Ahmedabad - The Sakala
ଫେସବୁକ୍ ପ୍ରେମରୁ ୫୮ ଲକ୍ଷ ଟଙ୍କାର ଚୂନ: ଅହମ୍ମଦାବାଦରେ ବରିଷ୍ଠ ଓକିଲଙ୍କୁ କ୍ରିପ୍ଟୋକରେନ୍ସି ଠକେଇ
ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା କେତେ ବିପଜ୍ଜନକ ହୋଇପାରେ, ତାର ଏକ ଚାଞ୍ଚଲ୍ୟକର ଉଦାହରଣ ଗୁଜରାଟର ଅହମ୍ମଦାବାଦରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୭୦ ବର୍ଷୀୟ ବରିଷ୍ଠ ଆଇନଜୀବୀ ଫେସବୁକ୍ ପ୍ରେମ ଜାଲରେ ଫସି ନିଜର ଜୀବନ ସାରାର ପୁଞ୍ଜି ହରାଇଛନ୍ତି। ବିବାହର ପ୍ରତିଶ୍ରୁତି ଏବଂ କ୍ରିପ୍ଟୋକରେନ୍ସିରେ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଜଣେ ମହିଳା ତାଙ୍କଠାରୁ ପ୍ରାୟ ୫୭.୯ ଲକ୍ଷ (ପ୍ରାୟ ୫୮ ଲକ୍ଷ) ଟଙ୍କା ଠକି ନେଇଛନ୍ତି। ଏନେଇ ପୀଡ଼ିତ ଜଣକ ଅହମ୍ମଦାବାଦ ସାଇବର କ୍ରାଇମ୍ ସେଲ୍‌ରେ ଅଭିଯୋଗ କରିଛନ୍ତି।
ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ସମ୍ପର୍କ
ସୂଚନା ଅନୁଯାୟୀ, ଅହମ୍ମଦାବାଦର ଶିଲାଜ୍ ଅଞ୍ଚଳରେ ରହୁଥିବା ଆଇନଜୀବୀ ଗିରିଧାରୀଲାଲ ଯୁଗଳକିଶୋର ଶର୍ମା ଗତ ୨୦୨୫ ନଭେମ୍ବର ମାସରେ ଫେସବୁକ୍ ମାଧ୍ୟମରେ 'ଲକ୍ଷ୍ମୀଦେବୀ ରେଡ୍ଡୀ' ନାମକ ଏକ ପ୍ରୋଫାଇଲ୍ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ ଫେସବୁକ୍ ମେସେଜ୍ ଏବଂ ପରେ ହ୍ୱାଟ୍ସଆପ୍ ଚାଟ୍ ଓ ଭିଡିଓ କଲ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିଥିଲା। ଅଭିଯୁକ୍ତ ମହିଳା ନିଜକୁ ଜଣେ ଧନୀ ଫାଇନାନ୍ସ ପ୍ରଫେସନାଲ୍ ଭାବେ ପରିଚୟ ଦେବା ସହ ଆଇନଜୀବୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏପରିକି ବିବାହ ପରେ ଇଟାଲୀର ମିଲାନ୍ ସହରରେ ସବୁଦିନ ପାଇଁ ରହିବାକୁ ସେ ସ୍ୱପ୍ନ ଦେଖାଇଥିଲେ। ଫଳରେ ବୃଦ୍ଧ ଆଇନଜୀବୀ ଜଣକ ତାଙ୍କ କଥାରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଯାଇଥିଲେ।
ନକଲି ଆପ୍‌ରେ କ୍ରିପ୍ଟୋ ନିବେଶ ଫାଶ
ବିଶ୍ୱାସ ଜିତିବା ପରେ ମହିଳା ଜଣକ କ୍ରିପ୍ଟୋକରେନ୍ସି ଟ୍ରେଡିଂରେ ଅଧିକ ଲାଭ ମିଳିବାର ପ୍ରଲୋଭନ ଦେଖାଇଥିଲେ। ସେ ପୀଡ଼ିତଙ୍କୁ ଆମେରିକାର ଏକ ନକଲି ଟ୍ରେଡିଂ ପ୍ଲାଟଫର୍ମ "CBOE US" ନାମକ ଏକ ଆପ୍‌ ଡାଉନଲୋଡ୍ କରିବାକୁ ଲିଙ୍କ୍ ପଠାଇଥିଲେ ଏବଂ ୟୁଏସଡିଟି (USDT) ରେ ଟ୍ରେଡିଂ କରିବାକୁ କହିଥିଲେ। ମହିଳାଙ୍କ କଥାରେ ପଡ଼ି ଆଇନଜୀବୀ ଜଣକ ପ୍ରଥମେ ୫୦,୦୦୦ ଟଙ୍କା ନିବେଶ କରିଥିଲେ।
ଠକଙ୍କ 'ହୁକ୍' ଟାକ୍ଟିକ୍ସ
ଠକମାନେ ନିଜର ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ଆରମ୍ଭରୁ ପୀଡ଼ିତଙ୍କୁ କିଛି ଲାଭାଂଶ ପ୍ରଦାନ କରିଥିଲେ। ପ୍ରଥମ ନିବେଶରୁ ତାଙ୍କୁ ୫,୦୦୦ ଟଙ୍କାର ଲାଭ ମିଳିଥିଲା ଏବଂ ସେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨.୧ ଲକ୍ଷ ଟଙ୍କା ଉଠାଣ କରିପାରିଥିଲେ। ଏହାଦ୍ୱାରା ଆପ୍ ଏବଂ ମହିଳାଙ୍କ ଉପରେ ଆଇନଜୀବୀଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଯାଇଥିଲା।
୫୮ ଲକ୍ଷର ଚୂନ ଓ ପୋଲିସରେ ଅଭିଯୋଗ
ଆପ୍‌ରେ ନିଜ ଆକାଉଣ୍ଟରେ ୧.୯ ଲକ୍ଷ ୟୁଏସଡିଟି (USDT) ର ନକଲି ଲାଭ ଦେଖି ଉତ୍ସାହିତ ହୋଇ ପୀଡ଼ିତ ଜଣକ ଜାନୁଆରୀ ୮ ରୁ ୨୯ ତାରିଖ ମଧ୍ୟରେ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୬୦ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଥିଲେ। କିନ୍ତୁ ପରେ ଯେତେବେଳେ ସେ ସେହି ଟଙ୍କା ଉଠାଇବାକୁ ଚେଷ୍ଟା କଲେ, ତାଙ୍କୁ ଟିକସ (ଟ୍ୟାକ୍ସ) ନାମରେ ଆହୁରି ଅଧିକ ଦେୟ ମାଗିଥିଲେ ତଥା ଯୋଗାଯୋଗ ବନ୍ଦ କରିଦେଇଥିଲେ। ମୋଟ ୬୦ ଲକ୍ଷରୁ କେବଳ ୨.୧ ଲକ୍ଷ ଫେରି ପାଇଥିବାରୁ ସେ ପ୍ରକୃତରେ ପ୍ରାୟ ୫୭.୯ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ନ୍ୟାସନାଲ୍ ସାଇବର କ୍ରାଇମ୍ ହେଲ୍ପଲାଇନ୍ (୧୯୩୦) ରେ କଲ୍ କରିବା ସହିତ ସାଇବର ଥାନାରେ ଏଫଆଇଆର୍ (FIR) ରୁଜୁ କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଖୋଳତାଡ଼ ଜାରି ରଖିଛି।
୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ
ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ଶେଷରେ ଏୟାର ଇଣ୍ଡିଆର ବୋଇିଂ ୭୭୭ ବିମାନ (VT-ALL) ନାଗପୁର ବିମାନବନ୍ଦରରୁ ସଫଳ ଉଡାଣ ଭରିଛି। ୨୦୨୦ ମସିହାରୁ ନାଗପୁରର ମିହାନ-ଏସଇଜେଡ୍ (MIHAN-SEZ) ସ୍ଥିତ ଏମଆରଓ (MRO) ୟୁନିଟରେ ପଡି ରହିଥିବା ଏହି ବିମାନଟି ଶନିବାର ଦିନ ଆକାଶକୁ ଫେରିଛି ଏବଂ ଅହମ୍ମଦାବାଦରେ ସୁରକ୍ଷିତ ଭାବେ ଅବତରଣ କରିଛି।
କାହିଁକି ଅଟକି ରହିଥିଲା ବିମାନ?
ରିପୋର୍ଟ ଅନୁଯାୟୀ, ଏହି ବିମାନଟି ୨୦୨୦ ଫେବୃଆରୀ ମାସରେ ନିୟମିତ ରକ୍ଷଣାବେକ୍ଷଣ ପାଇଁ ନାଗପୁର ଆସିଥିଲା। ପ୍ରାରମ୍ଭିକ ଯୋଜନା ମୁତାବକ, ମାତ୍ର ଏକ ମାସ ମଧ୍ୟରେ ଏହାର ମରାମତି କାମ ସରିବାର ଥିଲା। କିନ୍ତୁ ସେହି ସମୟରେ ଏୟାର ଇଣ୍ଡିଆର ଅନ୍ୟ ବିମାନଗୁଡିକୁ ସଚଳ ରଖିବା ପାଇଁ ଏହି ବିମାନର ଯନ୍ତ୍ରାଂଶ (Spare parts) ଖୋଲି ଅନ୍ୟତ୍ର ବ୍ୟବହାର କରାଯାଇଥିଲା। ଫଳରେ ଏହି ବୋଇିଂ ୭୭୭ ବିମାନଟି ଦୀର୍ଘ ୬ ବର୍ଷ ଧରି ‘ଗ୍ରାଉଣ୍ଡେଡ୍’ ବା ଅଚଳ ହୋଇ ପଡିରହିଥିଲା।
ଇଞ୍ଜିନିୟରଙ୍କ ଅକ୍ଲାନ୍ତ ପରିଶ୍ରମ
ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ (AIESL) ର ଇଞ୍ଜିନିୟରମାନେ ଦୀର୍ଘ ଦିନ ଧରି ଏହି ବିମାନକୁ ପୁନର୍ବାର ଉଡାଣ ଯୋଗ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ବିମାନର ଇଞ୍ଜିନ, ଲ୍ୟାଣ୍ଡିଂ ଗିୟର, ଫ୍ୟୁଜେଲାଜ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ବିମାନର ଓଜନ ମାପିବା ସହ ଏହାର ସମସ୍ତ ସିଷ୍ଟମ ଠିକ୍ ଭାବେ କାମ କରୁଛି କି ନାହିଁ, ତାହା ସୁନିଶ୍ଚିତ କରାଯାଇଥିଲା।
ଏହି ଘଟଣା ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଥିବା ଏକ ବିମାନକୁ ପୁନର୍ବାର ଆକାଶକୁ ଫେରାଇ ଆଣିବା ନାଗପୁର MRO ୟୁନିଟର କାରିଗରୀ ଦକ୍ଷତାକୁ ପ୍ରମାଣିତ କରିଛି।
ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣା: ଯାନ୍ତ୍ରିକ ତ୍ରୁଟି ନୁହେଁ, ପାଇଲଟ୍ ଜାଣିଶୁଣି ବନ୍ଦ କରିଥିଲେ 'ଫୁଏଲ୍ ସୁଇଚ୍'!
ଗତ ବର୍ଷ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ, ବରଂ ପାଇଲଟଙ୍କ ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଯୋଗୁଁ ଘଟିଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ, ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଜଣେ ପାଇଲଟ୍ ଜାଣିଶୁଣି ଇଞ୍ଜିନର ଫୁଏଲ୍ ସୁଇଚ୍ (ଇନ୍ଧନ ସୁଇଚ୍) ବନ୍ଦ କରିଦେଇଥିଲେ।
ଇଟାଲୀୟ ଗଣମାଧ୍ୟମର ଦାବି
ଇଟାଲୀର ପ୍ରମୁଖ ଖବରକାଗଜ 'କୋରିଏର ଡେଲା ସେରା' (Corriere della Sera) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ତଦନ୍ତକାରୀ ସଂସ୍ଥା ଏହି ଦୁର୍ଘଟଣା ପଛରେ ପାଇଲଟଙ୍କ ଭୂମିକା ଥିବା ନେଇ ପ୍ରମାଣ ପାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, କକପିଟ୍ ଭଏସ୍ ରେକର୍ଡର (CVR) ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି ଯେ ପାଇଲଟ୍ ମାନୁଆଲି ଇନ୍ଧନ କଣ୍ଟ୍ରୋଲ ସୁଇଚକୁ 'ରନ୍' ରୁ 'କଟ୍-ଅଫ୍' ମୋଡକୁ ବଦଳାଇ ଦେଇଥିଲେ। ଏହା ଫଳରେ ବିମାନର ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା ଏବଂ କିଛି ସେକେଣ୍ଡ ମଧ୍ୟରେ ଏହା ତଳେ ଖସି ପଡ଼ିଥିଲା।
ମୁଖ୍ୟ ସନ୍ଦିଗ୍ଧ କ୍ୟାପଟେନ୍ ସୁମିତ ସଭରୱାଲ
ଏହି ଘଟଣାରେ ବିମାନର କମାଣ୍ଡର କ୍ୟାପଟେନ୍ ସୁମିତ ସଭରୱାଲଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବରେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ସେ ସମ୍ଭବତଃ ମାନସିକ ଅବସାଦରେ ଥିଲେ। ତେବେ ପାଇଲଟଙ୍କ ପରିବାର ଏବଂ ପାଇଲଟ୍ ଆସୋସିଏସନ୍ ଏହି ଦାବିକୁ ଖଣ୍ଡନ କରିଛନ୍ତି ଏବଂ ବିମାନ ନିର୍ମାତା କମ୍ପାନୀ ଉପରେ ତଦନ୍ତ ପାଇଁ ଦାବି କରିଛନ୍ତି। କକପିଟ୍ ରେକର୍ଡିଂରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ "ତୁମେ କାହିଁକି ଇନ୍ଧନ ବନ୍ଦ କଲ?" ବୋଲି ପଚାରୁଥିବା ଶୁଣିବାକୁ ମିଳିଥିବା କୁହାଯାଉଛି।
୨୬୦ ଜଣଙ୍କର ଯାଇଥିଲା ଜୀବନ
ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ (AI 171) ଉଡ଼ାଣର କିଛି ସମୟ ପରେ ଏକ ମେଡିକାଲ୍ ହଷ୍ଟେଲ ଉପରେ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସମେତ ଭୂମିରେ ଥିବା ୧୯ ଜଣ ଲୋକ ପ୍ରାଣ ହରାଇଥିଲେ। ମୋଟ ୨୬୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ କେବଳ ଜଣେ ଯାତ୍ରୀ ଏଥିରୁ ବର୍ତ୍ତି ଯାଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାରେ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିମାନରେ ବୋମା ଆତଙ୍କ: କୁଏତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ଅହମଦାବାଦରେ କଲା ଜରୁରୀ ଅବତରଣ
ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । କୁଏତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଆତଙ୍କ ଖେଳିଯାଇଥିଲା। ଏହି ସୂଚନା ମିଳିବା ପରେ ବିମାନଟିକୁ ତୁରନ୍ତ ଗୁଜୁରାଟର ଅହମଦାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଏହି ବିମାନରେ ମୋଟ ୧୮୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବିମାନଟି ସକାଳ ପ୍ରାୟ ୬.୪୦ ମିନିଟ ସମୟରେ ଅହମଦାବାଦ ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ସୂଚନା ମୁତାବକ, ବିମାନ ଉଡ଼ାଣ ଭରୁଥିବା ସମୟରେ ଜଣେ ଯାତ୍ରୀ ବିମାନ ମଧ୍ୟରେ ଏକ ହାତ ଲେଖା ଚିଠି ପାଇଥିଲେ, ଯେଉଁଥିରେ ବିମାନରେ ବୋମା ଥିବା ନେଇ ଦାବି କରାଯାଇଥିଲା। ଏହା ଦେଖିବା ପରେ ତୁରନ୍ତ ପାଇଲଟଙ୍କୁ ଜଣାଯାଇଥିଲା ଏବଂ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ବିମାନକୁ ଅହମଦାବାଦ ଆଡ଼କୁ ବୁଲାଇ ଦେଇଥିଲେ।
ବିମାନବନ୍ଦରରେ ସୁରକ୍ଷାକର୍ମୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିମାନଟିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ସୁରକ୍ଷା କ୍ଲିୟରାନ୍ସ ମିଳିବା ପରେ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ଆଶା କରାଯାଉଛି।
ଅହମ୍ମଦାବାଦରେ 'କାଇଟ୍ ଡିପ୍ଲୋମାସି': ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ
ଅହମ୍ମଦାବାଦ: ମକର ସଂକ୍ରାନ୍ତି ପୂର୍ବରୁ ଗୁଜରାଟର ଅହମ୍ମଦାବାଦରେ ଏକ ନିଆରା ରାଜନୈତିକ ତଥା ସାଂସ୍କୃତିକ ଦୃଶ୍ୟ ଦେଖିବାକୁ ମିଳିଛି। ସାବରମତୀ ରିଭରଫ୍ରଣ୍ଟରେ ଆୟୋଜିତ ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନୀର ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ ଏକାଠି ଗୁଡ଼ି ଉଡ଼ାଇଛନ୍ତି।
ଜର୍ମାନ ଚାନ୍ସେଲର ଭାବେ ଏହା ଫ୍ରେଡ୍ରିକ୍ ମର୍ଜଙ୍କ ପ୍ରଥମ ଭାରତ ଗସ୍ତ। ସୋମବାର ସକାଳେ ସେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ଉଭୟ ନେତା ମିଳିତ ଭାବେ ଗୁଡ଼ି ମହୋତ୍ସବକୁ ଉଦଘାଟନ କରିଥିଲେ। ଏକ ଖୋଲା ଗାଡ଼ିରେ ବୁଲିବା ସମୟରେ ଉଭୟ ନେତା ହାତରେ ଗୁଡ଼ି ସୂତା ଧରି ଉଡ଼ାଇବାର ମଜା ନେଇଥିଲେ, ଯାହା ଉପସ୍ଥିତ ଜନତାଙ୍କୁ ବେଶ୍ ଆକର୍ଷିତ କରିଥିଲା।
କେବଳ ଗୁଡ଼ି ଉଡ଼ାଇବା ନୁହେଁ, ବରଂ ଉଭୟ ନେତା ସେଠାରେ ଉପସ୍ଥିତ ଥିବା ମହିଳା କାରିଗରଙ୍କ ସହ କଥାବାର୍ତ୍ତା ହୋଇ ଗୁଡ଼ି ତିଆରି ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ। ଗୁଜରାଟ ସରକାରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଏହି ମହୋତ୍ସବରେ ୫୦ଟି ଦେଶରୁ ପ୍ରାୟ ୧୩୫ ଜଣ ଏବଂ ଭାରତର ୧୦୦୦ ଜଣ ଗୁଡ଼ି ଉତ୍ସାହୀ ଅଂଶଗ୍ରହଣ କରୁଛନ୍ତି। ଗତବର୍ଷ ଏଠାରେ ୩.୮୩ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିବାବେଳେ ଚଳିତ ଥର ଏହି ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।
ଜର୍ମାନ ଚାନ୍ସେଲରଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ଜର୍ମାନୀ ମଧ୍ୟରେ ଥିବା ରଣନୀତିକ ସମ୍ପର୍କକୁ ଆହୁରି ମଜବୁତ କରିବା, ଯାହା ନିକଟରେ ୨୫ ବର୍ଷ ପୂରଣ କରିଛି। ବିଜ୍ଞାନ, ନବସୃଜନ, ଗବେଷଣା, ସବୁଜ ବିକାଶ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଏହି ଗସ୍ତ କାଳରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
IND vs SA 5th T20: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ...
ଅହମ୍ମଦାବାଦ୍‌: ଆୟୋଜକ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟୁର୍‌ର ଶେଷ ମୁକାବିଲା ବା ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ଲଢେ଼ଇ ଆଜି ଖେଳାଯିବ। ଏହା ପୂର୍ବରୁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ଟି ପ୍ରବଳ କୁହୁଡ଼ି ଯୋଗୁ ବାତିଲ କରିବାକୁ ପଡ଼ିଥିଲା। ଫଳରେ ଗୋଟିଏ ମ୍ୟାଚ୍‌ ବାକିଥାଇ ଭାରତ ୨-୧ ଆଗୁଆ ରହିବା ସହ ଏହି ସିରିଜ୍‌ରେ ଦଳ ଆଉ ହାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଭାରତ ଖେଳିଥିବା ଗତ ୧୪ଟି ସିରିଜ୍‌ରେ ଦଳ ମାତ୍ର ଥରେ ସିରିଜ୍‌କୁ ସମାନସ୍ତରରେ ରଖିବାରେ ସମର୍ଥ ହୋଇଛି। ଏଠାରେ ବିଜୟୀ ହେଲେ ଭାରତର ଟି-୨୦ ବିଶ୍ୱକପ୍‌ ପ୍ରସ୍ତୁତି ଠିକଣା ବାଟରେ ରହିବ। କେବଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ଚିନ୍ତାର କାରଣ ହୋଇଛି। ଅନ୍ୟ ପକ୍ଷରେ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତିବା, ଶେଷ ଦିନିକିଆ ସିରିଜରେ ଦଳର ଜବରଦସ୍ତ ବିଜୟ ପରେ ଏବେ ସଫଳତା ଓ ସମ୍ମାନର ସହ ଟି-୨୦ ସିରିଜ୍‌କୁ ବରାବର ସ୍ଥିତିରେ ରଖି ସ୍ୱଦେଶ ଫେରିବାକୁ ଦକ୍ଷିଣ ଆଫ୍ରିକା ନିଶ୍ଚିତ ଚେଷ୍ଟା କରିବ।
ଖେଳାଳିମାନଙ୍କ ସମ୍ପର୍କରେ ସୂଚନାଅନୁଯାୟୀ ଯଶ୍‌ପ୍ରୀତ୍‌ ବୁମ୍‌ରା ନିଜ ହୋମ୍‌ଟାଉନ୍‌ରେ ଖେଳିବା ଲାଗି ଦଳକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ସେ ଚତୁର୍ଥ ମ୍ୟାଚ୍‌ ଲାଗି ଅନୁପସ୍ଥିତ ଥିଲେ। ପାଦରେ ଆଘାତ ଲାଗିବା କାରଣରୁ ଉପଅଧିନାୟକ ଶୁବମନ ଗିଲ୍‌ଙ୍କୁ ଚତୁର୍ଥ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ତାଙ୍କ ଫିଟ୍‌ନେସ ଉପରେ  କୌଣସି ଅପ୍‌ଡେଟ କେହି ଦେଇ ନାହାନ୍ତି। ସେ ଯଦି ଅନ୍‌ଫିଟ ରୁହନ୍ତି, ତେବେ ସଞ୍ଜୁ ସାମସନଙ୍କୁ ଖେଳିବା ଲାଗି ଦ୍ୱିତୀୟ ସୁଯୋଗ ମିଳିବାରେ। ଘନ କୁହୁଡ଼ି ଯୋଗୁ ସେ ପ୍ରଥମ ମ୍ୟାଚ୍‌ ଖେଳିବା ସୁଯୋଗ ହରାଇଥିଲେ। ଭାରତର ସବୁଠାରୁ ବଡ଼ ଚିନ୍ତାହେଲା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଚିନ୍ତା। ଗତ ଅକ୍ଟୋବର ପରେ ସେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିନାହାନ୍ତି। ଗତ ୨୦ଟି ଇନିଂସରେ ସେ ୨୩୯ ରନ ସଂଗ୍ରହ କରିଛନ୍ତି। ଭାରତ ମ୍ୟାଚ୍‌ ଜିତୁଥିବାରୁ ତାଙ୍କ ଫର୍ମକୁ ନେଇ ବିଶେଷ ଆଲୋଚନା ହେଉନାହିଁ। ତଥାପି ଫର୍ମହୀନତା ଯୋଗୁ ଭାରତୀୟ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଚିନ୍ତାରେ ରହିଛି।
ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ନବୀନଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ବର: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ଜାଣିବା ପରେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପ୍ରଭାବିତଙ୍କ ପ୍ରତି ସେ ପ୍ରାର୍ଥନା ଓ ସମବେଦନା ଜଣାଇଛନ୍ତି। ଗୁରୁତରଥିବା ସମସ୍ତେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ସେ କହିଛନ୍ତି।
Deeply anguished to learn about the disastrous crash of #Ahmedabad– London Air India flight with hundreds of people onboard. My thoughts and prayers are with the families deeply affected in the tragic #planecrash.
— Naveen Patnaik (@Naveen_Odisha) June 12, 2025
୨୪୨ ଜଣ ଯାତ୍ରୀଙ୍କ ମଧ୍ଯରେ ଭାରତୀୟ ଯାତ୍ରୀଙ୍କ ସଂଖ୍ୟା ୧୬୯ ରହିଛି। ବ୍ରିଟେନର ୫୩, ପର୍ତ୍ତୁଗାଲର ୭, କାନାଡାର ଜଣେ ଯାତ୍ରୀ ରହିଥିବାବେଳେ ୨ ଜଣ ପାଇଲଟ ଓ ୧୦ ଜଣ କ୍ରିୟୁ ମେମ୍ବର ରହିଥିଲେ। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ସଠିକ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଜାତୀୟ ଗଣମାଧ୍ଯମରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ବୋଲି ଅନୁମାନ କରାଯାଉଛି।
ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ
ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ। ରିପୋର୍ଟ ମୁତାବକ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଆୟୋଜିତ ହେବ। ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ତାରିଖରେ ଉଦଘାଟନୀ ମ୍ୟାଚ ଖେଳାଯିବ। ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ। ଭାରତ ତାର ପ୍ରଥମ ମୁକାବିଲାରେ ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ଅଭିଯାନ ପାଞ୍ଚ ଥରର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ କରିବ। ତେବେ କ୍ରିକେଟର ଏହି ମହାକୁମ୍ଭରେ ସମସ୍ତଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ। ଅକ୍ଟୋବର ୧୫ରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାର ସମ୍ଭାବନା ରହିଛି। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇପାରେ।
କ୍ରିକବଜ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି। କିନ୍ତୁ ପାକିସ୍ତାନ ଅହମ୍ମଦାବାଦରେ ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଚାହୁଁନାହିଁ। ସୂଚନା ଅନୁସାରେ ପାକିସ୍ତାନ ତା’ର ମ୍ୟାଚ୍ ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ। ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଭାଗ ନେବେ। ସେଥିମଧ୍ୟରୁ ୮ଟି ଦଳ ସିଧାସଳଖ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ୮ଟି ଦଳ ହେଉଛନ୍ତି ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା। ଅବଶିଷ୍ଟ ଦୁଇଟି ଦଳ ଜିମ୍ବାଓ୍ୱେରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ମାଧ୍ୟମରେ ନିଷ୍ପତ୍ତି ନିଆଯିବ।
ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ଦୋଷୀକୁ ମିଳିଲା ଜାମିନ
ଗୁଜୁରାଟ: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କ ମଧ୍ୟରୁ ଜଣକୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଗୁଜରାଟ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ ସୁପ୍ରିମକୋର୍ଟ ଆଜି ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ଜଳୁଥିବା ଟ୍ରେନ ଉପରକୁ ଫାରୁକ୍ ପଥର ଫିଙ୍ଗି ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯିବା ପରେ କହିଛନ୍ତି କି, ଦୋଷୀ ଫାରୁକ୍ ୨୦୦୪ରୁ ୧୭ ବର୍ଷଧରି ଜେଲରେ ଅଛନ୍ତି , ଏବେ ତାଙ୍କୁ ଜାମିନ ମିଳିବା ଆବଶ୍ୟକ ।
ଏହାସହ ଏହି ମାମଲାରେ ଅନ୍ୟ ୧୭ ଜଣ ଦୋଷୀ ଜାମିନ ପାଇଁ ଆବେଦନ କରିଥିଲେ ବି ସେମାନଙ୍କ ଆବେଦନ ଉପରେ ଛୁଟି ପରେ ଶୁଣାଣି କରାଯିବ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୦୨ ଫେବ୍ରୁଆରି ୨୭ ତାରଖରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନରେ କେତକ ଦୁର୍ବୃତ୍ତ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫୯ ଜଣଙ୍କର ମୁତ୍ୟୁ ଘଟିବା ପରେ ସମଗ୍ର ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ଦଙ୍ଗାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।
୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲା: ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ, ୧୧ ଜଣଙ୍କୁ ଆଜୀବନ ଜେଲ
ଅହମ୍ମଦାବାଦ: ନ୍ୟାୟିକ ଇତିହାସରେ ବିରଳ ଘଟଣା । ୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିଭଳି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣିଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮ ଜଣଙ୍କୁ ଏକକାଳୀନ ଫାଶୀ ଦଣ୍ଡାଦେଶ ଦେବା ବିରଳ ଘଟଣା । ପ୍ରଥମ ଥର ଏକାସଂଗେ ଏତେଜଣଙ୍କୁ ଫାଶୀ ଦିଆଯିବ ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି ।
୨୦୦୮ରେ ଗୁଜୁରାଟର ଅହମ୍ମଦାଦରେ ସିରିଏଲ ବ୍ଲାଷ୍ଟ ହୋଇଥିଲା । ମାତ୍ର ୭୦ ମିନିଟରେ ୨୧ଟି ସ୍ଥାନରେ ହୋଇଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଶହରୁ ଅଧିକ ଲୋକ ଆହତ ହୋଇଥିଲେ ।
2008 Ahmedabad serial bomb blast case | A special court pronounces death sentence to 38 out of 49 convicts pic.twitter.com/CtcEWGze2z
— ANI (@ANI) February 18, 2022
ଅହମଦାବାଦ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ କଳ୍କୀ ଅବତାର ତଥା ରମେଶଚନ୍ଦ୍ର ପଫେର୍ । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ତାଙ୍କୁ ଯଦି ତାଙ୍କ ଦରମା ନ ମିଳେ ତେବେ ସେ ପୃଥିବୀରେ ପ୍ରଳୟ ଆଣିବେ ବୋଲି ଧମକ ଦେଇଛନ୍ତି । ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । କାରଣ ସେ କୁଆଡେ ଠାକୁରଙ୍କର କଳ୍କୀ ଅବତାର । ପୃଥିବୀରେ ତାଙ୍କ ପାଇଁ ହିଁ ଭଲ ବର୍ଷା ହେଉଛି ଆଉ ଏଥିପାଇଁ ସେ କୁଆଡେ କାମ କରୁଛନ୍ତି । ସେଥିପାଇଁ ତାଙ୍କୁ ଦରମା ଦେବାର ଆବଶ୍ୟକତା ରହିଛି । ପାଠକ ବନ୍ଧୁ ଏକଥା ଆମେ କହୁନୁ କି ଏ ମନୋଭାବ କୌଣସି ସାଧୁସନ୍ଥ ବା ଭଣ୍ଡ ବାବାଙ୍କର ନୁହେଁ । ଏ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ବିଳାପ । ଯେ କି ଅଫିସ୍ ନଯାଇ ଦାବି କରୁଛନ୍ତି ଦରମା ଟଙ୍କା, ଆଉ ଏଭଳି ଫମ୍ପା ଧମକ ମଧ୍ୟ ଦେଉଛନ୍ତି ।
ସୂଚନା ଅନୁସାରେ ପ୍ରାୟ ଦୁଇ ବର୍ଷ ତଳେ ଗୁଜୁରାଟର ଜଳ ସମ୍ପଦ ବିଭାଗର ଅଧୀକ୍ଷକ ରମେଶଚନ୍ଦ୍ର ପଫେର୍ ନିଜକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଥିଲେ । ସେ ଅଧୀକ୍ଷକ ଥିଲେ କିନ୍ତୁ ମାନସିକ ଅବସ୍ଥା ଦେଖି ସରକାର ତାଙ୍କୁ ଆଗୁଆ ଅବସର ଦେଇଥିଲେ । ବର୍ତ୍ତମାନ ସେ କହୁଛନ୍ତି ତାଙ୍କର ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଲେ ପୃଥିବୀରେ ଦୁର୍ଭିକ୍ଷ ଆଣିଦେବେ । ନିଜକୁ କଳ୍କୀ ଅବତାର ବୋଲାଉଥିବା ରମେଶଚନ୍ଦ୍ର ଏବେ ଟଙ୍କା ନମିଳେ ସେ ତାଙ୍କର ଦିବ୍ୟ ବାଣୀ ଦ୍ୱାରା ଦୁର୍ଭିକ୍ଷ ଆଣିଦେବେ ବୋଲି କହୁଛନ୍ତି ।
ଜୁଲାଇ ୧ ତାରିଖ ଦିନ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଲେଖିଥିବା ଚିଠିରେ ପଫେର୍ କହିଛନ୍ତି ଯେ ସରକାରରେ ଥିବା ରାକ୍ଷସମାନେ ତାଙ୍କୁ ଗ୍ରାଚ୍ୟୁଇଟି ଏବଂ ଏକ ବର୍ଷର ବେତନ ହିସାବରେ ୧୬ ଲକ୍ଷ ଟଙ୍କା ନଦେଇ ତାଙ୍କୁ ହଇରାଣ କରୁଛନ୍ତି । ଆଉ ଅଜବ ଧମକ ଦେଉଛନ୍ତି ଯେ ଯଦି ଏହି ଟଙ୍କା ତାଙ୍କୁ ନ ମିଳେ ତେବେ ସେ ପୃଥିବୀରେ ଭୟଙ୍କର ମରୁଡ଼ି ଆଣିବେ କାରଣ ସେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାର ଯିଏ କି ସତ୍ୟଯ଼ୁଗରେ ଶାସନ କରିଥିଲେ ।
ପଫେର୍ ଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ ଭଦୋଦରା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଦୀର୍ଘ ଆଠ ମାସ ମଧ୍ୟରେ ମାତ୍ର ୧୬ ଦିନ ଅଫିସକୁ ଆସିଥିଲେ ସେ । ତେଣୁ ବିଭାଗ ତାଙ୍କୁ ନୋଟିସ ଜାରି କରିଥିଲେ । ଜଳ ସମ୍ପଦ ବିଭାଗର ସଚିବ ଏମ.କେ ଯାଦବ କହିଛନ୍ତି ଯେ ରମେଶ ପଫେର୍ ସେମାନଙ୍କୁ ବୋକା ବନାଉଛନ୍ତି, “ପଫେର୍ ଅଫିସକୁ ନ ଆସି ଦରମା ଦାବି କରୁଛନ୍ତି । ସେ କହୁଛନ୍ତି ଯେ ସେ କୁଆଡେ ‘କଳକୀ’ ଅବତାର ଏବଂ ପୃଥିବୀରେ ବର୍ଷା ଆଣିବା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ଦିଆଯିବା ଉଚିତ । ପଫେର୍ ଏମିତି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କଳ୍କୀ ଅବତାର ଆକାରରେ ପୃଥିବୀରେ ତାଙ୍କର ଉପସ୍ଥିତି ଥିବାରୁ ଭାରତକୁ ଭଲ ବର୍ଷା ହୋଇଛି ।
କରୋନା ପାଇଁ ହସ୍ପିଟାଲରେ ଶଯ୍ୟାଭାବ, ଆମ୍ବୁଲାନ୍ସରେ ଚିକିତ୍ସା
ଅହମଦାବାଦ: କରୋନା ସଂକ୍ରମଣ ବୃଦ୍ଧି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ଗୁଜରାଟ ଅହମଦାବାଦର ସବୁଠୁ ବଡ଼ କରୋନା ହସ୍ପିଟାଲର ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ତେଣୁ ସିଭିଲ ହସ୍ପିଟାଲ କ୍ୟାମ୍ପସରେ ରୋଗୀମାନଙ୍କୁ ଅଟକା ଯାଇଛି। ଏଥିରେ ରୋଗୀ ଶୋଇ ରହି ବେଡ ଖାଲି ହେବାକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅମ୍ଳଜାନ ଦିଆଯାଉଛି। ଏହା ପୂର୍ବରୁ ରାଜ୍ୟର କରୋନା ସ୍ଥିତିକୁ ଦେଖି ହାଇକୋର୍ଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।