Social Media Ban - The Sakala

ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...
କର୍ଣ୍ଣାଟକ: କର୍ଣ୍ଣାଟକ ସରକାର ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଧାନସୌଧରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମୋବାଇଲ୍ ନିଶା ଏବଂ ଏହାର କୁପ୍ରଭାବକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସରକାରଙ୍କ କହିବା ଅନୁଯାୟୀ, ଅତ୍ୟଧିକ ମୋବାଇଲ୍ ଏବଂ ସୋସିଆଲ ମିଡିଆ ବ୍ୟବହାର ଯୋଗୁଁ ଛାତ୍ରଛାତ୍ରୀଙ୍କ ଏକାଗ୍ରତା କମୁଛି। ଏହା ସେମାନଙ୍କ ଶୋଇବା ଅଭ୍ୟାସ, ମାନସିକ ସ୍ୱାସ୍ଥ୍ୟ ଏବଂ ପାଠପଢ଼ା ଉପରେ ଗଭୀର ପ୍ରଭାବ ପକାଉଛି। କେବଳ ସେତିକି ନୁହେଁ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏବଂ ଖେଳକୁଦରେ ଭାଗ ନେବା ବଦଳରେ ଡିଜିଟାଲ ଦୁନିଆରେ ହଜି ଯାଉଛନ୍ତି। ଏହି 'ଡିଜିଟାଲ ବିଭ୍ରାଟ'କୁ କମାଇବା ଏବଂ ପିଲାଙ୍କୁ ସୁସ୍ଥ ଅଭ୍ୟାସ ଆଡ଼କୁ ମୁହାଁଇବା ଏହି ନୀତିର ମୂଳ ଲକ୍ଷ୍ୟ।

ଏହା ପୂର୍ବରୁ ଫେବୃଆରୀ ୨୬ରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ମଧୁ ବାଙ୍ଗାରାପ୍ପା ସୂଚନା ଦେଇଥିଲେ ଯେ ସରକାର ଦୀର୍ଘ ଦିନ ଧରି ଏହି କଟକଣା ବିଷୟରେ ବିଚାର କରୁଥିଲେ। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ବାଙ୍ଗାରାପ୍ପା କହିଛନ୍ତି ଯେ ଅନେକ ସମୟରେ ଅଭିଭାବକମାନେ ପିଲାଙ୍କୁ ଶାନ୍ତ ରଖିବା ପାଇଁ ହାତରେ ମୋବାଇଲ୍ ଧରାଇ ଦିଅନ୍ତି, ଯାହା ଫଳରେ ସେମାନେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହୁଅନ୍ତି।

ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ସହ ସଚେତନତା ସୃଷ୍ଟି ପାଇଁ ସରକାର ଏକ ଅଭିଯାନ ଆରମ୍ଭ କରିବେ। ଏହାର ନାମ ରହିଛି "ମୋବାଇଲ୍ ଫୋନ୍ ଦୂରେଇ ରଖନ୍ତୁ, ବହି ହାତକୁ ନିଅନ୍ତୁ"। ଏହି ଅଭିଯାନ ମାଧ୍ୟମରେ ପିଲାମାନଙ୍କୁ ପଢ଼ାପଢ଼ି, ଶାରୀରିକ ବ୍ୟାୟାମ ଏବଂ ଅଫଲାଇନ୍ କାର୍ଯ୍ୟକଳାପରେ ଅଧିକ ସମୟ ବିତାଇବାକୁ ଉତ୍ସାହିତ କରାଯିବ।

୧୬ ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା? ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ପରେ ଭାରତ ସରକାର ନେବେ କି ବଡ ପଦକ୍ଷେପ !
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ଭଳି ଦେଶଗୁଡିକର ପଦକ୍ଷେପ ପରେ ଏବେ ଭାରତ ସରକାର ମଧ୍ୟ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା କଟକଣା ଲଗାଇବାକୁ ବିଚାର କରୁଛନ୍ତି। ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଆକ୍ସେସକୁ ସୀମିତ କରିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (IT) ନିୟମାବଳୀ, ୨୦୨୧ରେ ସଂଶୋଧନ କରିବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ବୟସ ଭିତ୍ତିକ କଟକଣା ନେଇ ସରକାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଆଲୋଚନା ଚଳାଇଛନ୍ତି। ସେ କହିଛନ୍ତି, "ବିଶ୍ୱର ଅନେକ ଦେଶ ବୟସ ଭିତ୍ତିକ ନିୟନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ଏହା ଆମର ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (DPDP) ଆଇନର ମଧ୍ୟ ଏକ ଅଂଶ ଅଟେ।" ବର୍ତ୍ତମାନ ଭାରତରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ନିବୃତ୍ତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ, କିନ୍ତୁ DPDP ଆଇନ ଅଧୀନରେ ୧୮ ବର୍ଷରୁ କମ ପିଲାଙ୍କ ତଥ୍ୟ ବ୍ୟବହାର ପୂର୍ବରୁ ପ୍ଲାଟଫର୍ମଗୁଡିକୁ ପିତାମାତାଙ୍କ ସମ୍ମତି ନେବା ବାଧ୍ୟତାମୂଳକ କରାଯାଇଛି।

ବିଶ୍ୱସ୍ତରରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବେ ୧୬ ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିଥିଲା। ଏହା ପରେ ଫ୍ରାନ୍ସ ୧୫ ବର୍ଷରୁ କମ ପିଲାଙ୍କ ପାଇଁ ସମାନ ନିୟମ ଆଣିଥିବାବେଳେ ବ୍ରିଟେନ ଏବଂ ସ୍ପେନ ମଧ୍ୟ ଏ ଦିଗରେ ଚିନ୍ତା କରୁଛନ୍ତି। ଭାରତ ମଧ୍ୟରେ ଗୋଆ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ସରକାର ଅଷ୍ଟ୍ରେଲିଆ ଢାଞ୍ଚାରେ କଟକଣା ଲଗାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି ମାଡ୍ରାସ ହାଇକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏଭଳି ଆଇନ ପ୍ରଣୟନର ସମ୍ଭାବନା ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିପଫେକ୍ (Deepfake) ସମସ୍ୟା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଭାରତର ସାଂସ୍କୃତିକ ଓ ସାମାଜିକ ସମ୍ବେଦନଶୀଳତାକୁ ବୁଝିବା ଆବଶ୍ୟକ। ସରକାର ନିକଟରେ ଆଇଟି ନିୟମରେ ସଂଶୋଧନ କରି ଡିପଫେକ୍ ବିଷୟବସ୍ତୁକୁ ୩ ଘଣ୍ଟା ମଧ୍ୟରେ ହଟାଇବା ଏବଂ ଏଆଇ-ଜେନେରେଟେଡ୍ ବିଷୟବସ୍ତୁ ଉପରେ ଲେବଲ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି।

୧୬ ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡିଆ ‘ନୋ ଏଣ୍ଟ୍ରି’
ବିଶ୍ୱବ୍ୟାପୀ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସୋସିଆଲ ମିଡିଆର କୁପ୍ରଭାବକୁ ନେଇ ଚିନ୍ତା ବଢୁଥିବା ବେଳେ, ଅଷ୍ଟ୍ରେଲିଆ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ଏକ ନୂତନ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, କେବଳ ନିଷେଧାଦେଶ କଣ ପିଲାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବାରେ ସଫଳ ହେବ?

ନୂତନ ନିୟମ ଓ କଟକଣା

ଅଷ୍ଟ୍ରେଲିଆର ନୂତନ ଆଇନ ଅନୁଯାୟୀ, ଫେସବୁକ, ଇନଷ୍ଟାଗ୍ରାମ, ଟିକ୍‌ଟକ୍ ଏବଂ ସ୍ନାପଚାଟ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ୧୬ ବର୍ଷରୁ କମ ବୟସର ପିଲାଙ୍କୁ ଏକାଉଣ୍ଟ ଖୋଲିବାକୁ ଅନୁମତି ଦେବେ ନାହିଁ। ଯଦି କୌଣସି କମ୍ପାନୀ ଏହି ନିୟମ ଉଲ୍ଲଙ୍ଘନ କରେ, ତେବେ ସେମାନଙ୍କ ଉପରେ କୋଟି କୋଟି ଟଙ୍କାର ଜରିମାନା ଲଗାଯିବ। ଏହି ପଦକ୍ଷେପ ପିଲାମାନଙ୍କୁ ଅନଲାଇନ୍ ବୁଲିଂ, ଯୌନ ଶୋଷଣ ଏବଂ ମାନସିକ ଚାପରୁ ରକ୍ଷା କରିବା ପାଇଁ ନିଆଯାଇଛି।

