Bhubaneswar Weather - The Sakala

ଓଡ଼ିଶାରେ ଆଜିଠୁ କଲବଲ କରିବ ତାତି: ୪୦ ଡିଗ୍ରୀ ଛୁଇଁବ ପାରଦ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କଲବଲ କରିବ ତାତି। ଦିନର ତାପମାତ୍ରା ବୃଦ୍ଧି ପାଇବା ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଆଗାମୀ ଦିନରେ ପାରଦ ୪୦ ଡିଗ୍ରୀ ଡେଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜିଠାରୁ ରାଜ୍ୟରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ବିଶେଷ କରି ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଭଳି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାରଦ ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅନ୍ୟପଟେ ସମସ୍ତ ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ଏହି ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ସାମିଲ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ତାତି ଆହୁରି ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ପାର କରିବାର ସମ୍ଭାବନା ରହିଛି।

ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ
ଭୁବନେଶ୍ୱର: ମାର୍ଚ୍ଚ ମାସ ଆରମ୍ଭରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର କରାଳ ରୂପ ଦେଖିବାକୁ ମିଳିଲାଣି। ଶୀତ ଶେଷ ହେବା ପୂର୍ବରୁ ହିଁ ତାପମାତ୍ରା ବଢ଼ିବା ଜନଜୀବନକୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସୂର୍ଯ୍ୟଙ୍କ ପ୍ରକୋପ ଅଧିକ ଅନୁଭୂତ ହେଉଛି।

ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। କେବଳ ଝାରସୁଗୁଡ଼ା ନୁହେଁ, ବଲଙ୍ଗୀର, ସମ୍ବଲପୁର ଏବଂ ଟିଟିଲାଗଡ଼ ଭଳି ସହରରେ ମଧ୍ୟ ପାରଦ ୩୮ ଡିଗ୍ରୀ ଉପରେ ରହୁଛି।

ଆଗକୁ କେମିତି ରହିବ ପାଗ? ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ବେଳକୁ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଅର୍ଥାତ୍ ଆଗକୁ ରାଜ୍ୟରେ ଗରମ ଆହୁରି ଅସହ୍ୟ ହେବ।

ବର୍ଷା ନେଇ ସତର୍କତା: ଏହି ପ୍ରବଳ ଗରମ ମଧ୍ୟରେ କିଛିଟା ଆଶ୍ୱସ୍ତିକର ଖବର ମଧ୍ୟ ଆସିଛି। ଏକ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୮ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହୋଇପାରେ।

ଉତ୍ତର ଓଡ଼ିଶା: ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ।

ଆଭ୍ୟନ୍ତରୀଣ ଓଡ଼ିଶା: ଆକାଶ ଆଂଶିକ ମେଘୁଆ ରହିବା ସହ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି।

ସତର୍କତା ପରାମର୍ଶ: ଖରାରୁ ରକ୍ଷା ପାଇବା ପାଇଁ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ବାହାରିଲେ ଛତା କିମ୍ବା ପାଣି ବୋତଲ ସାଥିରେ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି।

ବଡ଼ଦିନରୁ ବଢ଼ିବ ଶୀତ, ଉପକୂୂଳ ଓଡ଼ିଶା ବ୍ୟତୀତ ଅନ୍ୟ ଅଞ୍ଚଳକୁ ଘନ କୁହୁଡ଼ି ସତର୍କତା...
ଭୁବନେଶ୍ୱର: ବଡ଼ଦିନରୁ ରାଜ୍ୟରେ ଆହୁରି ବଢ଼ିବ ଶୀତ। ଡିସେମ୍ୱର ୨୫ରୁ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମାଝଡ଼ର ପ୍ରଭାବ କମିବା ସହ ରାଜ୍ୟକୁ ପୁଣି ଥରେ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଫଳରେ ଶୀତର ପ୍ରଭାବ ପୁଣି ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପୂର୍ବାପେକ୍ଷା ଶୀତରେ ସାମାନ୍ୟ ପ୍ରଭାବ କମିଛି। ଶୀତ କମିବା ସହ ରାଜ୍ୟକୁ ବଙ୍ଗୋପସାଗରୀୟ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ହେତୁ କୁହୁଡ଼ି ମଧ୍ୟ ବୃଦ୍ଧି ପାଇଛି।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା କୁହୁଡ଼ି ସ୍ଥିତି ଆଗାମୀ ୪ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ବିଭାଗ କହିଛି ଯେ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସକାଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ବଲାଙ୍ଗିର ଓ ସୋନପୁରରେ ଘନକୁହୁଡ଼ି ହେବାର ଆଶଙ୍କା ରହିଛି। ଏହାସହିତ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ଜଗତସିଂହପୁର, କୋରାପୁଟ ଓ କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ପରାମର୍ଶ ଦେଇଛି।