adarsh behera - The Sakala

ଓଡିଶା ଫେରିଲେ ସୁଦାନ ଗୃହଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ, ବଖାଣିଲେ ସେଠାରେ ଘଟିଥିବା ଯନ୍ତ୍ରଣାପୂର୍ଣ୍ଣ ଜୀବନ
ଭୁବନେଶ୍ୱର: ସୁଦାନରୁ ଫେରିଲେ ଆଦର୍ଶ । ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା। ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ ।

ଓଡିଶା ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ । ସୁରକ୍ଷିତ ସ୍ଥାନକୁ ଯିବା ବେଳେ RSF ଅପହରଣ କରିନେଇଥିଲା । ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ ବୋଲି କହିଛନ୍ତି ଆଦର୍ଶ । ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ । ୨,୩ ଦିନ ଜଙ୍ଗଲ ଓ ପରେ ଜେଲ୍‌ରେ ରଖିଥିଲେ । ସେ କହିଛନ୍ତି କି, ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି । ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ ।

୨୦୨୨ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଯାଇଥିଲେ ଆଦର୍ଶ ବେହେରା । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ଅପହରଣ କରି ନେଇଥିଲେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।