Ram Rahim - The Sakala

ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି
ପଞ୍ଜାବ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ୨୦୦୨ ମସିହାର ବହୁ ଚର୍ଚ୍ଚିତ ସାମ୍ବାଦିକ ରାମ ଚନ୍ଦର ଛତ୍ରପତି ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି।

ଏହି ହତ୍ୟା ମାମଲାରୁ ଦୋଷମୁକ୍ତ ହୋଇଥିଲେ ମଧ୍ୟ ରାମ ରହିମ ଜେଲରୁ ବାହାରି ପାରିବେ ନାହିଁ। କାରଣ, ସାଧ୍ୱୀ ଯୌନ ଶୋଷଣ ମାମଲାରେ ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି। ତେଣୁ ସେ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ହିଁ ରହିବେ ବୋଲି ସ୍ପଷ୍ଟ ହୋଇଛି।

ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁ ଏବଂ ବିଚାରପତି ବିକ୍ରମ ଅଗ୍ରୱାଲଙ୍କ ଖଣ୍ଡପୀଠ ରାମ ରହିମଙ୍କୁ ଖଲାସ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଦଣ୍ଡକୁ କାଏମ ରଖିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା କୁଲଦୀପ ସିଂ, ନିର୍ମଳ ସିଂ ଏବଂ କୃଷ୍ଣ ଲାଲଙ୍କ ଦୋଷକୁ କୋର୍ଟ ବଜାୟ ରଖିଛନ୍ତି। ୨୦୧୯ ମସିହାରେ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଏମାନଙ୍କ ସହ ରାମ ରହିମଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

୨୦୦୨ ମସିହାରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତି ତାଙ୍କ ଖବରକାଗଜ 'ପୁରା ସଚ୍' (Poora Sach) ଜରିଆରେ ଡେରା ସଚ୍ଚା ସୌଦାର ମୁଖ୍ୟାଳୟରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିଥିଲେ। ଏହା ପରେ ତାଙ୍କୁ ସିର୍ସା ଠାରେ ଗୁଳି କରି ହତ୍ୟା କରାଯାଇଥିଲା। ଦୀର୍ଘ ଦିନର ଶୁଣାଣି ପରେ, ଘଟଣାରେ ବ୍ୟବହୃତ ଗୁଳି ଏବଂ ଅନ୍ୟାନ୍ୟ ତଥ୍ୟକୁ ସୂକ୍ଷ୍ମ ଭାବେ ଯାଞ୍ଚ କରି ହାଇକୋର୍ଟ ରାମ ରହିମଙ୍କୁ ସନ୍ଦେହର ଲାଭ ଦେଇ ଦୋଷମୁକ୍ତ କରିଛନ୍ତି।

ରାମ ରହିମ ୨୦୧୭ ମସିହାରୁ ଜେଲରେ ଥିଲେ ମଧ୍ୟ ସେ ବାରମ୍ବାର ପାରୋଲରେ ବାହାରକୁ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୪ ଥର ଜେଲରୁ ଅସ୍ଥାୟୀ ମୁକ୍ତି ପାଇସାରିଛନ୍ତି। ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ଡେରା ସଚ୍ଚା ସୌଦାର ବ୍ୟାପକ ପ୍ରଭାବ ରହିଥିବାରୁ ତାଙ୍କ ମୁକ୍ତିକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ, ୧୯ ବର୍ଷ ପରେ ରଣଜିତ ସିଂହଙ୍କ ପରିବାରକୁ ମିଳିଲା ନ୍ୟାୟ
ଚଣ୍ଡିଗଡ : ବହୁ ଚର୍ଚ୍ଚିତ ରଞ୍ଜିତ ସିଂହ ହତ୍ୟା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସୋମବାର ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାମ ରହିମଙ୍କ ସହ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଓ ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କୋର୍ଟ। ଡେରା ମ୍ୟାନେଜର ରଣଜିତ ସିଂହ ତହ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ଵତନ୍ତ୍ର ଅଦାଲତ।

Ranjit Singh murder case | Special CBI court in Panchkula awards life imprisonment to all the accused, including Dera Sacha Sauda's Gurmeet Ram Rahim and four others. A fine of Rs 31 Lakhs levied on Ram Rahim and Rs 50,000 on the remaining accused. pic.twitter.com/WUQMA30sG6

— ANI (@ANI) October 18, 2021

୨୦୦୦ ମସିହାରେ ଘଟିଥିବା ଏହି ହତ୍ୟା ମାମଲାରେ ଗତ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦୀର୍ଘ ୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି। ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା।ରଣଜିତ ସିଂହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡେରାମୁଖୀ ଗୁରମିତ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଅନ୍ୟ ଚାରି ଅଭିଯୁକ୍ତ କୃଷ୍ଣ କୁମାର, ଅବତାର, ଯଶବୀର ଏବଂ ସଦବିଲଙ୍କୁ ପୋଲିସ କଡା ସୁରକ୍ଷାରେ କୋର୍ଟରେ ହାଜର କରାଇଥିଲା।

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ
ନୂଆଦିଲ୍ଲୀ: ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ ପ୍ରଦାନ କରାଯାଇଛି । । ରୋହତକ ସୁନାରିଆ ଜେଲରେ ରହିଥିବା ଗୁରୁମିତ ରାମ ରହୀମ ତାଙ୍କ ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ମେ ୧୮ରେ ‘ଜରୁରୀକାଳୀନ ପାରୋଲ’ ମାଗିଥିଲେ । ଦୁଇ ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ରାମ୍ ରହୀମ୍‌ ।

ରାଜ୍ୟ ଜେଲ ମନ୍ତ୍ରୀ ରଞ୍ଜିତ ସିଂ କହିଛନ୍ତି ଯେ ଆଇନ ଅନୁଯାୟୀ ଏକ ବ୍ୟବସ୍ଥା ଅଛି ଯେ ଯଦି ଦୋଷୀ ପରିବାରରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ତେବେ ପୋଲିସ ସୁରକ୍ଷା ଅଧୀନରେ ତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯିବ ।