Gun Mafia - The Sakala

ଛାତ୍ରଙ୍କଠୁ ମାଫିଆ ସମସ୍ତଙ୍କ ହାତରେ ବନ୍ଧୁକ, ସମଗ୍ର ରାଜ୍ୟ ପାଇଁ ଚିନ୍ତାଜନକ ସ୍ଥିତି
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗିରି ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାହା ସମଗ୍ର ରାଜ୍ୟ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ବଡ଼ ଅପରାଧ କିମ୍ବା ମାଓବାଦୀ ବେଆଇନ୍‌ ବନ୍ଧୁକ ବ୍ୟବହାର କରୁଥିଲେ। ସବୁ କିଛି ଲୁଚାଚୋରାରେ ହେଉଥିଲା। କେନ୍ଦ୍ରାପଡା ଘଟଣାରୁ ସ୍ପଷ୍ଟ ହେଉଛି ଲୋକେ ଏବେ ଘରେ ଘରେ ବନ୍ଧୁକ ରଖିଲେଣି। ସାମାନ୍ୟ ବଚସା ପାଇଁ ବି ବନ୍ଧୁକ ବାହାର କରିଦେଉଛନ୍ତି । ନିୟମିତ ଭାବେ ବନ୍ଧୁକରୁ ବାହାରୁଥିବା ଗୁଳି ଲୋକଙ୍କୁ ଆତଙ୍କିତ କରୁଛି। ରାଜ୍ୟ ବାହାରର ବନ୍ଧୁକ ମାଫିଆ ସକ୍ରିୟ ହୋଇ ରାଜ୍ୟକୁ ବନ୍ଧୁକର ବନ୍ୟା କରିବାରେ ଲାଗିଛନ୍ତି । ଓଡ଼ିଶାରେ ବିହାର ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସେପଟେ ପୁଲିସ କେବଳ ଛୋଟମୋଟ ବନ୍ଧୁକ ବେପାରୀଙ୍କୁ ଧରି ନିଜ ପିଠି ନିଜେ ଥାପୁଡାଇବାରେ ଲାଗିଛି ।

ରାଜ୍ୟରେ  ବେଆଇନ୍‌ ବନ୍ଧୁକ ଏବେ ସହଜ ଉପଲବ୍ଧ। ବଜାରରେ ୮ରୁ ୧୦ହଜାର ଟଙ୍କା ମଧ୍ୟରେ ବନ୍ଧୁକ ସହଜରେ ଉପଲବ୍ଧ ହୋଇଯାଉଛି। ଯିଏ ପାରୁଛି ସିଏ କିଣି ଆଣୁଛି। ବେଆଇନ୍‌ ବନ୍ଧୁକ କିଣାବିକାରେ କୌଣସି ପ୍ରକାର ରୋକ୍‌ଟୋକ୍‌ ନାହିଁ। ଯାହାଫଳରେ ବନ୍ଧୁକ ଅପରାଧ ମଇଦାନରୁ ଆସି ସ୍କୁଲ୍‌ ଭିତରେ ପହଁଞ୍ଚିଲାଣି। ପିଲା କିମ୍ବା ଶିକ୍ଷକଙ୍କୁ ଧମକାଇବାକୁ ବି ପିଲାମାନେ ବନ୍ଧୁକ ଧରି ସ୍କୁଲକୁ ଚାଲି ଆସୁଛନ୍ତି। ଚଳିତ ବିଧାନସଭାରେ ରାଜ୍ୟରେ ବେଆଇନ୍‌ ବନ୍ଧୁକ କାରବାରକୁ ନେଇ ଉଦ୍‌ବେଗ ପ୍ରକାଶ କରି ଦୁଇ ବର୍ଷରେ କେତେ ବେଆଇନ୍‌ ବନ୍ଧୁକ ଜବତ ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏହି ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ୭୧୬ଟି ବନ୍ଧୁକ ମିଳିଥିଲା ବେଳେ ୨୦୨୪ ମସିହାରେ ୫୭୨ଟି ବନ୍ଧୁକ ଜବତ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ୨୦୨୪ ମସିହାରେ ଟୁଇନ୍‌ସିଟିରୁ ୭୧ଟି ବନ୍ଧୁକ ମିଳିଥିଲା ବେଳେ ୨୦୨୫ ମସିହାରେ ଟୁଇନ୍‌ ସିଟିରେ ୧୦୦ରୁ ଊର୍ଦ୍ଧ୍ବ ବନ୍ଧୁକ ମିଳିଲାଣି।

ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ ପ୍ରସ୍ତୁତ କରୁଥିଲେ। ହେଲେ ଏବେ ଉପକୂଳ ଜିଲ୍ଲା ଗୁଡ଼ିକରେ ଦେଶୀ ନୁହେଁ ବିଦେଶୀ ବନ୍ଧୁକ ତିଆରି କାରଖାନା ଚାଲୁଛି। ବର୍ଷ ବର୍ଷ ଧରି ଏହି ବନ୍ଧୁକ କାରଖାନା ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୁଲିସକୁ ସାମାନ୍ୟତମ ସୁରକ୍‌ ମିଳୁନି। କଟକ ଜିଲା ୪୨ ମୌଜା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ୧ବର୍ଷ ଧରି ଚାଲୁଥିଲା।  ହେଲେ ପୁଲିସକୁ ଖବର ବି ନଥିଲା। ଏସ୍‌ଟିଏଫ୍‌ ଚଢାଉ କଲାପରେ ବିପୁଳ ପରିମାଣରେ ବନ୍ଧୁକ ଜବତ କଲା। ଗତକିଛି ଦିନ ଧରି କମିଶନରେଟ୍‌ ପୁଲିସ ନିୟମିତ ଭାବେ ୫ରୁ ଅଧିକ ବନ୍ଧୁକ ଜବତ କରୁଛି। ଏହା ମଧ୍ୟରେ ମାରାତ୍ମକ କାରବାଇନ୍‌ ବନ୍ଧୁକ ରହୁଛି। ଯାହାକୁ ଦେଖିଲେ ଲାଗୁଛି ଯେ କେହିବି କିଣିବ ସେ ଯେପରି ଯୁଦ୍ଧ ଘୋଷଣା କରିବାକୁ ଯାଉଛି।