Covid Vaccination - The Sakala
ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ: ଜାତିସଂଘ
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ । ଯେଉଁ ରାଷ୍ଟ୍ରମାନଙ୍କରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି କିମ୍ବା ଏଥିପାଇଁ ଯୋଜନା ରହିଛି ସଂପୃକ୍ତ ରାଷ୍ଟ୍ର ମାନବାଧିକାରକୁ ମଧ୍ୟ ଗୁରୁତ୍ବ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।
ଜାତିସଂଘ ମାନବାଧିକାର ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟତାମୂଳକ କରିବା ପୂର୍ବରୁ ମାନବାଧିକାର କ୍ଷେତ୍ରର ବିଭିନ୍ନ ଦିଗକୁ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି । ଯଦି ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇପାରେ। ମାସ୍କ ପରିଧାନ ଠାରୁ ସମାଜିକ ଦୂରତାରକ୍ଷା ଭଳି କରୋନା କଟକଣା ପାଇଁ ରହିଥିବା ବିଭିନ୍ନ ନିୟମ ପାଳନ ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ସଫଳତା ନ ମିଳିଲେ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିଚେଲ କହିଛନ୍ତି । ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଜୋରିମାନା ଲଗାଯାଇପାରିବ ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ସେଠାରେ ଲୋକଙ୍କୁ ଏହାର ସମୀକ୍ଷା ପାଇଁ ନ୍ୟାୟପାଳିକା ସୁବିଧା ମଧ୍ୟ ମିଳିବା ଦରକାର ବୋଲି ସେ କହିଛନ୍ତି।
ଟିକାକରଣରେ ଇତିହାସ ରଚିଲା ଭାରତ, ଦେଶରେ ଶହେ କୋଟି ଟପିଲା କୋଭିଡ୍ ଟିକାକରଣ
ନୂଆଦିଲ୍ଲୀ : କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ। ଆଜି ସୁଦ୍ଧା ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ଉତ୍ସବ ପାଳନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି। ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟାଜନ କରି ଯେଉଁମାନେ ଟୀକାକରଣରେ ସହଯୋଗ କରିଥିଲେ ସେମାନଙ୍କୁ କୃତଜ୍ଞତା ପ୍ରଦାନ କରାଯିବ। ଦିଲ୍ଲୀ RML ହସ୍ପିଟାଲରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସେହିପରି ଲାଲକିଲ୍ଲା ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ତ୍ରିରଙ୍ଗା ଉଡାଇବା ସହ ପ୍ରସିଦ୍ଧ ଗାୟକ କୌଳାଶ ଖେରଙ୍କ ଦ୍ବାରା ପ୍ରସ୍ତୁତ ଭାରତର ଟିକାକରଣ ଅଭିଯାନକୁ ନେଇ ଏକ ଗୀତ ଏବଂ ଏହାର ଅଡିଓ-ଭିଜୁଆଲ ରିଲିଜ୍‌ କରିବେ ।
India achieves the landmark one billion COVID19 vaccinations mark pic.twitter.com/g7DYqcvgjK
— ANI (@ANI) October 21, 2021
ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁଛି। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା ସହ ସାରା ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଦେଶର ଶହେଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗାରେ ଆଲୋକିତ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ଏହାରି ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ବୈଜ୍ଞାନିକ, ଭ୍ୟାକ୍ସିନ୍ ନିର୍ମାତାଙ୍କୁ କୃତଜ୍ଞତା ଦିଆଯିବ ।
Delhi | PM Modi visits RML Hospital as the number of Covid-19 vaccine doses administered in India crosses the 100 crore mark pic.twitter.com/s9X3CSzTTJ
— ANI (@ANI) October 21, 2021
ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ: ୨ ମହାନଗର ନିଗମ, ୫ ବ୍ଲକ ଓ ୩ ହଜାର ୫୪୦ଟି ଗାଁରେ ଶତ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡୋଜ୍ ଟିକା
ଭୁବନେଶ୍ୱର: ରାଜ୍ୟରେ କରୋନା ହରାଇବା ପାଇଁ ଟିକାକରଣ ଜୋରଦାର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଉଭୟ ଡୋଜ୍ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ଅଛି । ଦ୍ୱିତୀୟ ଡୋଜ୍ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲିଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି.ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଟିକାକରଣ ଶତ ପ୍ରତିଶତ ସରିଛି । ରାଜ୍ୟର ୩ ହଜାର ୫୪୦ଟି ଗାଁରେ ମଧ୍ୟ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି।
ଯେଉଁମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାଁନ୍ତି । ବାରମ୍ବାର ମେସେଜ ଯାଉଛି, ଫୋନ୍ କରାଯାଉଛି । ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀ ସଚେତନତା କରୁଛନ୍ତି । ଯେଉଁ ମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡ଼ି ରହିଛି । ଦ୍ୱିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟିକା ।
ଟିକା ପାଇଁ ଠେଲାପେଲା; ରାତି ଅଧରୁ ଟିକା ନେବାକୁ ଲୋକେ ଲାଇନରେ , ୫୦୦ ଟିକାକୁ ୧୫ଶହ ଲୋକ
କେନ୍ଦୁଝର: ଟିକା ପାଇଁ ଲାଇନରେ ପଥର ରଖି ଲୋକଙ୍କର ଘଣ୍ଟା ଘଣ୍ଟାର ଅପେକ୍ଷା। ଲୋକେ ରାତି ଅଧରୁ ଟିକାକରଣ କେନ୍ଦ୍ରରେ ଅପେକ୍ଷା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ମହିଳାମାନେ ଛୋଟ ଛୁଆଙ୍କୁ ନେଇ ଟିକାକରଣ କେନ୍ଦ୍ର ବାହାରେ ଅପେକ୍ଷା କରିବା ଟିକାକରଣ କେନ୍ଦ୍ରର ଅବ୍ୟବସ୍ଥାକୁ ପଦାରେ ପକାଇଛି। କୋରୋନା ଟିକା ନେବାକୁ ଆସି ଲୋକେ ସାମାଜିକ ଦୂରତା ସମ୍ପୁର୍ଣ୍ଣ ଭୂଲି ଯିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ପୋଲିସ୍ ଓ ପ୍ରଶାସନ ଏଥିପ୍ରତି ଯେତେ ସତର୍କ କଲେ ମଧ୍ୟ ଲୋକମାନେ ମାନିବାକୁ ନାରାଜ । ଅନ୍ୟ ପଟେ ଟିକାକରଣ ବେଳେ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଟାଣ ଖରାରେ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଟିକା ନେଇଛନ୍ତି । ୫୦୦ ଟିକାକୁ ୧୫୦୦ ଲୋକ ଆସିଥିବାରୁ ଟିକା ନନେଇ ଲୋକେ ଘରକୁ ଫେରିଛନ୍ତି । ଆବଶ୍ୟକ ଟିକା ଅନୁସାରେ ସିରଞ୍ଜ ନଥିବାରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କ୍ୟୁବା ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରି ନଥିବା ବେଳେ କ୍ୟୁବା ନେଇଛି ଏହି ବଡ଼ ପଦକ୍ଷେପ । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ । ପୂର୍ବରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ ଟିକାକରଣ ଆରମ୍ଭ ହୋଇଛି ।
ସେପ୍ଟେମ୍ବର ୩ରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସ୍କ ଛୁଆଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା । ଏହାପରେ ଗତକାଲିଠାରୁ ୨ରୁ ୧୧ ବର୍ଷ ବୟସ୍କ ଛୁଆଙ୍କୁ ଟିକା ଦିଆଯାଉଛି । ଏବେ ଦୁନିଆରେ ଛୁଆଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଚାଲିଛି । ଚୀନ, ୟୁଏଇ ଓ ଭେନଜୁଏଲା ଭଳି ଦେଶ ଛୁଆଙ୍କୁ କରୋନା ଟିକା ଦେବା ନେଇ ଘୋଷଣା କରି ଥିବାବେଳେ ଟିକାକରଣ ଆରମ୍ଭ ହୋଇନାହିଁ । ଭାରତରେ ମଧ୍ୟ ୧୨ ବର୍ଷରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜାଇଡସ୍ କ୍ୟାଡିଲାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି ।
ଭୁବନେଶ୍ୱର: ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ । ଗତକାଲି ସୁଦ୍ଧା ୧୮ଲକ୍ଷ ୩୫ହଜାର ୯୦୩ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ତେବେ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।
