Kotia Election - The Sakala

କୋଟିଆ ଅଞ୍ଚଳବାସୀଙ୍କ ବିକାଶକୁ ଗୁରୁତ୍ବ ଦେବି: ମମତା ଯାନୀ
ପଟାଙ୍ଗି : କୋଟିଆକୁ ନେଇ ଓଡ଼ିଶା ସରକାର ବହୁତ ଚିନ୍ତିତ ହୋଇ ପଡ଼ିଥିବା ବେଳେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତୃମଣ୍ଡଳୀ ଏକହୋଇ ପଟାଙ୍ଗି ବ୍ଲକ ଅନ୍ତର୍ଗତ ଜୋନ ୧ ନିମନ୍ତେ ଏକ ସର୍ବସମ୍ମତ ପ୍ରାର୍ଥୀ ଦେବା ନିମନ୍ତେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ତୁରିଆ ଗ୍ରାମର ମମତା ଯାନୀ(୨୫)ଙ୍କୁ ଚୟନ କରାଯାଇଛି। ସେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତୃମଣ୍ଡଳୀଙ୍କ ସହମତିରେ କୋଟିଆ ନିମନ୍ତେ ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା  ଜୋନ ୧ ନିମନ୍ତେ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ସର୍ବଦଳୀୟ ଜନପ୍ରତିନିଧିଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି।

ଜିଲ୍ଲା ପରିଷଦ ସଦସ୍ୟ ଭାବେ ଜୟଯୁକ୍ତ ହୋଇ ଆସିଲେ ପଟାଙ୍ଗି ଜୋନ ୧ ର ୭ ଗୋଟି ପଞ୍ଚାୟତ ତଥା କୋଟିଆ, ପଟାଙ୍ଗି, ନୂଆଗାଁ, ମାଳିପୁଟ, ଦେଓପଟାଙ୍ଗି, ପୁକାଲି ଓ ଗାଙ୍ଗରାଜପୁର ପଞ୍ଚାୟତବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କର ସମସ୍ତ ଦୁଃଖକୁ ସରକାରଙ୍କ ନିକଟରେ ଉପସ୍ଥାପନା କରି ସମାଧାନ ରାସ୍ତା ବାହାର କରିବି। ଅଞ୍ଚଳବାସୀଙ୍କ ବିକାଶକୁ ପ୍ରାଥମିକତା ଦେବି। ଯେହେତୁ କୋଟିଆ ପଞ୍ଚାୟତର ଜଣେ ବୋହୂ ଏବଂ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମରେ ମୋର ଜାତିଭାଇ ତଥା ମୋ ଲୋକମାନେ  ବସବାସ କରିଆସୁଛନ୍ତି, ସେମାନଙ୍କ ଦୁଃଖଲାଘବ ଲାଗି ପ୍ରୟାସ କରିବି। ସେମାନେ ପ୍ରାୟତଃ କନ୍ଧ କୁଇ ଭାଷା ଜାଣିଥିବା କାରଣରୁ ସେମାନଙ୍କୁ ବିଗତ କିଛିବର୍ଷ ଧରି ଆନ୍ଧ୍ର ବିଭ୍ରାନ୍ତ କରୁଛି। କୋଟିଆକୁ ହାତେଇବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଲାଳସା ଦେଖାଇ ଭୂତେଇବାରେ ଲାଗିଛି। ତାହାକୁ ଭଣ୍ଡୁର କରିବା ନିମନ୍ତେ ଘରେ ଘରେ ପହଞ୍ଚି ନିଜ ଭାଷାରେ ସେମାନଙ୍କୁ ସଚେତନ କରାଇବି ବୋଲି ମମତା କହିଛନ୍ତି।ଆନ୍ଧ୍ର ଷଡ଼ଯନ୍ତ୍ର କେବେହେଲେ ସଫଳ ହେବନାହିଁ ଓ ତାକୁ ଭଣ୍ଡୁର କରାଯିବ ବୋଲି ସେ ମତ ଦେଇଛନ୍ତି।

ପ୍ରକାଶଥାଉ କି, ମମତା ଜାନି ସେମିଳିଗୁଡ଼ା ବ୍ଲକ ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ପୁଟସିଲ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କ ପିତାଙ୍କ ନାମ ଡୁମୁରୀ ଯାନୀ ଏବଂ ମାତାଙ୍କ ନାମ ସାନ୍ଦ ଯାନୀ। ସେ ୨୦୨୦ ମସିହାରେ ଆଇଟିଆଇ ଶେଷକରିବା ପରେ ନିଜ ଗ୍ରାମରେ ଏକ ଜେରକ୍ସ ଦୋକାନ ଦେଇଛନ୍ତି। ପ୍ରଦୀପ କୁମାର ପାଙ୍ଗିଙ୍କୁ ବିବାହ କରି ଗୃହିଣୀ ଭାବେ ସ୍ୱାମୀଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି। ସେ +୩ ଗାଙ୍ଗେଶ୍ୱରୀ ମହାବିଦ୍ୟାଳୟ ପଟାଙ୍ଗିଠାରେ ୨୦୧୮ ମସିହାରେ ଇତିହାସ ଅନର୍ସ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ ଶିକ୍ଷିତ ଓ ଦୂରଦୃଷ୍ଟି ସମ୍ପନ୍ନା ମହିଳା ହୋଇଥିବାରୁ ସର୍ବସମ୍ମତିକ୍ରମେ ତାଙ୍କୁ କୋଟିଆ ଜୋନ୍‌ ୧ରୁ ସର୍ବଦଳୀୟ ପ୍ରାର୍ଥୀ କରାଯାଇଛି।

କୋଟିଆ ପାଇଁ ଗୋଟିଏ ନେତା: ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନୋମିନେସନ ଭରିଲେ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ
କୋରାପୁଟ: କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରକୁ ମୁକାବିଲା ଲାଗି ଏକାଠି ହୋଇଛନ୍ତି ସବୁ ରାଜନୈତିକ ଦଳ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ରହିଛି ଶେଷ ତାରିଖ। କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପ୍ରାର୍ଥୀ ଓ ନେତାଙ୍କ ଭିଡ ଜମିଛି ।  ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ମମତା ଜାନୀ। ଆଜି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ସର୍ବଦଳୀୟ ନେତା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଓ କୋରାପୁଟ ବିଧାୟକ ରଘୁରାମ ପୋଡାଲ ଉପସ୍ଥିତ ଥିଲେ। ଦଳମତ ନିର୍ବିଶେଷରେ କୋଟିଆ ଲଢ଼େଇ ଏକାଠି ଲଢ଼ାଯିବ। କୋରାପୁଟରେ ତିନି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ନେତାମାନେ ଏପରି ନିଷ୍ପତ୍ତି ନେଇଛନ୍ତି।

ପଟାଙ୍ଗୀ ବ୍ଲକର ଜିଲ୍ଲା ପରିଷଦ ଜୋନ୍‍ ୧ ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ତେଣୁ ଏକ ଅଣ ରାଜନୈତିକ ପରିବାରର ଶିକ୍ଷିତା ଯୁବତୀଙ୍କୁ ଏଠାରେ ପ୍ରାର୍ଥୀ କରାଯିବ ବୋଲି ବୈଠକରେ ତିନି ଦଳର ନେତାମାନେ ସହମତ ହୋଇଥିଲେ। ସେହିପରି ପ୍ରତି ୱାର୍ଡ଼ରେ ଜଣେ ଲେଖାଏଁ ୱାର୍ଡ଼ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ଭାବରେ ମଧ୍ୟ ଜଣେ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦିଆଯିବ।

କୋଟିଆ ଗ୍ରାମପୁଞ୍ଜର ୧୧ଟି ଗାଁରେ ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ଏପରି ନିଷ୍ପତ୍ତି ନେଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ୨୦୦୬ମସିହାରୁ ସ୍ଥିତାବସ୍ଥା ଜାରି କରିବା ସତ୍ତ୍ବେ ଗତ ବର୍ଷ ଆନ୍ଧ୍ର ପ୍ରଶାସନ କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିଲା। ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ସହିତ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ବୋଲି ପ୍ରମାଣିତ କରିବାକୁ ବହୁ ଐତିହାସିକ ଦସ୍ତାବିଜ୍‍ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏହି ମାମଲା ବିଚାରାଧୀନ ଥିବାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଓ ଦୁଇ ରାଜ୍ୟ ମୁଖ୍ୟ ସଚିବସ୍ତରରେ ଆଲୋଚନା ଅନୁଷ୍ଠିତ ହୋଇଛି।ଏହି ସ୍ଥିତିରେ ରାଜ୍ୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ କୋଟିଆକୁ ସାମିଲ କରାଯାଇଛି।

ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିବାରୁ ତିନି ଦଳ କୋଟିଆ ଲଢ଼େଇ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟାଙ୍ଗୀ ବିଧାୟକ ପିତମ୍‍ ପାଡ଼ି, ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ, ଡ଼ିସିସି ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପଟାଙ୍ଗୀ ପୂର୍ବତନ ବିଦାୟକ ରାମଚନ୍ଦ୍ର କାଡ଼ାମ, ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ କୋଟିଆରେ ସର୍ବସମ୍ମଦ ଭାବରେ ପ୍ରାର୍ଥୀ ଦେବାକୁ ଏକମତ ହୋଇଛନ୍ତି।

କୋଟିଆ ଆମର; ଜନତା ମାରିବେ ମୋହର, ଆନ୍ଧ୍ର ନିର୍ବାଚନ କରିଥିବା ୱାର୍ଡରେ ବି ହେବ ଭୋଟ
କୋରାପୁଟ: ଫେବ୍ରୁଆରୀ ୧୬ରୁ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ।  ଚଳିତ ଥର ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ପଟାଙ୍ଗି ବ୍ଲକର ବିବାଦୀୟ କୋଟିଆରେ ମଧ୍ୟ ପଞ୍ଚାୟତ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିବା କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦ୍ଦଲ ଅଖତର ସୂଚନା ଦେଇଛନ୍ତି। କୋଟିଆ ସମେତ ସମସ୍ତ ୧୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଏମିତିକି ଆନ୍ଧ୍ରପ୍ରଦେଶ ନିର୍ବାଚନ କରିଥିବା ୱାର୍ଡଗୁଡ଼ିକରେ ମଧ୍ୟ ମତଦାନ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏଥିସହ କୋଟିଆରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଭର୍ଚ୍ୟୁଆଲ୍ ବୈଠକରେ ଯୋଗଦେଇ ଆଲୋଚନା କରିଛନ୍ତି ।

ଏଥିରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ୨,୯୭୩ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତଥିବା ଜିଲ୍ଲାପାଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ମତଦାନ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ନିର୍ବାଚନରେ ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ଥିବା ବୁଥ୍‌ଗୁଡ଼ିକ ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନର ସ୍ଥିତି ଉପରେ ସମୀକ୍ଷା କରି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯିବା ସହ ତଦନୁଯାୟୀ ଭୋଟଗ୍ରହଣ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବୈଠକ ପରେ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଶେଷ କରି ଗତ ନିର୍ବାଚନ ସମୟ ଅପେକ୍ଷା ବର୍ତ୍ତମାନ ମାଓବାଦୀ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଥିବାରୁ ଉପାନ୍ତ ଅଞ୍ଚଳରେ ନିର୍ବାଚନ ପରିଚାଳନା ପୂର୍ବାପେକ୍ଷା ଅଧିକ ସୁବିଧା ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ଏସ୍‌ପିଙ୍କ ସହିତ ଆଲୋଚନା କରି  ସେହି ଅଞ୍ଚଳରେ ପୁଲିସ୍ ଫୋର୍ସ୍  ମୁତୟନ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ପ୍ରାର୍ଥୀ ଓ ସମର୍ଥକ ଯେପରି ଆଦର୍ଶ ଆଚରଣ ବିଧି ପାଳନ କରିବେ ସେଥିପ୍ରତି  ଜିଲ୍ଲା ପ୍ରଶାସନ ତୀକ୍ଷ୍ମ ଦୃଷ୍ଟି ରଖିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଚାରରେ ୫ଜଣ ଓ ଆବଶ୍ୟକ ସ୍ଥଳେ ସ୍ଥାନୀୟ  ଥାନା ଅଧିକାରୀଙ୍କଠାରୁ ଅନୁମତି ନେଇ ଦଳ କିମ୍ବା ପ୍ରାର୍ଥୀ ପ୍ରଚାରରେ ମାଇକ୍ରୋ ଫୋନ୍ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ଆଜିର ଭର୍ଚ୍ୟୁଆଲ୍ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସଏ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସାଖିଲା ଚନ୍ଦ୍ର ବାସ୍କେ ଉପସ୍ଥିତ ଥିଲେ।

ଆନ୍ଧ୍ରକୁ ବଡ଼ ଝଟକା, ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନକୁ ରଦ୍ଦ କଲେ ଆନ୍ଧ୍ର ହାଇକୋର୍ଟ
ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ ୧୩ ତାରିଖରେ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର । ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।