India-Bangladesh Relations - The Sakala

ବାଂଲାଦେଶରେ BNPର ବଡ଼ ବିଜୟ; ତାରିକ ରେହମାନଙ୍କ ସହ କଥା ହେଲେ ମୋଦୀ, ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ: ବାଂଲାଦେଶରେ ଅନୁଷ୍ଠିତ ହୋଇଥିବା ୧୩ତମ ଜାତୀୟ ସଂସଦ ନିର୍ବାଚନରେ BNPର ବଡ଼ ବିଜୟ । ନିର୍ବାଚନରେ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ଏବଂ ଏହାର ସହଯୋଗୀ ଦଳ ଐତିହାସିକ ବିଜୟ ହାସଲ କରିଛନ୍ତି। ତାରିକ ରେହମାନ ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ BNP ମୁଖ୍ୟ ତଥା ଭାବୀ ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (ପୂର୍ବରୁ ଟ୍ୱିଟର)ରେ ଏହି ବାର୍ତ୍ତାଳାପ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, "ମିଷ୍ଟର ତାରିକ ରେହମାନଙ୍କ ସହ କଥା ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ। ବାଂଲାଦେଶ ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇଛି।" ବାଂଲାଦେଶର ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ ତାଙ୍କ ପ୍ରୟାସକୁ ଭାରତ ସମର୍ଥନ ଜଣାଇବ ବୋଲି ମୋଦୀ କହିଛନ୍ତି। ଏହା ସହିତ ସେ ଉଲ୍ଲେଖ କରିଛନ୍ତି ଯେ, ଏକ ନିକଟତର ପଡୋଶୀ ଭାବରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ଏବଂ ଉଭୟ ଦେଶର ଶାନ୍ତି ଓ ପ୍ରଗତି ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିବ।

ବାଂଲାଦେଶ ନିର୍ବାଚନ ଆୟୋଗର ସୂଚନା ଅନୁଯାୟୀ, ମୋଟ ୨୯୭ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ସେଥିମଧ୍ୟରୁ BNP ଏବଂ ଏହାର ସହଯୋଗୀ ଦଳ ୨୧୨ଟି ଆସନରେ ବିଜୟୀ ହୋଇଛନ୍ତି। କେବଳ BNP ଏକାକୀ ୨୦୯ଟି ଆସନ ଜିତିଥିବା ବେଳେ ବାଂଲାଦେଶ ଜମାତ-ଇ-ଇସଲାମୀ ନେତୃତ୍ୱାଧୀନ ମେଣ୍ଟ ୭୭ଟି ଆସନ ଅକ୍ତିଆର କରିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀମାନେ ୭ଟି ଆସନରେ ଜିତିଛନ୍ତି।

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ଉପରେ ବର୍ବର ଆକ୍ରମଣ: ବ୍ୟକ୍ତିଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ନିକଟରେ ଡିସେମ୍ବର ୩୧ ତାରିଖ ଦିନ ଶରିୟତପୁର ଜିଲ୍ଲାରେ ଖୋକନ୍ ଦାସ (୫୦) ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏକ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରିଯାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ବଡ଼ ଆକ୍ରମଣ, ଯାହା ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି।

ଏହି ଘଟଣା ପୂର୍ବରୁ ମଧ୍ୟ ଅନେକ ବର୍ବର କାଣ୍ଡ ଘଟିସାରିଛି। ଗତ ଡିସେମ୍ବର ୨୪ ତାରିଖରେ ହୋସେନଡାଙ୍ଗା ଅଞ୍ଚଳରେ ଅମୃତ ମଣ୍ଡଳ (୨୯) ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ସେହିପରି ଡିସେମ୍ବର ୧୮ ତାରିଖରେ ମୟମନସିଂହ ଜିଲ୍ଲାରେ ଦୀପୁ ଚନ୍ଦ୍ର ଦାସ (୨୫) ନାମକ ଯୁବକଙ୍କୁ ଧର୍ମନିନ୍ଦା ଅଭିଯୋଗରେ ହତ୍ୟା କରି ତାଙ୍କ ମୃତଦେହକୁ ଗଛରେ ଝୁଲାଇ ପୋଡ଼ି ଦିଆଯାଇଥିଲା। ମାନବାଧିକାର ସଂଗଠନଗୁଡ଼ିକ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତର ଅଭିଯୋଗକୁ ଖଣ୍ଡନ କରି ଏହାକୁ "ଅତିରଞ୍ଜିତ" ବୋଲି ଦର୍ଶାଇଛି। ଅନ୍ୟପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରକୁ ସମାଲୋଚନା କରି କହିଛନ୍ତି ଯେ, ସରକାର ଉଗ୍ରବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି, ଯାହାଦ୍ୱାରା ସଂଖ୍ୟାଲଘୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି।

'ବାଂଲାଦେଶର ଭାରତ ବିରୋଧୀ ମନୋଭାବ ପାଇଁ ୟୁନୁସ୍ ସରକାର ଦାୟୀ': ଶେଖ ହସିନା
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି। ଦେଶରେ ଚାଲିଥିବା ଅଶାନ୍ତି ଏବଂ ହିଂସା ପାଇଁ ସେ ୟୁନୁସ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସରକାର ଚରମପନ୍ଥୀ ଶକ୍ତିମାନଙ୍କୁ ସଶକ୍ତ କରୁଥିବା ଏବଂ ଭାରତ ବିରୋଧୀ ଭାବନାକୁ ଉସୁକାଉଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଏକ ସାକ୍ଷାତକାରରେ ଶେଖ ହସିନା କହିଛନ୍ତି ଯେ, ବାଂଲାଦେଶରେ ଭାରତ ପ୍ରତି ଯେଉଁ ଶତ୍ରୁତାପୂର୍ଣ୍ଣ ଆଚରଣ ଦେଖାଯାଉଛି, ତାହା ପଛରେ ୟୁନୁସ ସରକାରଙ୍କ ହାତ ରହିଛି। ସେ କହିଛନ୍ତି, "ଏହି ଶତ୍ରୁତା ସେହି ଚରମପନ୍ଥୀମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଛି, ଯେଉଁମାନଙ୍କୁ ୟୁନୁସ ଶାସନ ସାହସ ଯୋଗାଇଛି।" ଏହି ଲୋକମାନେ ହିଁ ଭାରତୀୟ ଦୂତାବାସ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ ବୋଲି ହସିନା ଦାବି କରିଛନ୍ତି।

ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀର ଚିନ୍ତା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ହସିନା କହିଛନ୍ତି। ସେ କହିଛନ୍ତି ଯେ, "ଗୋଟିଏ ଦାୟିତ୍ୱବାନ ସରକାର କୂଟନୀତିକ ମିଶନଗୁଡିକୁ ସୁରକ୍ଷା ଦେବା କଥା ଏବଂ ଧମକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। କିନ୍ତୁ ଏହାର ଓଲଟା, ୟୁନୁସ ସରକାର ଗୁଣ୍ଡାମାନଙ୍କୁ 'ଯୋଦ୍ଧା' ବୋଲି କହି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।"

ନିଜ ବିରୋଧରେ ଆସିଥିବା ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ICT)ର ରାୟକୁ ହସିନା ଖଣ୍ଡନ କରିଛନ୍ତି। ଏହା ନ୍ୟାୟ ନୁହେଁ ବରଂ "ରାଜନୈତିକ ଉଦ୍ଦେଶ୍ୟମୂଳକ" ବୋଲି ସେ ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଆତ୍ମପକ୍ଷ ସମର୍ଥନ ପାଇଁ ସୁଯୋଗ କିମ୍ବା ଓକିଲ ନିଯୁକ୍ତି କରିବାର ଅଧିକାର ଦିଆଯାଇ ନାହିଁ। ଏହା କେବଳ ଆୱାମୀ ଲିଗ୍ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ଭାରତ-ବାଂଲାଦେଶ ସମ୍ପର୍କ ଉପରେ ହସିନା କହିଛନ୍ତି, "ଭାରତ ଦୀର୍ଘ ଦଶନ୍ଧି ଧରି ବାଂଲାଦେଶର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଏବଂ ସହଯୋଗୀ ହୋଇ ରହିଛି।" ଏହି ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ କୌଣସି ଅସ୍ଥାୟୀ ସରକାର ଏହାକୁ ଭାଙ୍ଗିପାରିବେ ନାହିଁ। ବର୍ତ୍ତମାନର ତିକ୍ତତା କେବଳ ୟୁନୁସଙ୍କ ସୃଷ୍ଟି ବୋଲି ସେ ସ୍ପଷ୍ଟ କରିଛନ୍ତି। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।