Maoist Surrender - The Sakala

ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି
ତେଲେଙ୍ଗାନା: ତେଲେଙ୍ଗାନାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଶୁକ୍ରବାର ଦିନ ରାଜ୍ୟରେ ମୋଟ ୪୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି (PLGA) ବାଟାଲିୟନ୍ ନମ୍ବର ୧ ର ଶେଷ କମାଣ୍ଡର ସୋଡି କେଶାଲୁ ଓରଫ୍ ସୋଡି କେଶା ସାମିଲ ଅଛନ୍ତି। ଏହା ଫଳରେ ତେଲେଙ୍ଗାନା ରାଜ୍ୟ କମିଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ବୋଲି ପୋଲିସ ପ୍ରକାଶ କରିଛି।

୪୭ ବର୍ଷୀୟ ସୋଡି କେଶାଲୁ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଏଣ୍ଟାପାଡ ଗାଁର ବାସିନ୍ଦା। ବରିଷ୍ଠ ନେତା ବାଡିସେ ଦେବାଙ୍କ ପରେ ସେ ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସକ୍ରିୟ ଥିବା ଦ୍ୱିତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଓବାଦୀ କମାଣ୍ଡର ଥିଲେ। ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ମୁଣ୍ଡ ଉପରେ ପ୍ରାୟ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ୧୯୯୫ ମସିହାରେ ବାଲାଲା ସଂଘମ ମାଧ୍ୟମରେ ମାଓବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ପରେ ୨୦୨୧ ରେ PLGA ବାଟାଲିୟନରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଆରମ୍ଭରେ ବାଡିସେ ଦେବାଙ୍କ ଆତ୍ମସମର୍ପଣ ପରେ ସେ ଏହି ବାଟାଲିୟନର ମୁଖ୍ୟ ଦାୟିତ୍ୱ ନେଇଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବିପୁଳ ପରିମାଣର ମାରଣାସ୍ତ୍ର ପୋଲିସକୁ ପ୍ରଦାନ କରିଛନ୍ତି। ସେମାନେ ମୋଟ ୩୬ଟି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ୫ଟି ଏକେ ସିରିଜ୍ ରାଇଫଲ, ୪ଟି ଏସଏଲଆର (SLR), ୩ଟି ଇନ୍ସାସ୍ (INSAS) ରାଇଫଲ, ଏବଂ ୬ଟି ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର ରହିଛି। ଏହା ବ୍ୟତୀତ ସେମାନେ ୮୦୦ ଗ୍ରାମ୍ ସୁନା (୧୦୦ ଗ୍ରାମର ୮ଟି ବିସ୍କୁଟ୍) ମଧ୍ୟ ହସ୍ତାନ୍ତର କରିଛନ୍ତି। ଏହା ମାଓବାଦୀଙ୍କ ଜରୁରୀକାଳୀନ ପାଣ୍ଠି ଏବଂ ଅପରେସନାଲ ରିଜର୍ଭ ବୋଲି ଅନୁମାନ କରାଯାଉଛି।

ଏହି ଆତ୍ମସମର୍ପଣ ପ୍ରକ୍ରିୟାରେ ବରିଷ୍ଠ ଡିଭିଜନାଲ୍ କମିଟି ସଦସ୍ୟ, ଏରିଆ କମିଟି ନେତା, ପ୍ଲାଟୁନ୍ କମାଣ୍ଡର ଏବଂ କ୍ୟାଡରମାନେ ମଧ୍ୟ ସାମିଲ ଅଛନ୍ତି। ଏଥିରେ ମାଡାଭି ମାଡା ଓରଫ ରବୀନ୍ଦ୍ର, ପୁନେମ୍ ସୁକ୍କୁ, ହେମଲା ଲାଚି ଓରଫ ଶୀଲା ଏବଂ ସୋଡି ଭୀମା ଓରଫ ରଞ୍ଜିତ ଭଳି ପ୍ରମୁଖ ନେତା ଅନ୍ତର୍ଭୁକ୍ତ। ଏହା ସହିତ ଏକାଦଶ ବାଟାଲିୟନ୍ ସହିତ ଜଡିତ ଜଣେ ତାଲିମପ୍ରାପ୍ତ ମାଓବାଦୀ ଡାକ୍ତର ମଧ୍ୟ ଆତ୍ମସମର୍ପଣ କରିଛନ୍ତି, ଯାହା ମାଓବାଦୀଙ୍କ ମେଡିକାଲ୍ ଏବଂ ଲଜିଷ୍ଟିକ୍ ନେଟୱାର୍କର ପତନକୁ ସୂଚାଉଛି।

ଚଳିତ ବର୍ଷ ତେଲେଙ୍ଗାନାରେ ଏକାଧିକ ହାଇ-ପ୍ରୋଫାଇଲ୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ ଜାନୁଆରୀ ୨ ରେ ବାଡିସେ ଦେବା ତାଙ୍କର ୧୧ ଜଣ ସାଥୀଙ୍କ ସହ, ଫେବୃଆରୀ ୨୨ ରେ ବରିଷ୍ଠ ନେତା ଥିପ୍ପିରି ତିରୁପତି ୨୦ ଜଣ କ୍ୟାଡରଙ୍କ ସହ ଏବଂ ମାର୍ଚ୍ଚ ୭ ତାରିଖରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଉପସ୍ଥିତିରେ ୧୩୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହି ଘଟଣାକ୍ରମେ ତେଲେଙ୍ଗାନା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସଂଗଠିତ ସାମରିକ ବାହିନୀ ଭାବରେ ସକ୍ରିୟ ଥିବା ମାଓବାଦୀ ସଙ୍ଗଠନକୁ ଏକ ଶକ୍ତ ଧକ୍କା ଲାଗିଛି।

ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା
ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ମାଓ ସଂଗଠନକୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ଦୀର୍ଘ ବର୍ଷ ଧରି ସଂଗଠନରେ ସକ୍ରିୟ ଥିବା ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା ଓରଫ ଚନ୍ଦ୍ରା ନିଜର ୩୨ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୬୧ ବର୍ଷୀୟା ନଭତା ସ୍ୱାସ୍ଥ୍ୟଗତ କାରଣ ଏବଂ ସରକାରୀ ଚାପ ଯୋଗୁଁ ଜଙ୍ଗଲ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

ସାମ୍ବାଦିକତାରୁ ମାଓ ସଂଗଠନ

ଚାଲାସାନି ନଭତାଙ୍କ ଜୀବନ ଯାତ୍ରା ବେଶ ଚର୍ଚ୍ଚାସ୍ପଦ। ସେ ମାଓ ସଂଗଠନରେ ଯୋଗ ଦେବା ପୂର୍ବରୁ ଜଣେ ଦକ୍ଷ ସାମ୍ବାଦିକା ଭାବେ କାର୍ଯ୍ୟ କରୁଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ପିତା ସ୍ୱର୍ଗତ ଚାଲସାନୀ ପ୍ରସାଦ ଜଣେ ଜଣାଶୁଣା ଲେଖକ ତଥା କମ୍ୟୁନିଷ୍ଟ ଚିନ୍ତାଧାରାର ବ୍ୟକ୍ତି ଥିଲେ। ପିତାଙ୍କ ଆଦର୍ଶ ଓ ଲେଖା ଦ୍ୱାରା ପ୍ରଭାବିତ ହୋଇ ନଭତା ବିପ୍ଳବୀ ରାସ୍ତା ବାଛି ନେଇଥିଲେ। ତାଙ୍କ ସ୍ୱାମୀ କେ.ଭି ବାଲା କ୍ରିଷ୍ଣା ଜଣେ ଆଇନଜୀବୀ ଅଟନ୍ତି। ମାଓ ସଂଗଠନରେ ସେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

ନଭତାଙ୍କ ନାମରେ ସରକାର ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ତାଙ୍କ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଡିଭିସିଏମ ସଦସ୍ୟଙ୍କ ନାମରେ ୮ ଲକ୍ଷ ଏବଂ ପାର୍ଟି ମେମ୍ବରଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଆତ୍ମସମର୍ପଣ କରିଥିବା ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ କୁଡେମ କହ୍ନେୟା, ହେମଲା ସନ୍ନୁ, ମୋଡିୟମ ସୁଖରାମଙ୍କ ଭଳି ଅନେକ ସକ୍ରିୟ ମାଓବାଦୀ ରହିଛନ୍ତି।

ଗତ କିଛି ଦଶନ୍ଧି ଧରି ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ମାଓବାଦୀଙ୍କ ଦବଦବା ରହିଥିଲା। ମାତ୍ର ସୁରକ୍ଷା ବାହିନୀର କ୍ରମାଗତ ଅପରେସନ ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତି ଯୋଗୁଁ ବହୁ ବଡ଼ ବଡ଼ ନେତା ଏବେ ସଂଗଠନ ଛାଡୁଛନ୍ତି। ନଭତାଙ୍କ ଭଳି ଜଣେ ଶିକ୍ଷିତ ତଥା ଅଭିଜ୍ଞ ନେତ୍ରୀଙ୍କ ଆତ୍ମସମର୍ପଣ ମାଓ ସଂଗଠନର ଆଦର୍ଶଗତ ଓ ରଣନୈତିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ବୟସାଧିକ୍ୟ ଯୋଗୁଁ ଜଙ୍ଗଲରେ ଚଳପ୍ରଚଳ କରିବା କଷ୍ଟକର ହେଉଥିବାରୁ ସେ ଶାନ୍ତିର ପଥ ବାଛିଛନ୍ତି ବୋଲି ସୂଚନା ମିଳିଛି।

ପୁଲିସକୁ ବଡ଼ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪୧ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପୁରସ୍କାର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଠାରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଦେଇ ଏକକାଳୀନ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ପୁଲିସ ନିକଟରେ ଏହି ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାମରେ ମୋଟ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ଆତ୍ମସମର୍ପଣ କରିଥିବା ୪୧ ଜଣଙ୍କ ମଧ୍ୟରେ ୨୪ ଜଣ କୁଖ୍ୟାତ ମାଓବାଦୀ ରହିଛନ୍ତି। ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ମୋଟ ୨୪ଟି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଯଥା ବନ୍ଧୁକ, ବିଜିଏଲ ଲଞ୍ଚର ଏବଂ ବିସ୍ଫୋରକ ସାମଗ୍ରୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ୭୩୩ଟି ଗୁଳି ମଧ୍ୟ ଜମା ଦିଆଯାଇଛି। ଏମାନେ ଅତୀତରେ ବହୁ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ନିକଟରେ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସମୟରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ବଡ଼ ବଡ଼ ମାଓ ନେତାଙ୍କ ମୃତ୍ୟୁ ଏବଂ କୁମ୍ବିଂ ଅପରେସନ ଯୋଗୁଁ ସଙ୍ଗଠନ ନେତୃତ୍ୱହୀନ ହୋଇପଡ଼ିଛି। ଫଳରେ ତଳିଆ କର୍ମୀମାନେ ସଙ୍ଗଠନ ଉପରୁ ଆସ୍ଥା ହରାଇ ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଆଜି ଏତେ ସଂଖ୍ୟକ ମାଓବାଦୀ ହିଂସା ଛାଡି ଶାନ୍ତିର ବାଟ ବାଛିଛନ୍ତି। ସରକାରୀ ନୀତି ଅନୁଯାୟୀ, ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ତୁରନ୍ତ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ସେମାନଙ୍କୁ ଥଇଥାନ ନୀତି ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।