Keonjhar - The Sakala

ଭିଜିଲାନ୍ସ ଜାଲରେ ପାଟଣା ତହସିଲର କନିଷ୍ଠ ରାଜସ୍ୱ ସହାୟକ, ୬,୦୦୦ ଟଙ୍କା ଲାଞ୍ଚ ନେଉଥିଲେ
କେନ୍ଦୁଝର: ଭିଜିଲାନ୍ସ ଜାଲରେ ପାଟଣା ତହସିଲର କନିଷ୍ଠ ରାଜସ୍ୱ ସହାୟକ । ଜମି ପଟ୍ଟା (ଆର୍‌ଓଆର୍) କରାଇଦେବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ତହସିଲର ଜଣେ କନିଷ୍ଠ ରାଜସ୍ୱ ସହାୟକ (JRA)। ଅଭିଯୁକ୍ତଙ୍କ ନାମ ବି.ଏଚ୍ ଉମାଶଙ୍କର ବୋଲି ଜଣାପଡିଛି। ସେ ଏକ ମ୍ୟୁଟେସନ ମାମଲାରେ ଫାଇଲ୍ ଘୁଞ୍ଚାଇବା ପାଇଁ ଜଣେ ଆବେଦନକାରୀଙ୍କ ଠାରୁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ୍‌ହ୍ୟାଣ୍ଡେଡ୍ ଧରାପଡିଛନ୍ତି।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣକ ନିଜ ଜମିର ମ୍ୟୁଟେସନ ପାଇଁ ସରକାରୀ ନିୟମ ଅନୁଯାୟୀ ଗତ ଜୁନ୍ ୩, ୨୦୨୬ ତାରିଖରେ ଅନଲାଇନ୍ ଯୋଗେ ଆବେଦନ କରିଥିଲେ। ତେବେ ସେ ନିଜ ଆବେଦନର ସ୍ଥିତି ସମ୍ପର୍କରେ ବୁଝିବାକୁ ଯାଇଥିବା ବେଳେ କନିଷ୍ଠ ରାଜସ୍ୱ ସହାୟକ ବି.ଏଚ୍ ଉମାଶଙ୍କର ତାଙ୍କୁ ଫାଇଲ୍ ପ୍ରୋସେସ୍ କରିବା ଏବଂ ପଟ୍ଟା ପ୍ରଦାନ ପାଇଁ ୬,୦୦୦ ଟଙ୍କା ଦାବି କରିଥିଲେ।

ଅନ୍ୟ କୌଣସି ଉପାୟ ନପାଇ ଆବେଦନକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଆଜି ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ତହସିଲ ଅଫିସର ଗ୍ୟାରେଜରେ ଲାଞ୍ଚ ନେଉଥିବା ସମୟରେ ଟିମ୍ ଅତର୍କିତ ଚଢ଼ାଉ କରି ଉମାଶଙ୍କରଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ସମସ୍ତ ୬,୦୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉମାଶଙ୍କରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ପାରିବାରିକ କଳହ: ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କଲା ସ୍ତ୍ରୀ
କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । କାଠଫାଳିଆରେ ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ମହିଳା ନିଜ ସ୍ୱାମୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ମୃତକ ହେଲେ ଆନନ୍ଦ ମୁଣ୍ଡା ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ଆନନ୍ଦ ମୁଣ୍ଡା ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ରାଗର ବଶବର୍ତ୍ତୀ ହୋଇ ଯାତ୍ରୀ ମୁଣ୍ଡା ଏକ କାଠ ଫାଳିଆରେ ସ୍ୱାମୀ ଆନନ୍ଦଙ୍କ ମୁଣ୍ଡକୁ ଶକ୍ତ ଆକ୍ରମଣ କରିଥିଲେ। ସ୍ୱାମୀଙ୍କ ଆର୍ତ୍ତ ଚିତ୍କାର ଶୁଣି ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ଦୌଡ଼ି ଆସିଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ଓ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ଘଟଣାରେ ହତ୍ୟାକାରୀ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ଜଣକ ମୃତକଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ପୋଲିସ ଏବେ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛି।

ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟତଃ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ। ଲଗାଣ ବର୍ଷା କାରଣରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଓ ଜଳମଗ୍ନ ହୋଇଥିବା ଗାଁଗୁଡ଼ିକର ବାସ୍ତବ ସ୍ଥିତି ଆକଳନ କରିବା ପାଇଁ ଏହି ସର୍ଭେ କରାଯାଇଥିଲା।

