଷ୍ୟ ହାସଲ, ବଳକା ଅଛନ୍ତି ମାତ୍ର ୯ରୁ କମ୍ ନକ୍ସଲ
ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ମାଓମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଘୋଷଣା କରିଛନ୍ତି।

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କିତ ବ୍ୟୟ (SRE) ଯୋଜନା ଅନୁଯାୟୀ ବର୍ତ୍ତମାନ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ଜିଲ୍ଲା ଭାବେ ବିବେଚନା କରାଯାଉଛି। ବାସ୍ତବରେ ଦେଖିବାକୁ ଗଲେ, କେବଳ କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ ୯ରୁ କମ୍ ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ଏହା ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀଙ୍କ ଉପସ୍ଥିତି ନାହିଁ।

ବଢ଼ୁଛି ଆତ୍ମସମର୍ପଣ, ମିଳୁଛି ଥଇଥାନର ସୁବିଧା

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ମାସ ମଧ୍ୟରେ ସକ୍ରିୟ ମାଓବାଦୀଙ୍କ ସଂଖ୍ୟା ୪୦ ରୁ ଖସି ଏବେ ୯ରୁ କମ୍ ରେ ପହଞ୍ଚିଛି। ବିଗତ ଦୁଇ ବର୍ଷ ଅର୍ଥାତ୍ ୨୦୨୪ ରୁ ୧୫ ମାର୍ଚ୍ଚ ୨୦୨୬ ସୁଦ୍ଧା ସମୁଦାୟ ୯୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାର ଆତ୍ମସମର୍ପଣ ଏବଂ ଥଇଥାନ ନୀତି ଅଧୀନରେ ଆର୍ଥିକ ସହାୟତା, ବାସଗୃହ, ମାସିକ ଭତ୍ତା, ୩୬ ମାସ ପର୍ଯ୍ୟନ୍ତ ଧନ୍ଦାମୂଳକ ତାଲିମ, ବିବାହ ସହାୟତା ତଥା ସ୍ୱାସ୍ଥ୍ୟ ଏବଂ ରାସନ କାର୍ଡ ଯୋଗାଇ ଦେଉଛନ୍ତି।

ସୁରକ୍ଷାକର୍ମୀଙ୍କ ଅପରେସନ ଜୋରଦାର

ମାର୍ଚ୍ଚ ୩୧ ଡେଡଲାଇନ୍ ପାଖେଇ ଆସୁଥିବାରୁ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରାଯାଇଛି। ନିକଟରେ କଳାହାଣ୍ଡି ଜିଲ୍ଲାରେ ୧୧ ଜଣ ମାଓବାଦୀ ପୋଲିସ ଡିଜି ୱାଇ. ବି. ଖୁରାନିଆ ଏବଂ ଏଡିଜି (ଅପରେସନ) ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ସେହିପରି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ବନ୍ଧୁକ କାରଖାନାକୁ ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି। ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି ଯେ, ସମୟ ସୀମା ପୂର୍ବରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ରହିଛି।

ଛତିଶଗଡ଼ରେ ଭୁଶୁଡ଼ିଲା ମାଓଗଡ଼: ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ପାପାରାଓ
ଛତିଶଗଡ଼: ମାଓ ମୁକ୍ତ ଅଭିଯାନରେ ଛତିଶଗଡ଼ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା। ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ପାପାରାଓ । ଦୀର୍ଘ ଦୁଇ ଦଶନ୍ଧି ଧରି ସକ୍ରିୟ ଥିବା ତଥା ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ନେତା ପାପାରାଓ ନିଜର ୧୭ ଜଣ ସହଯୋଗୀଙ୍କ ସହ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପାପାରାଓ ଯିଏ କି ଚନ୍ଦ୍ରନ୍ନା କିମ୍ବା ମଙ୍ଗୁ ଦାଦା ନାମରେ ମଧ୍ୟ ପରିଚିତ ଥିଲେ, ସେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ଗତ ୨୦ ବର୍ଷରୁ ଅଧିକ ସମୟ ଧରି ସେ ଭୂମିଗତ ହୋଇ ରହିଥିଲେ ଏବଂ ଦେଶର ୫ଟି ରାଜ୍ୟରେ ନିଜର ଆତଙ୍କ ଖେଳାଇଥିଲେ। ବିଶେଷ କରି ଘଞ୍ଚ ଇନ୍ଦ୍ରାବତୀ-ଅବୁଝମାଡ଼ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଅନେକ ପ୍ରାଣଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ପାପାରାଓ। ତାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ଆତ୍ମସମର୍ପଣ ସମୟରେ ପାପାରାଓ ଏବଂ ତାଙ୍କ ସହଯୋଗୀମାନେ ବସ୍ତର ଆଇଜିଙ୍କ ନିକଟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜମା କରିଛନ୍ତି। ଏଥିରେ ଏକାଧିକ ଏକେ-୪୭ ରାଇଫଲ (AK-47) ଏବଂ ଏସଏଲଆର (SLR) ଭଳି ମାରଣାସ୍ତ୍ର ସାମିଲ ରହିଛି। ସୁରକ୍ଷା ଅଧିକାରୀଙ୍କ ମତରେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହା ହେଉଛି ଅନ୍ୟତମ ବୃହତ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର।

ପାପାରାଓଙ୍କ ଆତ୍ମସମର୍ପଣ ବସ୍ତରରେ ମାଓବାଦୀ ନେଟୱାର୍କ ପାଇଁ ଏକ ଶକ୍ତ ଝଟକା ବୋଲି ବିବେଚନା କରାଯାଉଛି, କାରଣ ତାଙ୍କୁ ସେହି ଅଞ୍ଚଳର ଶେଷ ପ୍ରମୁଖ କମାଣ୍ଡର ଭାବେ ଗଣାଯାଉଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ବିଶ୍ୱାସ କରନ୍ତି ଯେ, ଏହି ପଦକ୍ଷେପ ଯୋଗୁଁ ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଇବା ସହ ଅନ୍ୟ କ୍ୟାଡରମାନେ ମଧ୍ୟ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଉତ୍ସାହିତ ହେବେ। ବର୍ତ୍ତମାନ ଛତିଶଗଡ଼ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ମାଓବାଦୀଙ୍କ ବ୍ୟାପକ କାର୍ଯ୍ୟକଳାପର ଅନୁସନ୍ଧାନ ଜାରି ରହିଛି।

ମାଓ ଦମନରେ ବଡ଼ ସଫଳତା: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମାଓମୁକ୍ତ ଘୋଷିତ
ଓଡ଼ିଶା ପୋଲିସ ପାଇଁ ଏକ ଐତିହାସିକ ସଫଳତା। ରାଜ୍ୟର ଆଉ ଦୁଇଟି ଜିଲ୍ଲା ବଲାଙ୍ଗୀର ଏବଂ ବରଗଡ଼କୁ ଆନୁଷ୍ଠାନିକ ଭାବେ ମାଓମୁକ୍ତ ଘୋଷଣା କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଦିନ ଏହି ଘୋଷଣା କରିଛନ୍ତି। ଏହି ଦୁଇ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଛତିଶଗଡ଼ରେ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିବା ପ୍ରାୟ ୧୫ ଜଣ ମାଓବାଦୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ତିନିଜଣ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଆତ୍ମସମର୍ପଣ ପରେ ଦୁଇ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି।

ଶାନ୍ତ ହେଲା ଗନ୍ଧମାର୍ଦ୍ଦନ ପାହାଡ଼

ଏହି ଘୋଷଣା ସହ ଐତିହାସିକ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇପାରିଛି। ଦୀର୍ଘ ଦିନ ଧରି ମାଓବାଦୀମାନେ ଏହି ପାହାଡ଼ିଆ ଅଞ୍ଚଳକୁ ନିଜର ଆଡ୍ଡାସ୍ଥଳୀ କରି ରଖିଥିଲେ। ତେବେ ପୋଲିସର ନିରନ୍ତର ଅପରେସନ୍, ସଠିକ୍ ଗୁଇନ୍ଦା ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

୭ଟି ଜିଲ୍ଲା ହେଲା ମାଓମୁକ୍ତ

ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼। ତେବେ କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡି ଭଳି ତିନୋଟି ଜିଲ୍ଲାର କିଛି ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗତିବିଧି ରହିଥିବା ପୋଲିସ ସୂଚନା ଦେଇଛି।

ମାଓ ବିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୬୩ଜଣ ମାଓବାଦୀ
ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଶୁକ୍ରବାର ଦିନ ୬୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ରହିଛନ୍ତି, ଯେଉଁମାନଙ୍କ ମୁଣ୍ଡ ଉପରେ ସରକାର ସମୁଦାୟ ୧.୧୯ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୮ ଜଣ ମହିଳା କ୍ୟାଡର ମଧ୍ୟ ସାମିଲ ଅଛନ୍ତି।

ଦନ୍ତେୱାଡ଼ା ଏସପି ଗୌରବ ରାୟଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ଦ୍ୱାରା ଚାଲିଥିବା 'ପୁଣା ମାର୍ଗମ' (ନୂତନ ପଥ) ଅଭିଯାନ ଏବଂ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏହି ମାଓବାଦୀମାନେ ଦକ୍ଷିଣ ବସ୍ତର, ପଶ୍ଚିମ ବସ୍ତର, ମାଡ଼ ଡିଭିଜନ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣଙ୍କ ଉପରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଥିଲା। ଏମାନଙ୍କ ମଧ୍ୟରେ କଳାହାଣ୍ଡି ଏରିଆ କମିଟି ସେକ୍ରେଟାରୀ ପକଲୁ ଓରଫ ପ୍ରଦୀପ ଓୟାମ (୪୫) ଅନ୍ୟତମ।

ପୋଲିସର ସୂଚନା ମୁତାବକ, ୩୬ ଜଣ ପୁରସ୍କୃତ ମାଓବାଦୀଙ୍କ ମଧ୍ୟରୁ ୭ ଜଣଙ୍କ ଉପରେ ୫ ଲକ୍ଷ ଲେଖାଏଁ, ୮ ଜଣଙ୍କ ଉପରେ ୨ ଲକ୍ଷ ଲେଖାଏଁ, ୧୧ ଜଣଙ୍କ ଉପରେ ୧ ଲକ୍ଷ ଲେଖାଏଁ ଏବଂ ୩ ଜଣଙ୍କ ଉପରେ ୫୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସମୁଦାୟ ପୁରସ୍କାର ରାଶି ୧,୧୯,୫୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ସମସ୍ତ ୬୩ ଆତ୍ମସମର୍ପଣକାରୀଙ୍କୁ ତୁରନ୍ତ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦ ଦମନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ଜାନୁଆରୀ ୭ ତାରିଖରେ ପଡୋଶୀ ସୁକମା ଜିଲ୍ଲାରେ ମଧ୍ୟ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ, ନାଁରେ ଥିଲା ୨ କୋଟିର ପୁରସ୍କାର
ମାଲକାନଗିରି: ଭୁଶୁଡୁଛି ଲାଲ୍ ଗଡ଼ । ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ । ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଏହି ନକ୍ସଲମାନେ । ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ। ଏମାନଙ୍କ ମଧ୍ୟରେ ୨ଜଣ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ।

ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ ଅନ୍ୟ ଯେଉଁମାନେ ମାଓ ସଙ୍ଗଠନରେ ଅଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ କରିଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।