Supreme Court - The Sakala

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ରାୟ ସଂରକ୍ଷିତ ରଖିବାର ୩ ମାସ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ହାଇକୋର୍ଟ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ନ୍ୟାୟାଳୟରେ ନ୍ୟାୟିକ ପ୍ରକ୍ରିୟା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଶୁକ୍ରବାର ଦିନ ଦେଶର ସମସ୍ତ ହାଇକୋର୍ଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାୟ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ଶୁଣାଇବା ବାଧ୍ୟତାମୂଳକ। ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ମାମଲାକାରୀମାନଙ୍କର ଅପୂରଣୀୟ କ୍ଷତି ଘଟୁଛି ବୋଲି ଅଦାଲତ ଦର୍ଶାଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ୟକ୍ତିଗତ ସ୍ୱାଧୀନତା ସହ ଜଡିତ ମାମଲାଗୁଡ଼ିକରେ ତ୍ୱରିତ ନିଷ୍ପତ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ଜାମିନ ଆବେଦନଗୁଡ଼ିକୁ ଯଥାସମ୍ଭବ ସେହି ଦିନ ହିଁ ବିଚାର କରାଯିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଯଦି କୌଣସି କାରଣରୁ ରାୟ ସଂରକ୍ଷିତ ରଖାଯାଏ, ତେବେ ତାହା ପରଦିନ ସୁଦ୍ଧା ଶୁଣାଇବା ସହ ୱେବସାଇଟରେ ଅପଲୋଡ୍ କରାଯିବା ଆବଶ୍ୟକ।

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜାମିନ ପ୍ରଦାନ କିମ୍ବା ଦଣ୍ଡବିଧାନ ସ୍ଥଗିତ ରଖିବା ଆଦେଶ ତୁରନ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ଉଚିତ। ଏହି ଆଦେଶ ପାଇବା ପରେ ବିଚାରାଧୀନ ବନ୍ଦୀ କିମ୍ବା ଦୋଷୀଙ୍କୁ ଯଥାସମ୍ଭବ ସେହି ଦିନ କିମ୍ବା ସର୍ବଶେଷରେ ପରଦିନ ଜେଲରୁ ମୁକ୍ତ କରାଯିବା ଉଚିତ।

ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କେବଳ ରାୟର କାର୍ଯ୍ୟକାରୀ ଅଂଶ (operative portion) ଘୋଷଣା କରାଯାଏ, ତେବେ ସମ୍ପୂର୍ଣ୍ଣ କାରଣ ସହିତ ଥିବା ରାୟକୁ ୧୫ ଦିନ ମଧ୍ୟରେ ଅପଲୋଡ୍ କରାଯିବା ବାଧ୍ୟତାମୂଳକ। ଯଦି ରାୟ ସଂରକ୍ଷିତ ରଖିବାର ୪ ମାସ ମଧ୍ୟରେ ରାୟ ପ୍ରକାଶ ନପାଏ, ତେବେ ସମ୍ପୃକ୍ତ ପକ୍ଷ ଏହି ମାମଲାକୁ ଅନ୍ୟ ଏକ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିବା ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିପାରିବେ। ଏହାସହ ଖୋଲା ଅଦାଲତରେ ରାୟ ଶୁଣାଣି ହେଲେ, ୨୪ ଘଣ୍ଟା ମଧ୍ୟରେ ଏହା ୱେବସାଇଟରେ ଉପଲବ୍ଧ ହେବା ଜରୁରୀ। ତେବେ ଏହି ନିର୍ଦ୍ଦେଶାବଳୀ କୌଣସି ନିର୍ଦ୍ଦିଷ୍ଟ ବିଚାରପତି କିମ୍ବା ହାଇକୋର୍ଟଙ୍କ ଉଦ୍ଦେଶ୍ୟରେ ଦିଆଯାଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଏସିଆନ ଗେମ୍ସ ୨୦୨୬ ଟ୍ରାଏଲ୍ସ: ସୁପ୍ରିମକୋର୍ଟରୁ ଭିନେଶ ଫୋଗାଟଙ୍କୁ ବଡ଼ ଆଶ୍ୱସ୍ତି, ଭାଗ ନେବାକୁ ମିଳିଲା ଅନୁମତି
ଭାରତୀୟ ମହିଳା କୁସ୍ତିବିତ୍ ଭିନେଶ ଫୋଗାଟ (Vinesh Phogat)ଙ୍କୁ ସୁପ୍ରିମକୋର୍ଟ (Supreme Court)ରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଆଗାମୀ ଏସିଆନ ଗେମ୍ସ ୨୦୨୬ (Asian Games 2026) ପାଇଁ ହେବାକୁ ଥିବା ଚୟନ ଟ୍ରାଏଲ୍ସରେ ଭାଗ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ଭିନେଶଙ୍କ ପାଇଁ ପୁଣିଥରେ ମ୍ୟାଟ୍‌କୁ ଫେରିବାର ବାଟ ଫିଟିଯାଇଛି।

ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବାକୁ ମନା

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଭିନେଶଙ୍କ ସପକ୍ଷରେ ରାୟ ଶୁଣାଇ ତାଙ୍କୁ ଟ୍ରାଏଲ୍ସରେ ସାମିଲ ହେବାକୁ ଅନୁମତି ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଭାରତୀୟ କୁସ୍ତି ମହାସଂଘ (WFI) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କିନ୍ତୁ ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଅରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ଫଳରେ ମେ' ୩୦ ଏବଂ ୩୧ ତାରିଖରେ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଭିନେଶଙ୍କ ରାସ୍ତା ସଫା ହୋଇଯାଇଛି। ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, "ଆମେ ଆପଣଙ୍କୁ ଅଟକାଉ ନାହୁଁ, ଆପଣ ଯାଇ ଅଂଶଗ୍ରହଣ କରନ୍ତୁ"।

ଡୋପିଂ ଟେଷ୍ଟକୁ ନେଇ କୋର୍ଟଙ୍କ ଚିନ୍ତା

ଯଦିଓ ଟ୍ରାଏଲ୍ସରେ ଭାଗ ନେବାକୁ ତୁରନ୍ତ ଅନୁମତି ମିଳିଛି, ତଥାପି ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟଶୈଳୀ ଏବଂ କିଛି ଆପତ୍ତିଜନକ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖେଳାଳିଙ୍କ ଦ୍ୱାରା ଡୋପିଂ ଟେଷ୍ଟ ଏଡ଼ାଇବା ଘଟଣାକୁ କୋର୍ଟ ଏକ 'ଗମ୍ଭୀର ତ୍ରୁଟି' ବୋଲି ଦର୍ଶାଇଛନ୍ତି। ଖେଳର ସ୍ୱଚ୍ଛତା ଏବଂ ନିୟମାବଳୀ ସହିତ କୌଣସି ଆପୋଷ ବୁଝାମଣା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ନ୍ୟାୟାଳୟ ଡବ୍ଲ୍ୟୁଏଫ୍‌ଆଇର ଆବେଦନ ଉପରେ ନୋଟିସ୍ ଜାରି କରି ପରବର୍ତ୍ତୀ ସମୟରେ ବିସ୍ତୃତ ଶୁଣାଣି କରିବେ ବୋଲି ଜଣାଇଛନ୍ତି।

ମାତୃତ୍ୱ ଓ ଖେଳାଳିଙ୍କ ଅଧିକାର ବିବାଦ

ଏହି ଆଇନଗତ ଲଢ଼େଇଟି ମୁଖ୍ୟତଃ ଭିନେଶଙ୍କ ମାତୃତ୍ୱକାଳୀନ ଛୁଟି ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଖେଳକୁ ପ୍ରତ୍ୟାବର୍ତ୍ତନ ସହ ଜଡ଼ିତ। ୨୦୨୫ ମସିହାରେ ମାଆ ହେବା ପରେ ଭିନେଶ କିଛି ସମୟ ପାଇଁ କୁସ୍ତି ମ୍ୟାଟ୍‌ରୁ ଦୂରେଇ ରହିଥିଲେ। ତେବେ ମ୍ୟାଚ୍ ଖେଳିନଥିବା କାରଣ ଦର୍ଶାଇ ଡବ୍ଲ୍ୟୁଏଫ୍‌ଆଇ ତାଙ୍କୁ ଟ୍ରାଏଲ୍ସରୁ ବାଦ୍ ଦେଇଥିଲା, ଯାହାକୁ ଦିଲ୍ଲୀ ହାଇକୋର୍ଟ ସମ୍ପୂର୍ଣ୍ଣ ଭେଦଭାବମୂଳକ ଏବଂ ଅଗ୍ରହଣୀୟ ବୋଲି ଦର୍ଶାଇଥିଲେ। ସୁପ୍ରିମକୋର୍ଟଙ୍କ ସଦ୍ୟତମ ଅନୁମତି ଭିନେଶଙ୍କ ପରି ଅନ୍ତର୍ଜାତୀୟସ୍ତରରେ ଦେଶ ପାଇଁ ଗୌରବ ଆଣିଥିବା ମହିଳା ଆଥଲେଟ୍‌ମାନଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି।

SIR ପ୍ରକ୍ରିୟା ବୈଧ, ନିର୍ବାଚନ ଆୟୋଗ କୌଣସି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି: ସୁପ୍ରିମକୋର୍ଟ
ଭାରତୀୟ ନିର୍ବାଚନ ଆୟୋଗ (ECI) ଦ୍ୱାରା ପରିଚାଳିତ ଭୋଟର ତାଲିକାର 'ସ୍ୱତନ୍ତ୍ର ସଘନ ସଂଶୋଧନ' (SIR) ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି। ବୁଧବାର ଦିନ ପ୍ରକାଶ ପାଇଥିବା ଏହି ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରକ୍ରିୟା କରିବା ପାଇଁ ନିର୍ବାଚନ ଆୟୋଗଙ୍କର ପୂର୍ଣ୍ଣ କ୍ଷମତା ରହିଛି ଏବଂ ସେମାନେ କୌଣସି ସାମ୍ବିଧାନିକ କିମ୍ବା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି।

ନିର୍ବାଚନ ଆୟୋଗଙ୍କ କ୍ଷମତାକୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗ ନିଜର ଆଇନଗତ କ୍ଷମତା ବାହାରକୁ ଯାଇ କୌଣସି ପଦକ୍ଷେପ ନେଇନାହାନ୍ତି। ଏହାସହ, 'ସ୍ୱତନ୍ତ୍ର ସଘନ ସଂଶୋଧନ' (SIR) ଅଭିଯାନର ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ସିଧାସଳଖ ସମ୍ପର୍କ ରହିଛି ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି। ଭୋଟର ତାଲିକାରେ ସ୍ୱଚ୍ଛତା ଆଣିବା ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଦାୟିତ୍ୱ ଅଟେ।

କ'ଣ ଥିଲା ବିବାଦ?

ଗତ କିଛି ମାସ ଧରି ବିହାର ଏବଂ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ଏହି SIR ଅଭିଯାନକୁ ନେଇ ବ୍ୟାପକ ବିବାଦ ଦେଖାଦେଇଥିଲା। ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ, ନିର୍ବାଚନ ଆୟୋଗ ଏହି ପ୍ରକ୍ରିୟା ମାଧ୍ୟମରେ ସାଧାରଣ ଭୋଟର ଏବଂ ବିଶେଷ କରି ସୀମାନ୍ତବର୍ତ୍ତୀ ପ୍ରବାସୀମାନଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରିବାକୁ ପ୍ରୟାସ କରୁଛନ୍ତି। ଏହା ସମ୍ବିଧାନର ଧାରା ୩୨୬ ଏବଂ ଲୋକପ୍ରତିନିଧି ଆଇନ, ୧୯୫୦ ର ଉଲ୍ଲଂଘନ କରୁଛି ବୋଲି ସେମାନେ ନିଜ ଯୁକ୍ତି ବାଢ଼ିଥିଲେ। ଭୋଟର ତାଲିକାରେ ନାମ ଯାଞ୍ଚ କରିବା ଆଳରେ ନାଗରିକତ୍ୱ ପ୍ରମାଣ ମାଗିବା ବେଆଇନ ବୋଲି ମଧ୍ୟ ଦର୍ଶାଯାଇଥିଲା।

ସ୍ୱଚ୍ଛ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ

ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆୟୋଗ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଆନୁପାତିକ ଅଟେ ଏବଂ ଏହାକୁ ଅତ୍ୟଧିକ କିମ୍ବା ବେଆଇନ କୁହାଯାଇପାରିବ ନାହିଁ। ତ୍ରୁଟିମୁକ୍ତ ଭୋଟର ତାଲିକା ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆ ହୋଇଥିବାରୁ ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ନିର୍ବାଚନଗୁଡ଼ିକୁ ଅଧିକ ସ୍ୱଚ୍ଛ ଏବଂ ନିରପେକ୍ଷ କରିବାରେ ବେଶ୍ ସାହାଯ୍ୟ କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତବ୍ୟକ୍ତ କରିଛନ୍ତି।

ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତଦନ୍ତ ଭାର ନେଲା ସିବିଆଇ, ଗଣମାଧ୍ୟମକୁ ବାରଣ
ବହୁ ଚର୍ଚ୍ଚିତ ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ (CBI) ହାତକୁ ଯାଇଛି। ମୃତକଙ୍କ ଶାଶୁଘର ପକ୍ଷର ପ୍ରଭାବଶାଳୀ ପୃଷ୍ଠଭୂମି ଯୋଗୁଁ ତଦନ୍ତ ପ୍ରକ୍ରିୟାରେ ପକ୍ଷପାତିତା ହେବାର ଆଶଙ୍କା କରି ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ଏହି ମାମଲାର ବିଚାର କରିଥିଲେ।

ଗତ ମେ ୧୨, ୨୦୨୬ ତାରିଖ ଦିନ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ କାଟାରା ହିଲ୍ସ ଅଞ୍ଚଳରେ ଥିବା ନିଜ ଶାଶୁଘରୁ ୩୩ ବର୍ଷୀୟା ପୂର୍ବତନ ଅଭିନେତ୍ରୀ ତଥା ମଡେଲ ତ୍ୱିଷା ଶର୍ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ତାଙ୍କ ସ୍ୱାମୀ ତଥା ଆଇନଜୀବୀ ସମର୍ଥ ସିଂହ ଏବଂ ଶାଶୁ ତଥା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଗିରିବାଳା ସିଂହଙ୍କ ନାମରେ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗ ଆଣିଥିଲେ ତ୍ୱିଷାଙ୍କ ପରିବାର।

ସିବିଆଇର ତଦନ୍ତ ଆରମ୍ଭ

ସୋମବାର ଦିନ ସିବିଆଇ ପକ୍ଷରୁ ଭୋପାଳର କାଟାରା ହିଲ୍ସ ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ମୂଳ ଏଫଆଇଆରକୁ ପୁନଃ ପଞ୍ଜୀକରଣ କରାଯାଇଛି। ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଭୋପାଳରେ ପହଞ୍ଚି ମଙ୍ଗଳବାରଠାରୁ କ୍ଷେତ୍ରସ୍ତରୀୟ ତଦନ୍ତ ଆରମ୍ଭ କରିବେ। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୮୦(୨), ୮୫ ଏବଂ ୩(୫) ସହିତ ଯୌତୁକ ନିଷେଧ ଆଇନର ଧାରା ୩ ଏବଂ ୪ ଅଧୀନରେ ମାମଲା ରୁଜୁ କରାଯାଇଛି।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ନହେବା ପାଇଁ ଗଣମାଧ୍ୟମରେ କୌଣସି ବୟାନବାଜି ନକରିବାକୁ କୋର୍ଟ ଉଭୟ ପରିବାର ଏବଂ ଗଣମାଧ୍ୟମକୁ ତାଗିଦ କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, 'ପିତାମାତାଙ୍କ ପାଇଁ ଏକ ମୃତ ଝିଅ ଅପେକ୍ଷା ଛାଡ଼ପତ୍ର ନେଇଥିବା ଝିଅ ବଞ୍ଚି ରହିବା ଢେର ଭଲ'।

ଅଭିଯୁକ୍ତଙ୍କ ସ୍ଥିତି ଓ ଯୌତୁକ ନିର୍ଯାତନା ଅଭିଯୋଗ

ଘଟଣାର ୧୦ ଦିନ ପରେ ସ୍ୱାମୀ ସମର୍ଥ ସିଂହ ଆତ୍ମସମର୍ପଣ କରିଥିବା ବେଳେ ବର୍ତ୍ତମାନ ସେ ୭ ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି। ସେହିପରି ଶାଶୁ ଗିରିବାଳା ସିଂହ ଆଗୁଆ ଜାମିନ ପାଇଥିବା ବେଳେ ଏହାକୁ ରାଜ୍ୟ ସରକାର ଏବଂ ତ୍ୱିଷାଙ୍କ ପିତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତ୍ୱିଷାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ବିବାହ ସମୟରେ ବିଦାୟୀ ବେଳେ ଗିରିବାଳା ସିଂହଙ୍କ ଦାବି ମୁତାବକ ତାଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୌତୁକ ଆକାରରେ ଦିଆଯାଇଥିଲା।

ଟ୍ୱିଶା ଶର୍ମା ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କୁ ମାରାଥନ୍ ଜେରା, ଦ୍ୱିତୀୟ ଶବ ବ୍ୟବଚ୍ଛେଦରୁ ଖୋଲିବ କି ଗୁମର?
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଚାଞ୍ଚଲ୍ୟ ଖେଳାଇଥିବା ମଡେଲ ତଥା ଅଭିନେତ୍ରୀ ଟ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ଗୋଟିଏ ପଟେ ସିବିଆଇ (CBI) ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିଥିବା ବେଳେ ଅନ୍ୟପଟେ ଦିଲ୍ଲୀ ଏମ୍ସ (AIIMS)ର ଡାକ୍ତରୀ ଦଳ ଦ୍ୱାରା ଟ୍ୱିଶାଙ୍କର ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରାଯାଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ମଧ୍ୟ ଏହି ହାଇପ୍ରୋଫାଇଲ୍ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି, ଯାହା ପରିବାର ଲୋକଙ୍କୁ ନ୍ୟାୟ ମିଳିବାର ଆଶା ବଢ଼ାଇ ଦେଇଛି।

ଦ୍ୱିତୀୟ ଶବ ବ୍ୟବଚ୍ଛେଦ ଉପରେ ସମସ୍ତଙ୍କ ନଜର

ଗତ ୧୨ ମେ ୨୦୨୬ ରେ ଭୋପାଳର କଟାରା ହିଲ୍ସ ସ୍ଥିତ ଶାଶୂଘରେ ଟ୍ୱିଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଭୋପାଳ ଏମ୍ସରେ ହୋଇଥିବା ପ୍ରଥମ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ 'ଆଣ୍ଟି-ମୋର୍ଟେମ୍ ହ୍ୟାଙ୍ଗିଙ୍ଗ୍' ଦର୍ଶାଯାଇଥିଲା। ତେବେ ଟ୍ୱିଶାଙ୍କ ଶରୀରରେ ଥିବା କ୍ଷତ ଚିହ୍ନକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିବା ସହ ରିପୋର୍ଟରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଏମ୍ସର ଫୋରେନ୍ସିକ୍ ବିଭାଗ ମୁଖ୍ୟ ଡା. ସୁଧୀର କୁମାର ଗୁପ୍ତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ରବିବାର ଦିନ ଭୋପାଳ ପହଞ୍ଚି ଦ୍ୱିତୀୟ ପୋଷ୍ଟମର୍ଟମ୍ ପ୍ରକ୍ରିୟା ଶେଷ କରିଛନ୍ତି। ଏବେ ମାମଲାର ପ୍ରକୃତ କାରଣ ଜାଣିବା ପାଇଁ ହିଷ୍ଟୋପ୍ୟାଥୋଲୋଜି ଓ ଭିସେରା ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସ୍ୱାମୀ ସମର୍ଥ ସିଂହଙ୍କୁ ମାରାଥନ୍ ଜେରା

ଅନ୍ୟପଟେ ଟ୍ୱିଶାଙ୍କ ସ୍ୱାମୀ ତଥା ପେସାରେ ଓକିଲ ସମର୍ଥ ସିଂହ ନିଜର ଆଗୁଆ ଜାମିନ ଆବେଦନ ଫେରାଇ ନେଇ ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି। ଘଟଣା ଦିନ ଅର୍ଥାତ୍ ମେ ୧୨ ତାରିଖ ରାତିରେ ସେ କେଉଁଠି ଥିଲେ ଏବଂ ଉଭୟଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇଥିଲା କି ନାହିଁ, ସେନେଇ ପୋଲିସ ତାଙ୍କୁ ଲଗାତାର ଜେରା କରୁଛି। ସୂଚନାଯୋଗ୍ୟ ଯେ, ମାତ୍ର ୫ ମାସ ତଳେ ନୋଏଡାର ଟ୍ୱିଶା ଏବଂ ସମର୍ଥଙ୍କର ବିବାହ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଓ ହାଇପ୍ରୋଫାଇଲ୍ ପରିବାର

ଟ୍ୱିଶାଙ୍କ ଶାଶୂ ଗିରିବାଳା ସିଂହ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ହୋଇଥିବାରୁ ପରିବାର ଲୋକେ ନିଜ ପ୍ରଭାବ ଖଟାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ନେଇ ଟ୍ୱିଶାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟା ଏବଂ ସିସିଟିଭି ଫୁଟେଜ୍ ହେରଫେରକୁ ନେଇ ପ୍ରଶ୍ନ ଉଠିବା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ମାମଲାର ବିଚାର କରୁଛନ୍ତି। ଅନୁଷ୍ଠାନିକ ପକ୍ଷପାତିତା (Institutional Bias) ଦର୍ଶାଇ କୋର୍ଟ ନିଜ ଆଡ଼ୁ ଏହି ପଦକ୍ଷେପ ନେଇଛନ୍ତି।

ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗ

ମୃତ୍ୟୁ ପୂର୍ବରୁ ଟ୍ୱିଶା ନିଜ ମା'ଙ୍କୁ ପଠାଇଥିବା ହ୍ୱାଟ୍ସଆପ୍ ମେସେଜ୍‌ ଏବେ ପୋଲିସ ହାତରେ ଲାଗିଛି। ସେଥିରେ ସେ ନିଜକୁ ଅଣନିଃଶ୍ୱାସୀ ଅନୁଭବ କରୁଥିବା ଏବଂ ମାନସିକ ନିର୍ଯାତନାର ଶିକାର ହେଉଥିବା ଲେଖିଥିଲେ। ତେବେ ଟ୍ୱିଶା ମାନସିକ ଅବସାଦ (ସିଜୋଫ୍ରେନିଆ) ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ ଶାଶୂ ଗିରିବାଳା ଦାବି କରିଛନ୍ତି। ଏବେ ସିବିଆଇ (CBI) ଏହି ସମ୍ବେଦନଶୀଳ ମାମଲାର ଦାୟିତ୍ୱ ଗ୍ରହଣ କଲା ପରେ ଘଟଣାର ପ୍ରକୃତ ସତ୍ୟତା ପଦାକୁ ଆସିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ ବଢୁଥିବା କୁକୁର କାମୁଡ଼ା ଭୟକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଡାକ୍ତରଖାନା, ବସ୍ ଷ୍ଟାଣ୍ଡ, ବିଦ୍ୟାଳୟ ଏବଂ ରେଳ ଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନରୁ ଅଣାଯାଇଥିବା ବୁଲା କୁକୁରମାନଙ୍କୁ ଟିକାକରଣ କିମ୍ବା ବନ୍ଧ୍ୟାକରଣ ପରେ ସେହି ସ୍ଥାନରେ ପୁନର୍ବାର ନ ଛାଡିବା ପାଇଁ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ୨୦୨୫ର ରାୟକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ । ଜନସୁରକ୍ଷାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ନ୍ୟାୟଳୟଙ୍କ ବଡ଼ ରାୟ ।

ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନ୍.ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ବର୍ଷ ନଭେମ୍ବରରେ କୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବା ଏକାଧିକ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ରାୟର ଅର୍ଥ ହେଉଛି କର୍ତ୍ତୃପକ୍ଷଙ୍କ ଦ୍ୱାରା ସର୍ବସାଧାରଣ ସ୍ଥାନରୁ ଉଦ୍ଧାର କରାଯାଇଥିବା ବୁଲା କୁକୁରମାନଙ୍କୁ ପୁଣିଥରେ ସେହି ସ୍ଥାନରେ ଛାଡିବା ପରିବର୍ତ୍ତେ ଆଶ୍ରୟସ୍ଥଳୀରେ ରଖାଯିବ। ଏହା ସହିତ ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (SOP)କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ମଙ୍ଗଳବାର ଦିନ ପ୍ରଦାନ କରାଯାଇଥିବା ରାୟରେ, ଖଣ୍ଡପୀଠ ଛୋଟ ପିଲା ଏବଂ ବୟସ୍କଙ୍କ ଉପରେ କୁକୁର ଆକ୍ରମଣର ଭୟାନକ ଘଟଣାଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ। କୁକୁର ଆକ୍ରମଣରୁ ଲୋକଙ୍କ ଜୀବନ ରକ୍ଷା କରିବା ଦାୟିତ୍ୱ ପାଳନ କରିବାରେ ବିଫଳ ହୋଇଥିବାରୁ କୋର୍ଟ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ ବିମାନବନ୍ଦର ଏବଂ ଆବାସିକ ଅଞ୍ଚଳ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। କୋର୍ଟ ଚେତାବନୀ ଦେଇଛନ୍ତି ଯେ ଯେଉଁ ଅଧିକାରୀମାନେ ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ବିଫଳ ହେବେ, ସେମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।

ରାୟ ଶୁଣାଇ ବିଚାରପତି ସନ୍ଦୀପ ମେହେଟ୍ଟା କହିଛନ୍ତି, "ସମ୍ମାନର ସହ ବଞ୍ଚିବାର ଅଧିକାର ମଧ୍ୟରେ କୁକୁର କାମୁଡ଼ା ଆକ୍ରମଣର ଭୟ ବିନା ସ୍ୱାଧୀନ ଭାବରେ ବଞ୍ଚିବାର ଅଧିକାର ଅନ୍ତର୍ଭୁକ୍ତ। ଏହି ମାମଲାରେ ରାଷ୍ଟ୍ର ଏକ ନିଷ୍କ୍ରିୟ ଦର୍ଶକ ହୋଇ ରହିପାରିବ ନାହିଁ। କୋର୍ଟ କଠୋର ବାସ୍ତବତାକୁ ଅଣଦେଖା କରିପାରିବେ ନାହିଁ, ଯେଉଁଠାରେ ଛୋଟ ପିଲା, ଆନ୍ତର୍ଜାତୀୟ ପର୍ଯ୍ୟଟକ, ଏବଂ ବୃଦ୍ଧ ବ୍ୟକ୍ତିମାନେ କୁକୁର କାମୁଡ଼ାର ଶିକାର ହେଉଛନ୍ତି।" ଗତ ବର୍ଷ ନଭେମ୍ବରରେ, ରାସ୍ତାରେ ବୁଲା କୁକୁରମାନଙ୍କୁ ଖାଦ୍ୟ ଦେବା ଉପରେ ନିଷେଧାଦେଶ ଜାରି କରିଥିଲେ ଖଣ୍ଡପୀଠ, କେବଳ ନିର୍ଦ୍ଧାରିତ ସ୍ଥାନ (designated feeding spots) ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସେମାନଙ୍କୁ ଖାଇବାକୁ ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା।

'କକରୋଚ୍' ମନ୍ତବ୍ୟ ଉପରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ସ୍ପଷ୍ଟୀକରଣ: 'ଯୁବବର୍ଗଙ୍କୁ ନୁହେଁ, ଜାଲ୍ ଡିଗ୍ରୀଧାରୀଙ୍କୁ କରିଥିଲି ସମାଲୋଚନା'
ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଶନିବାର ଦିନ ତାଙ୍କର ବିବାଦୀୟ 'କକରୋଚ୍' (ଅସରପା) ମନ୍ତବ୍ୟକୁ ନେଇ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଏକ ମାମଲାର ଶୁଣାଣି ସମୟରେ ତାଙ୍କ ଦ୍ୱାରା ଦିଆଯାଇଥିବା ମୌଖିକ ମନ୍ତବ୍ୟକୁ ଗଣମାଧ୍ୟମର ଏକ ବର୍ଗ ଭୁଲ୍ ଭାବରେ ଉପସ୍ଥାପନ କରିଛନ୍ତି। ତାଙ୍କର ସମାଲୋଚନା ଦେଶର ବେକାର ଯୁବକମାନଙ୍କ ପ୍ରତି ନଥିଲା, ବରଂ ଜାଲ୍ ଡିଗ୍ରୀ ହାସଲ କରି ବିଭିନ୍ନ ପେଶାରେ ପ୍ରବେଶ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗଣମାଧ୍ୟମର ରିପୋର୍ଟ ନେଇ କ୍ଷୋଭ ପ୍ରକାଶ

ନିଜର ବିବୃତ୍ତିରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଗତକାଲି ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଦେଇଥିବା ତାଙ୍କର ମନ୍ତବ୍ୟକୁ କିପରି ଭାବରେ ଗଣମାଧ୍ୟମର ଏକ ଅଂଶ ବିକୃତ କରି ପ୍ରକାଶ କରିଛି, ତାହା ପଢ଼ି ସେ ଅତ୍ୟନ୍ତ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ପ୍ରଧାନ ବିଚାରପତି ଦେଶର ବେକାର ଯୁବକମାନଙ୍କୁ 'କକରୋଚ୍' ଏବଂ 'ପରଜୀବୀ' ସହିତ ତୁଳନା କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ।

ଜାଲ୍ ଡିଗ୍ରୀଧାରୀଙ୍କ ପ୍ରତି ଥିଲା ମନ୍ତବ୍ୟ

ନିଜ ମନ୍ତବ୍ୟର ପ୍ରକୃତ ଉଦ୍ଦେଶ୍ୟ ବର୍ଣ୍ଣନା କରି ସେ କହିଛନ୍ତି, "ମୁଁ ନିର୍ଦ୍ଦିଷ୍ଟ ଭାବରେ ସେହି ବ୍ୟକ୍ତିମାନଙ୍କୁ ସମାଲୋଚନା କରିଥିଲି, ଯେଉଁମାନେ ଜାଲ୍ ଏବଂ ନକଲି ଡିଗ୍ରୀ ସାହାଯ୍ୟରେ ଓକିଲାତି (Bar) ପରି ଏକ ସମ୍ମାନଜନକ ପେଶାରେ ପ୍ରବେଶ କରିଛନ୍ତି। ଏହିଭଳି ଲୋକମାନେ ଧୀରେ ଧୀରେ ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମହତ ପେଶାରେ ମଧ୍ୟ ଅନୁପ୍ରବେଶ କରିଛନ୍ତି, ତେଣୁ ସେମାନେ ଏକ ପ୍ରକାରର ପରଜୀବୀ ସଦୃଶ"।

ଯୁବବର୍ଗ ଆମ ଦେଶର ମେରୁଦଣ୍ଡ

ଯୁବବର୍ଗଙ୍କୁ ସମାଲୋଚନା କରିଥିବା କଥାକୁ ଖଣ୍ଡନ କରି ସିଜେଆଇ କହିଛନ୍ତି ଯେ ଭାରତୀୟ ଯୁବକମାନେ ତାଙ୍କୁ ପ୍ରେରଣା ଦିଅନ୍ତି। ସେ କହିଛନ୍ତି, "ମୁଁ ଆମ ଦେଶର ଯୁବକମାନଙ୍କୁ ସମାଲୋଚନା କରିଛି ବୋଲି କହିବା ସମ୍ପୂର୍ଣ୍ଣ ଭିତ୍ତିହୀନ। ଆମର ବର୍ତ୍ତମାନ ଏବଂ ଭବିଷ୍ୟତର ମାନବ ସମ୍ବଳ ପାଇଁ ମୁଁ କେବଳ ଗର୍ବିତ ନୁହେଁ, ବରଂ ଭାରତର ପ୍ରତ୍ୟେକ ଯୁବକ ମୋତେ ପ୍ରେରଣା ଦିଅନ୍ତି। ମୁଁ ସେମାନଙ୍କୁ ଏକ ବିକଶିତ ଭାରତର ମେରୁଦଣ୍ଡ ଭାବରେ ଦେଖେ"।

କ'ଣ ଥିଲା ପୂରା ମାମଲା?

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ (ମେ ୧୫) ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଜଣେ ଓକିଲଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଚାଲିଥିଲା। ଏହି ସମୟରେ କୋର୍ଟ ଉକ୍ତ ଓକିଲଙ୍କ ଆଚରଣ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ନେଇ କଡ଼ା ଭର୍ତ୍ସନା କରିଥିଲେ। ନ୍ୟାୟିକ ବ୍ୟବସ୍ଥା ଉପରେ ହେଉଥିବା ଆକ୍ରମଣ ଏବଂ ଜାଲ୍ ଆଇନ ଡିଗ୍ରୀଧାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସମୟରେ କୋର୍ଟ ଏହି 'କକରୋଚ୍' ଏବଂ 'ପରଜୀବୀ' ଶବ୍ଦର ପ୍ରୟୋଗ କରିଥିଲେ, ଯାହାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ସୃଷ୍ଟି ହୋଇଥିଲା。

ନ୍ୟାୟପାଳିକା ଉପରେ ବଢ଼ୁଥିବା ଆକ୍ରମଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ସମାଲୋଚକଙ୍କୁ 'ଅସରପା' ସହ କଲେ ତୁଳନା
ନ୍ୟାୟପାଳିକା ଏବଂ ଆଇନ ବ୍ୟବସ୍ଥା ଉପରେ ବଢ଼ୁଥିବା ଅଯୌକ୍ତିକ ଆକ୍ରମଣକୁ ନେଇ ଶୁକ୍ରବାର ଦିନ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, କିଛି ବେକାର ଯୁବକ 'ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ଆରଟିଆଇ (RTI) କର୍ମୀ' ସାଜି ବିଭିନ୍ନ ଅନୁଷ୍ଠାନକୁ ଟାର୍ଗେଟ୍ କରୁଛନ୍ତି।

ସମାଲୋଚକଙ୍କୁ 'ଅସରପା' ସହ ତୁଳନା

ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରୁଥିବା ବେଳେ ଏହି ଟିପ୍ପଣୀ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, "ସମାଜରେ ଅସରପା ଭଳି କିଛି ଯୁବକ ଅଛନ୍ତି, ଯେଉଁମାନେ କୌଣସି ରୋଜଗାର ପାଆନ୍ତି ନାହିଁ କିମ୍ବା କୌଣସି ପେସାରେ ସେମାନଙ୍କର ସ୍ଥାନ ନଥାଏ। ସେମାନଙ୍କ ମଧ୍ୟରୁ କେହି କେହି ଗଣମାଧ୍ୟମ, ସୋସିଆଲ ମିଡିଆ କିମ୍ବା ଆରଟିଆଇ କର୍ମୀ ହୋଇଯାଆନ୍ତି ଏବଂ ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରନ୍ତି।"

କେଉଁ ମାମଲାର ଶୁଣାଣି ବେଳେ ଏହି ଟିପ୍ପଣୀ?

ଆଇନଜୀବୀ ସଞ୍ଜୟ ଦୁବେଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି କଡ଼ା ମନ୍ତବ୍ୟ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ ନେଇ ସୁପ୍ରିମକୋର୍ଟ ଦେଇଥିବା ମାର୍ଗଦର୍ଶିକାକୁ ଲାଗୁ କରିବାରେ ଦିଲ୍ଲୀ ହାଇକୋର୍ଟ ବିଳମ୍ବ କରୁଥିବା ଅଭିଯୋଗ ଆଣି ସଞ୍ଜୟ ଦୁବେ କୋର୍ଟ ଅବମାନନା ମାମଲା ରୁଜୁ ପାଇଁ ଆବେଦନ କରିଥିଲେ। ତେବେ ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେବା ସହ ନ୍ୟାୟିକ ବ୍ୟବସ୍ଥା ଉପରେ ହେଉଥିବା ଏଭଳି ଅଯଥା ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ।

ମହାଭାରତ ଯୁଦ୍ଧ ବି ଛୋଟ ଲାଗିବ: ସଞ୍ଜୟ କପୁରଙ୍କ ପରିବାରର ୩୦,୦୦୦ କୋଟି ଟଙ୍କାର ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ
ପ୍ରଖ୍ୟାତ ଶିଳ୍ପପତି ସ୍ୱର୍ଗତ ସଞ୍ଜୟ କପୁରଙ୍କ ପରିବାରର ମୋଟ ୩୦,୦୦୦ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ବିବାଦର ଶୁଣାଣି କରିବା ସମୟରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। ବିଚାରପତି ଜେ. ବି. ପାର୍ଦିୱାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ହାଇ-ପ୍ରୋଫାଇଲ୍ ପାରିବାରିକ ବିବାଦକୁ ମହାକାବ୍ୟ ମହାଭାରତ ସହିତ ତୁଳନା କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ବିବାଦ ଏତେ ଜଟିଳ ଏବଂ ବିସ୍ଫୋରକ ଯେ ଏହା ଆଗରେ ମହାଭାରତ ଯୁଦ୍ଧ ମଧ୍ୟ ବହୁତ ଛୋଟ ଲାଗିବ। ଗତ ବର୍ଷ ଅର୍ଥାତ ଜୁନ୍ ୨୦୨୫ ମସିହାରେ ସଞ୍ଜୟ କପୁରଙ୍କର ଦେହାନ୍ତ ପରେ ଏହି ସମ୍ପତ୍ତି ବିବାଦ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଆଇନଗତ ଲଢ଼େଇରେ ତାଙ୍କର ୮୦ ବର୍ଷୀୟା ମାଆ ରାଣୀ କପୁର, ତାଙ୍କର ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁର ଏବଂ ପୂର୍ବତନ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର (ଯିଏ ତାଙ୍କ ପିଲାମାନଙ୍କର ଅଧିକାର ପାଇଁ ଲଢ଼ୁଛନ୍ତି) ସାମିଲ ଅଛନ୍ତି। ମାଆ ରାଣୀ କପୁରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ସଞ୍ଜୟ ଏବଂ ପୁତ୍ରବଧୂ ପ୍ରିୟା କପୁର ମିଳିତ ଭାବେ ବେଆଇନ କାରବାର ମାଧ୍ୟମରେ ସେମାନଙ୍କର ଅଧିକାଂଶ ସମ୍ପତ୍ତିକୁ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରିଦେଇଥିଲେ।

ସମ୍ପତ୍ତି ଏବଂ ବୋର୍ଡ ବୈଠକ ଉପରେ ବିବାଦ ସୁପ୍ରିମକୋର୍ଟ ଗତ ମେ' ୭ ତାରିଖରେ ଏହି ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ ମଧ୍ୟସ୍ଥି ଭାବରେ ନିଯୁକ୍ତ କରିଥିଲେ। ତେବେ ମଧ୍ୟସ୍ଥତା ପ୍ରକ୍ରିୟା ଚାଲିଥିବା ସତ୍ତ୍ୱେ, ରଘୁବଂଶୀ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ (RIPL) କମ୍ପାନୀର ବୋର୍ଡ ବୈଠକ ଆଗାମୀ ମେ' ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ରୋକିବା ପାଇଁ ଏବଂ ଆରକେ ଫ୍ୟାମିଲି ଟ୍ରଷ୍ଟ ଉପରେ ପ୍ରିୟା ସଚଦେବ କପୁରଙ୍କ ହସ୍ତକ୍ଷେପକୁ ବନ୍ଦ କରିବା ପାଇଁ ରାଣୀ କପୁର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଆଗାମୀ ବୋର୍ଡ ବୈଠକରେ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ଏବଂ ବ୍ୟାଙ୍କ ସ୍ୱାକ୍ଷରକାରୀଙ୍କୁ ପରିବର୍ତ୍ତନ କରିବା ଭଳି ପ୍ରସଙ୍ଗ ରହିଥିବାରୁ, ଏହା ଦ୍ୱାରା ସମ୍ପତ୍ତି ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ରାଣୀ କପୁର ଆଶଙ୍କା ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ' ୧୪ ତାରିଖ ଧାର୍ଯ୍ୟ କରିଛନ୍ତି।

ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ: ଆତଙ୍କବାଦୀ ଲିଙ୍କର ମିଳିଲାନି ପ୍ରମାଣ
ଭାରତରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ କରାଇବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତ ବେଳେ ଅଭିଯୁକ୍ତଙ୍କର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ଥିବାର ପ୍ରମାଣ ମିଳିନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ଆତଙ୍କବାଦୀ ଲିଙ୍କର ନାହିଁ ପ୍ରମାଣ

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ, ସୀମା ପାର୍ ହୋଇ ଆତଯାତ ହେବା ବେଆଇନ କାର୍ଯ୍ୟକଳାପ ଆଡ଼କୁ ଇଙ୍ଗିତ କରିପାରେ, କିନ୍ତୁ କେବଳ ଏହି କାରଣରୁ ଏହାକୁ କୌଣସି ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ବୋଲି ଦାବି କରାଯାଇପାରିବ ନାହିଁ। ଅଭିଯୁକ୍ତ ଜଣକ ଗତ ୧୦ ବର୍ଷରୁ ଅଧିକ ସମୟ ଧରି ବେଙ୍ଗାଲୁରୁରେ ବସବାସ କରି ଆସୁଥିଲେ ଏବଂ ତାଙ୍କର କୌଣସି ଆତଙ୍କବାଦୀ ଲିଙ୍କ୍ ମିଳିନାହିଁ।

ମାନବ ଚାଲାଣ ନେଟୱାର୍କର ଥିଲା ଅଭିଯୋଗ

ଆବେଦନକାରୀ ନିଜେ ଜଣେ ବାଂଲାଦେଶୀ ନାଗରିକ ଏବଂ ସେ ବାଂଲାଦେଶ ତଥା ମିଆଁମାରରୁ ଭାରତକୁ ମାନବ ଚାଲାଣ କରୁଥିବା ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗର ସଦସ୍ୟ ବୋଲି ତାଙ୍କ ନାମରେ ଅଭିଯୋଗ ରହିଛି। ତାଙ୍କୁ ଗତ ୭ ନଭେମ୍ବର ୨୦୨୩ରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଥିଲେ। ଏହି ମାମଲାରେ ଅନ୍ୟ ଜଣେ ସହ-ଅଭିଯୁକ୍ତଙ୍କୁ ମଧ୍ୟ ମେ ୨୦୨୫ରେ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଛି।

କଡ଼ା ସର୍ତ୍ତ ସହ ମିଳିଲା ଜାମିନ

ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ଅଭିଯୁକ୍ତଙ୍କ କାର୍ଯ୍ୟକଳାପ ଉପରେ କଟକଣା ଲଗାଯିବ, କିନ୍ତୁ ତାଙ୍କୁ ଜାମିନ ପ୍ରଦାନ କରାଯିବ। ଭାରତରେ ଆବେଦନକାରୀଙ୍କର କୌଣସି ସ୍ଥାୟୀ ବାସସ୍ଥାନ ନଥିବାରୁ ତାଙ୍କୁ କିଛି କଡ଼ା ସର୍ତ୍ତ ସହ ଜାମିନ ଦିଆଯାଇଛି।

ସର୍ତ୍ତ ଅନୁଯାୟୀ, ଆବେଦନକାରୀଙ୍କୁ ନିଜର ବର୍ତ୍ତମାନର ଠିକଣା ସ୍ଥାନୀୟ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଫିସରେ ଜମା କରିବାକୁ ପଡ଼ିବ। ଏନଆଇଏ ଏହି ଠିକଣା ଯାଞ୍ଚ କରିବା ସହ ଘର ମାଲିକଙ୍କ ବୟାନ ରେକର୍ଡ କରିବ। ଏହା ସହିତ ପ୍ରତି ଶନିବାର ଅଭିଯୁକ୍ତଙ୍କୁ ଏନଆଇଏ କାର୍ଯ୍ୟାଳୟରେ ହାଜରା ପକାଇବାକୁ ପଡ଼ିବ। କେବଳ ବେଙ୍ଗାଲୁରୁରେ ଥିବା ଏନଆଇଏର ସର୍ବୋଚ୍ଚ ଅଧିକାରୀ ତାଙ୍କୁ ଏହି ହାଜରାରୁ ଛାଡ଼ ଦେଇପାରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

୧୫ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଦେଲେ ପୁତ୍ର ସନ୍ତାନକୁ ଜନ୍ମ; ନବଜାତ ଶିଶୁ ଉପରୁ ଅଧିକାର ଛାଡିଲା ପରିବାର
ସାତ ମାସର ଗର୍ଭବତୀ ଥିବା ଜଣେ ୧୫ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସ (AIIMS) ଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଗର୍ଭଧାରଣର ଆଇନଗତ ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଏହି ମାମଲାରେ ଗର୍ଭପାତ ପାଇଁ ବିଶେଷ ଅନୁମତି ପ୍ରଦାନ କରିଥିଲେ। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନାବାଳିକା ଜଣକ ଏକ ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ତାଙ୍କ ପରିବାର ଲୋକେ ଶିଶୁଟି ଉପରୁ ନିଜର ସମସ୍ତ ପିତାମାତା ଅଧିକାର ଛାଡ଼ିଦେଇଛନ୍ତି।

ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଏମ୍ସର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ନବଜାତ ଶିଶୁଟିକୁ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ବା ଏନଆଇସିୟୁ (NICU) ରେ ରଖାଯାଇ ପର୍ଯ୍ୟବେକ୍ଷଣ କରାଯାଉଛି। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସମୟ ପୂର୍ବରୁ ଜନ୍ମ (ପ୍ରି-ଟର୍ମ) ହେତୁ କୌଣସି ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ନାହିଁ। ତଥାପି ଶିଶୁଟିର ନିରନ୍ତର ଯତ୍ନ ଆବଶ୍ୟକ ରହିଛି। ଅନ୍ୟପକ୍ଷରେ, ନାବାଳିକା ମା' ଓ ତାଙ୍କ ପରିବାରର ଅନୁରୋଧ କ୍ରମେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ଆରମ୍ଭ ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା

ପରିବାର ଲୋକେ ନବଜାତ ଶିଶୁ ଉପରୁ ନିଜର ଅଧିକାର ତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରିବା ସହ ଏକ ଲିଖିତ ବୟାନ ମଧ୍ୟ ଡାକ୍ତରଖାନାକୁ ପ୍ରଦାନ କରିଥିଲେ। କର୍ତ୍ତୃପକ୍ଷ ଏହାକୁ ବିଧିବଦ୍ଧ ଭାବେ ଗ୍ରହଣ କରିଛନ୍ତି। ଶିଶୁଟିର ଅଧିକାର ଛାଡ଼ିବା ପରେ ବର୍ତ୍ତମାନ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା (Central Adoption Agency) ମାଧ୍ୟମରେ ତାର ପୋଷ୍ୟ ପ୍ରକ୍ରିୟା ବା ଆଡପ୍ସନ୍ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଗତ ଏପ୍ରିଲ୍ ୨୪ ତାରିଖରେ ସୁପ୍ରିମକୋର୍ଟ ମହିଳାଙ୍କ ପ୍ରଜନନ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରି ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (MTP) ଆକ୍ଟ, ୧୯୭୧ ଅଧୀନରେ ନାବାଳିକାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ଜଣେ ନାବାଳିକାଙ୍କୁ ଅନିଚ୍ଛାକୃତ ଭାବେ ଗର୍ଭଧାରଣ କରିବାକୁ ବାଧ୍ୟ କରିବା ସମ୍ବିଧାନର ଧାରା ୨୧ ଅଧୀନରେ ଥିବା ତାଙ୍କର ସମ୍ମାନ, ସ୍ୱାଧୀନତା ଏବଂ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ବୋଲି ଅଦାଲତ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ଜଣେ ନାବାଳକ ସହ ସମ୍ପର୍କରୁ ଏହି ଗର୍ଭଧାରଣ ହୋଇଥିଲା, କିନ୍ତୁ ଆଇନ ଅନୁଯାୟୀ ନାବାଳିକାଙ୍କ ବୟସ କମ୍ ଥିବାରୁ ଏହାକୁ ଦୁଷ୍କର୍ମ ବା ରେପ୍ କେସ୍ ଭାବେ ବିବେଚନା କରାଯାଉଛି।

ବେଙ୍ଗଲ ନିର୍ବାଚନ ଫଳାଫଳ ପୂର୍ବରୁ ଟିଏମସିକୁ ବଡ଼ ଝଟକା: ନିର୍ବାଚନ ଆୟୋଗଙ୍କ ସର୍କୁଲାର୍ କାଏମ ରଖିଲେ ସୁପ୍ରିମକୋର୍ଟ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)କୁ ଲାଗିଛି ଏକ ବଡ଼ ଝଟକା। ଭୋଟ ଗଣତି ପ୍ରକ୍ରିୟାରେ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସୁପରଭାଇଜର୍ ଭାବେ ନିଯୁକ୍ତ କରିବା ନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରକୁ ଚ୍ୟାଲେଞ୍ଜ କରି ଟିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଆବେଦନକୁ ଖାରଜ କରିଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶନାମା ନିୟମ ବିରୁଦ୍ଧ ନୁହେଁ।

କ'ଣ ଥିଲା ନିର୍ବାଚନ ଆୟୋଗଙ୍କ ସର୍କୁଲାର୍?

ଗତ ଏପ୍ରିଲ୍ ୧୩ ତାରିଖରେ ନିର୍ବାଚନ ଆୟୋଗ ଏକ ସର୍କୁଲାର୍ ଜାରି କରିଥିଲେ, ଯେଉଁଥିରେ ପଶ୍ଚିମବଙ୍ଗ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟାରେ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ) କର୍ମଚାରୀଙ୍କୁ ଗଣତି ସୁପରଭାଇଜର୍ ଭାବେ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସାମିଲ ନକରିବା ନିଷ୍ପତ୍ତିକୁ ବିରୋଧ କରି ଟିଏମସି ପ୍ରଥମେ କଲିକତା ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଟିଏମସିର ଯୁକ୍ତି ଓ ଆଶଙ୍କା

ଟିଏମସି ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦେବା ସମ୍ବିଧାନର ଅନୁଚ୍ଛେଦ ୩୨୪ର ଉଲ୍ଲଂଘନ ଅଟେ। ଏହା ରାଜ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଅବିଶ୍ୱାସ ପ୍ରକଟ କରୁଥିବା ବେଳେ ଗଣତି ପ୍ରକ୍ରିୟାରେ ରାଜ୍ୟ ପ୍ରତିନିଧିମାନଙ୍କୁ ସାମିଲ ନକରିବା ଏକ ପକ୍ଷପାତିତା ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ବିଚାରପତି ପି.ଏସ୍. ନରସିଂହ ଏବଂ ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ନିର୍ବାଚନ ଆୟୋଗ ନିଜ ବିବେକାଧିକାର ପ୍ରୟୋଗ କରି କେବଳ ଗୋଟିଏ ବର୍ଗର (କେନ୍ଦ୍ର ସରକାରୀ) କର୍ମଚାରୀଙ୍କୁ ମନୋନୀତ କରିପାରିବେ। ଖଣ୍ଡପୀଠ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଗଣତି ସମୟରେ ଦଳୀୟ ଏଜେଣ୍ଟମାନେ ଉପସ୍ଥିତ ରହିବେ, ତେଣୁ ଏଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ।

ଏହାଛଡ଼ା ନିର୍ବାଚନ ଆୟୋଗ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ରିଟର୍ଣ୍ଣିଂ ଅଫିସର (ଯିଏକି ଜଣେ ରାଜ୍ୟ ସରକାରୀ କର୍ମଚାରୀ) ଗଣତି ପ୍ରକ୍ରିୟାର ସର୍ବୋଚ୍ଚ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ତେଣୁ ଟିଏମସିର ଏଭଳି ଆଶଙ୍କା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ଏହି ସବୁ ଦିଗକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଟିଏମସିର ଆବେଦନକୁ ଖାରଜ କରିବା ସହ ନିର୍ବାଚନ ଆୟୋଗଙ୍କ ସର୍କୁଲାରକୁ ଅକ୍ଷୁର୍ଣ୍ଣ ରଖିଛନ୍ତି।