ଆକାଶମାର୍ଗରୁ ଅନୁଧ୍ୟାନ କରିବା ପୂର୍ବରୁ ମନ୍ତ୍ରୀ ଶ୍ରୀ ପୂଜାରୀ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରସ୍ତୁତି ଏବଂ ମୁକାବିଲା ପଦକ୍ଷେପ ସମ୍ପର୍କରେ ତଥ୍ୟ ନେଇଥିଲେ। ବିପନ୍ନ ଅଞ୍ଚଳରୁ ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରିବା, ରିଲିଫ୍ ବଣ୍ଟନ ଏବଂ ଭିତ୍ତିଭୂମିର ସୁରକ୍ଷା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆକାଶମାର୍ଗରୁ କରାଯାଇଥିବା ସର୍ଭେ ଦ୍ୱାରା ନଦୀବନ୍ଧ ଭାଙ୍ଗିଥିବା ସ୍ଥାନ ଏବଂ ଅତ୍ୟଧିକ ଜଳମଗ୍ନ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାରେ ସହାୟତା ମିଳିଛି, ଯେଉଁଠାରେ ତୁରନ୍ତ ପଦକ୍ଷେପର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବିପଦର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏନଡିଆରଏଫ (NDRF), ଓଡ୍ରାଫ (ODRAF) ଏବଂ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛନ୍ତି।

ପ୍ରବଳ ବର୍ଷାରେ ସ୍ଥିତି ବେହାଲ: ରାଜ୍ୟର ୫ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା
ଭୁବନେଶ୍ୱର: ଲଗାଣ ବର୍ଷାରେ ଉବୁଟୁବୁ ରାଜ୍ୟର ଅଧିକାଂଶ ଜିଲ୍ଲା । ଚାରିଆଡେ ପାଣି ଆଉ ପାଣି । ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ବର୍ଷା ପାଇଁ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାର ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ୫ଟି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ) ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ଗୋଟିଏ ଦିନ ପାଇଁ ବନ୍ଦ କରାଯାଇଛି। ଲଘୁଚାପ ଜନିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି ଏବଂ ଆଜି ପାଇଁ କ୍ଲାସ୍ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଛି।

ମୟୂରଭଞ୍ଜ ସମେତ ଅନ୍ୟ ଜିଲ୍ଲାଗୁଡ଼ିକର ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଜି କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି। ତେବେ ସମସ୍ତ ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଭାବେ ଆସିବାକୁ କୁହାଯାଇଛି।

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଯୁବତୀ ମୃତ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
କେନ୍ଦୁଝର: ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ । ମୃତ ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପିଟାନାଳୀ ଗ୍ରାମର ସୁମିତ୍ରା ଜୁଆଙ୍ଗ ହୋଇଥିବା ସୂଚନା । ସୁମିତ୍ରା ଜୁଆଙ୍ଗଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ୧୧ ମୃତକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହକୁ ସେମାନଙ୍କୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସମସ୍ତ ମୃତକ କେନ୍ଦୁଝର ଜିଲ୍ଲାର ଆଦିମ ଜୁଆଙ୍ଗ ଜନଜାତିର ହୋଇଥିବାରୁ ସ୍ଥାନୀୟ ଜୁଆଙ୍ଗ ଗାଁଗୁଡ଼ିକରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତ ୨୧ତାରିଖ ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟପାଲୟମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ତାମିଲନାଡୁ ଗ୍ୟାସ୍ ଲିକ୍ ଅଘଟଣ: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି । CMRFରୁ ଘୋଷଣା ହୋଇଥିବା ୪ ଲକ୍ଷର ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି  ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ରୁ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା। ତେବେ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାର ପରିସ୍ଥିତିର ସମୀକ୍ଷା କରି ଏହି ସହାୟତା ରାଶିକୁ ବୃଦ୍ଧି କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ପୀଡ଼ିତ ପରିବାରକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ରବିବାର (ଜୁନ୍ ୨୧ ତାରିଖ) ଦିନ ତାମିଲନାଡୁର ତିରୁଭାଲୁର ଠାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଅଘଟଣରେ ଓଡ଼ିଶାରୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ସମେତ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା !
କେନ୍ଦୁଝର: ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ ଆମୁଣି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ପ୍ରାଣ ହରାଇଥିବା ଅଲେଖ ବାବା ହେଲେ ଶ୍ରୀକାନ୍ତ ମହାକୁଡ । ଭୋର୍ ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଖରୀ ହୁଡ଼ା ନିକଟରୁ ବାବାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ ।ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

କେନ୍ଦୁଝରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସ ଏନକାଉଣ୍ଟର
କେନ୍ଦୁଝର: କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲଡିହା ଜଙ୍ଗଲ ନିକଟରେ ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର ହୋଇଛି । ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପ୍ରଭାତ ନାଁରେ ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ମାମଲା। ପ୍ରଭାତ ଦୀର୍ଘ ଦିନ ଧରି ଫେରାର ଥିଲା ଏବଂ କେନ୍ଦୁଝର ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ପ୍ରଭାତର ସମ୍ପୃକ୍ତ ଥିବା ଜାଣି ସଦର ଥାନା ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ। ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା ପ୍ରଭାତ । ଟଙ୍କା ଉଦ୍ଧାର ଏବଂ ପଚରାଉଚରା କରିବା ପାଇଁ ପୋଲିସ ଟିମ୍ ଅଭିଯୁକ୍ତ ପ୍ରଭାତ ମଲ୍ଲିକକୁ ବାଉରୀପଡ଼ା ଜଙ୍ଗଲକୁ ନେଇଥିଲା। ଯେତେବେଳେ ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା ସେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଆହତ ଅବସ୍ଥାରେ ଅପରାଧୀକୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି
କେନ୍ଦୁଝର/ତେଲକୋଇ: ଘର ପାଖରେ ଜଙ୍ଗଲ। ସେଠାରେ ଏକ ଦରଭଙ୍ଗା ଗଛ ଉପରେ ବସିଛନ୍ତି ଜଣେ ଛାତ୍ର। ଏକାଗ୍ର ଚିତ୍ତରେ ପାଠ ପଢୁଛନ୍ତି। ଘରୁ ବାହରି ଜଙ୍ଗଲରେ ଛେଳି ଚରାଇବା ସହ ସେଠାରେ ବସି ପାଠ ମଧ୍ୟ ପଢ଼ୁଛନ୍ତି। ଏଥିସହ ପରଘରେ ମୂଲ ଲାଗି ନିଜ +୩ ଆଡମିସନ୍‌ ପାଇଁ ସେ ଟଙ୍କା ଯୋଗାଡ଼ କରୁଛନ୍ତି। ଏ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ମାନସ ଦେହୁରୀଙ୍କର କରୁଣ କାହାଣୀ।

ମାନସ ଜଣେ ମେଧାବୀ ଛାତ୍ର। ସେ ଧରଣୀଧର ବିଶ୍ୱବିଦ୍ୟାଳୟରୁ ଏ ବର୍ଷ ୮୫ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ମାନସଙ୍କ ବାପା ବେଣୁଧର ଆରପାରିକୁ ଚାଲିଯିବା ପରେ ତାଙ୍କ ଘରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ବଡ଼ଭାଇ ଟୁକୁନା ବାହାରେ ଦାଦନ ଖଟୁଛନ୍ତି। ଆଗକୁ ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ମାନସ ନିଜର +୩ ଆଡ଼ମିସନ୍‌ ପାଇଁ ଛେଳି ଚରାଇବା ସହିତ ପର ଘରେ ମୂଲ ଲାଗୁଛନ୍ତି। ସରକାର ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ମାନସ ତାଙ୍କ ସ୍ୱପ୍ନ ସାକାର କରିପାରିବେ ବୋଲି କହିଛନ୍ତି। ୨୦୨୪ ମସିହାରେ କାଦକଳା ଉଚ୍ଚବିଦ୍ୟାଳୟରୁ ସେ ୭୦% ମାର୍କ ରଖି ମାଟ୍ରିକ ପାସ୍‌ କରିଥିଲେ। ଏହାପରେ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୮୫ ପ୍ରତିଶତ ମାର୍କ ରଖି +୨ ପାସ୍‌ କଲେ୤ +୨ ପରୀକ୍ଷା ସମୟରେ ବାପା ବେଣୁଧର ଆରପାରିକୁ ଚାଲିଗଲେ। ତେଣୁ ଅର୍ଥ ଅଭାବରୁ ବଡ଼ଭାଇ ପାଠ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ତେବେ ପାଠପଢ଼ି ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଥିବା ମାନସ ଅର୍ଥ ଅଭାବରୁ ନିଜର ଆଡ଼ମିସନ୍‌ କିପରି କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। +୩ ଆଡମିସନ୍‌ ସହ ପୁଅର ଉଚ୍ଚଶିକ୍ଷା ପାଇଁ ସରକାର ସହାୟତା କରିବାକୁ      ଆକୁଳ ନିବେଦନ କରିଛନ୍ତି ମାନସଙ୍କ ମା’।

ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ
ଆନନ୍ଦପୁର: ରୋଗୀଶଯ୍ୟାରେ ମଣିଷ ବଦଳରେ ଶୋଇଛି କୁକୁର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀଶଯ୍ୟାରେ କୁକୁର ଶୋଇବା ଦୃଶ୍ୟ ସରକାରୀ ସ୍ୱାସ୍ଥ୍ୟସେବାର ପରିଚାଳନା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛି। ଯେଉଁ ହସ୍ପିଟାଲ ବେଡ୍‌ରେ ରୋଗୀମାନେ ଚିକିତ୍ସା ପାଇବା କଥା, ସେହି ବେଡ୍‌ରେ ଆରାମରେ ଶୋଇଛନ୍ତି ବୁଲା କୁକୁର। ଏହି ଦୃଶ୍ୟ ଦେଖି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟାବସ୍ଥା କେତେ ଦୁର୍ବଳ ତାହା ସହଜରେ ଅନୁମାନ କରାଯାଇପାରେ। ଏହା କେବଳ ଏକ ଅବହେଳାର ଘଟଣା ନୁହେଁ, ବରଂ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ହେଉଥିବା ଗୁରୁତର ଅବମାନନା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହସ୍ପିଟାଲ ଭିତରକୁ କୁକୁର ପ୍ରବେଶ କଲା କିପରି ? ସୁରକ୍ଷା କର୍ମୀ କ’ଣ କରୁଥିଲେ? ହସ୍ପିଟାଲରେ ନିୟୋଜିତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ କେଉଁଠି ଥିଲେ?

ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ମଧ୍ୟ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ଅଭିଯୋଗ ଉଠିଥିଲା। ଏପରିକି କିଛି ଦିନ ପୂର୍ବରୁ ଡାକ୍ତର ଏବଂ ଡ୍ରେସର ମଦ୍ୟପାନ କରି କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଚର୍ଚ୍ଚାକୁ ଆସିଥିଲା। ପ୍ରଶ୍ନ ଉଠୁଛି, ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ମେଡିକାଲ୍‌ ଅଫିସର ଏବଂ ଉଚ୍ଚ ଅଧିକାରୀମାନେ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହାନ୍ତି? ଏହାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ, ଜଣେ ଲ୍ୟାମ୍ପସ ଅଧିକାରୀଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧୁମାରାମ ହେମ୍ରମଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ (ACSO) ଧୁମାରାମ ମୁର୍ମୁ ଧାନକିଣା କାରବାରରେ ଏକ ସ୍ଥାନୀୟ ଲ୍ୟାମ୍ପ୍ସ (LAMPCS) ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

ଧାନ କିଣା ପ୍ରକ୍ରିୟା ସମ୍ବନ୍ଧୀୟ ଫାଇଲଗୁଡ଼ିକୁ କ୍ଲିଅର୍ ବା ଅନୁମୋଦନ କରିବା ପାଇଁ ଧୁମାରାମ ମୁର୍ମୁ ନିଜ କାର୍ଯ୍ୟାଳୟରେ ଏହି ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲ୍ୟାମ୍ପ୍ସ ଇନଚାର୍ଜ ଭିଜିଲାନ୍ସ ବିଭାଗକୁ ପୂର୍ବରୁ ସୂଚନା ଦେଇଥିଲେ। ଯୋଜନା ମୁତାବକ, ଅଧିକାରୀ ଜଣକ ନିଜ ଅଫିସ୍‌ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତରେ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୫ ହଜାର ଟଙ୍କା ଜବତ କରାଯାଇଛି।

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁର୍ମୁ ଅନ୍ୟ ଧାନ କିଣା କେନ୍ଦ୍ରଗୁଡ଼ିକରୁ ମଧ୍ୟ ନିୟମିତ ଭାବେ ଲାଞ୍ଚ ଆଦାୟ କରୁଥିବା ନେଇ ଅଭିଯୋଗ ରହିଛି। ଏହି ଗିରଫଦାରୀ ପରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସନ୍ଦେହରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଏକକାଳୀନ ଚଢ଼ାଉ କରିଛି।

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁରରେ କାଳବୈଶାଖୀ ତାଣ୍ଡବ । ପ୍ରଚଣ୍ଡ ପବନରେ ଭୁଶୁଡ଼ିଗଲା ଟେଣ୍ଟ । ଟେଣ୍ଟ ତଳେ ଚାପି ହୋଇ ଚାଲିଗଲା ୩ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ସୂଚନାଯୋଗ୍ୟ, ଆଜି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି । ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ତେବେ ପ୍ରବଳ ପବନ ହେବ ଯୋଗୁଁ କେନ୍ଦୁଝର ଟାଉନ ଥାନା ଅଧୀନ ନରଣପୁର ଅଞ୍ଚଳରେ କୌଣସି ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।