Farmer Suicide - The Sakala

ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ଘଟଣା: ନେପାଲ ମାଝୀଙ୍କ ଘରୁ ତଥ୍ୟ ସଂଗ୍ରହକଲା ବିଜେଡି ଅନୁଧ୍ୟାନକାରୀ ଦଳ
ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲାରେ  ଚାଷୀଙ୍କ ଧାନ ବିକ୍ରି ନ ହେବା ଯୋଗୁଁ ନେପାଳ ମାଝୀ ନାମକ ଚାଷୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେବା ସହ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ସ୍ଥାନୀୟ ପ୍ରସାଶନର ଅପାରଗତା ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ବିଜେଡି ଅଭିଯୋଗ କିରିଛି। ଆଜି ବିଜେଡ଼ିର ତଥ୍ୟ ସଂଗ୍ରହକାରୀ ଟିମ୍‌ ଜଡ଼ାମୁଡ଼ା ଗାଁ ସ୍ଥିତ ମୃତ ଚାଷୀଙ୍କ ଘରେ ପହଞ୍ଚି  ପରିବାର ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ।

ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ, ରାଜ୍ୟ ସମ୍ପାଦକ ରାଜେଶ ନିଗମ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ମହିଳା ଜିଲ୍ଲା ସଭାପତି ସଂତୋସିନି ସଲମା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡ଼ି ଯୁବ ଜିଲ୍ଲା ସଭାପତି ମନୋଜ ଦୀପ, ପୂର୍ବତନ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା,ଟିଙ୍କୁ ପଣ୍ଡା, ଉମେଶ ସହିସ୍‌, ନୂଆପଡା ବ୍ଲକ ସଭାପତି ଚୁରନ ସିଂ ମାଝୀ, କୋମନା ବ୍ଲକ ସଭାପତି କ୍ଷମା ସିଂ ନୀଆଲ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ବାଗ୍‌, ଯୋଗେନ୍ଦ୍ର ମାଝୀ, ଯୋଗେନ୍ଦ୍ର ପାଣ୍ଡେ, ଖରୀଆର ରୋଡ୍‌ ଏନ୍‌ଏସି ସଭାପତି ଅନୁପ ଦୀପ, ଖଡିଆଲ ବ୍ଲକ ସଭାପତି ହୀରାଧର ମେହେର, ସରସ୍ୱତୀ ବାଗ, ତନ୍ମୟ ବାଗ,ଜଡ଼ାମୁଣ୍ଡା ସରପଞ୍ଚ ସୁରୁସିଂ ମାଝୀ ଟିମ୍‌ରେ ସାମିଲ୍‌ ଥିଲେ। ସବିଶେଷ ତଥ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ବିଜେଡିର ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଜେଡି ନେତା ସଞ୍ଜୟ ଦାସ ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାକ୍ଷାତକରି ମଣ୍ଡିର ଅବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ। ଶ୍ରୀ ବର୍ମା  କହିଥିଲେ ଧାନକିଣା ପ୍ରସଙ୍ଗରେ ସରକାର ବିଫଳ ହୋଇଛନ୍ତି। । ମଣ୍ଡିର ବ୍ୟବସ୍ଥା ଠିକ୍‌ ନାହିଁ, ଏହି ସରକାର ଚାଷୀଙ୍କ ହିତ ପାଇଁ ନାହାନ୍ତି ବୋଲି କହିଥିଲେ। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଏହି ୩ ତାରିଖ ସୁଦ୍ଧା ଚାଷୀଙ୍କ ଆଇସ୍କେନ୍‌ କରାଯିବ, ଏହାପରେ ଆମେ ସମସ୍ତ ଧାନ ଉଠାଇବା  ବୋଲି କହିଥିବା କହିଛନ୍ତି ଶ୍ରୀ ବର୍ମା। ସାମ୍ୱାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲିମାଝୀ, ଜିଲ୍ଲା ସଭାପତି ଅବନୀରଞ୍ଜନ ଯୋଶୀ, ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ମାଝୀ, କାର୍ତ୍ତିକ ଦୀପ, ମନୋଜ ମିଶ୍ର, ସୁବାସ ପଣ୍ଡା, ହେମନ୍ତ କର, ଚୁରନ୍‌ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ; କୀଟନାଶକ ପିଇ ଜୀବନ ହାରିଲେ ଚାଷୀ
କୋମନା: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ। ଫଳରେ ସିଏସ୍‌ଓ ଅଫିସ ସମ୍ମୁଖରେ ଅନୁଷ୍ଠିତ ଆନ୍ଦୋଳନରେ ସାମିଲ ହୋଇ ନିରାଶରେ ଫେରିବା ପରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଜଣେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ । ମୃତ ଚାଷୀ ହେଲେ କୋମନା ବ୍ଲକ ଜଡାମୁଣ୍ଡା ଗାଁର ନେପାଳ ମାଝୀ । ଧାନ ବିକି ନପାରି ସେ ଜୀବନ ହାରିଥିବା ଆଲୋଚନା ହେଉଛି। ପ୍ରକାଶ ଯେ, ଜଡ଼ାମୁଣ୍ଡା ରବି ଧାନ ମଣ୍ଡିରେ ମେ’ ୩୦ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ୩୬ କ୍ୱିଣ୍ଟାଲ ୯୬ କିଲୋଗ୍ରାମ ଧାନ ବିକିବାକୁ ନେପାଳଙ୍କ ପାଖକୁ ଟୋକନ୍‌ ଆସିଥିଲା । ମଣ୍ଡିରୁ ଧାନ ଉଠୁନଥିବାରୁ ଗତକାଲି ଗାଁର ଶତାଧିକ ଚାଷୀଙ୍କ ସହ ନେପାଳ ସିଏସ୍‌ଓ ଅଫିସ ଆଗରେ ବିକ୍ଷୋଭରେ ସାମିଲ ହୋଇଥିଲେ। ସେଠାରୁ ଘରକୁ ଫେରି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଆଜି ଦିନ ୧୧ଟାରେ  ନେପାଳଙ୍କ ଶବ  ଗାଁରେ ପହଞ୍ଚି ଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ସରକାରୀ ଚାକିରି ଦାବିରେ ଗାଁ ଲୋକେ ଶ୍ମଶାନରୁ ଶବକୁ ଆଣି ଜାତୀୟ ରାଜପଥ ନଂ.୩୫୩ ଉପରେ ରଖି ଅବରୋଧ କରିଥିଲେ। ପରେ ନୂଆପଡ଼ା ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି, କୋମନା ତହସିଲଦାର ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଘଟଣା ସ୍ଥଳରେ ମୃତକଙ୍କ ପରିବାରକୁ ରେଡ୍‌କ୍ରସ ଫଣ୍ଡରୁ ୫୦ ହଜାର ଟଙ୍କା ସହାୟତା ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଋଣ ପରିଶୋଧ ପାଇଁ ଋଣଦାତାଙ୍କ ଚାପ; କାମ୍ବୋଡ଼ିଆ ଯାଇ କିଡ୍‌ନୀ ବିକିଲେ ଚାଷୀ, ଲକ୍ଷେ ଟଙ୍କାର ଋଣ ହୋଇଗଲା ୭୪ ଲକ୍ଷ...
ମୁମ୍ବଇ: ଭାରତରେ ବ୍ୟବସାୟୀଙ୍କୁ ସହଜରେ କୋଟି କୋଟି ଟଙ୍କା ଋଣ ମିଳିଯାଉଛି। ଆଉ କିଛି ବ୍ୟବସାୟୀ ଅନେକ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଧରି ବିଦେଶ ପଳାଉ ଥିବା ନଜିର ରହିଛି। ମାତ୍ର ଦେଶରେ ଗରିବ ଚାଷୀଙ୍କୁ ଲକ୍ଷେ ଟଙ୍କା ଋଣ ମିଳିବା ବି କଷ୍ଟ ହେଇଯାଉଛି। ଆଉ ଚାଷ ପାଇଁ  ହାତ ଉଧାରି କରି ସାହୁକାରଙ୍କଠୁ ଟଙ୍କା ଆଣିଲେ ତାର ସୁଧ ଦେଇ ଦେଇ ଚାଷୀର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି। ଶେଷରେ ଚାଷୀ ନିଜ ଭିଟାମାଟି ସହିତ ଅଙ୍ଗପ୍ରତ୍ୟଙ୍ଗ ବିକିଲେ ବି ଏହି ଋଣ ପରିଶୋଧ କରିପାରୁନି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଚାଷୀ ରୋଶନ ସଦାଶିବ କୁଡେଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। କିଛି ବର୍ଷ ହେଲା ଚାଷରେ କ୍ଷତି ହେବାରୁ ସେ ଗୋପାଳନ କରି ଡାଏରୀ ବେପାର କରିବାକୁ ଚାହୁଁଥିଲେ। ମାତ୍ର ବ୍ୟାଙ୍କ ଋଣ ନ ଦେବାରୁ ସେ ଅନେକ ସାହୁକାରଙ୍କଠାରୁ ଲକ୍ଷେ ଟଙ୍କା ଆଣିଥିଲେ। କିନ୍ତୁ ଏ ବାବଦ ସୁଧ ତାଙ୍କ ଉପରେ ଦାଉ ସାଧିଥିଲା।  ଦିନକୁ ୧୦ ହଜାର ଟଙ୍କାର ସୁଧ ପାଇଁ ଋଣ ରାଶି ୭୪ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ଏଥିପାଇଁ ସେ କିଡ୍‌ନୀ ବିକିବାକୁ ବାଧ୍ୟ ହୋଇଥିଲେ। ସଦାଶିବ କୋଲକାତାରୁ କାମ୍ବୋଡିଆ ଯାଇ ନିଜ କିଡନୀ ବିକ୍ରି କରିଥିଲେ।

ସୂଚନା ଅନୁଯାୟୀ, ବର୍ଷା ନ ହେବାରୁ ଡାଏରୀ ବ୍ୟବସାୟୀ ପାଇଁ ସଦାଶିବ ଅଣ୍ଟା ଭିଡ଼ିଥିଲେ। ମାତ୍ର ବ୍ୟବସାୟ ଆରମ୍ଭ ହେଉ ହେଉ ସେ କିଣିଥିବା ଗାଈ ମରି ଯାଇଥିଲା। ଯେଉଁ ଫସଲ କରିଥିଲେ ତାହା ନଷ୍ଟ ହୋଇ ଯାଇଥିଲା। ଋଣ ଭାର ବଢ଼ିବାରେ ଲାଗିଥିଲା ଏବଂ ଋଣଦାତା ଚାପ ପକାଇବାରେ ଲାଗିଥିଲେ। ଜମି, ଟ୍ରାକ୍ଟର ଏବଂ ଘରବାଡ଼ି ବିକିବା ସତ୍ତ୍ବେ ଟଙ୍କା ସୁଝି ପାରି ନ ଥିଲେ। ଏହି ସମୟରେ ଜଣେ ଋଣଦାତା ତାଙ୍କୁ କିଡନୀ ବିକିବାକୁ ପରାମର୍ଶ ଦେଇଥିଲେ। ପରେ ସେ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ କୋଲକାତାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରି କାମ୍ବୋଡିଆ ଯାଇ କିଡ୍‌ନୀ ଦେଇଥିଲେ। ଏହି କିଡ୍‌ନୀକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ଋଣ ପରିମାଣ ସୁଝିବା ସତ୍ତ୍ବେ ଚଢ଼ା ସୁଧ ନେବା ପାଇଁ ବ୍ରହ୍ମପୁର ସହରର କିଶୋର ବାୱାନକୁଲେ, ମନୀଷ କଲବାନ୍ଦେ, ଲକ୍ଷ୍ମଣ ଉରୁକୁଡେ, ପ୍ରଦୀପ ବାୱାନକୁଲେ, ସଞ୍ଜୟ ବାଲାପୁରେ ଏବଂ ଲକ୍ଷ୍ମଣ ବୋର୍କାର ତାଙ୍କ ଉପରେ ଚାପ ପକାଇ ଥିଲେ।

କୁଡେ ଦାବି କରିଛନ୍ତି ଯେ ଅଭିଯୋଗ ସତ୍ତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏହା ତାଙ୍କ ମାନସିକ ଏବଂ ଶାରୀରିକ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଛି। ଯଦି ନ୍ୟାୟ ନ ମିଳେ ତେବେ ସେ ଏବଂ ତାଙ୍କ ପରିବାର ରାଜ୍ୟ ସରକାରଙ୍କ ମୁଖ୍ୟାଳୟ ମୁମ୍ବଇର ମନ୍ତ୍ରଣାଳୟ ସମ୍ମୁଖରେ ଆତ୍ମଦାହ କରିବେ ବୋଲି ସଦାଶିବ ଧମକ ଦେଇଛନ୍ତି।