Sonia Gandhi - The Sakala

ମହିଳା ସଂରକ୍ଷଣ କେବଳ ବାହାନା, ମୋଦୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ ଆଉ କିଛି : ସୋନିଆ ଗାନ୍ଧୀ
ମହିଳା ସଂରକ୍ଷଣ ବିଧେୟକକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ 'ଅସାଧାରଣ ତତ୍ପରତା' ଦେଖାଉଛନ୍ତି, ଯାହାର ମୂଳ ଉଦ୍ଦେଶ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ରାଜନୈତିକ ଫାଇଦା ଉଠାଇବା ହୋଇପାରେ ।

ସମ୍ବିଧାନ ଉପରେ ଆକ୍ରମଣ

'ଦ ହିନ୍ଦୁ' ଖବରକାଗଜରେ ପ୍ରକାଶିତ ଏକ ଆର୍ଟିକିଲ୍‌ରେ ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ଆଗାମୀ ଏପ୍ରିଲ ୧୬ରୁ ୧୮ ତାରିଖ ଯାଏଁ ଆହୂତ ସଂସଦର ସ୍ୱତନ୍ତ୍ର ଅଧିବେଶନର ମୁଖ୍ୟ ପ୍ରସଙ୍ଗ ମହିଳା ସଂରକ୍ଷଣ ନୁହେଁ, ବରଂ 'ପରିସୀମନ' ଅଟେ । ସେ କହିଛନ୍ତି ଯେ, ସରକାରଙ୍କ ଏହି ପରିସୀମନ ପ୍ରସ୍ତାବ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସିଧାସଳଖ ଭାବରେ ସମ୍ବିଧାନ ଉପରେ ଆକ୍ରମଣ ।

ଜାତିଗତ ଜନଗଣନାକୁ ଏଡ଼ାଇବା ପାଇଁ ପ୍ରୟାସ

ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜାତିଗତ ଜନଗଣନା ପ୍ରସଙ୍ଗକୁ ଏଡ଼ାଇବା ଏବଂ ବିଳମ୍ବ କରିବା । ସେ ମହିଳା ସଂରକ୍ଷଣରେ ଓବିସି (OBC) ବର୍ଗର ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବିକୁ ମଧ୍ୟ ଦୋହରାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଥିବା ବେଳେ ଆଗାମୀ ଦିନରେ ସଂସଦରେ ଏହାକୁ ନେଇ ତୀବ୍ର ବିତର୍କ ହେବାର ସମ୍ଭାବନା ରହିଛି ।

ସର୍ବଦଳୀୟ ବୈଠକ ପାଇଁ ଦାବି

ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ସରକାର ଏହି ଆଇନକୁ ତରବରିଆ ଭାବେ ପାରିତ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ, ନିର୍ବାଚନ ଶେଷ ହେବା ପରେ ଏକ ସର୍ବଦଳୀୟ ବୈଠକ ଡକାଯାଉ ଏବଂ ସବୁ ଦଳର ମତାମତ ନିଆଯିବା ପରେ ହିଁ ମୌସୁମୀ ଅଧିବେଶନରେ ଏହି ବିଧେୟକକୁ ଆଲୋଚନା ପାଇଁ ଅଣାଯାଉ । ପରିସୀମନ ପୂର୍ବରୁ ଦେଶରେ ଜନଗଣନା କରାଯିବା ନିହାତି ଆବଶ୍ୟକ ଏବଂ ଏହା ରାଜନୈତିକ ସ୍ତରରେ ସନ୍ତୁଳିତ ହେବା ଉଚିତ ବୋଲି ସୋନିଆ ଗାନ୍ଧୀ ମତ ରଖିଛନ୍ତି ।

ସୋନିଆ ଗାନ୍ଧୀ ଅସୁସ୍ଥ: ଶ୍ୱାସଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସାର୍ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପ କହିଛନ୍ତି ଯେ, ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଥଣ୍ଡା ପାଗ ଏବଂ ଦିଲ୍ଲୀର ପ୍ରଦୂଷଣ ଯୋଗୁଁ ତାଙ୍କର ବ୍ରୋଙ୍କିଆଲ୍ ଆଜମା ସମସ୍ୟା ସାମାନ୍ୟ ବୃଦ୍ଧି ପାଇଥିଲା, ଯାହା ଫଳରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଛି।

ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ ଆଣ୍ଟିବାୟୋଟିକ୍ସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ଦିଆଯାଉଛି। ତାଙ୍କର କ୍ଲିନିକାଲ୍ ଅଗ୍ରଗତି ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଲେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରୀ ଟିମ୍ ଆଶା ପ୍ରକାଶ କରିଛନ୍ତି।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରଙ୍କୁ ବଡ଼ ଆଶ୍ବସ୍ତି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ । ଇଡି ଡାର୍ଜସିଟ୍‌ ଉପରେ ବିଚାର କରିବାକୁ ମନା କଲେ କୋର୍ଟ । ମଙ୍ଗଳବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କୌଣସି ମାମଲାର ବିଚାର ପାଇଁ ପ୍ରଥମେ ଏଫଆଇଆର (FIR) ରହିବା ବାଧ୍ୟତାମୂଳକ। କିନ୍ତୁ ଏହି କ୍ଷେତ୍ରରେ କୌଣସି ଏଫଆଇଆର ନଥିବାରୁ ଏହା ଆଇନଗତ ଭାବେ ଗ୍ରହଣୀୟ ନୁହେଁ। ବିଚାରପତି କହିଛନ୍ତି ଯେ କେବଳ ଜଣେ ବ୍ୟକ୍ତିବିଶେଷଙ୍କ ଅଭିଯୋଗ ଆଧାରରେ PMLA ମାମଲା ଚାଲିପାରିବ ନାହିଁ।

ଯଦିଓ କୋର୍ଟ ବର୍ତ୍ତମାନ ପାଇଁ ଇଡିର ଅଭିଯୋଗକୁ ଖାରଜ କରିଛନ୍ତି, ତଥାପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଜାରି ରଖିପାରେ ବୋଲି ଅନୁମାନ କରାଯାଉଛି। କାରଣ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ନିକଟରେ ଏହି ମାମଲାରେ ଏକ ନୂତନ ଏଫଆଇଆର ପଞ୍ଜିକରଣ କରିଛି। କୋର୍ଟ କହିଛନ୍ତି ଯେ ଯେହେତୁ EOWର ତଦନ୍ତ ପ୍ରକ୍ରିୟା ଜାରି ରହିଛି, ତେଣୁ ବର୍ତ୍ତମାନ ସମୟରେ ଇଡିର ଯୁକ୍ତି ଉପରେ ରାୟ ଦେବା ଏକ ଅପରିପକ୍ୱ ନିଷ୍ପତ୍ତି ହେବ।

ଇଡି ଅଭିଯୋଗ କରିଥିଲା ଯେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ (ଯେଉଁଥିରେ ସୋନିଆ ଏବଂ ରାହୁଲଙ୍କର ୭୬% ଅଂଶଧନ ରହିଛି) ମାଧ୍ୟମରେ ନ୍ୟାସନାଲ ହେରାଲ୍ଡର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ (AJL)ର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି। ତେବେ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଦର୍ଶାଇଥିଲେ ଯେ ଏହି ମାମଲାରେ କୌଣସି ଅର୍ଥ କିମ୍ବା ସମ୍ପତ୍ତିର ହେରଫେର ହୋଇନାହିଁ, କେବଳ କମ୍ପାନୀର ମାଲିକାନା ପରିବର୍ତ୍ତନ ହୋଇଛି। କଂଗ୍ରେସ ଏହି ମାମଲାକୁ ବାରମ୍ବାର "ରାଜନୈତିକ ପ୍ରତିଶୋଧ" ବୋଲି କହିଆସୁଛି।