Farmers Issue - The Sakala

ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ; ସରକାରଙ୍କ ନିଦ ହଜାଇଦେବାକୁ ଦେଲେ ଚେତାବନୀ
ଭୁବନେଶ୍ବର: ବିଜେଡିର ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏ ସରକାର କରୁଛି କଣ ? ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି । ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କିଛି କାର୍ଯ୍ୟକାରୀ କରୁଛନ୍ତି । ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ । ହେଲେ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳ ସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କରୁଛି କଣ ? ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି ।

ନିର୍ବାଚନ ପ୍ରତିଶୃତି ରକ୍ଷା କରିବାକୁ ଅନୁରୋଧ କରିଥିଲୁ । କଟନୀ ଛଟନି ବନ୍ଦ କରିବାକୁ କହିଥିଲୁ । ମିଲର ଓ ସରକାର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି । ୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ । ୭୨ ଘଣ୍ଟାରେ ଧାନ କିଣା ଯାଉ। ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ। ବିଧାନସଭାରେ ବିଜେଡି ଚାଷୀଙ୍କ ପାଇଁ ସ୍ୱର ଉଠାଉଛି ହେଲେ ସରକାରଙ୍କ ଚାଷୀ ପାଇଁ ଖାତିର ନାହିଁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। କୌଣସି ସରକାରୀ ପରୀକ୍ଷା କରି ପାରୁନି ସରକାର। ରୋଜଗାର ନାହିଁ । ଖାଲି ଜୟ କିଷାନ କହୁଛନ୍ତି ହେଲେ ଚାଷୀ ପାଉଛି କଣ ? କଥା ନୁହେଁ କାମ ଦରକାର । ବିଜେଡି ଚାଷୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ । ବିଜେଡ଼ି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜାଇ ଦେବ ବୋଲି ଚରମ ଚେତାବନୀ ଦେଇଛନ୍ତି ନବୀନ ପଟ୍ଟନାୟକ ।

ଚାଷୀ ସମସ୍ୟା, ଆଇନ ଶୃଙ୍ଖଳାର ସଂଗୀନ ସ୍ଥିତି ନେଇ ଲୋୟର ପିଏମଜିରେ ବିଜେଡିର ବିଶାଳ ବିକ୍ଷୋଭ
ଭୁବନେଶ୍ବର : ଆଜି ଲୋୟର ପିଏମଜିରେ ବିଜେଡିର ଗର୍ଜନ । ଚାଷୀ ସମସ୍ୟା ନେଇ ଦଳ କରୁଛି ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି । ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଥିବା ବିଜେଡି ଅଭିଯୋଗ କରିଛି ।

ଚାଷୀ ଭାଇ ଆଜି ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପୂରା ବିଗିଡି ଯାଇଛି ।  ଓଡିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ । ସେହିପରି ଓଡିଶାବାସୀଙ୍କୁ ହଇରାଣ କରିବା ପାଇଁ ଏ ସରକାର ଗାଦିରେ ବସିଛନ୍ତି  । ରାଜ୍ୟର ଚାଷୀଭାଇ ମାନେ କାନ୍ଦୁଛନ୍ତି । ନାରୀମାନଙ୍କ ଉପରେ ନିର୍ଯାତନା ବଢିବାରେ ଲାଗିଛି । ଏ ସରକାର ପୁରା ଫେଲ୍ ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାଂର ।

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆସନ୍ତାକାଲି ଲୋୟର ପିଏମଜିରେ ବିକ୍ଷୋଭ କରିବ ବିଜେଡି
ଭୁବନେଶ୍ବର: ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲି ଲୋୟର ପିଏମଜିରେ ଗର୍ଜିବ ବିଜେଡି। ଚାଷୀ ସମସ୍ୟା ନେଇ ଦଳ କରିବ ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି। ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଥିବା ବିଜେଡି ଅଭିଯୋଗ କରିଛି।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଥିଲେ ।

ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି । ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟନୀ ଛଟନୀ ଇତ୍ୟାଦି ରାଜ୍ୟର ଚାଷୀ ମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । ରାଜ୍ୟର ପ୍ରତିଟି ବ୍ଲକରେ ଓ ଜିଲ୍ଲାରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଛି । କିନ୍ତୁ ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି କହି ସରକାର ନିଜ ପିଠି ନିଜେ ଥାପୁଡ଼େଉଛନ୍ତି । କିନ୍ତୁ ସରକାରୀ ତଥ୍ୟ ରାଜ୍ୟ ସରକାରଙ୍କ ଦାବିକୁ ଡାହା ମିଛ ବୋଲି ପ୍ରମାଣିତ କରୁଛି ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଏମାନଙ୍କ ଭିତରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜିକରଣକୁ ବିଭିନ୍ନ କାରଣ ଦର୍ଶାଇ ସରକାର ରଦ୍ଦ କରିଦେଇଥିଲେ । ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇପାରିଛି, ଯାହା ସମୁଦାୟ ଧାନର ମାତ୍ର ୩୧ ପ୍ରତିଶତ  । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ, ବାକି ଧାନକୁ ନେଇ ଚାଷୀ କ’ଣ କରିବେ ? ଏହାଛଡା ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାକୁ ସରକାର ଦେଉନାହାନ୍ତି । ଧାନ ସଂଗ୍ରହ ପରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ମୂଲ୍ୟ ଯିବା କଥା କିନ୍ତୁ, ଏହା ପନ୍ଦର କୋଡିଏ ଦିନ ପର୍ଯ୍ୟନ୍ତ ଯାଇପାରୁନାହିଁ । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । ତେଣୁ ଏହି ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।

ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ସଭାପତିଙ୍କ ନିଦେ୍ର୍ଦଶକ୍ରମେ, ଫେବୃଆରୀ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆସୁଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ବ୍ୟତୀତ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହିସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଗତ ନିର୍ବାଚନରେ ବିନା କଟନୀ ଛଟନୀରେ ଏମଏସପି ଉପରେ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରି ଧାନ କିଣାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । କେବଳ ସେତିକି ନୁହେଁ, ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଚାଷୀମାନଙ୍କ ସମସ୍ତ ଧାନକୁ କ୍ରୟ କରିବ, କିନ୍ତୁ ଏବେ ସମସ୍ତ ପ୍ରତିଶ୍ରୁତିକୁ ଭାଙ୍ଗି ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନକୁ ଆଉ ୩୧୦୦ ଟଙ୍କାରେ କ୍ରୟ କରୁନାହାନ୍ତି । ରାଜ୍ୟର ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ଧାନ ସଂଗ୍ରହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ଓ ଚାଷୀକୁଳକୁ ଉପହାସ କରୁଛନ୍ତି । ତେଣୁ ରାଜ୍ୟର କୃଷକ ମାନଙ୍କୁ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।

ମଣ୍ଡି ତାତିରେ କମ୍ପିଲା ବିଧାନସଭା: ଚାଷୀ ପ୍ରସଙ୍ଗ ନେଇ ଗୃହରେ ତୁମୁଳ କାଣ୍ଡ, ୧୧ଟା ୩୦ ଯାଏଁ ମୁଲତବୀ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଧାନ ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀମାନଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥିଲେ। ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଗୃହର ମଧ୍ୟଭାଗ (Well) କୁ ଚାଲିଆସିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରି ନଥିଲା।

ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ କମିଲାନି ତାତି

ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଏବଂ ନିଜ ଆସନକୁ ଫେରିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଏହା ଶୁଣି ନଥିଲେ। ଗୃହରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ବିରୋଧୀମାନେ ଅଭିନବ ଉପାୟରେ ଧାନ ବିଡ଼ା ଧରି ଗୃହରେ ପ୍ରତିବାଦ କରିଥିଲେ।

