Manamunda - The Sakala

ପାରିବାରିକ କଳହରୁ ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବଡ ଭାଇ
ମନମୁଣ୍ଡା : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶୁଣ୍ଢିପଦର ପଂଚାୟତ ମନୋହରପୁର ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟି ଯାଇଛି । ପାରିବାରିକ କଳହକୁ ନେଇ ବଡ଼ ଭାଇ ଟାଙ୍ଗିଆ ରେ ହାଣି ସାନ ଭାଇକୁ ହତ୍ୟା କରିଛି। ଉକ୍ତ ଗ୍ରାମର ରଘୁ ଓରଫ ମୁନି କଲତାର ବଡ଼ ପୁଅ ଈଶ୍ୱର(୪୫) ସାନ ଭାଇ ସର୍ବେଶ୍ୱର(୩୬)କୁ ହତ୍ୟା କରିଛି।ପୋଲିସ ଠାରୁ ପ୍ରାପ୍ତ ସୂଚନା ମତେ, ଗୁରୁବାର ରାତ୍ର ପ୍ରାୟ ୧୦ଟା ବେଳେ ଈଶ୍ୱର ତା ପତ୍ନୀ ସହ କୌଣସି କାରଣ ବଶତଃ ଗାଳି ଗଣ୍ଡଗୋଳ ହେଉଥିଲେ। ସର୍ବେଶ୍ୱର ତାହା ଦେଖି ସେମାନଙ୍କୁ ମନା କରିଥିଲା। ଆମ ପାରିବାରିକ କଥାରେ ତୁ କାହିଁକି ମୁଣ୍ଡ ଖେଳାଉଛୁ ବୋଲି ଈଶ୍ୱର ତା ଭାଇ ସର୍ବେଶ୍ୱରକୁ ଗାଳି କରିଥିଲା ଏବଂ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଥିରେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଈଶ୍ୱର ସାନ ଭାଇ ସର୍ବେଶ୍ୱରକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଘଟଣା ସ୍ଥଳରେ ହିଁ ସର୍ବେଶ୍ୱରର ମୃତ୍ୟୁ ହୋଇଥିଲା। ଉଭୟ ଅଭିଯୁକ୍ତ ଏବଂ ମୃତକ ମଦ୍ୟ ପାନ କରିଥିଲେ ବୋଲି ପୋଲିସ ଠାରୁ ଜାଣିବାକୁ ମିଳିଛି। ଆଇ ଆଇ ସି ଗୋପୀନାଥ ପ୍ରଧାନ, ଶଗଡା ଫାଣ୍ଡି ଅଧିକାରୀ ଅରୁଣ ସିଂଙ୍କ ସହ ଆଜି ସକାଳେ ସେଠାକୁ ଯାଇ ଶବ ଜବତ ପୂର୍ବକ ତଦନ୍ତ କରିଥିଲେ ଏବଂ ଅଭିଯୁକ୍ତ ଈଶ୍ୱରକୁ ଗିରଫ କରିଥିଲେ। ମନମୁଣ୍ଡା ସିଏଚସିରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ।ଏନେଇ ମନମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ନମ୍ବର ୬୦ ରୁଜୁ କରାଯାଇଛି। ଶନିବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।