bcjd - The Sakala

ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ
ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକର ଅଭାବ ପାଇଁ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁ। ଆସନ୍ତା ୨ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି। ଏଥିପାଇଁ ଆବଶ୍ୟକ ୨,୭୩,୮୨,୦୫୦ ପାଠ୍ୟପୁସ୍ତକ ମଧ୍ୟରୁ କେବଳ ୧,୧୮,୪୫,୮୦୦ ପୁସ୍ତକ ଯୋଗାଇ ଦିଆଯାଇଛି। ଏହା ହାରାହାରି ମାତ୍ର ୪୩.୨୬ ପ୍ରତିଶତ। ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ଏହି ସମସ୍ୟା ଗମ୍ଭୀର ବୋଲି ଶ୍ରୀମତୀ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି।

ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମୟୂରଭଞ୍ଜକୁ ଆବଶ୍ୟକ ପୁସ୍ତକର ମାତ୍ର ୨୩.୦୫ ପ୍ରତିଶତ ପ୍ରଦାନ କରାଯାଇଛି। ସେହିଭଳି କନ୍ଧମାଳ, କେନ୍ଦୁଝର, ଗଜପତି, ନୟାଗଡ଼, ଗଞ୍ଜାମ, ଯାଜପୁର, ବାଲେଶ୍ୱର, ବଲାଙ୍ଗୀର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ମାତ୍ର ୪୦ ପ୍ରତିଶତରୁ କମ୍‌ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଚଳିତ ଅନ୍ୱେଷା ଭଳି ଯୋଜନାଗୁଡ଼ିକୁ ଏ ସରକାର ବନ୍ଦ କରିବାକୁ ନେଇ ସେ ସମାଲୋଚନା କରିଛନ୍ତି। ଏହି ଯୋଜନା ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ସୁବିଧାରେ ଯଥେଷ୍ଟ ଉନ୍ନତି ଆସିଥିଲା। ମାତ୍ର ଆସନ୍ତା ୨ତାରିଖରୁ ପ୍ରାୟ ୩ଲକ୍ଷ ଛାତ୍ରଛାତ୍ରୀ ପାଠ୍ୟପୁସ୍ତକ ବିନା ସ୍କୁଲ ଆରମ୍ଭ କରିବେ। ପିଲାଙ୍କ ପାଇଁ ସ୍କୁଲ ପୋଷାକ ଏବଂ ଉପଯୁକ୍ତ ପୁଷ୍ଟିସାର ଭଳି ବ୍ୟବସ୍ଥା ରହିଥିଲା, ଯାହାକୁ ପୂର୍ବ ବିଜେଡି ସରକାର ସମୟରେ ନିୟମିତ ଭାବେ ପ୍ରଦାନ କରାଯାଉଥିଲା। କିନ୍ତୁ, ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନର ସରକାର ଏହାକୁ ସଂପୂର୍ଣ୍ଣ ଅବହେଳା କରୁଛନ୍ତି।

ଅନ୍ୟପଟେ, ମାଗଣା ପାଠ୍ୟପୁସ୍ତକ ବଣ୍ଟନରେ ଅନିୟମିତତା ଉପରେ ପ୍ରଶ୍ନ ଉଠାଇ ଇପ୍ସିତା ସାହୁ କହିଛନ୍ତି ଯେ ମାଗଣା ପୁସ୍ତକ ଯୋଗାଇବା ପୂର୍ବ ବିଜେଡି ସରକାରଙ୍କ ଏକ ପଦକ୍ଷେପ ଥିଲା। କିନ୍ତୁ ଏହି ସୁବିଧା ସୁଯୋଗରେ କାହିଁକି ଅନିୟମିତତା ହେଉଛି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀ ଜବାବ ଦିଅନ୍ତୁ। ଯଦି ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଉପଲବ୍ଧ କରା ନ ଯାଏ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜୁ ଛାତ୍ର ଜନତା ଦଳ ସରକାରଙ୍କୁ ଚେତାବନୀ ଦେଇଛି।

ଦେବୀରଞ୍ଜନ ଏବଂ ସୌଭିକ୍‌‌ଙ୍କ ବାସଭବନ ଆଗରେ ବିଜେଡି ଯୁବ ଓ ଛାତ୍ର ନେତାଙ୍କ ପ୍ରତିବାଦ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ସୌଭିକ୍‌‌ ବିଶ୍ୱାଳଙ୍କ ବାସଭବନ ସାମ୍ନାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ବିକ୍ଷୋଭ ପ୍ରକାଶ କରିଛନ୍ତି। ଉଭୟ ବିଧାୟକ ଦଳ ବିରୋଧରେ ଯାଇ ଯେପରି କ୍ରସ ଭୋଟିଂ କଲେ ତାହାକୁ କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି।

ବୁଧବାର ସକାଳେ ବିଜେଡିର ଉଭୟ ଛାମୁଆ ସଂଗଠନର ଶହ ଶହ କାର୍ଯ୍ୟକର୍ତ୍ତା ଉଭୟ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନବୀନଙ୍କ ସହ ବେଇମାନିକୁ ବରଦାସ୍ତ କରାଯିବ ନାହିଁ, ବେଇମାନି ନେତା ହାଏ ହାଏ, ଧୋକାବାଜ ନେତା ହାଏ ନାରାବାଜି କରି ବିଜେଡି କର୍ମୀ ଉଭୟ ବିଧାୟକଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ସତସହାସ ଥିଲେ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣିଥରେ ନିର୍ବାଚନ ଲଢ଼ନ୍ତୁ ଦଳର କର୍ମୀ ଦାବି କରିଥିଲେ। ନିଜେ ପ୍ରତିକ୍ରିୟାରେ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ଉଭୟ ବିଧାୟକ ବିଜେପି ପାଖରେ ବିକ୍ରି ହୋଇ ଯାଇଛନ୍ତି। ନବୀନ ବାବୁଙ୍କର ଆଶୀର୍ବାଦ କାରଣରୁ ଉଭୟ ବିଧାୟକ ଏତେ କମ ବୟସରେ ବିଧାୟକ ହେବାର ସୁଯୋଗ ପାଇଥିଲେ। ମାତ୍ର ଉଭୟେ ନବୀନ ବାବୁଙ୍କ ସହ ବିଶ୍ୱାସଘାତକତା କଲେ। ନବୀନ ବାବୁଙ୍କ ପାଇଁ ଦେବୀରଞ୍ଜନ ତ୍ରିପାଠୀ ପରିଚୟ ପାଇଛନ୍ତି। ଶ୍ରୀ ତ୍ରିପାଠୀଙ୍କୁ ଦୁଇଥର ଟିକଟ ଦେବା ସହ ଛାତ୍ର ବିଜେଡି ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ପ୍ରଦାନ କରିଥିଲେ। ତାଙ୍କ ସହ ରାତ୍ର ଭୋଜନ ଏବଂ ସକାଳେ ଜଳଖିଆ ଖାଇଲ। ମାତ୍ର ଠିକ୍‌‌ ମତଦାନ ବେଳେ କିପରି ନବୀନ ବାବୁଙ୍କ ପଛପଟେ ଛୁରି ଭୁସି ପାରିଲ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି। ସେହିପରି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଥିଲେ ଯେ ଯେଉଁମାନେ ଅସାଧୁ ମେଣ୍ଟ କଥା କହୁଛନ୍ତି, ସେମାନେ ୨୦୧୯ରେ କାହିିଁକି ବିଜେଡି ଟିକଟରେ ନିର୍ବାଚନ ଲଢ଼ୁଥିଲ। ଆଜି ଯେତେବେଳେ ଚିଟଫଣ୍ଡରେ ଦଣ୍ଡ ପାଇବାର ବେଳ ଆସିଲା, ସେତେବେଳେ ତମେ ବିଜେପି ୱାସିଂ ମେସିନରେ ପଶି ନିଜକୁ ସଫା କରିଦେବ ବୋଲି ଭାବୁଛ। ଏକଥା ଲୋକେ ଗ୍ରହଣ କରୁନାହାନ୍ତି। ଯଦି ସତସାହସ ଅଛି, ତାହେଲେ ସଦସ୍ୟତା ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନକୁ ଯାଅ ବୋଲି ଶ୍ରୀ ସାହୁ ଦାବି କରିଥିଲେ।

ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ
ବାଲିପାଟଣା: ଓଡ଼ିଶା ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। କ୍ରସ ଭୋଟିଂ କରି ଦଳ ଏବଂ ଭୋଟରଙ୍କ ପ୍ରତି ବିଶ୍ୱାସ ଘାତକତା କରିଥିବା ଅଭିଯୋଗରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଦଳୀୟ କର୍ମୀ। ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି ବିଧାୟକ କ୍ରସ ଭୋଟିଂ କରିଥିବା ଅଭିଯୋଗକୁ ନାପସନ୍ଦ କରି ଦୃଢ଼ ବିରୋଧ କରିଛନ୍ତି। ପୂର୍ବତନ ବ୍ଲକ ସଭାପତି ପ୍ରତାପ କେଶରୀ ନାୟକ, ପୂର୍ବତନ ଚେୟାରମେନ ତ୍ରିବିକ୍ରମ ଦାଶ, ପୂର୍ବତନ ସରପଞ୍ଚ ବିନେଡ ନାୟକ, ଯୁବନେତା ସଂନ୍ଦିପ୍ତ ସେନାପତି, ସୋଲାର ମିଶ୍ରଙ୍କ ନେତୃତ୍ୱରେ ବାଲିପାଟଣା ଛକ ଠାରେ କୁଶ ପୁତ୍ତଳିକା ଦାହ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିଛି ନେତା ଏହାକୁ ଦଳ ମଧ୍ୟରେ ମତଭେଦର ପରିଣାମ ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ଗୁରୁତର ଶୃଙ୍ଖଳାଭଙ୍ଗ ଭାବେ ଦେଖୁଛନ୍ତି। ତେବେ, ଏହି ଅଭିଯୋଗ ସମ୍ପର୍କରେ ନବକିଶୋର ମଲ୍ଲିକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଆଗାମୀ ଦିନରେ ଦଳ ନେତୃତ୍ୱ କଣ ପଦକ୍ଷେପ ନେବେ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଦଳୀୟ ନେତା ଶିବ ପ୍ରସାଦ ଦାସ, ମାନସ ପଣ୍ଡା, ଜାକିର ହୁସେନ, ସତ୍ୟପ୍ରିୟ ସେଠୀ, ଜଗନ୍ନାଥ ପଣ୍ଡା, ବ୍ରହ୍ମାନନ୍ଦ ପ୍ରଧାନ, ସତ୍ୟଜିତ୍‌‌ ରାୟ, ଶରତ ଲେଙ୍କା, ଅଲେଖ ପ୍ରଧାନ ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