କେନ୍ଦ୍ର ଟିକା ଯୋଗାଇଲେ ଓଡ଼ିଶାରେ ୪ ରୁ ୫ ମାସ ମଧ୍ୟରେ ଶେଷ ହେବ ଟିକାକରଣ ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣି । ଆଗାମୀ ୪ ରୁ ୫ ମାସ ମଧ୍ୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି, ବର୍ତ୍ତମାନ ଲୋକ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବାରୁ ଟିକାକରଣ କେନ୍ଦ୍ରରେ ଭିଡ଼ ହେଉଛି। ଗର୍ଭବତୀ ମହିଳା ମାନଙ୍କ ଟିକାକରଣ ଲାଗି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ଯକ୍ରମ ରହିଛି। ଯେତେ ଶୀଘ୍ର ସମ୍ଭବ ଗର୍ଭବତୀଙ୍କୁ ଆରମ୍ଭ ହେବ ଟିକାକରଣ ।
ଟିକାକରଣ କ୍ଷେତ୍ରରେ ଓଡ଼ିଶାର ନୂଆ ରେକର୍ଡ: ୧ କୋଟିରୁ ଉର୍ଦ୍ଧ୍ବ ନେଲେଣି ପ୍ରଥମ ଡୋଜ
ଭୁବନେଶ୍ବର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛି। ବଡ଼ ବଡ଼ ରାଜ୍ଯକୁ ପଛରେ ପକାଇ ଏହି ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ରାଜ୍ଯରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ଯ ୧କୋଟି ପାର କରିଛି। ଟିକାକରଣ ଦିଗରେ ଓଡ଼ିଶା ଐତିହାସିକ ମାଇଲ ଖୁଣ୍ଟ ଛୁଇଁଛି କହିଲେ କମ ହେବନି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।
As we steadily move towards universal vaccination coverage for our eligible population, we thank the people of #Odisha and our dedicated healthcare workers for making this possible. #OdishaCares @CMO_Odisha
— H & FW Dept Odisha (@HFWOdisha) July 4, 2021
ଟିକା ଅଭାବରୁ ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ
ଭୁବନେଶ୍ୱର: ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ଯେଉଁଥିପାଇଁ ଆଜି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଟିକା ଅଭାବ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟକୁ ଗୁରୁବାର ଦିନ ୧ଲକ୍ଷ ଡୋଜ୍‌ ଟିକା ଆସିଥିଲେ ବି ଏହା ପର୍ଯ୍ୟାପ୍ତ ନୁହେଁ । ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ କରାଯିବ ନାହିଁ । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ନହେବା ନେଇ ସୂଚନା ଦିଆଯାଇଛି ।
ତେବେ ଗତକାଲି ରାଜ୍ୟକୁ ମାତ୍ର ୧ ଲକ୍ଷ କୋଭିସିଲ୍ଡ ଟିକା ଆସିଛି । ଗତ ଜୁନ୍‌ ୨୧ତାରିଖରୁ ଦେଶରେ ନୂଆ ଟିକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଦେଶରେ ଟିକାର ଅଭାବ ରହିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ହେଲେ ତାହା ବିଭିନ୍ନ ରାଜ୍ୟରେ ଫେଲ ମାରିଥିବା ଦେଖିବାକୁ ମିଳିଛି ।
ଏବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି ।
କରୋନା ଟିକା ନନେବା ପାଇଁ ଆଧାର କାର୍ଡ ଧରି ଗଛ ଉପରେ ଚଢ଼ିଗଲେ ଯୁବକ
ନୂଆଦିଲ୍ଲୀ: ମହାମାରୀ ଭୁତାଣୁଠାରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି କରୋନା ଟିକା। ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି। ଲୋକେ ଏବେ କରୋନାରୁ ବଞ୍ଚିବା ପାଇଁ ବହୁ ସଂଖ୍ୟାରେ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି। କିନ୍ତୁ କିଛି ଗୁଜବ ଏବେ ଟିକା ଏବଂ ଲୋକଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି । ଲୋକେ କିଛି ଗୁଜବ ପାଇଁ ଟିକେ ନେବା ପାଇଁ ଭୟ କରୁଛନ୍ତି। ଟିକେ ନେବା ପରେ ଲୋକଙ୍କ ମୃତ୍ୟୁ ହେଇଯିବ। ଏଭଳି ଗୁଜବ ଟିକାଠାରୁ ଲୋକଙ୍କୁ ଦୁରେଇ ରଖୁଛି। ଏମିତି ଏକ ଗୁଜବ ପାଇଁ ମଧ୍ୟପ୍ରଦେଶରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଯାଇଛନ୍ତି। ଗଛରେ ଚଢ଼ିଥିବା ବ୍ୟକ୍ତି କରୋନାଟିକା ନେବା ପାଇଁ ମନା କରିଥିଲେ ଏବଂ ତାଙ୍କ ସ୍ତ୍ରୀକୁ ବାରଣ କରିଥିଲେ। କିନ୍ତୁ ମହିଳା ଜଣକ ଟିକା ପାଇଁ ବାଧ୍ୟ କରିଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀଙ୍କର ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଯାଇଥିଲେ।
ରାଜଗଡ ଜିଲ୍ଲାର ପତନ କାଲା ଗ୍ରାମରେ ଜଣେ ଯୁବକ ଟିକା ନନେବା ପାଇଁ ଗଛ ଉପରେ ଚଢ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଓହ୍ଲାଇବାକୁ ଅନେକ ଥର କହିଥିଲେ, କିନ୍ତୁ ସେ କାହା କଥା ଶୁଣିଲେ ନାହିଁ। ଟିକାକରଣ କେନ୍ଦ୍ରରେ ଟିକା ଶେଷ ନହେବା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଗଛ ତଳକୁ ଓହ୍ଲାଇ ନଥିଲେ।
ଟିକା ନ ନେବାରୁ ଦେଢ଼ଶହ କର୍ମଚାରୀଙ୍କୁ ଛଟେଇ
ଜ୍ୟେଷ୍ଟନ : କରୋନା ଟିକା ନେବାକୁ ମନା କରିବାରୁ ଆମେରିକାର ନ୍ୟୁଷ୍ଟନର ଏକ ହସ୍ପିଟାଲରୁ ୧୫୦ ରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିବା ଜଣାପଡ଼ିଛି। ଏହି ସହରର ମେଥଡିଷ୍ଟ ବେ ଟାଉନ ହସ୍ପିଟାଲର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ସଂସ୍ଥା କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗତ ଏପ୍ରିଲରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ସମସ୍ତ କର୍ମଚାରୀଙ୍କୁ ଜୁନ୍‌ ୭ ତାରିଖ ସୁଦ୍ଧା ଟିକା ନେବାକୁ ନୋଟିସ୍ ଜାରି କରିଥିଲେ। ହେଲେ ଏହି ହସ୍ପିଟାଲର ୧୭୮ ଜଣ କର୍ମଚାରୀ ଟିକା ନେବାକୁ ମନା କରିଥିଲେ। ଏଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରୀରୁ ୨ ସପ୍ତାହ ଲାଗି ଅବୈତନିକ ନିଲମ୍ବନ କରିଥିଲେ।
ଟିକାକରଣକୁ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରୁଥିଲେ ଅପରାଜିତା ଷଡ଼ଙ୍ଗୀ, ମୁହଁତୋଡ଼ ଜବାବ ଦେଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ଟିକାକରଣ ବେଳେ ବିଜେପିର ଶ୍ରେୟ ରାଜନୀତି ପ୍ରସଙ୍ଗ। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଥିସହ ଟିକାକେନ୍ଦ୍ରରେ ବିଜେପି କର୍ମୀଙ୍କ ପୋଷ୍ଟର ଚିରିବା ଘଟଣାକୁ ବି ସେ ସମାଲୋଚନା କରିଛନ୍ତି।
ବିଜେପି ସାଂସଦ ଅପରାଜିତା ମହାନ୍ତି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡ଼ିଶା ସରକାର ରାଜ୍ୟ ପାଇଁ ଟିକା ସଂଗ୍ରହ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ କେନ୍ଦ୍ରର ସାହାୟତା ଲୋଡ଼ିଥିଲେ । ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ସଂକଟରୁ ଉଦ୍ଧାର କରିଥିଲେ । ଆଉ ଏବେ ଓଡ଼ିଶାର ସମସ୍ତ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଦାବି କରାଯାଉଛି । ଏହା ନିଶ୍ଚିତ ଭାବରେ ଅସୁରକ୍ଷା ଭାବ ଏବଂ ସଂକୀର୍ଣ୍ଣ ମାନସିକତାର ଶେଷ ସୀମାର ପରିଚୟ।
ତେବେ ଅପରାଜିତାଙ୍କ ଏଭଳି ଟ୍ୱିଟ୍ ର ମୁହଁତୋଡ଼ ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଛି।
@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont’d)
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) June 23, 2021
ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି ।
ତେବେ କେବଳ ସସ୍ମିତ ନୁହଁନ୍ତି ଅପରାଜିତାଙ୍କ ଏହି ଟ୍ୱିଟ୍ କୁ ନେଇ ବହୁ ଲୋକ ସମାଲୋଚନା କରିଛନ୍ତି । କେବଳ ଯେ ରାଜ୍ୟ ତା ନୁହେଁ ରାଜ୍ୟ ବାହାରର ଲୋକମାନେ ମଧ୍ୟ ନବୀନଙ୍କ ସପକ୍ଷରେ ବାହାରିଛନ୍ତି । ଫଟୋ ପ୍ରତିଯୋଗିତା ନବୀନ ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଥିଲେ ବୋଲି କହି ଏହି ଟ୍ୱିଟର ୟୁଜର୍ସ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି।