Malakangiri - The Sakala

ମାଲକାନଗିରି ରାଖେଲଗୁଡ଼ା ହତ୍ୟାକାଣ୍ଡ ଘଟଣା: ପୋଲିସକୁ ମିଳିଲା ମହିଳାଙ୍କ କଟାମୁଣ୍ଡ
ମାଲକାନଗିରି: ପୋଲିସକୁ ମିଳିଲା ମହିଳାଙ୍କ କଟାମୁଣ୍ଡ । ମାଲକାନଗିରି ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୋଲିସକୁ ମିଳିଛି କଟାମୁଣ୍ଡ । କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ କଟାମୁଣ୍ଡ ଜବତ ହୋଇଛି । ଘଟଣାସ୍ଥଳରେ କାଲିମେଳା ପୋଲିସର ତଦନ୍ତ ଜାରି ରହିଛି । ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ପୋଲିସକୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ମୃତଦେହ ଠାରୁ ପ୍ରାୟ ୪୦ କି.ମି ଦୂରରେ ମିଳିଛି କଟାମୁଣ୍ଡ । ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରିଛି ପୋଲିସ । କଟାମୁଣ୍ଡ ମିଳୁ ନଥିବାରୁ ଏମ୍‌ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା ।

ସୂଚନା ଥାଉକି, କିଛି ଦିନ ତଳେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା, ଲାକେ ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ମୃତଦେହର ମୁଣ୍ଡ ନଥିଲା, ଥିଲା କେବଳ ଗଣ୍ଡି । ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ । ତେବେ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । ପ୍ରତିବାଦରେ ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରିଥିଲେ । ଅନେକ ଘରେ ନିଆଁ ଲଗାଇଦେଇଥିଲେ ।

ସେପଟେ ସ୍ବାଭାବିକ ହେଉଛି ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ା । ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତଙ୍କର ଦାବି ଶୁଣିଥିଲେ ଜିଲ୍ଲାପାଳ। ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ବିଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିନାହିଁ। ପୋଲିସ-ପ୍ରଶାସନ ଉପସ୍ଥିତିରେ ୫ ଦିନ ପରେ ମୃତ ମହିଳାଙ୍କ ହେଲା ଅନ୍ତିମ ସତ୍କାର କରାଯାଇଛି। ବିଏନଏସ ୧୬୩ ଲାଗୁ ରହିଥିବାବେଳେ ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ
ଭୁବନେଶ୍ବର: ମାଲକାନାଗିରିରେ ତେଜୁଛି ଉତ୍ତେଜନା। ବନ୍ଦ କରାଗଲା ଇଣ୍ଟରନେଟ୍ ସେବା। ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏମଭି-୨୬ ଓ ରାଖେଲଗୁଡା ଗାଁରେ ଗଣ୍ଡୋଗଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

ମାଓବାଦୀଙ୍କ ବର୍ବରକାଣ୍ଡ; ପୋଲିସ ଇନଫରମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା
ମାଲକାନଗିରି: ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫରମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଦୁଇ ଜଣ ହେଲେ କାୟର ଦୁଲେଡ ଗ୍ରାମର ସୋଡ଼ି ହୁଙ୍ଗା ଏବଂ ମଦବୀ ନନ୍ଦା । ଛତିଶଗଡ ସୁକୁମା ଜିଲ୍ଲା ଦୁଲେଡ ଗାଁରେ ମାଓବାଦୀ ଘଟାଇଛନ୍ତି ଏହି ହତ୍ୟାକାଣ୍ଡ । ମାଓବାଦୀଙ୍କ ପାମେଡ ଏରିଆ କମିଟି ହତ୍ୟା ଘଟଣାରେ ସଂପୃକ୍ତ ଥିବା ସୂଚନା । ଘଟଣା ସମ୍ପର୍କରେ ଅଧିକ ଛାନବିନ କରୁଛି ସୁକମା ପୋଲିସ ।

ମାଲକାନଗିରି ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ; ୧.୬ ଗ୍ରାମ ବ୍ରାଉନସୁଗାର ସହ ୫୦ କେ.ଜି ଗଞ୍ଜେଇ ଜବତ, ୬ ଗିରଫ
ମାଲକାନଗିରି: ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । କାଲିମେଳାରୁ ଜବତ ହେଲା ଧଳା ଜହର ଓ ଗଞ୍ଜେଇ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନଂ ଜାତୀୟ ରାଜପଥର ପୁଲିମେଟଲା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରିବାରୁ ଏଥିରେ ଆଉ ୨ ଜଣଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା। ସେମାନେ ମାଲକାନଗିରି ବସଷ୍ଟାଣ୍ଡ ନିକଟ ଏକ ଲଜ୍‌ରେ ରହୁଥିଲେ। ପୋଲିସ ସେଠାରେ ଚଢାଉ କରିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି।

କାଳିମେଳା ପୁଲିସ ୬ ଜଣ ଅପରାଧୀ ସମେତ ୫୦କେ.ଜି ଗଞ୍ଜେଇ ସହ ୧.୬ ଗ୍ରାମର ବ୍ରାଉନ ସୁଗାର ଏବଂ ଦୁଇଟି କାର ଏବଂ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବଦ କରିଛି । ତେବେ ୫ ଅଭିଯୁକ୍ତଙ୍କ ଘର ବାହାର ରାଜ୍ୟରେ ହୋଇଥିବାବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।

ମାଲକାନଗିରିରେ କମ୍ବିଂ ଅପରେସନବେଳେ ମାଓକ୍ୟାମ୍ପ ଠାବ, ରକେଟ ଲଞ୍ଚର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜଙ୍ଗଲରେ ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ମାଓ କ୍ୟାମ୍ପ ଠାବ ହୋଇଛି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଯବାନମାନେ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କୁମିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ଡମ୍ପ ଖୋଜି ବାହାର କରିଥିଲେ । ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଯବାନମାନେ । ପରେ ଅତି ସତର୍କତାର ସହ ଡମ୍ପ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ୪ଟି ବନ୍ଧୁକ ୪୨ଟି ଗୁଳି ଭର୍ତ୍ତି ହୋଇଥିବା କେଟରିଜ, ୧୬ଟି ହେଣ୍ଡ ଗ୍ରେନେଡ, ୨ଟି ମୋଟର ବୋମା, ଗୋଟିଏ ରକେଟ ଲଞ୍ଚର, ଏଲଏମଜି ଗୁଳି, ୨୯ଟି ଜିଲୋଟିନ ଷ୍ଟିକ୍, ୩୦ଟି ଇଲେକ୍ଟ୍ରୋନିକ୍ ଡିଟୋନିଟର । ପୂର୍ବରୁ ଏହିସବୁ ଅଞ୍ଚଳ ମାଓବାଦୀଙ୍କ ଚରା ଭୁଇଁ ହୋଇଥିବା ବେଳେ ଜଙ୍ଗଲ ଭିତରେ ସୁରକ୍ଷିତ ଅବସ୍ଥାରେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲେ । ହେଲେ ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ଆସିବା ପରେ ପଛଘୁଞ୍ଚା ଦେଇଛି ଲାଲ୍ ବାହିନୀ ।

ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ଯବାନ ସହିଦ, ୨ ଜଣ ଗୁରୁତର
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି । ଗୁଳିମାଡରେ ୨ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି । ମାଓବାଦୀଙ୍କ ଆମ୍ବୁସରେ ଯବାନମାନେ ଫସି ଯାଇଥିବା ଜଣାପଡିଛି । ସହିଦ ହୋଇଥିବା ୩ ଜଣ ଯବାନଙ୍କ ନାମ ଏଏସ୍‌ଆଇ ରଘୁରାମ ଦାସ, କନେଷ୍ଟବଳ କୁଞ୍ଜମ ଯୋଗା, ଭଞ୍ଜାମା ଭୀମା ବୋଲି ଜଣାପଡିଛି । କୁନ୍ଦେର ଓ ଜାଗରମୁଣ୍ଡା ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲା । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ମାଓବାଦୀଙ୍କ ଗୁଳିରେ ୩ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।

ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ, ଅଭିଯୁକ୍ତ ଥାନାରେ ଅଟକ
ମାଲକାନଗିରି: ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ । ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟରେ । ପିଅନ ନରେଶ କ୍ଷତ୍ରିୟଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀ ନିରାକାର ସେଠୀ ମୃତୁ ବରଣ କରିଛନ୍ତି । ଅଭିଯୁକ୍ତ ନରେଶ କ୍ଷତ୍ରିୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ପୁଲିସ ପ୍ରାଥମିତ ତଦନ୍ତରୁ ଜାଣିବାକୁ ପାଇଛି ।

ଟ୍ରକ୍ -ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ମୃତ ଓ ଜଣେ ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି -୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାରୁ ଜଣାପଡିଛି ଯେ, ଏକ ଟ୍ରକ ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ବାଇକଟି ମାଲକାନଗିରି ଅଭିମୁଖେ ଆସୁଥିଲା। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତକ ଦୁଇଜଣଙ୍କୁ ଗ୍ରାମବାସୀ ରାସ୍ତା ଉପରେ ରଖିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ହେଲେ ଏମଭି ୩୬ ଗ୍ରାମର ଦୀପକ ବିଶ୍ୱାସ (୫୦) ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ ( ୪୨ )ଗୁରୁତର ମହିଳାଙ୍କ ନାମ ସାଧନା ଦାସ (୩୩ ) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଲିମେଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ମାଲକାନଗିରିରେ ପ୍ରବଳ ବର୍ଷା : କୋରକୋଣ୍ଡା ପୋଲ ଉପରେ ପାଣି, ଯାତାୟାତ ବନ୍ଦ
ମାଲକାନଗିରି: ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ଵରେ ବହୁ ଗାଡ଼ିମୋଟର ଅଟକି ରହିଛି । ଶହ ଶହ ଲୋକେ ଫସି ରହିଛନ୍ତି । ମାଲକାନଗିରି ଓ ବାଲିମେଳା ଭିତରେ କୋରକୋଣ୍ଡା ପୋଲ ହିଁ ଲୋକଙ୍କ ଲାଇଫଲାଇନ୍ । ଲଗାଣ ବର୍ଷାରେ ବଢ଼ି ଆସିଥିବାରୁ କୋରକୋଣ୍ଡା ପୋଲ ବୁଡ଼ିଥିବାରୁ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତି ଉପରେ ନଜର ରଖିଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ ।

ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ
ମାଲକାନଗିରି: ମାଲକାନଗିରି ଗସ୍ତରେ ଡିଜିପି ଅଭୟ । ମାଲକାନଗିରି ଜିଲ୍ଲା ଟେମୁରପାଲି ମାଓପ୍ରବଣ ଅଞ୍ଚଳ, ମାଲକାନଗିରି ବିଏସଏଫ କ୍ୟାମ୍ପ, ଜିଲ୍ଲା ପୁଲିସ କାର୍ଯ୍ୟଳୟ ପରିଦର୍ଶନ କରି ମାଓ ସମସ୍ୟା ସମ୍ପର୍କରେ ଉଚ୍ଚ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କଲେ ଡିଜିପି। ଏହି ଅବସରରେ ପୋଲିସ ଡିଜି ଅଭୟଙ୍କ ନିକଟକରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ।

ଆତ୍ମସମର୍ପଣ କରିଥିବା ମାଓବାଦୀ ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା । ବହୁ ଦିନରୁ ଏମାନେ ମାଓ ସଂଗଠନରେ ଜଡିତ ଥିଲେ । ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଆତ୍ମସମର୍ପଣ କରିଛନ୍ତି ସରିତା ଓ ରାଇଧର ।

କଇଁଛ ଚୋରା ଚାଲାଣ: ବନ ବିଭାଗର ଚଢାଉ, ୧୫୦ ଜୀବନ୍ତ କଇଁଛ ଉଦ୍ଧାର
କାଲିମେଳା: ଆଗରୁ ବିଭିନ୍ନ ଜିନିଷ ଚୋରା ଚାଲାଣ ହେଉଥିବ ବେଳେ ଏବେ କଇଁଚ ଚୋରା ଚାଲାଣ ହେଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ରେ ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ୍‌ କରାଯାଇଛି। ଚଡ଼ାଉ ସମୟରେ ଚାଲାଣକାରୀଙ୍କ ଠାରୁ ୧୫୦ଟି ଜୀଅନ୍ତା କଇଁଛ ଉଦ୍ଧାର କରାଯାଇଥିବା ବେଳେ ୨ଟି ବାଇକ ଜବତ କରାଯାଇଛି।

ଆନ୍ଧ୍ର ଜଙ୍ଗଲରୁ କଇଁଛ ଆଣି କାଲିମେଳା ଟିଗଲ ପଞ୍ଚାୟତର ଏମପିଭି-୬୫ରେ ବିକ୍ରି ପାଇଁ ଡିଲ୍‌ ବେଳେ ଚଢାଉ କରିଥିଲା ବନ ବିଭାଗ। ଚୋରାଚାଲାଣରେ କିଛି ଆନ୍ତଃରାଜ୍ୟ ମାଫିଆ ଓ ସ୍ଥାନୀୟ ବ୍ୟବସାୟୀ ସାମିଲ ଥିବା ସନ୍ଦେହ କରାଯାଉଛି। ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ବନ ବିଭାଗ।

ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ, ବହୁ ମାଓ ସାମଗ୍ରୀ ଜବତ
ମାଲକାନଗିରି : ପୋଲିସ ଗୁଳିରେ ଟଳିଲା ଜଣେ ଦୁର୍ଦାନ୍ତ ମାଓବାଦୀର ମୁଣ୍ଡ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ ପ୍ରଚୁର ପରିମାଣର ମାଓ ସାମଗ୍ରୀ ଯେପରି ବିସ୍ଫୋରକ, ଗୋଟିଏ ଦେଶୀ ବନ୍ଧୁକ, ୨ଟି ଲ୍ୟାଣ୍ଡମାଇନ, ୫ଟି ଗ୍ରେନେଡ, କିଛି ଜିଲୋଟିନ ଷ୍ଟିକ, ମାଓବାଦୀଙ୍କ କିଟ ବ୍ୟାଗ, ପୋଷାକ ଜବତ ହୋଇଛି ।

ଛତିଶଗଡ କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ମାଓବାଦୀମାନେ ଏକ ଶିବିର କରି ରହିଥିଲେ । ଏହି ସୂଚନା ଡିଆରଜି ବାହିନୀ ପାଇବା ପରେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା ।