Trade Deal - The Sakala

ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ
ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଘୋଷଣା ହୋଇଛି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି। ହେଲେ ଏହି ଘୋଷଣାର ଅନେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଏଯାଏ ସ୍ପଷ୍ଟତା ଆସିନାହିଁ। ତଥାପି  ଭାରତ ସରକାର ଏହାକୁ ଏକ ବଡ଼  ସଫଳତା ବୋଲି କହୁଛନ୍ତି। ଏହି ଚୁକ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ବଜାର ବିଶେଷଜ୍ଞଙ୍କ ମତରେ ଏହି ଚୁକ୍ତିକୁ ଏକ ରଣନୈତିକ ସହଭାଗିତା ଏବଂ କୃଷିଶିଳ୍ପର ସାର୍ବଭୌମତ୍ବ ସହ ବୁଝାମଣା ଭାବେ ଦେଖାଯାଉଛି। ବିରୋଧୀ ଦଳଗୁଡିକ ଏହି ବାଣିଜ୍ୟ ଚୁକ୍ତିରେ ଦେଶର କୃଷି ଏବଂ ଦୁଗ୍ଧ କ୍ଷେତ୍ରର ସ୍ୱାର୍ଥକୁ ଉପେକ୍ଷା କରାଯାଇଥିବା କହୁଛନ୍ତି। ତେବେ ଏହାର ଜବାବରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ସଂସଦରେ ଭାରତ ଏହାର କୃଷି ଏବଂ ଦୁଗ୍ଧ କ୍ଷେତ୍ରର ସ୍ୱାର୍ଥ ସହିତ କୌଣସି ସାଲିସ କରିନାହିଁ ବୋଲି କହିଛନ୍ତି। ଗୋଏଲ କହିଛନ୍ତି ଆଲୋଚନାର ଶେଷ ପର୍ଯ୍ୟାୟରେ ବାଣିଜ୍ୟ ଚୁକ୍ତିର ବିବରଣୀ ଚୂଡ଼ାନ୍ତ କରାଯାଉଛି। ଖୁବ୍‌ ଶୀଘ୍ର ଭାରତ ଏବଂ ଆମେରିକାର ଏକ ମିଳିତ ବିବୃତି ଜାରି ହେବ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ୨ ତାରିଖ  ତାଙ୍କର ଟ୍ରୁଥ୍‌ ସୋସିଆଲରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଚୁକ୍ତି ଅନୁଯାୟୀ, ଆମେରିକା ଭାରତ ଉପରେ ଲାଗୁ କରିଥିବା ୫୦% ଟାରିଫ୍‌କୁ ୧୮%କୁ ହ୍ରାସ କରିବ। ଅପରପକ୍ଷେ ଭାରତ ଆମେରିକା ଉତ୍ପାଦ ଉପରେ ଲାଗୁ କରୁଥିବା ଟାରିଫ୍ ଏବଂ ଅଣ-ଟାରିଫ୍‌ ପ୍ରତିବନ୍ଧକଗୁଡିକୁ ଶୂନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବ। ଅର୍ଥନୀତିଜ୍ଞଙ୍କ ମତରେ ଏହି ଚୁକ୍ତି ଭାରତର  କୃଷି ଏବଂ ସ୍ଥାନୀୟ ଶିଳ୍ପ ଉପରେ ଆମେରିକାର ଚାପକୁ ନେଇ ଚିନ୍ତା ସୃଷ୍ଟି କରୁଥିବା କୁହାଯାଉଛି। ହେଲେ କେତେକ ଏହାକୁ ଭୂ-ରାଜନୈତିକ ଲାଭ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀତା ପାଇଁ ମଧ୍ୟ ଆବଶ୍ୟକ ବୋଲି କହୁଛନ୍ତି। ଚୁକ୍ତିରେ ଭାରତର ସାର୍ବଭୌମ କ୍ଷେତ୍ରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବଜାର ବିଶେଷଜ୍ଞଙ୍କ ମତରେ ଏହି ଚୁକ୍ତି ଅନୁଯାୟୀ ଭାରତୀୟ ବଜାରକୁ ଆମେରିକୀୟ ଉତ୍ପାଦ (ଯେପରିକି କୃଷି ଏବଂ ଦୁଗ୍ଧ) ପାଇଁ ଖୋଲିବା ସ୍ଥାନୀୟ ଚାଷୀ ଏବଂ କୃଷି ଶିଳ୍ପର ସ୍ୱାର୍ଥକୁ ବିପଦରେ ପକାଇପାରେ। ଏହାକୁ ‘ବାଧ୍ୟତା’ର ଫଳାଫଳ ଭାବରେ ମଧ୍ୟ ଦେଖାଯାଉଛି, କାରଣ ଆମେରିକାର ଚାପ ସାମ୍ନାରେ ଘରୋଇ ନୀତିରେ  ସାଲିସ୍‌ କରାଯାଇଥିବା କୁହାଯାଉଛି।  ଏହି ଚୁକ୍ତିରେ ଭାରତ ପାଇଁ ଆଉ ଏକ ବଡ଼ ଆର୍ଥିକ ବିପଦ ହେଉଛି, ଆମେରିକାରୁ ଶୁଳ୍କ ରିହାତି ଆଶା ମଧ୍ୟରେ ଭାରତୀୟ ଶିଳ୍ପ ଉପରେ ଆମେରିକୀୟ ସାମଗ୍ରୀ ଡମ୍ପିଂର ଭୟ ଜାରି ରହିଛି। ବିଲିୟନ୍‌  ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କରିବାର ବୋଝ ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିପାରେ।

ଟ୍ରମ୍ପ୍‌ କହିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ଏବଂ ଅଣ-ଶୁଳ୍କ ବାଧାକୁ ଶୂନ୍ କରିବ। ଭାରତ ପ୍ରଧାନମନ୍ତ୍ରୀ ଆମେରିକାରୁ କ୍ରୟ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି, ଯେଉଁଥିରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକୀୟ ତେଲ, ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି, କୋଇଲା ଏବଂ ଅନ୍ୟାନ୍ୟ ଅନେକ ଉତ୍ପାଦ କ୍ରୟ ଅନ୍ତର୍ଭୁକ୍ତ।  ପରବର୍ତ୍ତୀ ସମୟରେ, ଆମେରିକାର କୃଷି ସଚିବ ବ୍ରୁକ୍ ରୋଲିନ୍ସ ମଧ୍ୟ ଏହି ଚୁକ୍ତିକୁ ଆମେରିକୀୟ ଚାଷୀଙ୍କ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଭାରତର ବିଶାଳ ବଜାରରେ ଆମେରିକୀୟ କୃଷି ଉତ୍ପାଦର ପ୍ରବେଶ ବୃଦ୍ଧି କରିବ ଏବଂ ଭାରତ ସହିତ ଆମେରିକାର ୧.୩ ବିଲିୟନ ଡଲାରର କୃଷି ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଅପରପକ୍ଷେ ଆମେରିକା ବହୁ ବର୍ଷ ଧରି ଭାରତ ଉପରେ ବାଣିଜ୍ୟ ପାଇଁ ତାର କୃଷି କ୍ଷେତ୍ରକୁ ଖୋଲିବା ପାଇଁ ଚାପ ପକାଇ ଆସୁଛି। କାରଣ  ଆମେରିକା ଭାରତକୁ ଏକ ପ୍ରମୁଖ ବଜାର ଭାବରେ ଦେଖେ, କିନ୍ତୁ ଭାରତ ଖାଦ୍ୟ ସୁରକ୍ଷା, ଜୀବିକା ଏବଂ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଦର୍ଶାଇ ଏହାକୁ ଏଡାଇଆସୁଛି। ଏଥିରେ ଆଲୋଚନାରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି କୃଷି ଉତ୍ପାଦର ରପ୍ତାନି। ଭାରତ ଏବଂ ଆମେରିକା ମଧ୍ୟରେ କୃଷି ବାଣିଜ୍ୟ ୮ବିଲିୟନ ଡଲାର ମୂଲ୍ୟର। ଭାରତ ଆମେରିକାକୁ ଚାଉଳ, ଚିଙ୍ଗୁଡ଼ି ଏବଂ ମସଲା ରପ୍ତାନି କରୁଛି ଏବଂ ଆମେରିକା ଭାରତକୁ ବାଦାମ, ସେଓ ଏବଂ ଡାଲି ରପ୍ତାନି କରୁଛି। ଆମେରିକା ଦାବି କରିଆସୁଛି ଯେ ଭାରତ ସହିତ ଏହାର ୪୫ ବିଲିୟନ ଡଲାର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ମକା, ସୋୟାବିନ୍ ଏବଂ କପା ପ୍ରମୁଖ କୃଷି ରପ୍ତାନି ପାଇଁ ନୂଆ ବଜାର ଖୋଲିଦେଉ।

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA):୨୦ ବିଲିୟନ ଡଲାରର ନିବେଶ ଲକ୍ଷ୍ୟ
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ଐତିହାସିକ ତଥା ଉଚ୍ଚାଭିଳାଷୀ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସଫଳତାର ସହ ସମ୍ପନ୍ନ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ମିଳିତ ଭାବେ ଏହି ଘୋଷଣା କରିଛନ୍ତି। ଏହି ଚୁକ୍ତି ଉଭୟ ଦେଶର ଆର୍ଥିକ ସମ୍ପର୍କକୁ ନୂତନ ଦିଗଦର୍ଶନ ଦେବ ବୋଲି ଆଶା କରାଯାଉଛି।

ଉଭୟ ନେତା ଏହି ଆଲୋଚନା ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ବେଶ୍ ଆଶାବାଦୀ ଥିବା ଜଣାପଡିଛି। ଆଗାମୀ ୫ ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଆଗାମୀ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ୨୦ ବିଲିୟନ ଡଲାର ବିନିଯୋଗ କରିବ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି FTA ପାଇଁ ଆଲୋଚନା ଆରମ୍ଭ ହୋଇଥିଲା। ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଉଭୟ ଦେଶ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ଥିବା ସୁଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ପାରସ୍ପରିକ ସହଯୋଗକୁ ଦର୍ଶାଉଛି। ଏହାଦ୍ୱାରା ଉଦ୍ଭାବକ, ଉଦ୍ୟୋଗୀ, କୃଷକ, MSME, ଛାତ୍ର ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।

ଏହି ଐତିହାସିକ ଚୁକ୍ତି ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରୁ ରପ୍ତାନି ହେଉଥିବା ୯୫ ପ୍ରତିଶତ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ ବା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଚୁକ୍ତି ଲାଗୁ ହେବାର ପ୍ରଥମ ଦିନରୁ ପ୍ରାୟ ୫୭ ପ୍ରତିଶତ ସାମଗ୍ରୀ ଶୁଳ୍କମୁକ୍ତ ରହିବ ଏବଂ ପରବର୍ତ୍ତୀ ସମୟରେ ଏହା ୮୨ ପ୍ରତିଶତକୁ ବୃଦ୍ଧି ପାଇବ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତି ୧୨ ଟ୍ରିଲିୟନ ନ୍ୟୁଜିଲ୍ୟାଣ୍ଡ ଡଲାରରେ ପହଞ୍ଚିବାର ଅନୁମାନ ଥିବାରୁ ଏହି ଚୁକ୍ତି ସେମାନଙ୍କ ରପ୍ତାନିକାରୀଙ୍କ ପାଇଁ ଏକ ବିରାଟ ବଜାର ଖୋଲିଦେବ।