corona - The Sakala
ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହ ମଧ୍ଯକେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହାଜରେ ପାର କଲାଣି। ଏହି ରୋଗୀଙ୍କ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ସଂକ୍ରମିତ ସାମିଲ ଅଛନ୍ତି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି।  ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି ।
କରୋନା ମୁକାବିଲା ପାଇଁ ଆସନ୍ତାକାଲି ଦିନ ୧୨ଟା ସମୟରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ ନେବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। ଯେଉଁ ଦୁଇଟି ଭାରିଆଣ୍ଟ କେନ୍ଦ୍ର ସରକାର କହୁଛନ୍ତି। ତାହା ଏତେ ମାରାତ୍ମକ ନୁହେଁ। ଓଡ଼ିଶାରେ ଗୋଟେ ହିଁ କେସ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ପରିବାରରେ କାହାର ଲକ୍ଷଣ ନାହିଁ। ଗାଇଡଲାଇନ ପରିବର୍ତ୍ତନ ହୋଇଛି। ଲକ୍ଷଣ ନ ଥିଲେ ପରିବାର ଲୋକଙ୍କ ଟେଷ୍ଟ ହେବନି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  କେନ୍ଦ୍ର, ICMR, WHO ସହ ସମ୍ପର୍କରେ ଅଛି। ବ୍ୟସ୍ତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ କରୋନା ମହାରାଷ୍ଟ୍ରରେ ୪ ଜଣ କେରଳରେ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଲାଣି। ତେବେ ଅଧିକାଂଶ ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ଡାକ୍ତର କହିଛନ୍ତି। ଦେଶର ବିଭିନ୍ନ ସହରରେ ସକ୍ରିୟ ରୋଗୀ ସଂଖ୍ୟା ବଢୁଥିବ ବେଳେ ଦୁଇଟି ନୂଆ ଉପପ୍ରଜାତି ଏନ୍‌ବି୧.୮.୧ ଓ ଏଲ୍‌ଏଫ.୭ ଚିହ୍ନଟ କରାଯାଇଛି। ଏହି ଦୁଇ ପ୍ରଜାତି ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନଜର ରଖିଛି।
ଏସିଆରେ ଦ୍ରୁତଗତିରେ ବ୍ୟାପୁଛି କରୋନା, ସିଙ୍ଗାପୁରରୁ ୧୪ ହଜାର ନୂଆ ରୋଗୀ ଚିହ୍ନଟ
ସିଙ୍ଗାପୁର: କରୋନା ଭୂତାଣୁ ପୁଣି କାୟା ବିସ୍ତାର କରିବାରେ ଲାଗିଛି। ଏସିଆର ଅନେକ ଦେଶରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ, ଚୀନ୍‌ ଏବଂ ଥାଇଲାଣ୍ଡ ଭଳି ଦେଶରେ ଏହା ଚିନ୍ତା ବଢ଼ାଇଲାଣି । ଏବେ ଓମିକ୍ରନର ନୂଆ ପ୍ରଜାତି ଜେଏନ୍‌୧ ଏବଂ ଏହାର ଉପ-ପ୍ରଜାତି ଏଲଏଫ୭, ଏନବି୧.୮ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। ଏହି ଭୂତାଣୁ ସିଙ୍ଗାପୁରରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। କେବଳ ମେ’ ମାସ ପ୍ରାରମ୍ଭରେ ୧୪ ହଜାରରୁ ଅଧିକ ମାମଲା ସାମ୍‌ନାକୁ ଆସିଛି। ଏପ୍ରିଲ ଶେଷରେ ଏହି ସଂଖ୍ୟା ୧୧,୧୦୦ ଥିଲା। ଏବେ ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଆଇସିୟୁ ରୋଗୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଏହି ପ୍ରଜାତି ପୂର୍ବାପେକ୍ଷା ଅଧିକ ବିପଜ୍ଜନକ ବୋଲି ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। କିନ୍ତୁ ଏହି ଲହରରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ବେଶି ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।
ସିଙ୍ଗାପୁରକୁ ଦେଖି ଚୀନ୍‌ ଏବଂ ଥାଇଲାଣ୍ଡ ସତର୍କ ହୋଇଯାଇଛନ୍ତି। ଚୀନ୍‌ରେ ରୋଗୀସଂଖ୍ୟା ଦ୍ବିଗୁଣିତ ହୋଇଯାଇଛି। ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଛି। କରୋନା ଲହର ଦ୍ରୁତଗତିରେ ବ୍ୟାବିପାରେ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। ଥାଇଲାଣ୍ଡରେ ଦୁଇଟି ଅଲଗା ଅଲଗା ପ୍ରଜାତିର ମାମଲା ବୃଦ୍ଧି ପାଉଛି। ଭାରତରେ ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ପୁଣି ଡରାଇବା ଆରମ୍ଭ କଲାଣି କରୋନା। କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି।
ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗୁରୁବାର ସୁଦ୍ଧା ମୋଟ ୮ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଡିସେମ୍ବର ୩ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି
ଭୁବନେଶ୍ୱର: ଡରାଇବା ଆରମ୍ଭ କଲାଣା କରୋନା । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସତର୍କତା ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ବ୍ୟକ୍ତି ଜନଗହଳି ସ୍ଥାନକୁ ନଯିବା ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ, ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ପାର୍ କରିଛି। କେରଳ, କର୍ଣ୍ଣାଟକ ପାଲଟିଛି ହଟସ୍ପଟ । କର୍ଣ୍ଣାଟକରେ ଜେଏନ.୧ ଭାରିଆଣ୍ଟ ସଂକ୍ରମଣ ବଢୁଛି । ରାଜ୍ୟରେ ୩୪ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ବେଙ୍ଗାଳୁରୁରୁ ଚିହ୍ନଟ ହୋଇଛନ୍ତି ୨୦ । ସେପଟେ ସ୍ଥିତିର ମୁକାବିଲା ଲାଗି ଆଜି ବସିବ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟର ସବକମିଟି ବୈଠକ। ସେପଟେ କୋଭିଡ ଲହର କାଳରେ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିବା ଦିଲ୍ଲୀରେ ପୁଣି କାୟା ମେଲାଉଛି ଭାଇରସ । ଏପରିକି ଦୈନିକ ୩ରୁ ୪ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରଷ୍ଟ୍ର, ଗୋଆ, କେରଳ, ତାମିଲନାଦୁ ଓ ତେଲଙ୍ଗାନାରେ ବି ଦୈନିକ ସଂକ୍ରମଣ ବଢୁଛି ।
କରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଭାଗରେ କରୋନା ଭୂତାଣୁର କିଛି ନୂଆ ପ୍ରତିରୂପ ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଥିନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସାଂପ୍ରତିକ କରୋନା ସ୍ଥିତି ଉପରେ ସମୀକ୍ଷା କରାଯାଇ ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଟେଷ୍ଟିଂ ଏବଂ ଜିନୋମ ସିକ୍ବେନ୍ସଂ ବଢାଇବା ସହିତ କରୋନାର ନୂଆ ଷ୍ଟ୍ରେନ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।ସମ୍ପ୍ରତି କରୋନା ବିଏ.୨.୮୬ର ନୂଆ ଭ୍ୟାରିଏଣ୍ଟ ଯୋଗୁ ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହି ଦିଗ ପ୍ରତି ସଜାଗ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପାଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପିଏମଓ ପରାମର୍ଶଦାତା ଅମିତ ଖାରେ ଏବଂ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ସଚିବ ବିଶ୍ୱରେ କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୫୦ ରୁ ଅଧିକ ଦେଶରେ ଏବେ ଇଜି.୫ (ଏରିସ୍) ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇଛି। ସେହିପରି କିଛି ଦେଶରେ ବିଏ.୨.୮୬ (ପିରୋଲା) ଭ୍ୟାରିଏଣ୍ଟ ଥିବା ଜଣାପଡ଼ିଥିବା ସେ କହିଛନ୍ତି
ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ପୁଣି ବଢ଼ିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ଆଜି ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସକ୍ରିୟ ମାମଲା ୨୮ ହଜାର ପାର କରିଥିବା ବେଳେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୫୦ ଛୁଇଁଛି।
ବଢୁଛି କରୋନା ସଂକ୍ରମଣ : ବିଶ୍ବର ୫ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ କରୋନା ମାମଲାରେ ୩ ହଜାର ଉପରେ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,0୩୮ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧,୧୭୯ କୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ ସୋମବାର ଦିନ କରୋନା କାରଣରୁ ଦିଲ୍ଲୀ ଓ ପଞ୍ଜାବରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜଣେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୦,୯୦୧ କୁ ବୃଦ୍ଧି ପାଇଛି।
ଅନ୍ୟପଟେ ରବିବାର ଦେଶରୁ ୩, ୬୪୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ଏଥି ସହିତ  ୧୧ ଜଣ ସଂକ୍ରମିତ ମଧ୍ୟ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ମାମଲା ବଢିବା ସହ  ବିଶ୍ବର ୫ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ ହୋଇଯାଇଛି। ୱାର୍ଲ୍ଡୋମିଟର ଅନୁଯାୟୀ ରବିବାର ଦକ୍ଷିଣ କୋରିଆରୁ ସର୍ବାଧିକ ୯, ୭୨୪ ରୋଗୀ ଚିହ୍ନଟ ହୋଇଥିଲେ। ଏହା ପଛରେ ୯,୫୯୧ ରୋଗୀଙ୍କ ସହ ରୁଷ୍‌ ଦ୍ବିତୀୟ, ଜାପାନ (୬୨୯୦) ତୃତୀୟ, ଫ୍ରାନ୍ସ (୬,୦୨୭) ଚତୁର୍ଥ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରବିବାର କେରଳରୁ ୪ ଜଣ, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ୩ ଜଣ ଲେଖାଏଁ, କର୍ଣ୍ଣାଟକ ଏବଂ ରାଜସ୍ଥାନରୁ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇ ଥିଲେ। ଏହା ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୫, ୩୦, ୮୯୨ରେ ପହଞ୍ଚି ଯାଇଛି। ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ଯଥାକ୍ରମେ ୬.୧୨ ପ୍ରତିଶତ ଏବଂ ୨.୪୫ ପ୍ରତିଶତ ରହିଛି।
୩ରାଜ୍ୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ
କରୋନା ମାମଲା ବଢିବା ସହ ଦେଶର ବିଭିନ୍ନ ରାଜ୍ୟ କଟକଣା ଲଗାଇବା ଆରମ୍ଭ କରିଦେଲେଣି। ହରିୟାଣାର ମନୋହର ଲାଲ ଖଟ୍ଟର ସରକାର ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଯେଉଁଠାରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ହେବ ସେହି ସ୍ଥାନରେ ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହା ବ୍ୟତୀତ ରାଜ୍ୟର ମେଡିକାଲ କ୍ଷେତ୍ର ସହ ଜଡିତ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଥଣ୍ଡା ଓ କାଶ ରୋଗୀଙ୍କ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
ସେହିଭଳି ମହାରାଷ୍ଟ୍ରରେ ସତାରା ସରକାରୀ କାର୍ୟ୍ୟାଳୟ ଓ ଟ୍ରଷ୍ଟ ଅଫିସରେ ତଥା ସାତାରା ଜିଲ୍ଲାର କଲେଜ ଏବଂ ବ୍ୟାଙ୍କରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ମହାରାଷ୍ଟ୍ରର ସମସ୍ତ ସରକାରୀ ଅଫିସ ଗୁଡିକରେ ମଧ୍ୟ ମାସ୍କ ପରିଧାନ ଜରୁରୀ ବୋଲି କହିଛନ୍ତି।ଦିନକୁ ଦିନ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏପ୍ରିଲ ୨ ତାରିଖରୁ ରାଜ୍ୟ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ତେବେ କୋଭିଡ ସଂକ୍ରମଣକୁ ଦେଖି ଅନେକ କମ୍ପାନୀ ୱାର୍କ ଫ୍ରମ ହୋମ ଲାଗୁ କରିସାରିଲେଣି । ଆଉ ଯେଉଁ ଅଫିସ୍ ଖୋଲା ହୋଇଛି, ସେଠାରେ ଟେମ୍ପ୍ରେଚର ଚେକିଂ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
ଦେଶରେ ପୁନର୍ବାର କରୋନା ତେଜୁଛି, ଆଗୁଆ ସତର୍କତା ଜରୁରୀ
ଶତାବ୍ଦୀରେ ଥରେ ଅଧେ ଆସୁଥିବା ମହାମାରୀ ସହଜରେ ବିଦା ହୁଏ ନାହିଁ। ପ୍ରାକୃତିକ ବ୍ୟତିକ୍ରମ ବା ଅନ୍ୟାନ୍ୟ କାରଣରୁ ସୃଷ୍ଟ ଏଭଳି ମହାମାରୀ ଆପଣାଛାଏଁ ପ୍ରାକୃତିକ ଉପାୟରେ ଗଣ ପ୍ରତିରୋଧ ଶକ୍ତି ସୃଷ୍ଟିକରି ବିଦାହୁଏ। ସେହି ପ୍ରକ୍ରିୟାରେ ବ୍ୟାପକ ଧନଜୀବନ ହାନି ଘଟେ। ମଣିଷର ଚେତନା ଓ ବିଜ୍ଞାନର ବିକାଶ ଦ୍ୱାରା ମହାମାରୀ ଉପରେ ନିୟନ୍ତ୍ରଣ ଆସିଥିଲେ ମଧ୍ୟ ଏହା ବିଭିନ୍ନ ସମୟରେ ନୂଆ ରୂପରେ, ଢଙ୍ଗରେ ମାନବ ସମାଜକୁ ଆକ୍ରମଣ କରିଥାଏ। ତାହାର ସଦ୍ୟତମ ଉଦାହରଣ ହେଲା କରୋନା ବା କୋଭିଡ୍‌‌-୧୯ ମହାମାରୀ। ୨୦୧୯ ମାର୍ଚ୍ଚରୁ ଏହା ବିଶ୍ୱକୁ ଘାଣ୍ଟୁଛି ଏବଂ ଔଷଧ ଓ ଟିକାର ଆବିଷ୍କାର ତଥା ବ୍ୟବହାର ସତ୍ତ୍ବେ ଏହାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଏହା ଛାଡ଼ିଯିବାର ନାଁ ଧରୁନାହିଁ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ମହାମାରୀଟି ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ନୁହେଁ ଏବଂ ଏହା ପୃଥିବୀରେ ସର୍ଦ୍ଦି, ଛିଙ୍କ, କାଶ ଭଳି ଅନ୍ୟାନ୍ୟ ଭୂତାଣୁ ଭଳି ରହି ମଝିରେ ମଝିରେ ସଂକ୍ରମଣ ବଢ଼଼ାଇବ ଏବଂ ଆମକୁ ଏହାସହିତ ବଞ୍ଚି ରହିବାର କଳା ଶିଖିବାକୁ ପଡ଼ିବ। ସମସ୍ତ ସାର୍ସ ବା ଶ୍ୱାସଜନିତ ସଂକ୍ରମଣ ବ୍ୟାଧି ଏଭଳି ଏବଂ ଏହାର ସମ୍ପୂର୍ଣ୍ଣ ନିରାକରଣ ଏ ଯାଏ ଆପାତତଃ ଅସମ୍ଭବ।
ଭାରତରେ କରୋନା ମୁକାବିଲା ଏକ ଦୀର୍ଘ ସଂଘର୍ଷମୟ କାହାଣୀ। ଏଥିପାଇଁ ଆମକୁ ଅନେକ ମୂଲ୍ୟ ଦେବାକୁ ପଡ଼ିଛି ଏବଂ ଅନେକ ଧନଜୀବନ ହାନି ଘଟିଛି। ଏହା ବିରୋଧରେ ଆମର ନିରବଚ୍ଛିନ୍ନ ସଂଗ୍ରାମ ସଫଳ ହୋଇଛି ବୋଲି କୁହାଯାଇ ପାରେ। ଏହାସତ୍ତ୍ବେ ଆମେ ଏ ଲଢ଼େଇରେ ସମ୍ପୂର୍ଣ୍ଣ ବିଜୟୀ ହୋଇନାହୁଁ; କାରଣ କରୋନାର ମୂଳୋତ୍ପାଟନ ଘଟିନାହିଁ। ତୁହାକୁ ତୁହା ନୂଆ ରୂପରେ ଏହା ସଂକ୍ରମିତ ହେଉଛି। ତିନିବର୍ଷ ପରେ ଏବେ ଭାରତରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି ଏବଂ ଦେଶରେ ସଂକ୍ରମିତ ଜିଲ୍ଲା ସଂଖ୍ୟା ସାଢ଼େ ୩ ଗୁଣ ବୃଦ୍ଧି ପାଇଛି। ମାତ୍ର ଦୁଇସପ୍ତାହ ମଧ୍ୟରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୨ଟି ଜିଲ୍ଲା ଟିପିଆର୍‌‌ ହାର ଅତି କମ୍‌‌ରେ ୧୦ ଶତାଂଶ ବଢ଼଼ିଛି। ଦୁଇ ସପ୍ତାହ ପୂର୍ବରୁ ଦେଶର ପାଞ୍ଚଟି ରାଜ୍ୟର ୯ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ଥିଲା। ଟିପିଆର୍‌‌ର ଅର୍ଥ ହେଲା ମୋଟ୍‌‌ ସାମ୍ପଲ ଟେଷ୍ଟିଂରୁ ପଜିଟିଭ୍‌‌ ବା ଆକ୍ରାନ୍ତଙ୍କ ସଂଖ୍ୟା ନିର୍ଣ୍ଣୟ କରିବା। କରୋନା ଏକ ସ୍ପର୍ଶଜନିତ ରୋଗ। ତେଣୁ ହଠାତ୍‌‌ ସଂକ୍ରମଣ ବୃଦ୍ଧି ପାଇବା ଫଳରେ ସରକାର ଚିନ୍ତିତ ହେବା ସ୍ୱାଭାବିକ। ସର୍ବଶେଷ ହିସାବ ଅନୁସାରେ ଦେଶର ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୨ ଜିଲ୍ଲାରେ କରୋନା ଟିପିଆର୍‌‌ ହାର ୧୦ ଶତାଂଶ ଉପରେ ରହିଛି ଏବଂ ଏହି ପରିସଂଖ୍ୟାନ ପ୍ରତିକାର ବ୍ୟବସ୍ଥା ପୁନର୍ବାର ଆରମ୍ଭ କରିବାର ଏକ ସତର୍କ ସଂକେତ।
ଦିଲ୍ଲୀ, କେରଳ, ଗୁଜରାଟ, ମହାରାଷ୍ଟ୍ର ଆଦି ରାଜ୍ୟର କେତେକ ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ବଢ଼଼ୁଛି। ଏହା ପଛକୁ ଅନ୍ୟାନ୍ୟ ରାଜ୍ୟର ୬୩ ଜିଲ୍ଲାରେ ଏହି ସଂକ୍ରମଣ ହାର ୫ ରୁ ୧୦ ଶତାଂଶ ମଧ୍ୟରେ ରହିଛି। ସେଥିରେ ଓଡ଼ିଶାର ଖୋରଧା ଜିଲ୍ଲା ରହିଛି। ଅତଏବ କେନ୍ଦ୍ର ସରକାର, ବିଶେଷକରି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହିତ ପ୍ରତିକାର ଉପରେ ଗୁରୁତ୍ୱ ଦେଉଛନ୍ତି। ନୂତନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ସପ୍ତାହ ମଧ୍ୟରେ ଦେଶରେ ପାଖାପାଖି ଲକ୍ଷାଧିକରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ନଗଣ୍ୟ ରହିଛି। ଆମ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ଥିବାରୁ ଆରୋଗ୍ୟ ଲାଭ ହାର ମଧ୍ୟ ସନ୍ତୋଷଜନକ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଏବେ ମୋଟ କୋଭିଡ୍‌‌ ଆକ୍ରାନ୍ତଙ୍କ ସଂଖ୍ୟା ୪.୪୭ କୋଟି। ସେଥିମଧ୍ୟରୁ ଆକ୍ଟିଭ ବା ସକ୍ରିୟ ମାମଲା ମୋଟ ସଂକ୍ରମଣର ୦.୦୨% ହୋଇଥିବାବେଳେ ଜାତୀୟ କୋଭିଡ୍‌‌ ଆରୋଗ୍ୟ ହାର ୯୮.୭୯। ଏହା ନିଶ୍ଚିତ ସନ୍ତୋଷଜନକ। ଏଥିରୁ ଆମ ଚିକିତ୍ସା ବ୍ୟବସ୍ଥା ଓ ଉପଚାରର ସଫଳତା ପ୍ରମାଣିତ ହୁଏ। ଏହି ପର୍ଯ୍ୟାୟ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦେଶରେ ମାତ୍ର ୧.୧୯% ବୋଲି ସରକାରୀ ଭାବେ କୁହାଯାଇଛି।
ଉତ୍ତମ ଚିକିତ୍ସା ସୁବିଧା, ଟିକା ପ୍ରଦାନ ସତ୍ତ୍ବେ କୋଭିଡ୍‌‌ରେ ଲୋକେ ମରିବା ଆଦୌ ଗ୍ରହଣୀୟ ନୁହେଁ। ସଂଖ୍ୟା କମ୍‌‌ ହେଉ ପଛେ ମୃତ୍ୟୁ ଓ ସଂକ୍ରମଣ ହାରକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରଖିବା ଆମ ପାଇଁ ଏକ ବଡ଼ ଆହ୍ୱାନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟଙ୍କୁ ଏଥିପାଇଁ ସତର୍କ କରାଇଦେବା ସହିତ କୋଭିଡ୍‌‌ ବ୍ୟବହାର ପ୍ରତିରୋଧୀ ପଦକ୍ଷେପଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କର କୋଭିଡ୍‌‌ ପରିଚାଳନା ଓ ଟିକାଦାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ, ଆରଟି ପିସିଆର୍‌‌, ପଜିଟିଭ୍‌‌ ସାମ୍ପଲର ହୋଇ ଜେନମ ସିକ୍ୟୁଏନ୍ସିଂ ଆଦି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁତ୍ୱ ଦେଇଛନ୍ତି। ସରକାର ତାଙ୍କ ବାଟରେ କାମ କରିବେ ଓ ପଦକ୍ଷେପ ନେବେ। ହସ୍‌‌ପିଟାଲରେ ସ୍ୱତନ୍ତ୍ର କୋଭିଡ୍‌‌ ୱାର୍ଡ ଖୋଲିବା ସହିତ ଟିକାଦାନ ଓ ବୁଷ୍ଟର ଡୋଜ୍‌‌ ପ୍ରଦାନକୁ ଗୁରୁତ୍ୱ ଦିଆଯିବ। ଏହାଛଡ଼ା କୋଭିଡ୍‌‌ ନିୟମ ପାଳନକୁ ଆବଶ୍ୟକସ୍ଥଳେ କଠୋର କରାଯାଇପାରେ। ସରକାର ତାଙ୍କ ଅଭିଜ୍ଞତା, ଅନୁଭୂତି ଅନୁସାରେ ପ୍ରସ୍ତୁତି ଚଳାଇବେ ସତ, ରୋଗକୁ ନିୟନ୍ତ୍ରଣରେ ରଖିବାକୁ ଯଥେଷ୍ଟ ନୁହେଁ। ଲୋକଙ୍କର ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଦାୟିତ୍ୱ ରହିଛି ଏବଂ ସେମାନେ ସତର୍କ ଓ ସଚେତନ ନ ହେଲେ ପରିସ୍ଥିତି ବିଗିଡ଼ି ପାରେ। କେନ୍ଦ୍ର ସରକାର କହୁଛନ୍ତି ଯେ ମାର୍ଚ୍ଚ ୨୩ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଦେଶରେ ଦୈନିକ ୯୬୬ ଲୋକ କୋଭିଡ୍‌‌ ସଂକ୍ରମିତ ହେଉଛନ୍ତି। ମାର୍ଚ୍ଚ ୩ ବେଳକୁ ଏହି ସଂଖ୍ୟା ଥିଲା ୩୧୩। ସରକାରୀ ପରିସଂଖ୍ୟାନ ନିର୍ଭୁଲତା ସବୁବେଳେ ବିବାଦୀୟ। ତଥାପି ଏହା ଉପରମୁହାଁ ହେବା ଅର୍ଥ ସଂକ୍ରମଣ ହାର ଅଧିକ ହୋଇପାରେ ଏବଂ ଅନେକ ତଥ୍ୟ ସରକାରୀ ନଜରକୁ ଆସୁନଥିବ।
ଆମ ଓଡ଼ିଶାରେ କୋଭିଡ୍‌‌ର ସାନି ସଂକ୍ରମଣ ସ୍ଥିତି ଏବେ ଉଦ୍‌‌ବେଗଜନକ ନାହିଁ। ତଥାପି ରାଜ୍ୟ ସରକାର ଏଥିରେ କୌଣସି କୋହଳ ମନୋଭାବ ପୋଷଣ କରିବାକୁ ପ୍ରସ୍ତୁତ ନୁହନ୍ତି। ହସ୍‌‌ପିଟାଲ୍‌‌ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିବାବେଳେ ଟିକାଦାନ ବ୍ୟବସ୍ଥାକୁ ବ୍ୟାପକ ଓ ସଘନ କରିବାକୁ ଉଦ୍ୟମ ଚାଲିଛି। ବାକି ରହିଲା କୋଭିଡ୍‌‌ କଟକଣା ପ୍ରୟୋଗ ଓ ଲୋକଙ୍କୁ ସଚେତନ କରିବା। ତେବେ ଅର୍ଥନୀତି ଉପରେ କଟକଣାର କୁପ୍ରଭାବ ଯେପରି ନପଡ଼େ, ସେଥିପ୍ରତି ସରକାର ବିଶେଷ ସଚେତନ ଅଛନ୍ତି। ସେ ଦୃଷ୍ଟିରୁ ଭିଡ଼, ଗହଳି ଆଦି ଏଡ଼ାଇବା ସହିତ ଟିକା ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଆମ ରାଜ୍ୟବାସୀଙ୍କ ସହଯୋଗ ଓ ସଚେତନତା କୋଭିଡ୍‌‌ ନିୟନ୍ତ୍ରଣରେ ଆମକୁ ବିପୁଳ ସଫଳତା ଦେଶରେ ଦେଇଛି। ଏଥର ମଧ୍ୟ ସେଭଳି ସ୍ଥିତି ଆସିଲେ ଆମେ ସମସ୍ତେ ମିଳିତଭାବେ ତାହାର ମୁକାବିଲା କରିପାରିବା। ଆସନ୍ତୁ ସରକାରଙ୍କୁ ଏହି କରୋନା ମୁକାବିଲା କାର୍ଯ୍ୟରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ଯୋଗାଇବା।
ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %,  ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % ମାମଲା ଚିହ୍ନଟ ହୋଇଛି ।
କରୋନା ମାମଲା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦୁନିଆରେ ଛଅ ଲହର ଆସିଛି ଏବଂ ଭାରତରେ ଆମେ ତିନୋଟି ଲହର ଦେଖିଛୁ । ଉଲ୍ଲେଖଯୋଗ୍ୟ ଯେ ପିଏମ ନରେନ୍ଦ୍ର ମୋଦୀ ବୁଧବାର କରୋନା ଏବଂ ସିଜନଲ ଏନଫ୍ଲୁଏଞ୍ଜା ଉପରେ ବୈଠକ କରିଥିଲେ ।
ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି ।
ଚଣ୍ଡିଗଡ଼: ହରିୟାଣାର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାରକୁ ଗଲେ କାଳେ କରୋନା ମାଡ଼ିବସିବ ବୋଲି ଭାବି ଏହି ଭୟରେ ଦୀର୍ଘ ୩ ବର୍ଶ ହେଲା ଘରୁ ବାହାରୁ ନାହାଁନ୍ତି  ମା’ ଓ ପୁଅ। କରୋନାର ଭୟାନକ ଘଟଣା ବାବଦରେ ଜାଣିବା ପରେ ୩୩ ବର୍ଷିୟା ମୁନମୁନ ମାଝୀ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ବାହାରକୁ ବାହାରିଲେ କରୋନା ଆକ୍ରାନ୍ତ ହେବା ପକ୍କା ବୋଲି ଧରିନେଇ ସେ ଓ ନିଜର ୧୦ ବର୍ଷୀୟ ପୁଅକୁ ଘର ଭିତରେ ବନ୍ଦ କରି ରଖିଲେ । ଖାସ କରି ପୁଅ ଘରୁ ବାହାରିଲେ କରୋନାରେ ମରିଯିବ ବୋଲି ଧରିନେଇ ଘରେ ତାକୁ ବନ୍ଦ କରି ରଖିଲେ । ଏହି ସମୟରେ ମୁନମୁନଙ୍କ ସ୍ବାମୀ ସୁଜାନ ମାଝୀ ଯିଏ କି ଜଣେ ଇଞ୍ଜିନିୟର ସେମାନଙ୍କୁ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିଲେ । ଏମିତି ଭାବେ ୩ ବର୍ଷ ବିତିସାରିଥିଲେ ସୁଦ୍ଧା ମୁନମୁନ ଘରୁ ଆଉ ବାହାରିଲେନି ।
ତିନି ବର୍ଷ ପରେ ବି ଯେତେବେଳେ ଘରୁ ବାହାରିବାକୁ ମୁନମୁନ ମନାକଲେ ସେତେବେଳେ ପୁଲିସର ସାହାଯ୍ୟ ନେଇଥିଲେ ସୁଜାନ । ପୁଲିସ ମୁନମୁନଙ୍କ ଘରେ ପହଞ୍ଚି ଉଦ୍ଧାର କରିବା ସହିତ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ଘରେ ତିନି ବର୍ଷର ଅଳିଆ ଆବର୍ଜନା ପଡ଼ି ଗନ୍ଧମୟ ପରିବେଶ ହୋଇସାରିଥିଲା । ୭ ବର୍ଷର ପୁଅ ୧୦ ବର୍ଷର ହୋଇସାରିଥିଲା । ତା ମୁଣ୍ଡର ଚୁଟି କାନ୍ଧ ଯାଏଁ ଲମ୍ବି ଆସିଥିଲା । ଏପରି ଅବସ୍ଥାରେ ଦେଖି ପୋଲିସ ତାଜୁବ ହୋଇପଡିଥିଲା । ହେଲେ ସେ ନିଜକୁ ଫିଟ୍ ବୋଲି କହିଥିଲେ ମୁନମୁନ । ସେପଟେ ସ୍ତ୍ରୀ ଓ ପୁଅ ବାହାରକୁ ଆସିବା ପରେ ଖୁବ ଶୀଘ୍ର ତାଙ୍କ ଜୀବନ ଟ୍ରାକକୁ ଫେରିବ ବୋଲି କହିଛନ୍ତି ସୁଜାନ ମାଝୀ ।
ସମ୍ପୂର୍ଣ୍ଣ ତଥ୍ୟ ଦେଉନି ଚୀନ୍‌: କରୋନା ମୃତ୍ୟୁ ଓ ସଂକ୍ରମଣକୁ ନେଇ ‘ହୁ’ର ଚିନ୍ତା
ନୂଆଦିଲ୍ଲୀ: ଏବେ ଚୀନ୍‌ରେ କରୋନା ସଂକ୍ରମଣ ଏବଂ କରୋନାଜନିତ ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ ମାସ ପ୍ରାରମ୍ଭରୁ ବଢିଥିବା ସଂକ୍ରମଣ ଲଗାତର ଭାବେ କାୟା ବିସ୍ତାର କରି ଚାଲଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଚୀନ୍‌ ଏ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୁ ପ୍ରକୃତ ତଥ୍ୟ ଦେଉ ନାହିଁ ବୋଲି ହୁ ପକ୍ଷରୁ କୁହାଯାଇଛି। ଯାହାକି ସଂକ୍ରମଣ ରୋକିବା ଏବଂ ବିଶ୍ବ ସ୍ତରରେ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ ବୋଲି ହୁ କହିଛି। ହୁ’ର ଆପାଦକାଳୀନ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି ଯେ, ଯଦିଓ ଚୀନ୍‌ ପୂର୍ବ ତୁଳନାରେ ତଥ୍ୟ ଲୁଚାଉ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦେଉ ନାହିଁ। ବର୍ତ୍ତମାନ ଚୀନରେ ଦିନକୁ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ଘଟୁଥିଲେ ମଧ୍ୟ ଚୀନ୍ ସରକାର ଏହାକୁ ଅଳ୍ପ ସଂଖ୍ୟା ମଧ୍ୟରେ ସୀମିତ ରଖୁଛନ୍ତି। ତେଣୁ ସେଠାକାର ପ୍ରକୃତ ସ୍ଥିତି ସମ୍ପର୍କରେ ଆକଳନ କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହେଉଛି। ସଂକ୍ରମଣ ଏବଂ ମୃତ୍ୟୁକୁ ଦୃଷ୍ଟିରେ ରଖି ଚୀନ୍‌ର ସାଧାରଣ ସ୍ବାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଅଧÒକରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରିବାର ଆବଶ୍ୟକତା ଦେଖାଯାଇଛି। କିନ୍ତୁ ଚୀନ୍‌ ପ୍ରକୃତ ତଥ୍ୟ ଦେଉ ନଥିବାରୁ କରୋନାଜନିତ ବିପଦକୁ ଆକଳନ କରିବା ଏବଂ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହେଉ ନାହିଁ ବୋଲି ରିଆନ କହିଛନ୍ତି। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଚୀନ୍‌ରେ ଚଳିତ ବର୍ଷ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ। ବର୍ତ୍ତମାନ ଦୈନିକ ୫ ହଜାରରୁ ଅଧିକ ମୃତ୍ୟୁ ହେଉ ଥିବା ବେଳେ ଆଗକୁ ଏହି ସଂଖ୍ୟା ବହୁ ଗୁଣିତ ହେବ। ହେଲେ ସଂକ୍ରମଣ ଆରମ୍ଭ ହେବା ପରେ ବର୍ତ୍ତମାନ ସୁଦ୍ଧା ୫ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଚୀନ୍‌ କହୁଛି। ଯାହାକି ଚୀନ୍‌ ସମେତ ଅନ୍ୟାନ୍ୟ ରାଷ୍ଟ୍ର ପାଇଁ ବିପଦ ଆଣିପାରେ ବୋଲି ରିଆନ କହିଛନ୍ତି।
ଓଡ଼ିଶାକୁ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ବର: କୋଭିଡି–୧୯ ର ନୂଆ ପ୍ରଜାତି ବିଏଫ୍-୭ ଏବେ ପୃଥ‌ିବୀର ବିଭିନ୍ନ ଦେଶ ଯଥା ଚୀନ୍, ଜାପାନ, ୟୁଏସ୍ଏ, ବ୍ରାଜିଲ୍, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍‌ବେଗର ବିଷୟ । ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍ ୩.୩୦ କୋଟି ଦ୍ଵିତୀୟ ଡୋଜ୍ ୧୮ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୧.୩୧ କୋଟି ପ୍ରିକସନ୍ ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରିକସନ୍ ଡୋଜ୍ ୪୧ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଏବେ ରାଜ୍ୟରେ କୌଣସି ଭ୍ୟାକସିନର ଷ୍ଟକ ନାହିଁ । ତେବେ ବିଭିନ୍ନ ବର୍ଗର ନାଗରିକଙ୍କର ଆବଶ୍ୟକତା ଦୃଷ୍ଟିରୁ ଟିକାକରଣରୁ ବଞ୍ଚିତ ୧.୯୩ କୋଟି ଲୋକଙ୍କୁ ଦିଆଯିବାକୁ ଥିବା ପ୍ରିକସନ ଡୋଜ ଆବଶ୍ୟକ ।
ଏହି ପରିପ୍ରେକ୍ଷୀରେ ଟିକାକରଣରୁ ବଞ୍ଚିତ ଲୋକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ଟିକା ରାଜ୍ୟର ବିଭିନ୍ନ ସରକାରୀ ନିରୁପିତ ଟୀକାକରଣ କେନ୍ଦ୍ରଗୁଡିକୁ ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋକ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।