‘ଚକ୍ରମଣି ଚରମ ବିଶ୍ୱାସଘାତ କରିଛନ୍ତି’: କନ୍ଧମାଳରେ ଉତ୍ତ୍ୟକ୍ତ ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କ ବିକ୍ଷୋଭ
ଫୁଲବାଣୀ/ଫିରିଙ୍ଗିଆ: ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ କ୍ରସ୍‌ ଭୋଟିଂକୁ ନେଇ କନ୍ଧମାଳ ଜିଲ୍ଲା ରାଜନୀତିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଦେଖିବାକୁ ମିଳିଛି। କ୍ରସ୍‌ ଭୋଟିଂ କରିଥିବା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ବିରୋଧରେ କନ୍ଧମାଳ ଜିଲ୍ଲା ବିଜୁ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ବିଜୁ ଜନତା ଭବନ ସମ୍ମୁଖରେ ଶତାଧିକ ଉତ୍ତ୍ୟକ୍ତ ଯୁବ ଓ ଛାତ୍ର ବିଜେଡି କର୍ମୀ ଏକତ୍ର ହୋଇ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ।

ଜିଲ୍ଲା ଯୁବ ଓ ଛାତ୍ର ସଂଗଠନର ସଭାପତି ସୁନିଲ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ବକ୍ତାମାନେ ଅଭିଯୋଗ କରିଛନ୍ତି ଯେ ଶ୍ରୀ କହଁର ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳୀୟ ଆଦର୍ଶକୁ ବଳି ପକାଇଛନ୍ତି ଏବଂ ରାଜ୍ୟସଭା ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରି ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣ ଓ ଦଳର ଶୀର୍ଷ ନେତୃତ୍ୱ ପ୍ରତି ଚରମ ବିଶ୍ୱାସଘାତ କରିଛନ୍ତି। ବିକ୍ଷୋଭ ସମୟରେ କର୍ମୀ ନାରାବାଜି କରିବା ସହ ଟାୟାର ଜାଳି ରାସ୍ତାରେ ପ୍ରତିବାଦ କରିଥିଲେ। ଏହି ଘଟଣାରେ ଦଳୀୟ କର୍ମକର୍ତ୍ତା ଏକ ସ୍ୱରରେ ବିଧାୟକଙ୍କ ବିରୋଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ଏପରି ହେଲେ ଭବିଷ୍ୟତରେ କୌଣସି ଜନପ୍ରତିନିଧି ଏଭଳି ଦଳ ବିରୋଧୀ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ ବୋଲି କୁହାଯାଇଛି।

ଆଉ ୧୦ ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ବିଜେଡି ସଭାପତି ନିଯୁକ୍ତ
ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୧୦ଟି ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ଏବଂ ଛାତ୍ର ଜନତା ଦଳ ସଭାପତି ନିଯୁକ୍ତ କରିଛନ୍ତି। ଆଜି ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।   ବିଜ୍ଞପ୍ତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଅବିନାଶ ଟାକୁରଙ୍କୁ ନିଯୁକ୍ତି ମିଳିଛି। ବରଗଡ଼ ଯୁବ ବିଜେଡି ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଦାୟିତ୍ୱ ତୁଲାଇବାକୁ ଯାଉଥିବା ବେଳେ ବୌଦ୍ଧରେ ଭାଗିରଥି ମଲ୍ଲିକ ଦାୟିତ୍ୱ ସମ୍ଭାଳିବେ। ସେହିପରି ଭଦ୍ରକରେ ରାକେଶ ପଣ୍ଡା, ମାଲକାନଗିରିରେ ଶ୍ରୀନିବାସ ମୁଦୁଲି, କୋରାପୁଟରେ ଲଲାଟ ରଞ୍ଜନ ସେଠୀ, ଢେଙ୍କାନାଳରେ ଧର୍ମେନ୍ଦ୍ର ପରିଡ଼ା, ବଲାଙ୍ଗୀରରେ ଜତୀନ ପଟେଲ, ଗଞ୍ଜାମରେ ନଚିକେତା ସ୍ୱାଇଁ ଏବଂ ନବରଙ୍ଗପୁରରେ ଗୁପ୍ତ ପ୍ରସାଦ ଝଙ୍କାରଙ୍କୁ ନିଯୁକ୍ତି ମିଳିଛି।

ସେହିପରି କଳାହାଣ୍ଡିରେ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ଅଜିତ୍‌ ସାହୁଙ୍କୁ ନବୀନ ନିଯୁକ୍ତି ଦେଇଛନ୍ତି। ବରଗଡ଼ରେ ଛାତ୍ର ବିଜେଡି ସଭାପତି ଭାବେ କରଣ ସିକନ୍ଦର, ବୌଦ୍ଧରେ ଉଦିତ୍‌ ଭୋଇ ଓ ଭଦ୍ରକରେ ଭାସ୍କର ମହାଳିକ ନିଯୁକ୍ତି ପାଇଛନ୍ତି। ସେହିପରି ମାଲକାନଗିରିରେ ସୁବ୍‌ତର କୁମାର ଦାସଙ୍କୁ ନିଯୁକ୍ତି ମିଳିଥିବା ବେଳେ କୋରାପୁଟରେ ଫିରୋଜ ପଡାଲ, ଢେଙ୍କାନାଳରେ ଆର୍ୟନ ଦାସ, ବଲାଙ୍ଗୀରରେ ସୁମନ ନନ୍ଦ, ଗଞ୍ଜାମରେ ସୌଭିକ୍‌ ନନ୍ଦ ଓ ନବରଙ୍ଗପୁରରେ ବାବୁଲା ନାୟକ ଛାତ୍ର ବିଜେଡି ଭାବେ ଦାୟିତ୍ୱ ସମ୍ଭାଳିବେ।

ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି, ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି
ଭୁବନେଶ୍ବର: ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି । କାମଚଳା କୁଳପତିରେ ଚାଲିଛି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ । ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ଯୁବ ଓ ଛାତ୍ର ବିଜେଡି । ଫେବୃଆରୀ ଶେଷ ସୁଦ୍ଧା ଦାବି ପୂରଣ କରିବାକୁ ଦାବି ରଖାଯାଇଛି । ସଂଖ୍ୟା ଅନୁପାତରେ ବିଶ୍ବବିଦ୍ୟାଳୟରେ ବହୁତ କମ୍ ଅଧ୍ୟାପକ ଓ ପ୍ରାଧ୍ୟାପକ ଅଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଆସିବା ପରେ ତାହାର ତୃଟିପୂର୍ଣ୍ଣ ଦିଗ ଯୋଗୁ ଏବେ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପଦଗାମୀ ହେଉଥିବା ବିଜେଡି ଅଭିଯୋଗ କରିଛି । ୧୧୯୪ ଆସିଟାଣ୍ଟ ପ୍ରଫେସର ବଦଳରେ ୪୮୮, ୫୯୩ ଆସୋସିଏଟ ପ୍ରଫେସର ବଦଳରେ ୧୩୫, ୨୯୯ ପ୍ରଫେସର ବଦଳରେ ୩୮ ଓ ୩୦୮୨ ନନ ଟିଚିଂ ଷ୍ଟାଫ ବଦଳରେ ୭୮୨ ଜଣ କାର୍ଯ୍ୟରତ ଅଛନ୍ତି । ୧୩ଟି ବିଶ୍ବବିଦ୍ୟାଳୟରେ କୁଳପତି ହିଁ ନାହାନ୍ତି । କାମଚଳା କୁଳପତିରେ ଚାଲିଛି ଉତ୍କଳ, ରେଭେନସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗଙ୍ଗାଧର ମେହେର, ଫକିର ମୋହନ, ଖଲ୍ଲିକୋଟ ଭଳି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ।

୧୯୮୯ ରେ ବିଶ୍ଵବିଦ୍ୟାଳୟ ଆଇନ ଆସିଥିଲା । ଏହାର ୩୦ ବର୍ଷ ପରେ ଅସଂଗତି ଦେଖା ଯିବାରୁ ବିଜେଡି ସରକାର ୨୦୨୦ରେ ଏହାକୁ ସଂଶୋଧନ କରିଥିଲା । ୨୦୨୪ରେ ବିଜେପି ସରକାର ଆସିବା ପରେ 2020ର ସଂଶୋଧନକୁ ପୁଣି ଥରେ ସଂଶୋଧନ କରାଗଲା । ରାତି ସାରା ବିଧାନସଭାରେ ବିଜେଡି ଏହାର ତୃଟିପୂର୍ଣ୍ଣ ଦିଗକୁ ନେଇ ଯୁକ୍ତି ରଖିଥିଲା । ସଂଖ୍ୟା ଦୃଷ୍ଟିରୁ ସରକାର ଏହାକୁ ପାସ କଲେ ସିନା 2025 ରେ ପୁଣି ନିଜ ସଂଶୋଧନକୁ ସଂଶୋଧନ କଲେ । ଆଗକୁ ଯିବା ବଦଳରେ ବିଜେପି ପଛକୁ ଯିବା ସରକାର ପାଲଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ସର୍ବୋଚ୍ଚ ଅଦାଲତରେ ମାମଲା ବିଚରାଧୀନ ଥିବାବେଳେ ବିଲ କେମିତି ଆସିଲା ? କୁଳପତି ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବା କଥା । ଯାହାଙ୍କୁ ବାଛିବେ କୁଳାଧିପତି ଦାୟିତ୍ବରେ ଥିବା ରାଜ୍ୟପାଳ । ହେଲେ ବିଜେପି ଏହାକୁ ସିଣ୍ଡିକେଟ ବ୍ୟବସ୍ଥାରେ କରି ନିଜ ଦଳୀୟ ଆଦର୍ଶରେ କାମ କରୁଥିବା ବିଜେଡି ଅଭିଯୋଗ କରିଛି । ପ୍ରକ୍ରିୟାକୁ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବିରୋଧ କରିଥିବାରୁ ପୁଣି ଥରେ ସଂଶୋଧନ କରାଯାଇଥିବା ବିଜେଡି ଦାବି କରିଛି ।

ରାଜ୍ୟ ପରିବହନ ବିଭାଗର ଅନ୍ଧ ନୀତି ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ 'ଜନ ଜାଗରଣ' ଆନ୍ଦୋଳନ
ମୟୂରଭଞ୍ଜ: ରାଜ୍ୟ ପରିବହନ ବିଭାଗର ଅନ୍ଧ ନୀତି ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗର୍ଜନ ସମାବେଶ । ରାଜ୍ୟ ସରକାର ପରିବେଶର ସୁରକ୍ଷା ନାଁରେ ରାଜ୍ୟବାସୀଙ୍କୁ ଶୋଷଣ କରୁଛନ୍ତି। ପ୍ରତ୍ୟେକ ଗାଡ଼ିରେ ପଲ୍ୟୁସନ ସାର୍ଟିଫିକେଟ ହାସଲ କରିବା ପରିପ୍ରେକ୍ଷିରେ ବିଭିନ୍ନ ପ୍ରକାରର ମିଛ ଫାଇନ କାଟୁଥିବା ଦେଖିବାକୁ ମିଳୁଛି। ଗାଡ଼ି ରାସ୍ତାରେ ନ ଗଡିଲେ ମଧ୍ୟ ଫାଇନ ମେସେଜ ଆସି ପହଞ୍ଚୁଛି । ଲୋକେ ଋଣ କରି ଫାଇନ ଜମା କରୁଥିଲା ବେଳେ ଏ ପ୍ରକାର ଶୋଷଣ ପ୍ରତିବାଦରେ ବିଜୁ ଜନତା ଦଳର ଯୁବ ଏବଂ ଛାତ୍ର ସଂଗଠନ ପକ୍ଷରୁ ବାରିପଦାଠାରେ ଗର୍ଜନ ସମାବେଶ ଆୟୋଜିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ବିଜେଡି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡି ।

ମୟୂରଭଞ୍ଜ ଜିଲ୍ଲା ବିଜେଡିର ଯୁବ ସଭାପତି ଅରୁଣ ବରାଡ ଏବଂ ଛାତ୍ର ସଭାପତି ସୁନିଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗର୍ଜନ ସମାବେଶରେ ବିଜେଡ଼ିର ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ ଏବଂ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ଯୋଗଦାନ ଏହି ସମାବେଶକୁ ଅଧିକ ଶକ୍ତିଶାଳୀ କରିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ‌ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ପୌରପରିଷଦ ର ଉପାଧ୍ୟକ୍ଷା ସୀମା ଦାସ ଏଵଂ ଵହୁ କାଉନସିଲର,ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଗଣେଶ୍ଵର ପାତ୍ର, ବିଜେଡି ର ବରିଷ୍ଠ ନେତା ଡକ୍ଟର ଦେବାଶିଷ ମାରାଣ୍ଡି, ଦେବାଶିଷ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ଦିପ୍ତିଲତା ମିଶ୍ର ପ୍ରମୁଖ ଏହି ସମାବେଶରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ଜନତା ମାରଣ ନୀତିର ସମାଲୋଚନା କରିଥିଲେ। ପରିଶେଷରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି ଗଠନ କଲେ ବିଜେଡି ସୁପ୍ରିମୋ, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ
ଭୁବନେଶ୍ୱର: ବିଜେଡି ବଦଳୁଛି। ଦଳରେ ଦ୍ୱିତୀୟ ପିଢ଼ି ନେତାମାନଙ୍କ ଅପେକ୍ଷା ନୂତନ ଅର୍ଥାତ୍‌ ତୃତୀୟ ପିଢ଼ିକୁ ମିଳୁଛି ଅଧିକ ଗୁରୁତ୍ୱ। ପ୍ରତିଷ୍ଠା ଦିବସରେ ଦଳର ସଭାପତି ନବୀନ ପଟ୍ଟନାୟକ କରିଥିବା ଘୋଷଣା ଓ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶାବାସୀଙ୍କ ସ୍ୱର ହେବାର ପ୍ରତିଶ୍ରୁତି ଆଧାରରେ ଛାତ୍ର ଓ ଯୁବ ଗୋଷ୍ଠୀର ଟାଣୁଆ ନେତାମାନଙ୍କୁ ନେତୃତ୍ୱ ନେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଯାଉଛି। ୨୦୨୬ ଦ୍ୱିତୀୟାର୍ଦ୍ଧରେ ଛାତ୍ରସଂସଦ, ୨୦୨୭ ପ୍ରଥମାର୍ଦ୍ଧରେ ପଞ୍ଚାୟତ, ପୌର ପରିଷଦ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଦୁଇ ଛାମୁଆଁ ସଙ୍ଗଠନ ଯୁବ ଓ ଛାତ୍ର ବାହିନୀର ପୁନର୍ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳରେ ୪ ଜଣ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜେନ୍ଦ୍ର ହୋତା, ପ୍ରଶାନ୍ତ ପଣ୍ଡା, ଅମୀର ଅହମ୍ମଦ , ୨ ମହାସଚିବ ଅମରଜିତ୍‌ ସେନାପତି ଓ ସୋଫିଆ ଆଲାମଙ୍କ ସହ ୧୭ ଜଣ ବରିଷ୍ଠ ଉପସଭାପତି, ୫୩ ଉପସଭାପତି ଓ ୮୪ ସାଧାରଣ ସମ୍ପାଦକଙ୍କୁ ନବୀନ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳରେ ୫ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ବିଷ୍ଣୁପ୍ରସାଦ ପଣ୍ଡା, ଚିନ୍ମୟ ଦାସ, ଆଲ୍ଲାରଖା ଖାନ୍‌, ପ୍ରଦୋଷ ପରିଡ଼ା, ରକି ଦାସ, ସୁଜିତ୍‌ ପାଲଟା ସିଂହ ପ୍ରମୁଖ ୨ ମହାସଚିବ, ୧୫ ବରିଷ୍ଠ ଉପସଭାପତି, ୩୪ ଉପସଭାପତି ଓ ୮୯ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି।

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ପ୍ରତିଷ୍ଠା ଦିବସରେ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ରାଜ୍ୟବାସୀଙ୍କ ସ୍ୱର ଭାବେ କାର୍ଯ୍ୟ କରିବ। ତଦନୁଯାୟୀ ପ୍ରତିଷ୍ଠା ଦିବସ ପରେ ପରେ ୧୧ଟି ଜିଲ୍ଲା କମିଟି ଘୋଷଣା ସହ ଯୁବ ଓ ଛାତ୍ର ଶାଖାର ଏକ ସଶକ୍ତ କମିଟି ଅନୁମୋଦନ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳ ଓ ଜିଲ୍ଲାର ଦକ୍ଷ ଓ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି। ରାଜ୍ୟ ବିଜେପି ସରକାରଙ୍କ ଅବହେଳା ଓ ସମ୍ୱେଦନହୀନ ଶାସନ ବିରୋଧରେ ପ୍ରତ୍ୟେକ ସ୍ତରରେ ବିଜୁ ଯୁବ ଜନତା ଦଳ ରାଜ୍ୟବାସୀଙ୍କ ସ୍ୱର ହୋଇ ଦୃଢ ପ୍ରତିବାଦ କରିବ।

ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ ହୋଇଛି। ମହିଳା ବିରୋଧୀ ହିଂସା ଓ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର ଉଦବେଗ ଜନକ ଭାବେ ବୃଦ୍ଧି ପାଇଛି। ଛାତ୍ର ସମାଜର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ସରକାର ଛାତ୍ରବୃତ୍ତି ବନ୍ଦ କରିବା ଭଳି ପଦକ୍ଷେପ ନେଇଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଛାତ୍ର ବିଜୁ ଜନତା ଦଳର ଏହି ନୂଆ କର୍ମକର୍ତ୍ତାମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନ ବିରୋଧୀ କାର୍ଯ୍ୟ ଓ ବିଫଳତା ବିରୋଧରେ ସଶକ୍ତ ଲଢେଇ ଜାରି ରଖିବ। ସମସ୍ତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଦକ୍ଷ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ନେତାମାନେ ଏହି କମିଟିରେ ସ୍ଥାନ ପାଇଛନ୍ତି। ତୃଣମୂଳସ୍ତରରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି କମିଟି ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଦଳ  ପକ୍ଷରୁ କୁହାଯାଇଛି ।

ଚାନ୍ଦବାଲି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବାସଭବନ ଘେରଉ କଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ
ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ  ବାଲିଗାଁରେ ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ନାବାଳିକାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସମର୍ଥ ଥିବାବେଳେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରି ଯୁବ ଓ ଛାତ୍ର ବିଜେଡିର ବହୁସଂଖ୍ୟକ କର୍ମକର୍ତ୍ତା ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ ଉଦ୍ୟମ କରିଥିଲେ। ଧଉଳି ଗଣଦୁଷ୍କର୍ମ ଓ ସହୀଦ ନଗର ନାବାଳିକା ଦୁଷ୍କର୍ମ ଘଟଣା ଏଯାବତ୍‌ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ।  ଏପରି ସମୟରେ ଚାନ୍ଦବାଲିର ଲୋମହର୍ଷଣକ ଘଟଣା ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ବିଜେପି ସରକାର ଶାସନକୁ ଆସିବା ପରେ ରାଜ୍ୟରେ ମହିଳା ଓ ନାବାଳିକାମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଗୋପାଳପୁର, ବାଲିହରଚଣ୍ଡୀ, ଧଉଳି, ଶହୀଦ ନଗର, ମାଲକାନଗିରି ଗଣଦୁଷ୍କର୍ମର ଲମ୍ୱା ତାଲିକା ଦେଖେଇ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଦଳର ହଜାର ହଜାର ଯୁବ ଓ ଛାତ୍ର ଆଜି ପ୍ରଦର୍ଶନ କରିଥିଲେ।

ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବା ସହିତ ମହିଳା ଓ ନାବାଳିକାମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟରେ ମହିଳା ଓ ନାବାଳିକାଙ୍କ ବିରୋଧରେ ଅପରାଧ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ରାଜ୍ୟରେ ଆଇନଶୃଖଳା ସ୍ଥିତି ଏପରି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ, ଅପରାଧୀମାନେ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି। ଦୁଃଖ ଓ ପରିତାପର ବିଷୟ ଯେ ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ସଙ୍ଗୀନ ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି। ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିଲା ବେଳେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯାଉଛି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବାରମ୍ୱାର ଏଭଳି ଘଟଣା ଘଟୁଛି। ଯଦି ରାଜ୍ୟର ବିଜେପି ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ, ତା’ହେଲେ ସରକାର ଗାଦି ଛାଡ଼ିଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଏହି ବିକ୍ଷୋଭରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଧୃତି ମାର୍ଥା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍‌ ପାଢ଼ୀ, ନୀଳମାଧବ ମହାନ୍ତି, ସୁଜିତ ପାଲଟାସିଂହ, ଅସ୍ମିତ ଦାସ, ସ୍ନେହାଶିଷ, ତବରେଜ ଖାନ, ଫାତିମା ଖାତୁନ, ଲଗ୍ନାଦୀପ ମିଶ୍ର, ଦୀପକ ଜେନା, ସତ୍ୟଜିତ୍‌ ପଟ୍ଟନାୟକ, ଦୀପକ ସାହୁ, ସୌମ୍ୟ ରଞ୍ଜନ ତି୍‌ରପାଠୀ, ଜଗମୋହନ ବଲିଆରସିଂହ, ସୁଦୀପ୍ତ କୁମାର ସାମଲ, ଶେଖ ଅମୀର ଅହମ୍ମଦ, ସୌମ୍ୟ ଶଙ୍କର ରାୟ, ଦୀପକ ମହାପାତ୍ର, ମନୋଜ ମହାନ୍ତି, ସଞ୍ଜୀତ ମହାନ୍ତି, ମନୋଜ ସେନାପତି, ଅମରଜିତ୍‌ ସେନାପତି, ଅରୁପ ଶ୍ରୀଚନ୍ଦନ, ପ୍ରଶାନ୍ତ ସ୍ୱାଇଁ, ସ୍ମୃତି ରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ନାୟକ, ସ୍ୱାଗତିକା ମହାନ୍ତି, ଦୀପକ ବେହେରା, ଜ୍ୟୋତି ପ୍ରକାଶ ସାମଲ, ମନୋରଞ୍ଜନ ସ୍ୱାଇଁ, ବିକ୍ରମ ପଟ୍ଟନାୟକ, ଇଲା ସାସମଲ, ରାଜେଶ ରୋଶନ, ଶ୍ରୀଚନ୍ଦନ ପାତ୍ର, ମନୋଜ ମାରାଣ୍ଡି, ଦିବ୍ୟସିଂହ ସେଠୀ, ଶେଖ ନିୱାଜ, ସମିମ ଅଖତର, ସାଗର ବଳବନ୍ତରାୟ, ସାଇରାମ ସେଠୀ, ଶୁଭମ ବେହେରା, ଅମିତ କୁମାର ଜେନା, ଅଶୋକ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଏସଆଇ ପରୀକ୍ଷା ସ୍କାମ: ବୌଦ୍ଧିକ ଚୋରି ହୋଇଛି ଏହା ମହାପାପ; ଆସନ୍ତା ୬ରେ ପ୍ରତିବାଦ କରିବ ବିଜୁ ଯୁବ ଓ ଛାତ୍ର ଜନତା ଦଳ
ଭୁବନେଶ୍ବର: ଏସଆଇ ପରୀକ୍ଷା ସ୍କାମ ବିରୋଧରେ ଆସନ୍ତା ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରିବ। ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ବହୁ ପରୀକ୍ଷାର୍ଥୀ ମାନେ ଆନ୍ଦୋଳନରେ ବ୍ୟାପକ ଭାବେ ଯୋଗ ଦେବେ।

ଖବର ଅନୁଯାୟୀ, ମାର୍ଚ୍ଚ ୭ରେ ହଠାତ ଘୋଷଣା ହେଲା ଏସଆଇ ପରୀକ୍ଷା ସ୍ଥଗିତ ବୋଲି। ଅନଡିସ୍କୋଲଜଡ଼ ରିଜିନ ଦେଖାଇ ସ୍ଥଗିତ କରାଗଲା କିନ୍ତୁ ଏହା ଏଯାଏ ଜଣାଗଲା ନାହିଁ। ଏହା ପରେ କ୍ୟାସ ଫର ଜବ ଅପରେସନ ଆରମ୍ଭ କରାଗଲା। ଏହା ଏକ ଅର୍ଗାନାଇଜଡ଼ କ୍ରାଇମ। ପାର୍ବଣ ଋତୁ ସମୟରେ ଏହା କରିବାକୁ ଯୋଜନା ଥିଲା। ଜେଲରୁ ବାହାରିଲେ ପିଲାମାନେ ସତ କହିବେ। ଓପିଆରବି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହା ଘଟିଛି ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଅଭିଯୋଗ କରିଛି। ସୁଶାନ୍ତ ନାଥଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ପୋଲ ଖୋଲିଦେବେ ବୋଲି ଅଭିଯୋଗ ଆଣିଛି ବିଜେଡି। ବୌଦ୍ଧିକ ଚୋରି ହୋଇଛି ଏହା ମହାପାପ। ଏହାକୁ ରାଜରାସ୍ତାକୁ ନିଆଯିବ ବୋଲି କୁହାଯାଇଛି।

ବିଜେପି ରାଜ୍ୟ ସଭାପତି ଏହି ଘଟଣାକୁ ଅତି ହାଲକା ଭାବେ ନେଉଛନ୍ତି। ସିବିଆଇ ତଦନ୍ତ ପାଇଁ ଆମେ କହିଛୁ। ପୁଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପିଲା ଧରା ପଡିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ପଦ ଛାଡିବାକୁ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଆହ୍ୱାନ ଦେଇଛନ୍ତି।

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ସାରା ଓଡ଼ିଶାରେ ବ୍ୟାପକ ହେବ ଯୁବ-ଛାତ୍ର ଆନ୍ଦୋଳନ: ବିଜେଡ଼ି
ଭୁବନେଶ୍ୱର: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି।

ପ୍ରେସମିଟ୍‌ କରି ବିଜେଡି କହିଛି, ଏହା ଏକ ଛୋଟ କଥା ନୁହେଁ। ଏହା ସାରା ନାରୀଜାତି ପାଇଁ ଅସମ୍ମାନ। ସାରା ଛାତ୍ରୀ ସମାଜ ପାଇଁ ଅସମ୍ମାନ। ଏହାକୁ କେବେ ବି କ୍ଷମା କରାଯିବ ନାହିଁ। ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ହେଲେ ସରକାର କାହାକୁ ଦଣ୍ଡ ଦେବେ, ତାଙ୍କୁ ନିଜେ ମୃତା ସୌମ୍ୟାଶ୍ରୀ ଟୁଇଟ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ସରକାରଙ୍କ ଅପାରଗତା ଯୋଗୁ ନ୍ୟାୟ ମିଳିପାରିଲା ନାହିଁ। କାହାକୁ ଦଣ୍ଡ ଦିଆଯିବ ବୋଲି ପ୍ରଶ୍ନ କରିଛି ବିଜେଡି। ସରକାର ପ୍ରତ୍ୟକ୍ଷ ଭାବେ ଦାୟୀ। ସରକାର ମୃତଙ୍କ ପରିବାରକୁ ୨ କୋଟି କ୍ଷତିପୂରଣ ଦେବାକୁ ଦାବି କରୁଛୁ।

ଏହା ସହ ବିଜେଡି ଆହୁରି କହିଛି ଯେ, ରାତାରାତି ମୃତକଙ୍କୁ ପୁରୀ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ମୃତକଙ୍କ ବାପା ଗାଁକୁ ନେବାକୁ କହିଥିଲେ ବୋଲି ଛଡାଗଲା। ନ ହେଲେ ଲଚେଇକି ମର ଶରୀରକୁ ପୋଡିଦେବାକୁ ବସିଥିଲେ। ଏ ଯେଉଁ ପରିସ୍ଥିତି ହୋଇଛି ସାରା ଓଡ଼ିଶାରେ ଆଜିଠୁ ବ୍ୟାପକ ଛାତ୍ର ଆନ୍ଦୋଳନ ହେବ, ବ୍ୟାପକ ଭାବେ ଯୁବ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁ ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି ଯେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି କହିଛି।

ଆସନ୍ତା ୨୪ରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ
ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଥିବା ବେଳେ ଅନ୍ୟ ସଂଗଠନଗୁଡିକରେ ବି ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିବେ । ତୃଣମୂଳ ସ୍ତରରୁ ବିଜେଡିକୁ ସୁଦୃଢ଼ କରିବା ସହ ଦଳ କିପରି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରାଯିବ ।

ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ ।

ନୟାଗଡ଼ରେ ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମଶାଳା; ‘ନବୀନ ଓଡ଼ିଶାର ସାରଥି ହେବାକୁ ଆହ୍ୱାନ’
ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ ।

ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୈାମକେଶ ରାୟ ନୂତନ ଭୋଟରଙ୍କ ତାଲିକା ସଂଗ୍ରହ କରିବା, କ୍ରୀଡ଼ା ପଞ୍ଜିକରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନବୀନ ଓଡ଼ିଶାରେ କେହି ଭୋକିଲା ରହିବେ ନାହିଁ, ଋଣ ଭାରରେ କେହି କଷ୍ଟ ପାଇବେ ନାହିଁ ବୋଲି କହିଥିଲେ । ନବୀନ ଓଡ଼ିଶାରେ ଭିତ୍ତିଭୂମୀ ବିକାଶ ଏବଂ ରାଜ୍ୟକୁ ଏକ ନମ୍ବର କରିବା ପାଇଁ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଗୁଣ୍ଡାରାଜ ଅନ୍ତ ଘଟିବା ସହ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିବା କହିଥିଲେ ।

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ କି ‘ନବୀନ ଓଡ଼ିଶା ହେଉଛି ସଶକ୍ତ ଓଡ଼ିଶା’। ୧୧ ହଜାର କୋଟିରୁ କମ ବଜେଟ ଥିବା ରାଜ୍ୟ ଆଜି ନବୀନଙ୍କ ନେତୃତ୍ୱରେ ୨ ଲକ୍ଷ ୫୮ ହଜାର କୋଟିରେ ପହଞ୍ଚିଥିବା ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ସକ୍ରିୟ ହେବା ପାଇଁ ସେ ଛାତ୍ର ଓ ଯୁବକଙ୍କୁ ଆହ୍ୱାନ ଦେବା ସହ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫ ମିନିଟ ସମୟ ଦେବାକୁ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆ ଭୋଟର ନୂତନ ଓଡ଼ିଶାକୁ ଉପଭୋଗ କରିଛନ୍ତି, ପୁରୁଣା ଓଡ଼ିଶା ବିଷୟରେ ସେମାନଙ୍କୁ ଅବଗତ କରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କ୍ୟାମ୍ପସ କମିଟି ମାଧ୍ୟମରେ ଛାତ୍ରଙ୍କୁ କିଭଳି ନବୀନ ଓଡ଼ିଶାର ସାରଥି କରିବା ପାଇଁ ପରାମର୍ଶ ଦେଇଥିଲେ ।

ନୟାଗଡ଼ ବିଧାୟକ ଡ. ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ନବୀନଙ୍କ ଦଳର ଜଣେ ସୈନିକ ବିରୋଧି ଦଳର ସେନାପତିଙ୍କୁ ପରାଜିତ କରିବାର ସାମର୍ଥ ରଖିଥାଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ବିଜେଡି ମହିଳା ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ୬ ଶହରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବକ ସାମିଲ ହୋଇଥିଲେ ।