Cyclone Yass - The Sakala
ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର: ବାତ୍ୟା ପ୍ରଭାବତ ଅଞ୍ଚଳ ପରିଦର୍ଶନ ନେଇ ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ସହ ଆକାଶମାର୍ଗରୁ କରିବେ ସ୍ଥିତିର ଅନୁଧ୍ୟାନ । ଦିନ ୧୧ଟାରେ କ୍ଷୟକ୍ଷତି ଆକଳନ ନେଇ ଏକ ବୈଠକରେ ଯୋଗ ଦେବେ । ଏନେଇ ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ ପାଣ୍ଡିଆନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପହଞ୍ଚିଲେ । ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ଅଭୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା । ବାତ୍ୟାରେ ରାଜ୍ୟରେ କ’ଣ କ୍ଷତି ହୋଇଛି ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ଏହାପରେ ୧୨ଟା ୧୫ ମିନିଟରେ ବିମାନ ଯୋଗେ ଆକାଶମାର୍ଗରୁ ବାତ୍ୟା ଓ ବନ୍ୟାଞ୍ଚଳର ଅନୁଧ୍ୟାନ କରିବେ । ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ବରରେ ସ୍ଥିତି ଅନୁଧ୍ୟାନ କରିବେ । ପରେ ଆକାଶ ମାର୍ଗରୁ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରର ସ୍ଥିତି ପରଖିବା ସହ ପଶ୍ଚିମବଙ୍ଗରେ ଏକ ବୈଠକ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସ୍ବତନ୍ତ୍ର ପ୍ୟାକେଜ୍ ନେଇ ଓଡ଼ିଶା ସରକାର ନିଶ୍ଚିତ ଭାବରେ କେନ୍ଦ୍ର ପାଖରେ ଦାବି ରଖିବାକୁ ଦଳ ପକ୍ଷରୁ କୁହାଯାଇଛି ।
ଆନନ୍ଦପୁରଠାରେ ବୈତରଣୀ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ, ମଧ୍ୟମ ଧରଣର ବନ୍ୟା ଆଶଙ୍କା- ଏସଆରସି
ଭୁବନେଶ୍ୱର: ବାତ୍ୟା ୟସ୍ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବୈତରଣୀ ନଦୀ ଫୁଲୁଛି । ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତ୍ତମାନ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି। ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଆନନ୍ଦପୁରଠାରେ ଜଳସ୍ତର ରହିଛି ୩୯ ମିଟର।
Heavy rainfall induced by #CycloneYaas in Baitarani catchment caused huge inflow . Baitarani flowing at Anandpur 39mt , Akhuapada crossed DL. Expecting medium flood in Baitarani. @DM_Bhadrak @dm_jajpur well prepared to meet contingent situations. Evacuating ppl wherever required.
— Pradeep Jena IAS (@PradeepJenaIAS) May 27, 2021
ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି। ବୈତରଣୀରେ ବନ୍ୟା ଆସିଲେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇପାରେ। ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ତଳି ଅଞ୍ଚଳରେ ପାଣି ପଶିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି। ସାଳନ୍ଦୀ ରେ ବି ଜଳସ୍ତର କମ ରହିଛି।
ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି। କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।
କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି ରାତି ସୁଦ୍ଧା ସଫା ହୋଇଯିବ। ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ମୟୁରଭଞ୍ଜ ଜିଲ୍ଲାପାଳ ବୁଢ଼ାବଲଙ୍ଗ ନଦୀ ପାଖରେ ସ୍ଥାନାନ୍ତରଣ ଚଳାଇଛନ୍ତି । ବାତ୍ୟା ୨ ଘଣ୍ଟା ଭିତରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜରେ ପ୍ରବେଶ କରିବ। ୧୦୦ କି.ମିରୁ ଅଧିକ ବେଗରେ ପବନ ବହିଛି ।
ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଲେଶ୍ଵରରେ ଗୋଟାଏ ଯୁବକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଯିବାକୁ ବାରଣ କରାଯିବା ସତ୍ତ୍ୱେ ସେ ବାହାରିଥିଲେ । ଏବଂ ବାଟରେ ତାଙ୍କ ଉପରେ ଗଛ ପଡ଼ିଥିବା ସୂଚନା ମିଳିଛି । ଏ ନେଇ ତହସିଲଦାର ସବିଶେଷ ସୂଚନା ଦେବେ। ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଛି ଏ ନେଇ ଜିଲ୍ଲାପାଳ ରିପୋର୍ଟ ଦେବେ ।
ବହୁତ ଗାଁରେ ପାଣି ପଶିଛି । ୪ ମିଟର ପାଣି ଆସିଛି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡ଼ିବ। ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇପାରିବେ ଜିଲ୍ଲାପାଳ । ତେବେ କେଉଁଠି ବି ମୋବାଇଲ ସେବା ଠପ୍ ହୋଇନଥିବା କହିଛନ୍ତି ଏସ୍ଆରସି ।
ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍ ପରେ ମଧ୍ୟ ସନ୍ଧ୍ୟା ଯାଏଁ ରହିବ ପବନର ବିପଦ
ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି ।
ବାତ୍ୟା ୟସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାତ୍ୟା ୟାସ ପ୍ରଭାବରେ ଝାରଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି
ମାଡ଼ି ଆସୁଛି ବାତ୍ୟା ‘ୟଶ୍’: ଓପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ, ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟଶ୍’
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ପାରାଦୀପ ଠାରୁ ୫୨୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି । ସେହିଭଳି ଦୀଘା ଠାରୁ ୟାସ୍ ୬୧୦ କିଲୋମିଟର ଦୂରରେ ବାତ୍ୟା ୟାସ୍ ରହିଛି । ଏହା ଆାଗମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଯାଇ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । ସେହିଭଳି ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ।
At 1130 IST, Cyclone ‘Yaas’ about 520 km south-southeast of Paradip. To intensify further and cross north Odisha-West Bengal coasts betweenParadip and Sagar Islands around Balasore, during noon of 26th Mayas a Very Severe Cyclonic Storm. pic.twitter.com/Xb9cHYsfyE
— India Meteorological Department (@Indiametdept) May 24, 2021
ବାତ୍ୟା ‘ୟଶ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟାର ବାହାର ଭାଗରେ ଥିବା ମେଘ ଖଣ୍ଡ ବର୍ଷା କରାଉଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସମେତ ବାଲେଶ୍ୱର ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଛି । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟମରେ ସ୍ଥଳଭାଗ ଛୁଇଁ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Rainfall started over coastal districts of Odisha due to the outer band clouds associated with the #YaasCyclone #Glimpses of rainfall over #Dhamara #Bhadrak #CycloneAlert #Yaas #YaasCyclone pic.twitter.com/IpVUV3RCNT
— Meteorological Centre, Bhubaneswar (@mcbbsr) May 24, 2021
ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।
ତେବେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ୫ ଜଣ ଆଇଏଏସ ଓ ୫ ଜଣ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ବାତ୍ୟା ମୁକାବିଲା ଉପରେ ନଜର ରଖିବେ । ଏହାସହ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରଣ, କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବେ । ଏହାଛଡା ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।
ବାତ୍ୟା ୟଶ ମୁକାବିଲା: ୫ ଜିଲ୍ଲା ପାଇଁ ୫ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ
ଭୁବନେଶ୍ୱର: ବାତ୍ୟା ୟଶ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ସବୁ ପ୍ରକାର ଆଗୁଆ ପଦକ୍ଷେପ ନେଇଛନ୍ତି।  ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ରହିବେ ଶାଶ୍ୱତ ମିଶ୍ର । ସେହିପରି ଭଦ୍ରକ ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବ ଓ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରହିବେ ସୁରେଶ ବଶିଷ୍ଟ ।
Sr Secretaries being deployed to districts. @CMO_Odisha @SecyChief @IPR_Odisha @SRC_Odisha @osdmaodisha pic.twitter.com/sjRINUsdYb
— Pradeep Jena IAS (@PradeepJenaIAS) May 24, 2021
୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପ-ସାରଗ ଦ୍ୱୀପ ମଝିରେ ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଏହାର ପ୍ରଭାବ ବିଶେଷ ଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ରହିବ।
ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟିକାକରଣ
ସମ୍ଭାବ୍ୟ ବାତ୍ୟା ଯୋଗୁଁ ବନ୍ଦ ରହିବ ଟିକାକରଣ । ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବା ନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବାତ୍ୟା ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହୋଇପାରେ,ତେଣୁ ଏଭଳି ସ୍ଥଳେ ଟିକାକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏପରିକି ଜେନେରେଟର ବ୍ୟବସ୍ଥା କରି ଟିକା ସୁରକ୍ଷିତ ରଖିବାକୁ କୁହାଯାଇଛି ।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୩ ସକାଳେ ଏହା ଅବପାତ ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ‘ୟଶ’ । ଉତ୍ତର ବଙ୍ଗୋପସାଗର ନିକଟର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ୨୬ ସକାଳେ ଛୁଇଁବା ପୂର୍ବାନୁମାନ କରାଯାଇଛି ।