Lightning Strike - The Sakala

ବିଶ୍ୱର ଏପରି ଏକ ସ୍ଥାନ ଯେଉଁଠି ମାରିଥାଏ ସବୁଠୁ ଅଧିକ ବିଜୁଳି...
ବିଶ୍ୱରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାରେ ପ୍ରତ୍ୟେକ ରାତିରେ ଶହ ଶହ ଥର ବିଜୁଳି ମାରିଥାଏ। ଏହି ସ୍ଥାନଟି ହେଉଛି କେଟାଟୁମ୍ବୋ ଲାଇଟ୍‌ନିଂ। ଏହା ଭେନେଜୁଏଲାର ଜୁଲିଆ ରାଜ୍ୟରେ ଅବସ୍ଥିତ । ଏଠାରେ କେଟାଟୁମ୍ବୋ ନଦୀର ସଙ୍ଗମ ବା ମିଳନ ମିରାକାଇବୋ ହ୍ରଦ ସହ ହୋଇଛି। ଏହି ଅଞ୍ଚଳର ଭୌଗୋଳିକ ସଂରଚନା ଏବଂ ଜଳବାୟୁ ଏତେ ନିଆରା ଯେ, ଏହି ସ୍ଥାନ ବିଜୁଳି ଓ ବଜ୍ରପାତ ଲାଗି ପରିଚିତ।

ସେହିପରି ଏଠାକାର ଦୃଶ୍ୟ କୌଣସି ଫିଲ୍ମ ସେଟ୍‌ଠାରୁ କମ୍ ନୁହେଁ। କୋଟାଟୁମ୍ବୋ ଲାଇଟନିଂ ଅଞ୍ଚଳରେ ବର୍ଷକୁ ପ୍ରାୟ ୨୮୦ ରାତି ବିଜୁଳି ମାରେ ବୋଲି ବିଶେଷଜ୍ଞମାନେ କହନ୍ତି। କେବଳ ସେତିକି ନୁହେଁ, ଗୋଟିଏ ରାତିରେ ପ୍ରାୟ ୧୦ ଘଣ୍ଟା ବିଜୁଳି ମାରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ତେଣୁ ଏଥିରୁ ଏକପ୍ରକାର ଏହି କଥା ସ୍ପଷ୍ଟ ହେଉଛି ଯେ, ଏଠାକାର ଆକାଶ କେବେ ବି ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇ ନ ଥାଏ। ଗୋଟିଏ ରାତିରେ ଏଠାରେ  ୧୦୦ରୁ ୩୦୦ ଥର ବିଜୁଳି ମାରିବାର ନଜିର ରହିଛି। ଏହି କାରଣରୁ  ଏହାକୁ ବିଶ୍ୱର ସର୍ବାଧିକ ବିଜୁଳି ମାରିବା ସ୍ଥାନ ଭାବେ  ଗିନିଜ୍ ବିଶ୍ବ ରେକର୍ଡ ସ୍ବୀକୃତି ପ୍ରଦାନ କରିଛି।

ସେହିପରି ଏଠାକାର ବିଜୁଳି ମାରିବା ଦୃଶ୍ୟ ଏତେ ବେଶୀ ଉଜ୍ଜ୍ବଳ ଯେ, ଏହାକୁ ୫୦ କିଲୋମିଟର ଦୂରରୁ ଦେଖିବା ସମ୍ଭବ। ଏ ଦୃଶ୍ୟ କେବଳ ବୈଜ୍ଞାନିକଙ୍କ ଲାଗି କେବଳ ଗବେଷଣାର ବିଷୟ ନୁହେଁ, ବରଂ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ରାତିର ଅନ୍ଧାରରେ ନିରନ୍ତର ବିଜୁଳି ମାରିବାର ଚମକ ଆକାଶକୁ ଏକ ବିଶାଳ ଆଲୋକ ପ୍ରଦର୍ଶନୀ ବା ଲାଇଟ୍ ଶୋ’ରେ ରୂପାନ୍ତରିତ କରିଥାଏ। ଏଠାରେ ପ୍ରତି ସମୟରେ ବିଜୁଳି କାହିଁକି ଗର୍ଜେ , ତାର ରହସ୍ୟ କାହାକୁ ଜଣା ନାହିଁ। ସାଧାରଣତଃ ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଏକରୁ ଅଧିକ ବିଜୁଳି ଗର୍ଜି ନ ଥାଏ। କିନ୍ତୁ  ଏଠାରେ ଗୋଟିଏ ସ୍ଥାନରେ ହଜାର ହଜାର ବିଜୁଳି ଏକା ସମୟରେ ଗର୍ଜିଥାଏ। ୧୯୬୦ ମସିହାରେ ଏକ ରିପୋର୍ଟରେ  କୁହାଯାଇଥିଲା ଯେ, ଏହି ସ୍ଥାନରେ ୟୁରାନିୟମର ମାତ୍ରା ଅଧିକ ରହିଛି , ତେଣୁ ଏଭଳି ଘଟଣା ଘଟୁଛି। ବୈଜ୍ଞାନିକମାନେ ଏହାକୁ ନେଇ ଅନେକ ଗବେଷଣା ମଧ୍ୟ କରିଛନ୍ତି। ଏଠାରେ ମିଥେନର ମାତ୍ରା ଅଧିକ କାରଣରୁ ଏମିତି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। କିନ୍ତୁ ଏବେବି ଏହି ୨ଟି ତଥ୍ୟକୁ ନେଇ କୌଣସି ସଠିକ ପ୍ରମାଣ ମିଳିନାହିଁ। ତେଣୁ ଏବେ ବି ଏହା ରହସ୍ୟ ଘେରରେ ରହିଛି।

ବର୍ଷା-ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ କୋରାପୁଟ, ରାୟଗଡ଼ା, ମାଲକାନାଗିରି, ଗଜପତି, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ବର୍ଷା-ବଜ୍ରପାତ ନେଇ ଟ୍ବିନସିଟିକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଟ୍ବିନସିଟିକୁ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ଟ୍ବିନିସିଟି ସମେତ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ୬ ମୃତ, ୬ ଗୁରୁତର
ଭଦ୍ରକ/ ବାଲେଶ୍ବର: ଆଜି ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ ମୃତ୍ଯୁ ଘଟିଛି। ଭଦ୍ରକରେ ୨ ଓ ବାଲେଶ୍ବର ଜିଲ୍ଲାରେ ୨ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଢେଙ୍କାନାଳ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଭଦ୍ରକ ଜିଲ୍ଲାରେ ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଛି। ବଜ୍ରପାତରେ ଦୁଇଜଣଙ୍କର ମୃତ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭଦ୍ରକଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଗୌର ଦାସ, ବାଲେଶ୍ବର ଜିଲ୍ଲା ଖଇରା ଥାନା ପଦୁନା ଗାଁରେ ରାକେଶ ତିଆଡି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ଦୁଇ ଜଣ ଗୁରୁତର ଅବସ୍ଥାରେ ଆଗରପଡ଼ା ମେଡିକାଲରେ ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ଗୁରୁତର ଭାବେ ଭର୍ତ୍ତି ହୋଇଛନ୍ତି ।

ସେହିପରି, ବାଲେଶ୍ବର ଜିଲ୍ଲାର ଖଇରା ଥାନା ହରିପୁର ଗ୍ରାମର ରାକେଶ ତିଆଡ଼ି ବିଲରେ କାମ କରୁଥିବା ବେଳେ ବଜ୍ରାପାତ ମାରିଥିଲା । ପରିବାର ରାକେଶ ତିଆଡ଼ିଙ୍କୁ ଗୁରୁତର ଅବସ୍ଥାରେ ଆଗରପଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ଉକ୍ତ ଗ୍ରାମର ଚଞ୍ଚଳା ବାହାଳିଆ ବିଲ କାମ କରୁଥିବା ବେଳେ ବଜ୍ରାପାତ ହେଇଥିଲା। ଚଞ୍ଚଳା ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ନୀଳଗିରି ଓଲଡଙ୍ଗ୍‌ ଅଞ୍ଚଳରେ କାମ କରିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି।

ଅନ୍ୟପକ୍ଷରେ, କେନ୍ଦ୍ରାପଡ଼ା ସାଦର ଥାନା ଅଧୀନ ଆୟାବା ଗ୍ରାମର ବଳରାମ ନାୟକ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ମୃତ୍ଯୁ ଘଟିଛି। ଢେଙ୍କାନାଳ କାମାକ୍ଷାନଗର କୁଦୁଆ ଗାଁରେ ବଜ୍ରାପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ବଜ୍ରପାତରେ ୩ ଜଣ ଗୁରୁତର ହୋଇଛନ୍ତି।

ଆକାଶରୁ ଖସୁଛି ମୃତ୍ୟୁ, ଜୀବନ ନେଉଛି ବଜ୍ରପାତ: ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୩ ମୃତ
ସକାଳ ବ୍ୟୁରୋ: ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୩ ଜଣଙ୍କ ଜୀବନ ଯାଇଛି। କାହିଁକି ବାରମ୍ବାର ହେଉଛି ବଜ୍ରାଘାତ। ଗତ ୨ ବର୍ଷ ଭିତରେ ସର୍ବାଧିକ ବଜ୍ରପାତ ହୋଇ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ବ୍ୟାପକ ଗଛ କଟା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍ କହୁଛନ୍ତି। ସବୁଠୁ ବଡ଼ କଥା ହେଲା, ବଜ୍ରପାତରୁ ବର୍ତ୍ତିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର। ଯେପରିକି, ବିଜୁଳି ଓ ଘଡ଼ଘଡ଼ି ମାରିବା ସମୟରେ ଗଛ ତଳେ ନରହିବା, ଖୋଲା ସ୍ଥାନ, ପଡ଼ିଆ ଓ ଚାଷ ଜମିରେ ନରହିବା ଭଳି ସତର୍କତା ଜାରି କରୁଛନ୍ତି ପାଣିପାଗ ବିଜ୍ଞାନୀ। ତଥାପି ବଜ୍ରପାତରେ ଯାଉଛି ଅନେକ ଜୀବନ।

ଆଜି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ ବଜ୍ରପାତ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି। ମୃତ ଯୁବକ ହେଉଛନ୍ତି ୧୮ ବର୍ଷୀୟ ହରିଶ ମଳିକ। ସକାଳେ ସାଙ୍ଗହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ, ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତର ଖାନାରେ ପହଂଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ବାସୁଦେବପୁର ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାସୁଦେବପୁର ଗାଁର ବିଜୟ ମଲ୍ଲିକ ଓ ଗରା ଗାଁର ବାବାଜୀ ପ୍ରଧାନ। ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୪ ମୃତ, ୪ ଆହତ
ବଜ୍ରାଘାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ ଜଣ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ । ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି ।

ସୂଚନା ମୁତାବକ ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ସିଙ୍ଗାରପୁରା ଗାଁରେ ଦମ୍ପତ୍ତି ବିଲରେ ତଳି ରୋଇଲା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ବଜ୍ରାଘାତ ପରେ ସେହି ବିଲରେ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ ଦମ୍ପତ୍ତି। ତେବେ ଆଖପାଖ ବିଲ୍‌ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଭଦ୍ରକ ଆଗରପଡ଼ା ଅଞ୍ଚଳରେ ହୋଇଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଉଭୟ ଗୁରୁତର ହୋଇ ଚାଷଜମିରେ ପଡ଼ି ଯାଇଥିଲେ। ଅନ୍ୟ ଚାଷୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚକ୍ରଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଅଞ୍ଚଳରେ ଅପରାହ୍ନରେ ବର୍ଷା ସହିତ ଵଜ୍ରାଘାତ ହୋଇଥିଲା। କାଟେଣୀ ହାଟ ପଡିଆ ପାଖର ଏକ ଶାଳ ଗଛକୁ ମଧ୍ୟ ବଜ୍ରଘାତ ହୋଇଥିଲା। ଫଳରେ ଗଛ ମୂଳେ ଚରୁଥିବା ୮ରୁ ଅଧିକ ଗୋରୁଙ୍କର ସେଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ କାଳିଆ ହତା ପଞ୍ଚାୟତର ବାଦବିଲ ଗାଁ ନିକଟରେ ବଜ୍ରଘାତ ଯୋଗୁଁ ଗୋଟିଏ ଘରେ ଥିବା କେତକୀ ମହାନ୍ତ (୩), ତାଙ୍କ ଝିଅ ସୋନାଲି ମହାନ୍ତ (୧୧), ଏବଂ ଘରକୁ କୁଣିଆ ଆସିଥିବା ଝିଅର ମାଇଁ ନମିତା ମହାନ୍ତ (୨୪) ଅଚେତ ହୋଇଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତେଲକୋଇ ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି।

ଗଛ ତଳେ ଆଶ୍ରୟ ହେଲା କାଳ: ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର
ବୌଦ୍ଧ: ଗଛ ତଳେ ରହିବା ହେଲା କାଳ। ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ଘରକୁ ଫେରିବା ସମୟରେ ବୌଦ୍ଧ ଥାନା ପିଙ୍ଗଲବେଡା ସୁରସନାଲି ଠାରେ ବଜ୍ରପାତ ହୋଇଥିଲା। ମୃତକ ଜଣକ ହେଲେ ବଲାକିରା ଗ୍ରାମର ତରୁଣ ମହାକୁ । ଆହତ ତିନିଜଣ ହେଲେ ବାଲାକିରା ଗ୍ରାମର କରଣ ପ୍ରଧାନ ,ବପୁନ ସାହୁ ଓ ଅନ୍ୟ ଜଣେ ହେଲେ ଜଡ଼ାପାଲ ଗ୍ରାମର ସୁମନ୍ତ ସାହୁ ।

ବର୍ଷା- ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମାୟୁରଭଞ୍ଜ, ମାଲକାନଗିରି। ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ନୟାଗଡ଼, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, କନ୍ଧାମାଳ, ଯାଜପୁର, କଟକ, ଖୋର୍ଦ୍ଧା, ବୌଦ୍ଧ, ନବରଙ୍ଗପୁର ଓ ଦେବଗଡ । ଏଥିସହ ଟ୍ବିନ ସିିଟିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ବର୍ଷା- ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ପ୍ରଚଣ୍ଡ ଘଡଘଡି ମାରିବାରୁ ଖସିପଡ଼ିଲା ଭୁବନେଶ୍ବର ରାମେଶ୍ବର ମନ୍ଦିରର ଦଧିନଉତି
ଭୁବନେଶ୍ବର: ଘଡଘଡି ଓ ବିଜୁଳି ଶବ୍ଦରେ ଖସିଲା ମନ୍ଦିରର ଦଧିନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବାବେଳେ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ । ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି । ମନ୍ଦିରରେ କୌଣସି ଫାଟ ଥିବା ଅନୁମାନ କରାଯାଉଛି।

ବଜ୍ରାଘାତରେ ୧ ମୃତ ,୨ ଆହତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତର ତାମ୍ବିରି ଓ ମକରାପଲ୍ଲୀ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ ମହିଳା ଜଣକ ତାମ୍ବିରି ଗ୍ରାମର ମନି ପ୍ରଧାନ। ଓ ଆହତ ଦୁଇ ଆହତ ହେଲେ ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ଓ ତାମ୍ବିରି ଗ୍ରାମର ସଜନୀ ସାମଲ। ଅପରାହ୍ନରେ ପବନ ହେବାରୁ ଆମ୍ବ ପଡିଲେ ଗୋଟାଇବା ଆଶାରେ ମନି ଓ ସଜନୀ ଆମ୍ବ ତୋଟାକୁ ଯାଇଥିବା ବେଳେ ସେଠାରେ ବଜ୍ରାଘାତର ଶିକାର ହୋଇଥିଲେ।

ଆହତ ଅବସ୍ଥାରେ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ମେଡିକାଲରେ ମନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ଆହତ ସଜନୀଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେହିପରି ସେହି ଅପରାହ୍ନ ସମୟରେ ହିଁ ମକରାପଲ୍ଲୀର କାହ୍ନୁ ମୋବାଇଲ ଦେଖୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନିଆ ଯାଇଥିବା ଜଣାପଡିଛି।

ବର୍ଷକରେ ୧୯୪ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ, ବଜ୍ରପାତରେ ମରିଛନ୍ତି ୧୬୮
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ  ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ରେ ଏହି ତଥ୍ୟ ଦିଆଯାଇଛି। ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିଟ୍‌‌ୱେଭ୍‌‌ରେ ୧୨ ଜଣଙ୍କ ପ୍ରାଣହାନୀ ହେବା ସହ ଅନ୍ୟାନ୍ୟ ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ଏକ ଆହ୍ବାନ ପାଲଟିଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଓ ଶୂନ୍ୟ ଜୀବନହାନୀକୁ ମୂଳ ମନ୍ତ୍ର କରିଛନ୍ତି। ଅନ୍ୟ ବିପର୍ଯ୍ୟୟଗୁଡ଼ିକରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସଫଳତା ବହୁ ଆଗରେ ରହିଛି। ମାତ୍ର ବଜ୍ରପାତ ଜନିତ ମୃତ୍ୟୁ ରାଜ୍ୟ ପାଇଁ ବଡ଼ ବିପର୍ଯ୍ୟୟ ସାଜିଛି। କେମିତି ଏହି ମୃତ୍ୟୁ ରୋକିବ ସେନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିଦ ହଜିଛି। ୨୦୨୧ରେ ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଥିଲା। ସେହି ବର୍ଷ ରାଜ୍ୟରେ ୨୧୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା।

ପ୍ରତି ବର୍ଷ ଓଡ଼ିଶା ବନ୍ୟା ବାତ୍ୟା ସମେତ ପ୍ରବଳ ଗ୍ରୀଷ୍ମ ପ୍ରବାହର ସାମନା କରୁଛି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହୋଇପାରୁଛନ୍ତି। ହେଲେ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ ମୃତ୍ୟୁ ହେଉଥିଲେ ମଧ୍ୟ ଏହାକୁ ରୋକି ନ ପାରିବା ବଡ଼ ଚିନ୍ତାର କାରଣ ସାଜିଛି। ୨୦୧୭-୧୮ରେ ରାଜ୍ୟରୁ ସର୍ବାଧିକ ୪୭୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା। ଏହା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ବଜ୍ରପାତ ଜନିତ ସତର୍କ ସୂଚନା ପାଇବା ପାଇଁ ଦାମିନି ଓ ସତର୍କ ଆପ୍‌‌ର ପ୍ରଚଳନ ସହ ମୋବାଇଲ୍‌‌କୁ ସଚେତନତା ମେସେଜ ମଧ୍ୟ ଦିଆଯାଉଛି। ଏହା ସତ୍ତ୍ବେ ଅନେକ ଲୋକ ଏହାକୁ ଗୁରୁତ୍ବ ଦେଉ ନ ଥିବାରୁ ବଜ୍ରପାତଜନିତ ମୃତ୍ୟୁ ଉଦ୍‌ବେଗଜନକ ରହିଛି।

ବାଲେଶ୍ୱରଠାରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏହା କେବଳ ସର୍ଭେରେ ସୀମିତ ରହିଛି। ଏହି କେନ୍ଦ୍ର ସ୍ଥାପନ ହୋଇଥିଲେ ବଜ୍ରପାତ ଉପରେ ଗବେଷଣା ହେବା ସହ ବଜ୍ରପାତ ମୃତ୍ୟୁ ରୋକିବା ଉପରେ କାର୍ଯ୍ୟ କରାଯାଇଥାନ୍ତା। ମାତ୍ର ଭୂବିଜ୍ଞାନ ମନ୍ତ୍ରଣାଳାୟର ନିଷ୍କ୍ରିୟତା ଯୋଗୁଁ ଏହି କାର୍ଯ୍ୟ ବିଳମ୍ବ ହୋଇ ଚାଲିଛି। ସମାନ ଭାବେ ବାଲେଶ୍ୱର ଓ ସମ୍ବଲପୁର ଡପଲାର୍‌‌ ରାଡାର ସ୍ଥାପନରେ ମଧ୍ୟ ତତ୍‌‌ପରତା ଦେଖା ଯାଉନାହିଁ। ରାଜ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦିରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।