Winter Forecast - The Sakala

ଉପାନ୍ତରୁ ଉପକୂଳ ଥଣ୍ଡାର ରାଜୁତି; ନୂଆ ବର୍ଷ ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର
ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଥଣ୍ଡାର ରାଜୁତି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ  ୪.୮ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ତାପମାତ୍ରା ୪.୮ ଡିଗ୍ରୀକୁ ଖସିଛି। ଏହା ପୂର୍ବରୁ ୨୦୧୮ ମସିହା ୩୧ ଡିସେମ୍ବରରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୨୬ରେ ପୁନର୍ବାର ଏହି ରେକର୍ଡକୁ କୋରାପୁଟ ଦୋହରାଇଛି।

ଶୀତ ସହ ପାଣିପାଗ କେନ୍ଦ୍ର ଅନେକ ସ୍ଥାନର ପାଇଁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ବିଶେଷକରି ସକାଳ ସମୟରେ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଥଣ୍ଡା ନୂଆ ବର୍ଷ ପର୍ଯ୍ୟନ୍ତ ରହିବ। ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ତ୍ତମାନର ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧ରୁ୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝିରେ ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ବଡ଼ଦିନରୁ ବଢ଼ିବ ଶୀତ, ଉପକୂୂଳ ଓଡ଼ିଶା ବ୍ୟତୀତ ଅନ୍ୟ ଅଞ୍ଚଳକୁ ଘନ କୁହୁଡ଼ି ସତର୍କତା...
ଭୁବନେଶ୍ୱର: ବଡ଼ଦିନରୁ ରାଜ୍ୟରେ ଆହୁରି ବଢ଼ିବ ଶୀତ। ଡିସେମ୍ୱର ୨୫ରୁ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମାଝଡ଼ର ପ୍ରଭାବ କମିବା ସହ ରାଜ୍ୟକୁ ପୁଣି ଥରେ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଫଳରେ ଶୀତର ପ୍ରଭାବ ପୁଣି ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପୂର୍ବାପେକ୍ଷା ଶୀତରେ ସାମାନ୍ୟ ପ୍ରଭାବ କମିଛି। ଶୀତ କମିବା ସହ ରାଜ୍ୟକୁ ବଙ୍ଗୋପସାଗରୀୟ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ହେତୁ କୁହୁଡ଼ି ମଧ୍ୟ ବୃଦ୍ଧି ପାଇଛି।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା କୁହୁଡ଼ି ସ୍ଥିତି ଆଗାମୀ ୪ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ବିଭାଗ କହିଛି ଯେ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସକାଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ବଲାଙ୍ଗିର ଓ ସୋନପୁରରେ ଘନକୁହୁଡ଼ି ହେବାର ଆଶଙ୍କା ରହିଛି। ଏହାସହିତ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ଜଗତସିଂହପୁର, କୋରାପୁଟ ଓ କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ପରାମର୍ଶ ଦେଇଛି।