ନବୀନଙ୍କୁ ଭେଟିଲେ ନୂଆପଡ଼ା ବିଜେଡି ନେତା: ସଂଗଠନକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ, 'ବିଜେପିକୁ ଡରନି, ବୁଥ୍‌ ରିଗିଂର ଜବାବ ଦିଆଯିବ'
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପରେ ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସ୍ଥିତି ଏବଂ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ମତାମତ ଶୁଣିବା ପରେ ସଂଗଠନକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁ ବାବୁ ନୂଆପଡ଼ାକୁ ଜିଲ୍ଲା କରିଥିଲେ ଏବଂ ବିଜେଡି ସର୍ବଦା ନୂଆପଡ଼ାବାସୀଙ୍କ ସୁଖଦୁଃଖରେ ସାଥିରେ ରହିଛି ଓ ରହିବ।

ବୈଠକ ପରେ ପ୍ରତିକ୍ରିୟା ରଖି ନୂଆପଡ଼ା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ସଭାପତି ଅବନୀ ଯୋଶୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନେତାମାନେ କହିଛନ୍ତି ଯେ, ବିଜେପି ନୀତି ଆଦର୍ଶରେ ନୁହେଁ ବରଂ କଳ, ବଳ ଓ କୌଶଳ ଲଗାଇ ଏହି ନିର୍ବାଚନ ଜିତିଛି। ଶେଷ ତିନି ଦିନରେ ପ୍ରଶାସନିକ କଳର ଅପବ୍ୟବହାର କରାଯାଇଥିଲା। ଦାଦନ ଖଟିବାକୁ ଲୋକ ବାହାରକୁ ଯାଇଥିବା ସତ୍ତ୍ୱେ ୪୧ଟି ବୁଥରେ ୯୦ ପ୍ରତିଶତରୁ ଅଧିକ ମତଦାନ ହେବା ରିଗିଂର ସ୍ପଷ୍ଟ ପ୍ରମାଣ ବୋଲି ବିଜେଡି ଅଭିଯୋଗ କରିଛି। ଅଧିକାରୀଙ୍କୁ ଧମକ ଦେବା ସହ ପୋଲିସ ନିଜେ ବିଜେପିର ଏଜେଣ୍ଟ ସାଜି କାମ କରିଥିବା ନେଇ ଦଳ ଅସନ୍ତୋଷ ପ୍ରକାଶ କରିଛି।

ବିଜେଡି ନେତା ମନୋଜ ମିଶ୍ର ଓ ହରିଶ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବା ନିୟମ ଥିଲେ ମଧ୍ୟ ବିଜେପି ନେତାମାନେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିଲେ। ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଏପରିକି ବିଜେଡି କର୍ମୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ଯେଉଁଠାରେ ବନ୍ଧୁକର ନାଁ ଗନ୍ଧ ନାହିଁ, ସେଠାରେ 'ଆର୍ମସ୍ ଆକ୍ଟ' ଲଗାଇ କର୍ମୀଙ୍କୁ ହଇରାଣ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଜଣେ ଦାଦନ ଶ୍ରମିକଙ୍କ ହତ୍ୟା ମାମଲାରେ ମଧ୍ୟ ପୋଲିସର ନିଷ୍କ୍ରିୟତା ଦେଖିବାକୁ ମିଳିଛି ବୋଲି ଦଳ ଅଭିଯୋଗ କରିଛି।

ନିର୍ବାଚନ ସରିବା ପରେ ଚାଷୀଙ୍କ ସମସ୍ୟା ବଢିଥିବା ନେଇ ପ୍ୟାକ୍ସ ସଭାପତି ରାଜେଶ ନିଗମ କହିଛନ୍ତି। ମଣ୍ଡିରେ କଟନୀ ଛଟନୀ ଚାଲିଛି, ମିଲରମାନେ ହ୍ୟାଣ୍ଡଲିଂ ଚାର୍ଜ ପାଉନାହାନ୍ତି ଏବଂ ଚାଷୀଙ୍କୁ ଟୋକନ ମିଳୁନାହିଁ। ତେବେ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆଗାମୀ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେଡି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି।