Human Trafficking - The Sakala

ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ: ଆତଙ୍କବାଦୀ ଲିଙ୍କର ମିଳିଲାନି ପ୍ରମାଣ
ଭାରତରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ କରାଇବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତ ବେଳେ ଅଭିଯୁକ୍ତଙ୍କର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ଥିବାର ପ୍ରମାଣ ମିଳିନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ଆତଙ୍କବାଦୀ ଲିଙ୍କର ନାହିଁ ପ୍ରମାଣ

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ, ସୀମା ପାର୍ ହୋଇ ଆତଯାତ ହେବା ବେଆଇନ କାର୍ଯ୍ୟକଳାପ ଆଡ଼କୁ ଇଙ୍ଗିତ କରିପାରେ, କିନ୍ତୁ କେବଳ ଏହି କାରଣରୁ ଏହାକୁ କୌଣସି ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ବୋଲି ଦାବି କରାଯାଇପାରିବ ନାହିଁ। ଅଭିଯୁକ୍ତ ଜଣକ ଗତ ୧୦ ବର୍ଷରୁ ଅଧିକ ସମୟ ଧରି ବେଙ୍ଗାଲୁରୁରେ ବସବାସ କରି ଆସୁଥିଲେ ଏବଂ ତାଙ୍କର କୌଣସି ଆତଙ୍କବାଦୀ ଲିଙ୍କ୍ ମିଳିନାହିଁ।

ମାନବ ଚାଲାଣ ନେଟୱାର୍କର ଥିଲା ଅଭିଯୋଗ

ଆବେଦନକାରୀ ନିଜେ ଜଣେ ବାଂଲାଦେଶୀ ନାଗରିକ ଏବଂ ସେ ବାଂଲାଦେଶ ତଥା ମିଆଁମାରରୁ ଭାରତକୁ ମାନବ ଚାଲାଣ କରୁଥିବା ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗର ସଦସ୍ୟ ବୋଲି ତାଙ୍କ ନାମରେ ଅଭିଯୋଗ ରହିଛି। ତାଙ୍କୁ ଗତ ୭ ନଭେମ୍ବର ୨୦୨୩ରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଥିଲେ। ଏହି ମାମଲାରେ ଅନ୍ୟ ଜଣେ ସହ-ଅଭିଯୁକ୍ତଙ୍କୁ ମଧ୍ୟ ମେ ୨୦୨୫ରେ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଛି।

କଡ଼ା ସର୍ତ୍ତ ସହ ମିଳିଲା ଜାମିନ

ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ଅଭିଯୁକ୍ତଙ୍କ କାର୍ଯ୍ୟକଳାପ ଉପରେ କଟକଣା ଲଗାଯିବ, କିନ୍ତୁ ତାଙ୍କୁ ଜାମିନ ପ୍ରଦାନ କରାଯିବ। ଭାରତରେ ଆବେଦନକାରୀଙ୍କର କୌଣସି ସ୍ଥାୟୀ ବାସସ୍ଥାନ ନଥିବାରୁ ତାଙ୍କୁ କିଛି କଡ଼ା ସର୍ତ୍ତ ସହ ଜାମିନ ଦିଆଯାଇଛି।

ସର୍ତ୍ତ ଅନୁଯାୟୀ, ଆବେଦନକାରୀଙ୍କୁ ନିଜର ବର୍ତ୍ତମାନର ଠିକଣା ସ୍ଥାନୀୟ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଫିସରେ ଜମା କରିବାକୁ ପଡ଼ିବ। ଏନଆଇଏ ଏହି ଠିକଣା ଯାଞ୍ଚ କରିବା ସହ ଘର ମାଲିକଙ୍କ ବୟାନ ରେକର୍ଡ କରିବ। ଏହା ସହିତ ପ୍ରତି ଶନିବାର ଅଭିଯୁକ୍ତଙ୍କୁ ଏନଆଇଏ କାର୍ଯ୍ୟାଳୟରେ ହାଜରା ପକାଇବାକୁ ପଡ଼ିବ। କେବଳ ବେଙ୍ଗାଲୁରୁରେ ଥିବା ଏନଆଇଏର ସର୍ବୋଚ୍ଚ ଅଧିକାରୀ ତାଙ୍କୁ ଏହି ହାଜରାରୁ ଛାଡ଼ ଦେଇପାରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ
ଗୁଜୁରାଟ ପୋଲିସର ସିଆଇଡି (CID) କ୍ରାଇମ ବ୍ରାଞ୍ଚ ଏକ ବଡ଼ ଅନ୍ତର୍ଜାତୀୟ ମାନବ ଚାଲାଣ ଏବଂ ସାଇବର ଠକେଇ ର୍ୟାକେଟର ପର୍ଦ୍ଦାଫାଶ କରିଛି। ବିଦେଶରେ ଉଚ୍ଚ ବେତନର ଚାକିରି ଲୋଭ ଦେଖାଇ ଭାରତୀୟ ଯୁବକମାନଙ୍କୁ ‘ସାଇବର ଦାସତ୍ୱ’ (Cyber Slavery) ପାଇଁ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଦୁଇଜଣ ଏଜେଣ୍ଟଙ୍କୁ ଗିରଫ କରିଛି। ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

କିଏ ଏହି ଦୁଇ ଅଭିଯୁକ୍ତ?

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ କୌଶିକ ପେଥାନୀ (ଅମରେଲି) ଏବଂ ଧ୍ରୁବ ଡୋବାରିୟା (ସୁରତ)। ପୋଲିସ ସୂଚନା ଅନୁଯାୟୀ, କୌଶିକ ପେଥାନୀ ସାଇବର ଅପରାଧ ଜଗତରେ ‘ଅଲି ବାବା’ ନାମରେ ପରିଚିତ ଥିଲା। ଏମାନେ ମୁଖ୍ୟତଃ ଗୁଜୁରାଟ ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟରୁ ବେକାର ଯୁବକମାନଙ୍କୁ ଟାର୍ଗେଟ କରୁଥିଲେ।

କିପରି ଚାଲୁଥିଲା ଠକେଇର ଜାଲ?

ଏହି ଦଲାଲମାନେ ସୋସିଆଲ ମିଡିଆ (ଯେପରିକି ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ) ଜରିଆରେ ଯୁବକମାନଙ୍କ ସହ ଯୋଗାଯୋଗ କରୁଥିଲେ। ସେମାନଙ୍କୁ କାମ୍ବୋଡିଆ, ମ୍ୟାନ୍ମାର ଏବଂ ଲାଓସ୍ ଭଳି ଦେଶରେ ‘ଡାଟା ଏଣ୍ଟ୍ରି’ କିମ୍ବା ଆଇଟି କମ୍ପାନୀରେ ଚାକିରି ଦେବା ନାଁରେ ପ୍ରଲୋଭିତ କରାଯାଉଥିଲା। ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ନକଲି ଇଣ୍ଟରଭ୍ୟୁ ଏବଂ ଟାଇପିଂ ଟେଷ୍ଟ ମଧ୍ୟ କରାଉଥିଲେ। ପ୍ରତ୍ୟେକ ଯୁବକଙ୍କଠାରୁ ବିଦେଶ ପଠାଇବା ପାଇଁ ୭୦ ହଜାରରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା।

ବିଦେଶ ମାଟିରେ ନର୍କ ଯନ୍ତ୍ରଣା

ଥରେ ଯୁବକମାନେ ବିଦେଶରେ ପହଞ୍ଚିବା ପରେ ସେମାନଙ୍କ ପାସପୋର୍ଟ ଏବଂ ମୋବାଇଲ୍ ଛଡ଼ାଇ ନିଆଯାଉଥିଲା। ସେମାନଙ୍କୁ ଏକ ବନ୍ଦ କୋଠରୀରେ ରଖି ଚୀନ ସାଇବର ମାଫିଆଙ୍କ ନିର୍ଦ୍ଦେଶରେ ସାଇବର ଠକେଇ କରିବାକୁ ବାଧ୍ୟ କରାଯାଉଥିଲା। ଯଦି କେହି ଏହି ଅପରାଧ କରିବାକୁ ମନା କରୁଥିଲେ, ତେବେ ସେମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା। ଏହି ଯୁବକମାନଙ୍କୁ ବ୍ୟବହାର କରି ଭାରତୀୟ ନାଗରିକଙ୍କ ସହ କ୍ରିପ୍ଟୋକରେନ୍ସି ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଭଳି ଅପରାଧ କରାଯାଉଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ

ଗୁଜୁରାଟ ସାଇବର ସେଣ୍ଟର ଅଫ୍ ଏକ୍ସିଲେନ୍ସର ଏସପି ବିବେକ ଭେଡା କହିଛନ୍ତି ଯେ, ଗୁଇନ୍ଦା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ର୍ୟାକେଟର ଚେର ଆହୁରି ଗଭୀରକୁ ଯାଇଥିବା ଆଶଙ୍କା କରାଯାଉଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ପୋଲିସ ଜନସାଧାରଣଙ୍କୁ ସତର୍କ କରାଇ କହିଛି ଯେ, ବିଦେଶରେ ଚାକିରି ନାଁରେ ଆସୁଥିବା ଏଭଳି ପ୍ରଲୋଭନରୁ ଦୂରେଇ ରୁହନ୍ତୁ।

ସ୍ୱାମୀ ସାଜିଲା ସଇତାନ: ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି, ୭ ବର୍ଷ ହେଲା ଦୁବାଇରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ମହିଳା
ଟଙ୍କା ଲୋଭରେ ସ୍ୱାମୀ ନିଜ ସ୍ତ୍ରୀକୁ ବିକ୍ରି କରିଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଦୀର୍ଘ ୭ ବର୍ଷ ହେବ ଦୁବାଇରେ ବନ୍ଧା ପଡ଼ି ନରକ ଯନ୍ତ୍ରଣା ଭୋଗୁଛନ୍ତି ଜଣେ ଓଡ଼ିଆ ମହିଳା। ପୀଡ଼ିତା ଜଣକ ହେଲେ ହସ୍ତା ବିଶି। ନିଜର ଦୁର୍ଦ୍ଦଶା ବଖାଣି ଏକ ଭିଡିଓ ଜାରି କରିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ କାକୁତି ମିନତି କରିଛନ୍ତି।

ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ତିନି ଝିଅଙ୍କୁ ହସ୍ତାଙ୍କ ବୃଦ୍ଧ ବାପାମାଆଙ୍କ ପାଖରେ ଗାଁରେ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଫେରି ଯାଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୁମ୍ବାଇ ଫେରିବା ପରେ ସ୍ୱାମୀ ପ୍ରେମା ମହାନନ୍ଦ କିଛି ଟଙ୍କା ଲୋଭରେ ହସ୍ତାଙ୍କୁ ଏକ ପରିବାର ହାତରେ ଟେକି ଦେଇଥିଲେ। ପରେ ସମ୍ପୃକ୍ତ ପରିବାର ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ଚାଲାଣ କରି ଦେଇଥିଲେ। ଘରୁ ଗୋଡ଼ କାଢିବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ହସ୍ତା ଥରୁଟିଏ ବି ଘରକୁ ଫେରି ନାହାନ୍ତି। ବୃଦ୍ଧ ବାପାମାଆ କେତେବେଳେ ଝିଅ ହସ୍ତାକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ତ ଆଉ କେତେବେଳେ କାନ୍ଦି କାନ୍ଦି ନିଜ ମା’କୁ ଦେଖିବାକୁ ବିକଳ ହେଉଛନ୍ତି ତିନି ଝିଅ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇ ଯୁବତୀଙ୍କୁ ଦୁବାଇରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ହାଇଦରାବାଦରେ ବିକ୍ରି, ‘ଲଭ୍‌ ଜିହାଦ’ ଅଭିଯୋଗ ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଲଭ୍‌ ଜିହାଦ’ ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଟାଉନ୍‌ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏହି ଅଭିଯୋଗ ଆଣି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ସଇଜୁଦ୍ଦିନ୍‌ ଭଲ ପାଇବା ନାମରେ ଭିନ୍ନ ସମ୍ପ୍ରଦାୟର ଯୁବତୀମାନଙ୍କୁ ପ୍ରଲୋଭିତ କରି ବିବାହ କରୁଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ସାଲେପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ଏହି ବିବାହ ପାଇଁ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ୧୦ଲକ୍ଷ ଟଙ୍କା ମିଳିଛି। ପରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ନାଗପୁରା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ କରିଛନ୍ତି। ଏହି ବିବାହ ବାବଦରେ ମଧ୍ୟ ୧୦ଲକ୍ଷ ଟଙ୍କା ପାଇଛନ୍ତି। ବିବାହ କରିଥିବା ଜଣେ ଯୁବତୀଙ୍କୁ ସଇଜୁଦ୍ଦିନ ହାଇଦରାବାଦ ନେଇ ସେଠାରେ ବିକ୍ରି କରିଦେଇଥିବା ସନ୍ଦେହ ରହିଛି ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି ଯେ ଅଭିଯୋଗ ପରେ ସଇଜୁଦ୍ଦିନ୍‌ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ସେ ଫେରାର ହୋଇଯାଇଛନ୍ତି। ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସାହୁ କହିଛନ୍ତି। ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ପୁଲିସ୍‌ର ଏକ ଟିମ୍‌ ହାଇଦରାବାଦ ଯାଇ ତଥ୍ୟ ସଂଗ୍ରହ କରୁଛି।