Hindu Youth Killed - The Sakala

ବାଂଲାଦେଶରେ ନିର୍ବାଚନ ସର୍ଭେ ପାଇଁ ଅସ୍ଥିରତା; ଟାର୍ଗେଟରେ ଭାରତ, ଢାକାରେ ଆମେରିକା ବନାମ ଚୀନ...
ଢାକା: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା ହୋଇଛି।ଏହି  ହିଂସା ପଛରେ ବିଦେଶୀ ଶକ୍ତିଙ୍କ ହାତରେ  ରହିଛି। କାରଣ ବାଂଲାଦେଶ  ଏବେ ପାକିସ୍ତାନ, ଚୀନ୍‌, ଆମେରିକାର ଖେଳ ପଡ଼ିଆ ପାଲଟି ଯାଇଛି। ଆଗକୁ ହେବାକୁ ଥିବା ନିର୍ବାଚନରେ ନିଜ ସମର୍ଥକ ପାର୍ଟିର ପରାଜୟ ଆଶଙ୍କାରେ ଏହି ହିଂସା ଆରମ୍ଭ କରାଯାଇଥିବା କୁହାଯାଉଛି।  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କ ପୁଅ  କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ସେ ଜାଲିଆତି କରି ଚରମପନ୍ଥୀଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଛନ୍ତି ଏବଂ ଭାରତ ପ୍ରତି ବିପଦ ସୃଷ୍ଟି କରିଥିବା କହିଛନ୍ତି।

ଭାରତ ବିରୋଧୀ ନେତା ଭାବେ ପରିଚିତ ଇନ୍‌କିଲାବ ମଞ୍ଚର ନେତା ସରିଫ ଓସମାନ ବିନ୍‌ ହାଦିଙ୍କ ହତ୍ୟା ପରେ ରାଜଧାନୀ ଢାକା ସହିତ ଅନ୍ୟ ଅଞ୍ଚଳରେ ନିଆଁ ଲାଗିଛି। ତେବେ ବିକ୍ଷୋଭକାରୀଙ୍କ ଟାେର୍ଗଟରେ ଭାରତ ରହିଛି। ଏହି ହତ୍ୟାକାଣ୍ଡ ପଛରେ ଭାରତର ହାତ ଥିବା ଆନ୍ଦୋଳନକାରୀ ଅଭିଯୋଗ କରୁଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫୈସଲ କରିମ ଭାରତ ପଳାଇଥିବା କୁହାଯାଉଛି। ମାତ୍ର ପୁଲିସ ଏହି ଦାବିକୁ ଖଣ୍ଡନ କରୁଛି।  ହତ୍ୟା ପଛରେ ଭାରତର  ହାତ ଥିବା ନେଇ କୌଣସି ସୂଚନା ନାହିଁ ବୋଲି କୁହାଯାଇଛି। ଭାରତ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିଦେଇଛି। ବାଂଲାଦେଶରେ ହିଂସାରେ ଦେଶର କୌଣସି ଭୂମିକା ନାହିଁ ବୋଲି କୁହାଯାଇଛି। ତେବେ ସୀମାରେ କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ଭାରତ ସୁରକ୍ଷାକୁ କଡ଼ାକଡ଼ି କରିଦେଇଛି। ବାଂଲାଦେଶ ସୁରକ୍ଷା ବାହିନୀ ଅନୁଯାୟୀ, ଫୈସଲଙ୍କୁ ହତ୍ୟା କରିବାର ଦିନକ ପୂର୍ବରୁ ଅଭିଯୁକ୍ତ ନିଜ ପ୍ରେମିକାକୁ ରିସୋର୍ଟରେ ଭେଟିଥିଲା। କାଲି କିଛି ବଡ଼ ହେବ, ଯେଉଁଥିରେ ବାଂଲାଦେଶ ଦୋହଲିଯିବ ବୋଲି କହିଥିଲା। ଏହା ସହିତ ସେ ପ୍ରେମିକାକୁ ହାଦିର ଭିଡିଓ ଦେଖାଇ ଥିଲା।

ଅନ୍ୟପଟେ ବାଂଲାଦେଶ ହିଂସାକୁ ନେଇ ବଡ଼ ସୂଚନା ସାମ୍‌ନାକୁ ଆସୁଛି। ଆମେରିକା ମାର୍ଟିନ ଆଇଲ୍ୟାଣ୍ଡ ଚାହୁଁଥିବା ବେଳେ ଚୀନ୍‌ ୱାସିଂଟନକୁ କାଉଣ୍ଟର କରିବା ପାଇଁ ଢାକାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। କିନ୍ତୁ ଫେବୃଆରୀରେ ହେବାକୁ ଥିବା ନିର୍ବାଚନକୁ ନେଇ ହୋଇଥିବା ଅନ୍ତରୀଣ ସର୍ଭେରେ କାହାର ଉଦ୍ଦେଶ୍ୟ ପୂରଣ ହେଉନାହିଁ। କାରଣ ଖାଲେଦା ଜିଆଙ୍କ ବାଂଲାଦେଶ ନେସନାଲ ପାର୍ଟି (ବିଏନ୍‌ପି) ବିଜୟୀ ହେବ ବୋଲି ଜଣାପଡ଼ିଛି। ଏହାକୁ ନେଇ କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଛନକା ପଶିଛି। ଆମେରିକାର କାଠ କଣ୍ଢେଇ ସାଜିଥିବା ୟୁନୁସ ଏହାକୁ ସହ୍ୟ କରିପାରୁ ନାହାନ୍ତି। ଆମେରିକା ସହିତ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ମଧ୍ୟ ବିଏନପି କ୍ଷମତାସୀନ ହେଉ ବୋଲି ଚାହୁଁନି। ଆଇଏସଆଇ ଚରମପନ୍ଥୀ ଜମାତେ  ଇସଲାମୀକୁ ସମର୍ଥନ ଦେଉଛି। ତେବେ ଚୀନ ବିଏନ୍‌ପିକୁ ଲୁଚିଛପି ସମର୍ଥନ କରୁଛି।

ଏବେ ଭାରତ ବାଂଲାଦେଶ ସ୍ଥିତିକୁ ନେଇ ‘ୱେଟ ଆଣ୍ଡ ୱାଚ’ ସ୍ଥିତିରେ ରହିଛି। ସୁରକ୍ଷା ବିଶେଷଜ୍ଞମାନେ ଏବେ ନିରବ ରହିବାକୁ ଭାରତକୁ ପରାମର୍ଶ ଦେଇଛନ୍ତି୤ କିନ୍ତୁ ବାଂଲାଦେଶର ଏହି ସ୍ଥିତି ଭାରତର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ବାଂଲାଦେଶ ଆନ୍ଦୋଳନ ଭାରତୀୟ ସୀମାକୁ ବ୍ୟାପିଛି। ଆନ୍ଦୋଳନକାରୀ ସୀମାରେ ପହଞ୍ଚି ଭାରତ ବିରୋଧୀ ସ୍ଲୋଗାନ ଦେଉଛନ୍ତି। ଏହାଦ୍ବାରା ଅନୁପ୍ରବେଶ ବିପଦ ମଧ୍ୟ ରହିଛି। ଗତବର୍ଷ ପଶ୍ଚିମବଙ୍ଗ, ଆସାମ ଆଦିରେ ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ବାଂଲାଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏପରି ସମୟରେ ସୁରକ୍ଷା ହ୍ରାସ କଲେ ଭାରତ ପ୍ରତି ବିପଦ ବୃଦ୍ଧି ପାଇବ୤ ଭାରତ କରିଥିବା ନିବେଶ ମଧ୍ୟ କ୍ଷତିଗ୍ରସ୍ତ ହେବ। ବାଂଲାଦେଶ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଭାରତ ହଜାର ହଜାର କୋଟି ଟଙ୍କା ନିବେଶ କରିଛି୤ ବୟନ ଶିଳ୍ପଠାରୁ ଆରମ୍ଭ କରି ବିଦ୍ୟୁତ ଯୋଗାଣ ଆଦି ଭାରତରୁ ହେଉଛି। ଏଭଳି ସ୍ଥଳେ ବାଂଲାଦେଶରେ ଅସ୍ଥିରତା ରହିଲେ ଭାରତର ନିବେଶ ଡୁବିଯିବ ବୋଲି ଆଶଙ୍କା ରହିଛି। ତେଣୁ ଭାରତ ବାଂଲାଦେଶରେ ସ୍ଥିରତା ଚାହୁଁଛି।

ଅନ୍ୟପଟେ ମହମ୍ମଦ ୟୁନୁସ କ୍ଷମତା ନିଜ ହାତରେ ରଖିବାକୁ ଚାହୁଁଛନ୍ତି। ସେ ଦେଶରେ ଏକଛତ୍ରଶାସନ ଚଳାଇବା ଯୋଜନାରେ ଅଛନ୍ତି। ଭାରତର ବିରୋଧୀ ମହମ୍ମଦ ୟୁନୁସ ଆମେରିକା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି। ଏହି ଦେଶରେ ଆମେରିକାର ଡିପ୍‌ ଷ୍ଟେଟର ମଧ୍ୟ ପ୍ରଭାବ ରହିଛି। ବାଂଲାଦେଶରେ ସ୍ଥିରତା ଆସୁ ବୋଲି ଏହି ଦେଶ ଚାହୁଁନାହିଁ। ସ୍ଥିତିକୁ ଦେଖି ଭାରତ ଚିକେନ ନେକ୍‌ ତଥା ସିଲିଗୁଡ଼ି କରିଡରର ସୁରକ୍ଷାକୁ ବୃଦ୍ଧି କରିଦେଇଛି। ଅଧିକ କମ୍ପାନୀ ସୁରକ୍ଷା ବାହିନୀ ମୁତୟନ କରିଛି। ଚିକେନ ନେକକୁ ସମ୍ପ୍ରସାରଣ କରାଯାଇଛି। ସୀମାରେ ଲଢୁଆ ବିମାନ ଏବଂ ହେଲିକପ୍ଟର ମୁତୟନ କରାଯାଇଛି।

ଉସ୍‌‌ମାନ ହାଦି କିଏ?
ଛାତ୍ରନେତା ଉସ୍‌‌ମାନ ହାଦିଙ୍କ ହତ୍ୟା ନେଇ ବାଂଲାଦେଶରେ ଲଙ୍କାକାଣ୍ଡ ଚାଲିଛି। ହାଦିଙ୍କ ହତ୍ୟାକୁ ବିରୋଧର କରି ସାରା ଦେଶରେ ହିଂସା ସୃଷ୍ଟି ହୋଇଛି। ଏବେ ପ୍ରଶ୍ନ ଉଠୁଛି ଯେ, ହାଦି କିଏ? ଯାହାଙ୍କ ମୃତ୍ୟୁରେ ଏବେ ପଡୋଶୀ ଦେଶ ହିଂସାର ନିଆଁରେ ଜଳି ଉଠିଛି। ହାଦି ଛାତ୍ର ସଂଗଠନ ‘ଇନକିଲାବ ମଞ୍ଚ’ର ଜଣେ ପ୍ରତିଷ୍ଠାତା ନେତା ଥିଲେ। ନିକଟରେ ହୋଇଥିବା ଛାତ୍ର ଆନ୍ଦୋଳନ ଜରିଆରେ ସେ ବାଂଲା ରାଜନୀତିରେ ଜଣେ ଉଦୀୟମାନ ନେତା ଭାବେ ଉଭା ହୋଇଥିଲେ। ସେ ଆଗାମୀ ସାଧାରଣ ନିର୍ବାଚନରେ ଢାକା-୮ ଆସନରୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବେ ବୋଲି ବାଂଲାଦେଶ ଗଣମାଧ୍ୟମଗୁଡିକ ଖବର ପ୍ରଚାର କରିଥିଲେ। ସେ ଭାରତ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ଥିଲେ।  ଭାରତର ମାନଚିତ୍ରକୁ ବିକୃତ କରି ବୃହତ୍ତ ବାଂଲାଦେଶ ଚିତ୍ର ଆଙ୍କି ସେ ବିବାଦରେ ଥିଲେ।   ଦେଶର ଅନ୍ତରୀଣ ସରକାରଙ୍କ ଉପଦେଷ୍ଟା ମହମ୍ମଦ ୟୁନୁସ ମଧ୍ୟ ହାଦିଙ୍କୁ ପସନ୍ଦ କରୁଥିଲେ ବୋଲି କୁହାଯାଉଛି।

ତାଙ୍କ ପୂରା ନାମ ହେଉଛି ସରିଫ ଉସମାନ ବିନ୍‌‌ ହାଦି। ସେ ୧୯୯୩ ଜୁନ୍‌‌ ୩୦ରେ ଝାଲାକାଠି ଜିଲ୍ଳାର ନାଲଚିଟିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ମାଦ୍ରାସା ଶିକ୍ଷକ ଓ ଇମାମ ଭାବେ ପରିଚିତ। ସେ ଢାକା ବିଶ୍ୱବିଦ୍ୟାଳୟରୁ ପାସ୍‌‌ କରି ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ଜାତୀୟ ରାଜନୀତିରେ ସେ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।