Smart Meter Issue - The Sakala

ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଲଗାଇବା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ବିକ୍ଷୋଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ଜାରି କରିଛନ୍ତି, ତାହା ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦା ଯାଉଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରାଯିବା ସହିତ ରାଜରାସ୍ତାରେ ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଥିଲେ ।

ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ଠାରୁ ଜାତୀୟ ହାର ଠାରୁ ଅଧିକ ଆଦାୟ ହେଉଥିବା ବିଦୁ୍ୟତ୍ ଶୁଳ୍କକୁ ତୁରନ୍ତ ସୁଧ ସହିତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ ବିଜେଡି ଦାବି କରିଛି । ଆନ୍ଧ୍ରପ୍ରଦେଶ ବିଦୁ୍ୟତ୍ ନିୟାମକ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ସେହିଭଳି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ ପଦକ୍ଷେପ ନେବାକୁ ମଧ୍ୟ ବିଜେଡି ଜୋର ଦେଇଛି ।

ସରବରାହ ଜନିତ କ୍ଷତି ଯୋଗୁଁ ଓଡ଼ିଶାର ବିଦୁ୍ୟତ୍ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡୁଛି । ଟାଟା କମ୍ପାନୀର ଅପାରଗତା, ଦୁର୍ନୀତି ଯୋଗୁଁ ରାଜ୍ୟରେ ସରବରାହ ଜନିତ କ୍ଷତି ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି । ବହୁ ଉପଭୋକ୍ତଙ୍କ ମିଟର ସଠିକ୍ ଚାଲୁଥିଲେ ସୁଦ୍ଧା, ଏହାକୁ ଟାଟା ପାୱାର ପକ୍ଷରୁ ଜବରଦସ୍ତ ବଦଳାଯାଇ ସ୍ମାର୍ଟ ମିଟର ଲଗାଯାଇଛି, ଯାହା ଠିକ୍ ନୁହେଁ । ସ୍ମାର୍ଟ ମିଟର ଯୋଗୁଁ ଉପଭୋକ୍ତା ମାନଙ୍କୁ ଅଧିକ ବିଦୁ୍ୟତ୍ ବିଲ୍ ଦେବାକୁ ପଡୁଛି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏହି ଆର୍ଥିକ ଶୋଷଣ ବନ୍ଦ ନହେଲେ ବିଜେଡି ଟାଟା ପାୱାର ବିରୋଧରେ ଦୁର୍ବାର ଆନେ୍ଦାଳନ କରିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି ।

ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧୃତି ମାର୍ଥା, ତନ୍ମୟ ସ୍ୱାଇଁ, ଜ୍ୟୋତି ରଞ୍ଜନ ଜେନା, ମିହିର ରାଉତ, ନାରାୟଣ ଜେନା, ତୁମ୍ୱନାଥ ପଣ୍ଡା, ମିହିର ରାୟ, ଏସ୍.କେ ଅମିର ମହମ୍ମଦ, ବିଜୟ କେତନ ସାହୁ, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ଶୁଭ୍ରାଂଶୁ ପାଢ଼ୀ, ସଂଜିତ୍ ମହାନ୍ତି, ମନୋଜ ସେନାପତି, ସୌମ୍ୟରଂଜନ ତ୍ରିପାଠୀ, ମନୋଜ ମହାନ୍ତି, ଜଗମୋହନ ବଳିଆରସିଂହ, ବିଶ୍ୱ ରଞ୍ଜନ ଭୂୟାଁ, ଜ୍ଞାନରଞ୍ଜନ ମାନସିଂହ, ତାରିଣୀ ପ୍ରସାଦ ନାୟକ, ସ୍ମୃତି ରଂଜନ ପଟ୍ଟନାୟକ, ରଶ୍ମି ରଂଜନ ଦାସ, ଚିନ୍ମୟ ପ୍ରଧାନ, ପୃଥ୍ୱୀରାଜ ପଣ୍ଡା, ଦୀପକ୍ ବେହେରା, ସୁଦୀପ୍ତ କେଶରୀ ସାମଲ, ସ୍ୱଦେଶ ରଂଜନ ସିଂ, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ସୋନାଲୀ ପ୍ରିୟଦର୍ଶିନୀ, ଲଗ୍ନାଦୀପ ମିଶ୍ର, ମଧୁସ୍ମିତା ପରିଡ଼ା, ବିକାଶ ସାହୁ, ପ୍ରଦୀପ୍ତ ବିଶ୍ୱାଳ, ସୁକାନ୍ତ କୁମାର ରାୟ, ଫତିମା ଖାତୁନ୍, ରକି ଦାସ, ସୁଜିତ୍ ପାଲଟା ସିଂହ, ଦେବସ୍ମିତା ଦାସ, ସ୍ନେହାଶିଷ ଜେନା, ଅଶୋକ ନାୟକ, ଅମିତ୍ ଜେନା, ତବ୍ରେଜ୍ ଖାଁ, ସୌମ୍ୟ ରଂଜନ ମହାପାତ୍ର, ଅସ୍ମିତ୍ ଦାସ, ସମିମ୍ ଅଖତର୍, ବିଜୟଲକ୍ଷ୍ମୀ ଦାଶ, ଏସ.କେ ନୱାଜ୍, ସଚ୍ଚିକାନ୍ତ ସାହୁ, ସିପୂଲ୍ ସ୍ୱାଇଁ, ପ୍ରଦୁ୍ୟମ୍ନ ମହାନ୍ତି, ଶଙ୍କର ମଲ୍ଲିକ, ଦୀପକ ମହାପାତ୍ର ଓ ଆଶିଷ ସାହୁ ପ୍ରମୁଖ ସାମିଲ ଥିଲେ ।