ପିତାମାତା ଓ ବିଶେଷଜ୍ଞଙ୍କ ମତ

ଅନେକ ପିତାମାତା ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେମାନଙ୍କ ମତରେ, ସୋସିଆଲ ମିଡିଆର 'ଆଲଗୋରିଦିମ' ପିଲାମାନଙ୍କୁ ଆସକ୍ତ କରାଉଛି ଏବଂ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି। ତେବେ କିଛି ବିଶେଷଜ୍ଞଙ୍କ କହିବା କଥା ଯେ, କେବଳ ନିଷେଧାଦେଶ ଯଥେଷ୍ଟ ନୁହେଁ। ଏହା ଦ୍ୱାରା ପିଲାମାନେ ଲୁଚିଛପି ଭିନ୍ନ ଉପାୟରେ (ଯେପରିକି VPN ବ୍ୟବହାର କରି) ସୋସିଆଲ ମିଡିଆ ବ୍ୟବହାର କରିପାରନ୍ତି, ଯାହା ଅଧିକ ବିପଜ୍ଜନକ ହୋଇପାରେ।

ଭାରତ ପାଇଁ ଏହାର ଗୁରୁତ୍ୱ

ଭାରତରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଜୋର ଧରିଛି। ମନସ୍ତତ୍ତ୍ୱବିତ୍‌ମାନେ ପରାମର୍ଶ ଦେଇଛନ୍ତି ଯେ, ସରକାରୀ କଟକଣା ସହିତ ପିଲାମାନଙ୍କୁ 'ଡିଜିଟାଲ ସାକ୍ଷରତା' ବା ଇଣ୍ଟରନେଟର ସଠିକ ବ୍ୟବହାର ବିଷୟରେ ଶିକ୍ଷା ଦେବା ନିହାତି ଜରୁରୀ। କେବଳ ଆଇନ ଗଢିଦେଲେ ସମସ୍ୟାର ସମାଧାନ ହେବ ନାହିଁ, ବରଂ ପିତାମାତାଙ୍କ ସଚେତନତା ମଧ୍ୟ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା, ଆଶ୍ୱସ୍ତ ହେଲେ ଜିଲ୍ଲାବାସୀ...
ମାଲକାନଗିରି: ମାଲକାନଗିରିରେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି। ଆଜି ଦିନ ୧୨ଟା ପରେ ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହେବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଇଣ୍ଟରନେଟ ସେବା ବନ୍ଦ ରହିବା କାରଣରୁ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଛି ଏବଂ ଲୋକଙ୍କ ମୁହଁରେ ହସ ଫୁଟିଛି।

ସୂଚନାଯୋଗ୍ୟ ଯେ, କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖଲଗୁଡା ଗ୍ରାମର ଲାକେ ପୋଡ଼ିଆମୀଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଉତ୍ୟକ୍ତ ଆଦିବାସୀ ସମ୍ପ୍ରଦାୟର ଲୋକେ ନିକଟସ୍ଥ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଏବଂ ସୋସିଆଲ ମିଡିଆ ଜରିଆରେ ଗୁଜବ ବ୍ୟାପିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା।

ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଇଣ୍ଟରନେଟ ବ୍ୟାନର ସମୟସୀମା ବୃଦ୍ଧି କରାଯାଇଥିଲା। ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ଷଷ୍ଠ ଥର ପାଇଁ ଏହି କଟକଣାକୁ ବଢ଼ାଇ ଡିସେମ୍ବର ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିବା ପରେ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି।