Odisha BJP Govt - The Sakala

‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା
ପୁରୀ: ରାଜ୍ୟ ସରକାର ମହିଳା ସଶକ୍ତୀକରଣର ବଡ଼ ବଡ଼ ଭାଷଣ ଦେଉଛନ୍ତି। ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ରେକର୍ଡ ନେଇ ଗଳା ଫଟାଉଛନ୍ତି। ହେଲେ ଭାଷଣ ଆଉ ବାସ୍ତବତା ମଧ୍ୟରେ କିନ୍ତୁ ଆକାଶ ପାତାଳ ଫରକ୍‌। ମହିଳା ହିଂସାରେ ଓଡ଼ିଶାର ରେକର୍ଡ ପୂର୍ବରୁ ସରକାରଙ୍କ ଗାଲକୁ ଚାପୁଡ଼ା ମାରି ସାରିଥିବାବେଳେ ବାସ୍ତବରେ ମହିଳାଙ୍କ ପାଇଁ ଏ ସରକାର କ’ଣ ସତରେ ସମ୍ବେଦନଶୀଳ? ଏପରି ପ୍ରଶ୍ନ ଆଜି ପଚାରୁଛନ୍ତି ହଜାର ହଜାର ‘ସୁଭଦ୍ରା’। ଯେଉଁ ମହିଳା ନିଜ ଗୋଡ଼ରେ ଠିଆ ହୋଇ ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଥିବା ଗୋଟିଏ ପ୍ଲାଟ୍‌ଫର୍ମକୁ ବନ୍ଦ କରିଦେବା କେତେଦୂର ସମ୍ବେଦନଶୀଳତା? ଏଭଳି ପ୍ରଶ୍ନଘେରରେ ଛନ୍ଦି ହୋଇଥିବା ଅସ୍ମିତା ସରକାର ମହିଳାଙ୍କ ସ୍ୱାବଲମ୍ବନର ରାସ୍ତା ବନ୍ଦ କରି ‘ସୁଭଦ୍ରା’ଙ୍କ ଆଖିରେ ଲୁହ ଦେଇଛନ୍ତି। ଏ ବର୍ଷ ରଥଯାତ୍ରାର ଅନ୍ୟତମ ଆକର୍ଷଣ ପଲ୍ଲିଶ୍ରୀ ମେଳାକୁ ବନ୍ଦ କରି ମହିଳାଙ୍କୁ ଏକପ୍ରକାର ତାତ୍ସଲ୍ୟ କରିଛନ୍ତି।

ପୁରୀର ରଥଯାତ୍ରା ସହିତ ଓଡ଼ିଆମାନଙ୍କର ଭାବାବେଗ ଜଡ଼ିତ। ଏହା କେବଳ ଆଧ୍ୟାତ୍ମିକ ଯାତ୍ରା ନୁହେଁ, ବରଂ ଏହା ଲୋକ ସଂସ୍କୃତି, ଲୋକଚଳଣି ଓ ଲୋକ ଅର୍ଥନୀତିର ଯାତ୍ରା। ପ୍ରତିବର୍ଷ ରଥଯାତ୍ରାରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଥାଏ। ମେଳା ମାଧ୍ୟମରେ ଜାତୀୟସ୍ତରର ବୁଣାକାର, ହସ୍ତଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦଗୁଡ଼ିକର ସୁଲଭ କ୍ରୟ ମୂଲ୍ୟ ଯୋଗୁଁ ଅଗଣିତ ଓଡ଼ିଆ ରଥଯାତ୍ରା ସମୟରେ ନିଜ ଘରର ଆବଶ୍ୟକତା ପୂରଣ କରିଥା’ନ୍ତି। ବଡ଼ଦାଣ୍ଡ ଶରଧାବାଲିର ଗୋଟିଏ ପାର୍ଶ୍ୱରେ ତିନିରଥ ଓ ଅନ୍ୟ ପାଖରେ ପଲ୍ଲିଶ୍ରୀ ପାର୍ବଣ ନବଦିନବ୍ୟାପୀ ରଥଯାତ୍ରାକୁ ଆନନ୍ଦ ମୁଖର କରିଥାଏ। ସବୁଠୁ ବଡ଼ କଥା ହେଉଛି ଶହଶହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଉତ୍ପାଦିତ ଦେଶୀୟ ସାମଗ୍ରୀକୁ ବିକ୍ରିବଟା କରି ଦି ପଇସା ଭଲ ରୋଜଗାର କରି ପରିବାର ଚଳାଇଥା’ନ୍ତି। ସେମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ବର୍ଷତମାମ ବ୍ୟବସାୟର ଅର୍ଦ୍ଧାଧିକ ଲାଭାଂଶ ଏହି ମେଳା ଜରିଆରେ ପାଇଥା’ନ୍ତି। ହେଲେ ଗତବର୍ଷଠାରୁ ଶ୍ରୀକ୍ଷେତ୍ରବାସୀ ପଲ୍ଲିଶ୍ରୀ ମେଳା ଅଭାବକୁ ଅନୁଭବ କରୁଛନ୍ତି।

ଗତବର୍ଷଠାରୁ ସରକାର ପଲ୍ଲିଶ୍ରୀ ମେଳା ପ୍ରତି ବିମୁଖର ସଂକେତ ଦେଇଥିଲେ। ଭୋଳାନାଥ ବିଦ୍ୟାପୀଠରେ ପଲ୍ଲିଶ୍ରୀ ମେଳା ହେବ ନାହିଁ ବୋଲି ଗତବର୍ଷ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ ବୈଠକରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କାନ୍ଦି କାନ୍ଦି ତାଙ୍କୁ ଗୁହାରି କରିଥିଲେ। ବେଳାଭୂମିରେ ପଲ୍ଲିଶ୍ରୀ ମେଳା ପଡ଼ିଲେ ସେଠାକୁ କେହି ଯିବେ ନାହିଁ, ବିକ୍ରିବଟା ହେବ ନାହିଁ ବୋଲି ଆଇନମନ୍ତ୍ରୀଙ୍କୁ ଜଣାଇଥିଲେ। ମନ୍ତ୍ରୀ, ଜିଲ୍ଲାପାଳ ବୁଝାଯିବ କହି ଆଶ୍ୱାସନା ଦେଇଥିଲେ ମଧ୍ୟ ମହିଳାମାନଙ୍କୁ ନିରାଶ କରି ପଲ୍ଲିଶ୍ରୀ ମେଳାକୁ ଭୋଳାନାଥ ବିଦ୍ୟାପୀଠ ପଡ଼ିଆରୁ ବେଳାଭୂମିକୁ ଠେଲି ଦେଇଥିଲେ ସରକାର। କିନ୍ତୁ ବିକ୍ରିବଟା ଉତ୍ସାହଜନକ ନ ଥିଲା। ମହିଳାମାନେ ମନ ଉଣା କରି ଫେରିଥିଲେ। ହେଲେ ଚଳିତବର୍ଷ କିନ୍ତୁ ପଲ୍ଲିଶ୍ରୀ ମେଳାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ‘ଅସ୍ମିତା’ ସରକାର। ଏହି ମେଳା ବନ୍ଦ ହୋଇଯିବା ଯୋଗୁଁ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି। ସେମାନଙ୍କ ପ୍ରଶ୍ନ ‘ସୁଭଦ୍ରା ଯୋଜନାରେ ୫ ହଜାର ଦେଲେ, ଆଉ ଯେଉଁଠି ଆମେ ବର୍ଷକର ୫୦ ହଜାର ରୋଜଗାର କରୁଥିଲୁ ତାକୁ ବନ୍ଦ କରିଦେଲେ’? କଟକର ବାଲିଯାତ୍ରା ପରି ପୁରୀର ରଥଯାତ୍ରାକାଳୀନ ପଲ୍ଲିଶ୍ରୀ ମେଳା ରଥ ସଂସ୍କୃତି ସହିତ ଜଡ଼ିତ। ହେଲେ କ’ଣ ପାଇଁ ରାଜ୍ୟ ସରକାର ବର୍ଷ ବର୍ଷ ଧରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଏକ ମାଧ୍ୟମ ସାଜିଥିବା ମେଳାକୁ ବନ୍ଦ କରିଦେଲେ ସେ ନେଇ କିଛି ସ୍ପଷ୍ଟ କରୁନାହାନ୍ତି।

ଯଦିଓ ଟ୍ରାଫିକ୍‌ ଓ ଭିଡ଼ ଏଡ଼ାଇବା ଦୃଷ୍ଟିରୁ ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି, କିନ୍ତୁ ଏହାକୁ ଆଳ କରି ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ କୁଟୀରଶିଳ୍ପ ସଂସ୍ଥାର ବ୍ୟବସାୟ ପ୍ରଭାବିତ କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି, ଅଭିନନ୍ଦନିକାର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି। ମେଳା ମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ଲୋକକଳା ଓ ଲୋକ ସଂସ୍କୃତିକୁ ମଧ୍ୟ ଦେଖଣାହାରୀ ଉପଭୋଗ କରିଥା’ନ୍ତି। ମେଳା ବନ୍ଦ ଯୋଗୁଁ ଆଧ୍ୟାତ୍ମିକ ଭାବଧାରାକୁ ନେଇ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାରୁ ବଞ୍ଚିତ ହେବେ ଲୋକେ। ଏ ସବୁକୁ ଦୃଷ୍ଟିକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପଲ୍ଲିଶ୍ରୀ ମେଳାକୁ ପୁନଃ ପ୍ରଦର୍ଶନ କରିବାକୁ ଶ୍ରୀ ସେନାପତି ନିବେଦନ କରିଛନ୍ତି।

ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ
ଭୁବନେଶ୍ୱର: ଆଜି ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୂରଣ ହୋଇଛି । ବିଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ବିକାଶ ନେଇ ସରକାରୀ ଦଳ ଦୃଢେ଼ାକ୍ତି ପ୍ରକାଶ କରୁଥିବାବେଳେ ବିରୋଧୀ ସରକାରଙ୍କୁ ପ୍ରତିଶ୍ରୁତି ଅପୂରଣୀୟତାର କାଠଗଡ଼ାକୁ ଟାଣୁଛନ୍ତି।  ଆଇନଶୃଙ୍ଖଳା ସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ। ତେବେ ଗତ ୨ ବର୍ଷ ତୁଳନାରେ ତୃତୀୟ ବର୍ଷ ସରକାରଙ୍କ ପାଇଁ ସବୁଠାରୁ ଆହ୍ୱାନ ତଥା ପରୀକ୍ଷାର ବର୍ଷ ହେବ ବୋଲି ରାଜନୀତିକ ମହଲରେ ମତ ପ୍ରକାଶ ପାଇଛି। ୨ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଏଯାବତ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ଓ ବୋର୍ଡରେ ନିଯୁକ୍ତି ହୋଇପାରି ନାହିଁ। ଯାହାକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ସମୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପରି ମନ୍ତ୍ରୀ ପରିଷଦ ଗଠନ ଓ ନିଗମ ନିଯୁକ୍ତି ସରକାରଙ୍କ ପାଇଁ ଆହ୍ୱାନ ହୋଇପାରେ। ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷାର୍ଦ୍ଧରେ ଛାତ୍ରସଂସଦ ନିର୍ବାଚନ, ଆସନ୍ତା ବର୍ଷ ପ୍ରଥମ ପ୍ରଥମାର୍ଦ୍ଧରେ ପଞ୍ଚାୟତ ଓ ପୌର ନିର୍ବାଚନ ସରକାରଙ୍କ ଲୋକପ୍ରିୟତା ତଉଲିବ ବୋଲି କୁହାଯାଉଛି।

ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ବିଗତ ୨ ବର୍ଷରେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି।  ଧାନ କ୍ରୟରେ ଅବ୍ୟବସ୍ଥା, ୩୦୦୦ ଟଙ୍କାର ଭତ୍ତା ପ୍ରଦାନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ବାରମ୍ବାର ସମାଲୋଚିତ ହେବାକୁ ପଡ଼ିଛି। ସେହିପରି ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇପଡ଼ିବା, ରଙ୍ଗବଦଳ ନିଷ୍ପତ୍ତିକୁ ନେଇ ମଧ୍ୟ ସାଧାରଣ ଲୋକେ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି। ଅପରପକ୍ଷେ ସମାନ ସମୟରେ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଫଳତାକୁ ନେଇ ଦମ୍ଭୋକ୍ତି ଭରୁଛନ୍ତି। ତେବେ ଏହି ଦୁଇବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ କରି ନ ପାରିବା ଏବଂ ବୋର୍ଡ, ନିଗମରେ ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହେବା  ଉଭୟ ସରକାର ଏବଂ ସଂଗଠନର ନିଷ୍ପତ୍ତି ନେବାରେ ଦକ୍ଷତା ତଥା ସମନ୍ୱୟ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ତେଣୁ ତୃତୀୟ ବର୍ଷ ପ୍ରାରମ୍ଭରେ ଏହା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସାଜିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଆସନ୍ତା ମାର୍ଚ୍ଚରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏବେ ସୁଦ୍ଧା ମୁଖ୍ୟ ବିରୋଧୀ ଦଳ ବିଜେଡି ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ ରଖିପାରିଛି। ସମାନ ସମୟରେ ବିଜେପି ଏଯାବତ୍‌ ସବୁ ଜିଲ୍ଲାରେ ସବୁ ନିର୍ବାଚନମଣ୍ଡଳୀରେ ନିଜର ପ୍ରଭାବ ବିସ୍ତାର କରିପାରେ ସକ୍ଷମ ହୋଇପାରି ନାହିଁ। ତେବେ ରାଜ୍ୟରେ ସରକାର ଥିବାବେଳେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ସରକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହେବ। ଏହି ନିର୍ବାଚନ ହିଁ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ନିର୍ଣ୍ଣୟ କରିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ ନିଜର ନିର୍ବାଚନୀ ପ୍ରତିଶ୍ରୁତି ଯଥା ଓଡ଼ିଶାରେ ଓଡ଼ିଆରେ ମେଡିକାଲ, ଇଞ୍ଜିନିୟରିଂ ଶିକ୍ଷା, ୧୫ ଲକ୍ଷଙ୍କୁ ପିଏମ୍‌ ଆବାସ, ୭୫ ହଜାର କିଲୋମିଟରକ ରାସ୍ତା, ସମସ୍ତଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ପୂରଣ ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ପାଲଟିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସରକାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ: ନବୀନ
ଭୁବନେଶ୍ୱର: ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା ସାରା  ରାଜ୍ୟକୁ ସ୍ତବ୍ଧ କରି ଦେଇଛି। ‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ’। ମୋ ଓଡ଼ିଶାର ୧୩ଟି ନିରୀହ ଜୀବନ ସରକାରୀ ଅବହେଳାରୁ ଏସ୍‌ସିବି ପରି ଦେଶର ପ୍ରତିଷ୍ଠିତ ଡାକ୍ତରଖାନାରେ ଚାଲିଗଲା। ଏତେବଡ଼ ଘଟଣାରେ ମୁଁ କେମିତି ଚୁପ୍‌ ରହିପାରିବି। ଏହି ଦୁର୍ଘଟଣାରେ ମୋ ଓଡିଶା ମାଟିର ୧୩ ଜଣ ଓଡିଆ ଭାଇ ଭଉଣୀଙ୍କ ଜୀବନ କେବଳ ଯାଇନାହିଁ, ସେମାନଙ୍କ ପରିବାରର ସ୍ୱପ୍ନ ମଧ୍ୟ ଅବହେଳାର ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ମିଳିତ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗାନ୍ଧୀ ମାର୍ଗରେ ଆୟୋଜିତ ଗଣଧାରଣାକୁ ସମର୍ଥନ ଜଣାଇ ଏକ ବାର୍ତ୍ତାରେ ନବୀନ ପଟ୍ଟନାୟକ କହିଛନ୍ତି, ସରକାରୀ ସ୍ୱାସ୍ଥ୍ୟ ଉପରୁ ଲୋକଙ୍କ ଭରସା ତୁଟି ଯାଇଛି। ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କ ବିଶ୍ୱାସ ଏସ୍‌ସିବି ପରି ଏତେବଡ଼ ଅନୁଷ୍ଠାନ ଉପରୁ ଭାଙ୍ଗିଗଲା। ଆମେ କେମିତି ଚୁପ୍‌ ରହି ଏତେବଡ ସରକାରୀ ଉଦାସୀନତାକୁ ସହି ପାରିବା ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଭଗବାନ କରନ୍ତୁ ଯେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ। ଲୋକଙ୍କ ସରକାର ବୋଲି ଢୋଲ ପିଟୁଥିବା ଡବଲ ଇଞ୍ଜିନ ସରକାରର ଉତ୍ତରଦାୟିତ୍ୱ କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡିଶାବାସୀଙ୍କ ବିପୁଳ ସମର୍ଥନରେ କେନ୍ଦ୍ରରେ ଗଡ଼ା ଯାଇଥିବା ମେଣ୍ଟ ସରକାରର ମନ୍ତ୍ରୀମାନଙ୍କ ମାନବିକତା କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶାବାସୀଙ୍କ ବିଶ୍ୱାସ ଆଜି ସଙ୍କଟରେ। ଏସ୍‌ସିବିର ଗୌରବ ଆଜି ସଙ୍କଟରେ। ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଶ୍ୱସନୀୟତା ଆଜି ସଙ୍କଟରେ। ଓଡିଶାବାସୀ ଆଜି ଉତ୍ତରଦାୟିତ୍ୱ ମାଗୁଛନ୍ତି। ମନ୍ତ୍ରୀ ପଦ ସହ ଉତ୍ତରଦାୟିତ୍ୱ ସବୁବେଳେ ଯୋଡି ହୋଇ ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେବା ସହ ସାଢେ ଚାରି କୋଟି ଓଡିଆଙ୍କ ଜୀବନକୁ ବାଜିରେ ଲଗାଇ ବିଜେପି ସରକାର ଖସି ଯାଇ ପାରିବ ନାହିଁ ବୋଲି ସତର୍କ କରି ଦେଇଛନ୍ତି। ଏଭଳି ସମ୍ୱେଦନଶୀଳ ଘଟଣାଗୁଡିକରେ ଉତ୍ତରଦାୟିତ୍ୱ ନେଇ ପୂର୍ବ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜୀର ରହିଛି। ତେଣୁ ଏହି ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ୱ ନେବାକୁ ବିଜେପି ସରକାର ବାଧ୍ୟ। ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟୋକ୍ତି କରିଥିଲେ। ସୂଚନାଯୋଗ୍ୟ ଯେ ଆଜିର ଏହି ଗଣ ଧାରଣାରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ।

ଧଉଳିରେ ଲଜ୍ଜାଜନକ ଘଟଣା: ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍, 'ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ'
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ରାଜଧାନୀରେ ବର୍ବରତା ଓ ଅରାଜକତା ସୀମା ଟପୁଥିବା ବେଳେ ଏଠାରେ ମହିଳା ଓ ନାବାଳିକାମାନେ କେତେ ସୁରକ୍ଷିତ, ତାହା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ନବୀନ କହିଛନ୍ତି।

https://twitter.com/Naveen_Odisha/status/2000842825441681868

ଏହି ଜଘନ୍ୟ କାଣ୍ଡ ପରେ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସେ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧୀମାନେ ଭୟଶୂନ୍ୟ ହୋଇପଡ଼ିଛନ୍ତି ଏବଂ ସରକାର ନିଜର ବିଶ୍ୱସନୀୟତା ହରାଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସରକାର କେବେ ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ରାଜ୍ୟ ସରକାରଙ୍କ ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। କେବଳ ଘଟଣା ଘଟିବା ପରେ ନୁହେଁ, ବରଂ ପୂର୍ବରୁ ଅପରାଧକୁ ରୋକିବା ଦିଗରେ ସରକାର ତତ୍ପର ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି।

ଖବର ଅନୁଯାୟୀ,  ରାଜଧାନୀ ଉପକଣ୍ଠ ଧଉଳିରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁରୁଷବନ୍ଧୁଙ୍କ ସହ ବୁଲି ଯାଇଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦି’ପହରେ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରି ତାଙ୍କ ଆଖି ଆଗରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ୧୦ ତାରିଖରେ ଏହି ବର୍ବର କାଣ୍ଡ  ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଏହି ଘଟଣା‌ରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନାବାଳିକାଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିଲେ। ପରେ ସେମାନେ ଲିଙ୍ଗିପୁର ନିକଟ ଦୟାନଦୀ କୂଳ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ଲୁଟ୍‌ ଉଦ୍ୟମ  କରିଥିଲେ। ନାବାଳିକା ଏବଂ ପୁରୁଷବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଆଖି ଆଗରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଜଣଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଯୌନପିପାସୁ ରାକ୍ଷସମାନେ କିଛି ଶୁଣି ନଥିଲେ। ପରେ ସେମାନେ ଉଭୟଙ୍କଠାରୁ ସୁନା, ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏହି ଘଟଣାରେ ନାବାଳିକା ଏବଂ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।