Aahara - The Sakala
ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୯୩ଟି ଆହାର କେନ୍ଦ୍ର । ବର୍ତ୍ତମାନ ମୋଟ ୧୬୭ଟି ଆହାର କେନ୍ଦ୍ର ଥିବା ବେଳେ ଏହି ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ସମସ୍ତ ଆହର କେନ୍ଦ୍ର ରାଜ୍ୟର ସମସ୍ତ ପ୍ରାଥମିକ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଥବା ସେହି ନିକଟରେ ଖୋଲାଯିବ । ଏହାଦ୍ୱାରା ଅଧିକ ଏକ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।
ସେହିଭଳି ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ର ଗୁଡିକରେ ଏଣିକି ରବିବାର ମଧ୍ୟ ମିଳିବ ରନ୍ଧା ଖାଦ୍ୟ ।  ପୂର୍ବରୁ ରବିବାର ଆହାର କେନ୍ଦ୍ର ଗୁଡିକରେ ରବିବାର ଖାଦ୍ୟ ପରିବେଷଣ ବନ୍ଦ ରହୁଥିଲା । ଲୋକଙ୍କ ଦାବି ପରେ ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରିବାକୁ ନିର୍ଦେଶନାମା ଜାରି ହୋଇଛି। ଏ ନେଇ ରାଜ୍ୟ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ତଥା SUDAର ପ୍ରକଳ୍ପ ନିର୍ଦେଶକ ସାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି।
ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ‘ଆହାର’ ରନ୍ଧନଶାଳାର ପରିଚାଳନା ଦାୟିତ୍ୱ, ଆହୁରି ବ୍ୟାପକ ହେବ ‘ଆହାର’ ଯୋଜନା
ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଆହାର ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏହି ରନ୍ଧନଶାଳାଗୁଡ଼ିକୁ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ଦାୟିତ୍ୱ ଦିଆଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଦିଗଦର୍ଶନରେ ୨୦୧୫ରୁ ‘ଆହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ୯୦ ମାସ ମଧ୍ୟରେ ଏହା ସର୍ବଜନାଦୃତ ହୋଇପାରିଛି। ଏହି ଯୋଜନାରେ ଭୋକିଲାଙ୍କ ପେଟକୁ ଦାନା ଦିଆଯାଉଥିବା ବେଳେ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ କରିଛି। ମିଶନ ଶକ୍ତି ସଦସ୍ୟାମାନେ ଏହି ଆହାର କେନ୍ଦ୍ର ତଥା ପାକଶାଳାଗୁଡ଼ିକର ପରିଚାଳନା କରୁଛନ୍ତି। ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା କହିଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ୧୬୭ ଟି ଆହାର କେନ୍ଦ୍ର ଚାଲୁଛି। ଏହାର ପରିଚାଳନା ଦାୟିତ୍ୱରେ ୧୮୫ଟି ମିଶନ୍‌‌ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନିଯୋଜିତ ରହିଛନ୍ତି। ୫ ଟଙ୍କାରେ ସୁସ୍ୱାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆଚାର ପ୍ରସ୍ତୁତ ତଥା ପରିବେଷଣ କରିବା ପାଇଁ ୩୮ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର, ଢେଙ୍କାନାଳ ତଥା ବାରିପଦାରେ ୩ ଟି ଆଚାର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଷ୍ଟେନଲେସ୍‌‌ ଷ୍ଟିଲ୍‌‌ ରନ୍ଧନ ଉପକରଣ ଓ ପରଷିବା ପାତ୍ର ସହ ୮୬ଟି ପରିଷ୍କାର ଓ ବିଶୋଧିତ ପରିବହନ ଯାନରେ ଏହି ରନ୍ଧା ଖାଦ୍ୟ ବିଭିନ୍ନ ଆହାର କେନ୍ଦ୍ର ମାନଙ୍କରେ ସୁସଂଯୋଜିତ ଉପାୟରେ ପହଞ୍ଚାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଆହାର କେନ୍ଦ୍ରଗୁଡ଼ିକରେ ୧୩ କୋଟି ଭୋଜନ ପରିବେଷିତ ହୋଇଥିବା ବେଳେ, କୋଭିଡ ମହାମାରୀର ଭୟାବହତା କାଳରେ ୧ କୋଟିରୁ ଅଧିକ ଭୋଜନ ଲୋକଙ୍କ ପାଖରେ ପହଞ୍ଚାଯାଇପାରିଛି। ଏହି ‘ଆହାର କେନ୍ଦ୍ର’ ମାନଙ୍କର ପରିଚାଳନା ନିମନ୍ତେ କୌଣସି ଯୋଜନା ପାଇଁ ଉଦ୍ଦିଷ୍ଟ ଅନୁଦାନ ଉପରେ ନିର୍ଭର ନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଭଳି ସ୍ୱତନ୍ତ୍ର ପାଣ୍ଠିର ଉପଯୋଗ କରାଯାଉଛି। ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ଜରିଆରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନକୁ ପରିଦର୍ଶନ କରି ଜ୍ଞାନ ଆହରଣ କରିବାକୁ ଓଡ଼ିଶାର ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଇ ଖାଦ୍ୟର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରାଯାଇଛି ବୋଲି ନଗର ଉନ୍ନୟନ ବିଭାଗ କହିଛି।
ବୌଦ୍ଧ : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆହାର କେନ୍ଦ୍ର ଏହି ଲକଡାଉନରେ ଅସହାୟ ଲୋକଙ୍କ ସାହାରା ପାଲଟିଛି l ସହରର ଦୋକାନ ବଜାର ବନ୍ଦ ରହିଥିବାବେଳେ ଦୁଇଓଳି ଦୁଇ ମୁଠା ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର କେନ୍ଦ୍ର। ମାତ୍ର ୫ ଟଙ୍କା ଦେଇ ଦୈନିକ ୪ ଶହ ଲୋକ ଆହାର ପାଇପାରୁଛନ୍ତି। ଏଥିରେ ନିୟୋଜିତ ମିଶନ ଶକ୍ତିର ମହିଳା ଗୋଷ୍ଠୀ ଅସହାୟଙ୍କୁ ଶକ୍ତି ଯୋଗାଉଛନ୍ତି।
ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ୫ ଟଙ୍କାରେ ଗରିବ ଲୋକମାନଙ୍କୁ ଖାଇବାକୁ ଯୋଗାଇ ଦେଉଛି l ୧୪ ଦିନିଆ ଲକଡାଉନ ସମେତ ବର୍ଦ୍ଧିତ କଟକଣା ଭିତରେ ନିରନ୍ତର ସେବା ଯୋଗାଇ ଲୋକଙ୍କ କ୍ଷୁଧା ନିବାରଣ କରୁଛନ୍ତି। ଆହାର କେନ୍ଦ୍ର ନଥିଲେ ଲୋକଙ୍କ ଭିତରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଆଉ ସେମାନଙ୍କ ସହ ଆସୁଥିବା ଆଟେଣ୍ଡାଣ୍ଟ ଖାଦ୍ୟ ଅଭାବ ଯୋଗୁଁ ନାନାଦି ସମସ୍ୟାରେ ପଡ଼ିଥାନ୍ତେ l ଏହାଛଡା ସହରରେ ଥିବା ଭିକାରୀ, ମାନସିକ ଅନଗ୍ରସର, ବିକଳାଙ୍ଗମାନଙ୍କ ଅବସ୍ଥା ଯେ କଣ ହୋଇଥାନ୍ତା ତାହା ବାସ୍ତବରେ ଅବର୍ଣ୍ଣନୀୟ। ହେଲେ ଏହି ସମୟରେ ରାଜ୍ୟ ସରକାରଙ୍କ ଆହାର ଯୋଜନା ଲୋକଙ୍କ ଭୋକ ମେଣ୍ଟାଉଛି ବୋଲି କହିଛନ୍ତି ଆହାର କେନ୍ଦ୍ର ପରିଚାଳକ ସକିଲୁର ରହମାନ।
ସହରକୁ ଆସୁଥିବା ଲୋକଙ୍କ ଖାଦ୍ୟ ପାଇଁ ଭରସା ପାଲଟିଛି ଆହାର କେନ୍ଦ୍ର l କୋଭିଡ କଟକଣା ଯୋଗୁ ଏହି ଆହାର କେନ୍ଦ୍ରରେ କେବଳ ପାର୍ସଲ ଦିଆଯାଉଛି l ଏହି ଆହାର କେନ୍ଦ୍ରଟି ସକାଳ ୧୧ଟାରୁ ୩ଟା ଆଉ ସନ୍ଧ୍ୟା ୬ ରୁ ୮ ପର୍ଯ୍ୟନ୍ତ ମିଲ ଯୋଗାଇ ଚାଲିଛି l ସକାଳବେଳା ୩୦୦ ମିଲ ଓ ଉପରବେଳା ୧୦୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ମୁହଁରେ ମାସ୍କ ଆଉ ସାମାଜିକ ଦୂରତା ରକ୍ଷା କରାଯାଇ ଟୋକନ ଦିଆଯାଉଛି l ପରେ ଲାଇନରେ ଛିଡା ହୋଇ ଖାଦ୍ୟ ପାର୍ସଲ ନେଉଛନ୍ତି ବୋଲି ଏନଏସି ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା କହିଛନ୍ତି।
ଏହା ଯୋଜନାଟି ୨୦୧୬ ଅପ୍ରେଲରେ ବୌଦ୍ଧ ଜିଲ୍ଲା ସଦରମହାକୁମା ଠାରେ ଏହି ସେବା ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଏବେ ମିଶନ ଶକ୍ତି ଅଧିନ ସାଈଶ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଏହି ଜନହିତକର ଯୋଜନାର ମହତ ଉଦ୍ଦେଶ୍ୟ ଆଜି ସାଧିତ ହୋଇଛି l
ବିଶେଷକରି ଏହି ଲକଡାଉନରେ ମେଡିକାଲକୁ ଆସୁଥିବା ଗରିବ ଲୋକମାନେ ଖାଦ୍ୟ ଖାଇବା ସମସ୍ୟାକୁ ଆହାର କେନ୍ଦ୍ର ଦୂର କରିଛି ବୋଲି ସାଈଶ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରାଣବଲ୍ଲଭି ମନହୀରା କହିଛନ୍ତି। ଲୋକମାନଙ୍କୁ ୫ ଟଙ୍କାରେ ଭାତ ଡାଲମାର ସୁସ୍ୱାଦୁ ଭୋଜନଟି ମିଳୁଛି l ଏହାଛଡା ଏହି ଆହାର କେନ୍ଦ୍ରଟି ମିଶନ ଶକ୍ତିର ମହିଳା ଗୋଷ୍ଠିଙ୍କ ଦ୍ଵାରା ପରିଚାଳିତ ହେଉଛି l ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ଲୋକେ ଅତି ଆନନ୍ଦରେ ଖାଦ୍ୟ ପାର୍ସଲ ନେଇ ଯାଉଛନ୍ତି l ଖାଦ୍ୟ ଦେବାନେବା ଠାରୁ କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ଦିଗରେ ଏହି ମା’ମାନଙ୍କ ଗୁରୁଦାୟିତ୍ୱ ରହିଛି। ପରିବାର କଥା ବୁଝିବା ସହ ମା’ମାନେ ଆହାର କେନ୍ଦ୍ରରେ ଆଉ ଜଣେ ମା’ର ଭୂମିକା ନିର୍ବାହ କରୁଛନ୍ତି ବୋଲି ସାଈଶ୍ରୀ ଏସଏଚଜିର ସମ୍ପାଦିକା ଚଞ୍ଚଳା ମେହେର କହିଛନ୍ତି। ସେହିପରି ସାଈଶ୍ରୀ ଏସଏଚଜିର ସଦସ୍ୟା ସରୋଜିନୀ ଦାସ, ମାମି ପରିଡା, ଦେବକୀ ବେହେରା, ଶାନ୍ତିଲତା ମନହୀର ପ୍ରମୁଖ ଆହାର କେନ୍ଦ୍ର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।