Ollywood News - The Sakala

ଆସିଲା ‘ବର ବଧୂ’ର ଟ୍ରେଲର: ଭାଲେଣ୍ଟାଇନ୍‌ରେ ଦର୍ଶକଙ୍କ ମନ ଜିଣିବେ ଶୈଳେନ୍ଦ୍ର-ଶିବାନୀ ଯୋଡ଼ି
ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ବର ବଧୂ'ର ଅଫିସିଆଲ୍ ଟ୍ରେଲର ମୁକ୍ତିଲାଭ କରିଛି। ଦର୍ଶକଙ୍କ ପ୍ରିୟ ଯୋଡ଼ି ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ, ଯାହା ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଟ୍ରେଲରଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି।

ଦମଦାର ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶନା

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଶିବାନୀ ଅଭିନୟ କରିଥିବାବେଳେ, ଅନ୍ୟ ପ୍ରମୁଖ ଚରିତ୍ରରେ ଶୁଭାଶିଷ ଶର୍ମା ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱରଞ୍ଜନ ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଚନ୍ଦ୍ରମଣି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ଭରତ-ହିତାରଥ, ଯାହାର ଗୀତଗୁଡ଼ିକ ପୂର୍ବରୁ ଦର୍ଶକଙ୍କ ମନ ଜିଣିସାରିଛି।

ଭାଲେଣ୍ଟାଇନ୍‌ ଭେଟି

ପାରିବାରିକ ଡ୍ରାମା ଏବଂ ରୋମାନ୍ସରେ ଭରପୂର ଏହି ସିନେମାଟି ଆସନ୍ତା ଫେବୃଆରୀ ୧୩ ତାରିଖରେ, ଭାଲେଣ୍ଟାଇନ୍ସ ଡେ' ଅବସରରେ ପରଦାକୁ ଆସିବାକୁ ଯାଉଛି। ଆମର ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

Amrita Nayak: ‘ଭାବିନଥିଲି ଏଇଟା ହେବ ଆମର ଶେଷ ଗୀତ’, ଦାଦାଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ କଣ୍ଠଶିଳ୍ପୀ ଅମ୍ରିତା
ଓଡ଼ିଆ ସଙ୍ଗୀତ ଜଗତର ଜଣେ ବରିଷ୍ଠ ବ୍ୟକ୍ତିତ୍ୱଙ୍କ ବିୟୋଗରେ ମର୍ମାହତ ହୋଇପଡ଼ିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅମ୍ରିତା ନାୟକ। ସୋସିଆଲ ମିଡିଆରେ ଏକ ଅତ୍ୟନ୍ତ ଭାବବିହ୍ୱଳ ପୋଷ୍ଟ ସେୟାର କରି ସେ ନିଜର ପ୍ରିୟ 'ଦାଦା'ଙ୍କୁ ମନେ ପକାଇଛନ୍ତି ଏବଂ ତାଙ୍କ ସହ ବିତାଇଥିବା ଶେଷ ମୁହୂର୍ତ୍ତ ବିଷୟରେ ଉଲ୍ଲେଖ କରିଛନ୍ତି।

https://www.instagram.com/p/DUAHkXXCTfs/?img_index=2&igsh=MW8zNnJ4dTN3N25qNQ==

ଅମ୍ରିତା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ହସ୍ପିଟାଲରେ ଆଡମିଟ୍ ହେବାର ଠିକ୍ ୨ ଦିନ ପୂର୍ବରୁ ସେମାନଙ୍କର ଏକ ରେକର୍ଡିଂ ହୋଇଥିଲା। ସେ ଦୁଃଖର ସହ କହିଛନ୍ତି, "ମୁଁ କେବେ ସ୍ୱପ୍ନରେ ବି ଭାବି ନଥିଲି କି ଏଇଟା ଆମ ଶେଷ ଗୀତ ଓ ଶେଷ କଥା ହେଇଯିବ ବୋଲି।" ତାଙ୍କର ଏହି ହୃଦୟସ୍ପର୍ଶୀ ଶବ୍ଦ ଏବେ ପ୍ରଶଂସକମାନଙ୍କ ଆଖିରେ ଲୁହ ଭରିଦେଇଛି।

ଏହି ଦୁଃଖଦ ଖବରକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୋଷ୍ଟ ଲେଖିବା ସମୟରେ ତାଙ୍କ ହାତ ଥରୁଥିବା ଏବଂ ସେ ନିସ୍ତବ୍ଧ ହୋଇଯାଇଥିବା କଥା ଉଲ୍ଲେଖ କରିଛନ୍ତି। ଅମୃତା କହିଛନ୍ତି ଯେ, 'ଦାଦା'ଙ୍କ ବିୟୋଗରେ ଆମେ ଆମର ଛାତ (ଅଭିଭାବକ) ହରାଇଲୁ। ସେ ଶୋକସନ୍ତପ୍ତ ପରିବାରର ସଦସ୍ୟ ବୋଉଦୀ ଏବଂ ବାବାଇଙ୍କୁ ଧୈର୍ଯ୍ୟ ଓ ସାହସ ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Abhijit Majumdar: ‘ମୁଁ ଯଦି ଆଗ ଚାଲିଯାଏ ଏ ଫଟୋ ପୋଷ୍ଟ କରିବୁ’: ସତ ହେଲା ଅଭିଜିତଙ୍କ କଥା, ବନ୍ଧୁଙ୍କୁ ଝୁରିଲେ ଗୁଡ୍‌ଲି ରଥ
ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକରେ ସମଗ୍ର ଓଲିଉଡ୍ ସ୍ତବ୍ଧ ହୋଇଯାଇଛି। ତାଙ୍କ ବିୟୋଗରେ କଳାକାର, ପ୍ରଶଂସକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଏହି ସମୟରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ତଥା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡ଼୍‌ଲି ରଥ ଏକ ଅତ୍ୟନ୍ତ ଭାବବିହ୍ୱଳ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି।

https://www.instagram.com/p/DT-E-LVFIp7/?igsh=MTZ5NHR2ZmRtNHI3ZA==

ନିଜର ପ୍ରିୟ ବନ୍ଧୁଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଗୁଡ଼୍‌ଲି ରଥ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅଭିଜିତଙ୍କ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଅଭିଜିତ ଦିନେ ମଜାରେ ତାଙ୍କୁ କହିଥିଲେ, ‘‘ମୁଁ ଯଦି ଆଗ ଚାଲିଯାଏ, ତେବେ ଏଇ ଫଟୋଟା ପୋଷ୍ଟ କରିବୁ।’’ ଗୁଡ଼୍‌ଲି ଦୁଃଖର ସହ ଉଲ୍ଲେଖ କରିଛନ୍ତି ଯେ, ସେ କେବେ ମଧ୍ୟ ଭାବି ନଥିଲେ ଅଭିଜିତଙ୍କ ସେହି ମଜାଳିଆ କଥାଟି ଦିନେ ଏମିତି ନିଷ୍ଠୁର ସତ୍ୟରେ ପରିଣତ ହେବ।

ଅଭିଜିତଙ୍କ ଅକାଳ ବିୟୋଗରେ ଗୁଡ଼୍‌ଲି ରଥ ଗଭୀର ମର୍ମାହତ ହୋଇଛନ୍ତି। ନିଜର ଶେଷ ପ୍ରତିଶ୍ରୁତି ପାଳନ କରିବା ଭଳି ସେ ସେହି ନିର୍ଦ୍ଦିଷ୍ଟ ଫଟୋଟିକୁ ପୋଷ୍ଟ କରି ଲେଖିଛନ୍ତି, ‘‘ତୋ ଭଳି ବନ୍ଧୁ ହରାଇ ମୁଁ ମର୍ମାହତ। ତୋ କଥା ରଖି ଫଟୋଟା ପୋଷ୍ଟ କରୁଛି।’’ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ଉଭୟଙ୍କ ବନ୍ଧୁତାକୁ ମନେ ପକାଇ ଅଭିଜିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

ଖୁସି ଖବର: ବାପା ମା’ ହେବାକୁ ଯାଉଛନ୍ତି ଓଲିଉଡର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା
ଭୁବନେଶ୍ୱର: ଓଲିଉଡର ସୁପରଷ୍ଟାର ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଅର୍ଚିତା ସାହୁଙ୍କ ଘରକୁ ଖୁବଶୀଘ୍ର ଆସୁଛନ୍ତି ନୂଆ ଅତିଥି। ଉଭୟ ବାପା ମା’ ହେବାକୁ ଯାଉଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

https://www.instagram.com/p/DSP5wjLif_J/?igsh=MTFpc2s0OHU5YWhtdA==

ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସବ୍ୟସାଚୀ ଓ ଅର୍ଚିତା କିଛି ସୁନ୍ଦର ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଅଭିନେତ୍ରୀ ଅର୍ଚିତା ନିଜର ବେବି ବମ୍ପ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଆମର ପ୍ରେମ କାହାଣୀରେ ଏକ ନୂଆ ମୋଡ଼ ଆସିଛି। ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ୱପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଅତ୍ୟନ୍ତ କାମ୍ୟ।" ଏହି ପୋଷ୍ଟ ଜରିଆରେ ସେମାନେ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।

୨୦୨୧ ମସିହାରେ ରାଜସ୍ଥାନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର କିଛି ବର୍ଷ ପରେ ଏବେ ଉଭୟଙ୍କ ଜୀବନରେ ଏହି ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଓଲିଉଡର ଅନ୍ୟ କଳାକାର, ବନ୍ଧୁବାନ୍ଧବ ଏବଂ ଅଗଣିତ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟମରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।