Odisha Crime - The Sakala

ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା
ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଏକ ଅତି ଲଜ୍ଜାଜନକ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଗୋଟିଏ ଦିନରେ ଦୁଇଥର ଦୁଷ୍କର୍ମ କରାଯିବା ପରେ କୋଠା ଉପରୁ ଫିଙ୍ଗି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ମୃତ ଯୁବତୀଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାର ବର୍ବରତା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରେମ ପରେ ପ୍ରତାରଣା

ପୋଲିସ ସୂଚନା ଅନୁଯାୟୀ, ଘଟଣାଟି ଫେବୃଆରୀ ୨୨ ତାରିଖରେ ଘଟିଥିଲା। ଯୁବତୀ ଜଣକ ନିଜ ପ୍ରେମିକ ସୋମନାଥ ଓଝା ସହ ବିବାହ କରିବା ପାଇଁ ଘରୁ ବାହାରିଥିଲେ। ସୋମନାଥ ତାଙ୍କୁ ଏକ ମନ୍ଦିର ନିକଟକୁ ଡାକିଥିଲେ, କିନ୍ତୁ ବିବାହ କରିବା ବଦଳରେ ସେ ଯୁବତୀଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ଏହାପରେ ସୋମନାଥ ପୀଡ଼ିତାଙ୍କୁ ରହମା ବସ୍ ଷ୍ଟାଣ୍ଡରେ ଏକାକୀ ଛାଡ଼ି ପଳାଇଥିଲେ।

ସାହାଯ୍ୟ ବାହାନାରେ ଦ୍ୱିତୀୟ ଦୁଷ୍କର୍ମ ଓ ହତ୍ୟା

ବସ୍ ଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବସିଥିବା ସମୟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି (ଯାହାର ନାମ ଶୁଭମ୍ ସିଂ ବୋଲି କୁହାଯାଉଛି) ଯୁବତୀଙ୍କୁ ସାହାଯ୍ୟ କରିବା ବାହାନାରେ ବାଇକ୍‌ରେ ବସାଇ ପାରାଦୀପ ନେଇଯାଇଥିଲେ। ସେଠାରେ ସେ ନିଜ ଭଡ଼ା ଘରର ଛାତ ଉପରେ ଯୁବତୀଙ୍କୁ ପୁଣିଥରେ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ୪ ମହଲା କୋଠା ଉପରୁ ତଳକୁ ଠେଲି ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ରାଜନୈତିକ ପ୍ରତିକ୍ରିୟା

ଫେବୃଆରୀ ୨୩ ତାରିଖ ସକାଳେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଏବଂ ତଦନ୍ତ ପରେ ଜଗତସିଂହପୁର ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କନ୍ଧମାଳରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ୪୨ ବର୍ଷୀୟ ଡକିଲା ମଲ୍ଲିକ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଜପ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଗାଟିଙ୍ଗିଆ ଗାଁର ଜପ ମଲ୍ଲିକ (୪୫) ଏବଂ ଡକିଲା ମଲ୍ଲିକଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ସାମାନ୍ୟ କଥା କଟାକଟି ହୋଇଥିଲା। ଏଥିରେ ଜପ ହଠାତ୍ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆ ସାହାଯ୍ୟରେ ଡକିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ଡକିଲା ଗୁରୁତର ଆହତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଡକିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅଭିଯୋଗ ପାଇ ବାଲିଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜପ ମଲ୍ଲିକଙ୍କୁ ପୁଲିସ ଥାନାରେ ଅଟକ ରଖିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ରାଉରକେଲାରେ ଅନଲାଇନ୍ ବେଟିଂ ରାକେଟ୍‌ର ପର୍ଦ୍ଦାଫାସ: ୫ ଅଟକ, ୨୦ ଲକ୍ଷ ଟଙ୍କା ଜବତ
ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଆଇସିସି ଟି-୨୦ ବିଶ୍ୱକପ୍ ସମୟରେ ଚାଲିଥିବା ଏକ ବଡ଼ ଧରଣର ଅନଲାଇନ୍ ବେଟିଂ କାରବାରର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନଗଦ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏକକାଳୀନ ୫ଟି ଥାନା ଅଞ୍ଚଳରେ ଚଢ଼ାଉ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ଦିନ ରାଉରକେଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ପ୍ଲାଣ୍ଟସାଇଟ୍, ଉଦିତନଗର, ବଣ୍ଡମୁଣ୍ଡା, ରଘୁନାଥପାଲି ଏବଂ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଏହି ଅପରେସନ୍ ସମୟରେ ବ୍ୟାପକ ପରିମାଣର ଟଙ୍କା ସହ ଅନେକ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି, ଯଥା କମ୍ପ୍ୟୁଟର ଓ ଲାପଟପ୍ ଜବତ କରାଯାଇଛି।

ହାୱାଲା ଓ ବେନାମୀ ଆକାଉଣ୍ଟର ଲିଙ୍କ୍

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବେଟିଂ ରାକେଟ୍‌ର ତାର ହାୱାଲା କାରବାର ସହ ଯୋଡ଼ି ହୋଇଛି। ଅଟକ ଥିବା ବ୍ୟକ୍ତିମାନେ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବେଆଇନ ଅର୍ଥ କାରବାର କରୁଥିଲେ। ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ରାଉରକେଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଏହି ଅପରେସନ୍ ଜରିଆରେ ଆଗକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଜବତ ହୋଇଥିବା ଡିଜିଟାଲ୍ ତଥ୍ୟ ଏବଂ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରାଯାଉଛି।

ରାଜଧାନୀ ଉପକଣ୍ଠ ପାତ୍ରପଡ଼ା, ଭଗବାନପୁରରେ ବୁଲିଲା ଖଣ୍ଡା: ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ଭଗବାନପୁର ଅଞ୍ଚଳରେ ଏକ ଗୋଷ୍ଠୀବଦ୍ଧ ଆକ୍ରମଣ ଘଟିଥିବା ବେଳେ ଖଣ୍ଡା ଚୋଟରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏହି ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଭଗବାନପୁରରେ ଖଣ୍ଡା ସୁଆଙ୍ଗ

ସୂଚନା ଅନୁସାରେ, ଭଗବାନପୁରରେ ଥିବା ଏକ କାଫେ ସମ୍ମୁଖରେ ୪ ଜଣ ଯୁବକ ଛିଡ଼ା ହୋଇଥିବା ବେଳେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ସାଙ୍ଗରେ ଖଣ୍ଡା ଆଣି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ସେଠାରେ ଥିବା ୩ଟି କାରକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗୁରୁତର ଯୁବକଙ୍କ ବାପା ତମାଣ୍ଡୋ ଥାନାରେ ଏତଲା ଦେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି।

ରାଜଧାନୀ ଉପକଣ୍ଠ ପାତ୍ରପଡ଼ା, ଭଗବାନପୁରରେ ବୁଲିଲା ଖଣ୍ଡା: ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ #Bhubaneswar #CrimeNews #Odisha #Police #Safety #SwordAttack pic.twitter.com/rKhVefbmAr

— Sakala News (@SakalaNews) February 17, 2026

ପୁଲିସ ଅଧିକାରୀଙ୍କ ମା'ଙ୍କଠାରୁ ସୁନା ଚେନ୍ ଲୁଟ୍

ଅନ୍ୟପଟେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ଜଣେ ପୁଲିସ ଅଧିକାରୀଙ୍କ ମା' ବୋଲି ଜଣାପଡ଼ିଛି। ଲୁଟେରାମାନେ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏବଂ ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

ନାବାଳକ ଅପହରଣ ଅଭିଯୋଗ

ରାଜଧାନୀରେ ଅପରାଧ ଏତିକିରେ ଅଟକି ନାହିଁ। ଜଣେ ୧୧ ବର୍ଷର ନାବାଳକଙ୍କୁ ଅପହରଣ କରାଯାଇଥିବା ନେଇ ସହିଦ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ଜିଆରପି (GRP) ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ନିଖୋଜ ନାବାଳକଙ୍କ ପୋଷ୍ଟର ଲଗାଯାଇଛି। ସମସ୍ତ ଥାନାକୁ ଏହି ସମ୍ପର୍କରେ ସୂଚନା ଦିଆଯାଇଛି ବୋଲି ଜିଆରପି ଆଇଆଇସି କହିଛନ୍ତି। ସହରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣା ଘଟୁଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକର ମୃତ୍ୟୁ
ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ମଗରବନ୍ଧ ଗାଁରେ ଘଟିଥିବା ଚାଞ୍ଚଲ୍ୟକର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରେମିକର ମୃତ୍ୟୁ ଘଟିଛି। ନାବାଳିକା ପ୍ରେମିକାକୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଦେଇଥିବା ଅଭିଯୁକ୍ତ ପୂର୍ଣ୍ଣ ନାୟକର ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ନୟାଗଡ଼ ମେଡିକାଲରେ ନାବାଳିକାର ମୃତ୍ୟୁ ଘଟିସାରିଥିଲା।

ସୂଚନା ଅନୁଯାୟୀ, ଗାଁର ଶିବ ମନ୍ଦିରରେ ପୂର୍ଣ୍ଣ ଚନ୍ଦ୍ର ନାୟକ ଓରଫ ମିଥୁନ୍ ଓ ଜଣେ ନାବାଳିକା ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ, ପ୍ରେମିକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ପ୍ରେମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଶିବ ମନ୍ଦିରରେ ବିଷ ପିଇଲେ ପ୍ରେମୀଯୁଗଳ: ନାବାଳିକା ମୃତ, ପ୍ରେମିକ ଗୁରୁତର...
ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ମଗରବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁର ଶିବ ମନ୍ଦିର ପରିସରରେ ଜଣେ ନାବାଳିକା ପ୍ରେମିକା ଓ ତାଙ୍କ ପ୍ରେମିକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣାରେ ନାବାଳିକା ଜଣକ ପ୍ରାଣ ହରାଇଥିବା ବେଳେ, ପ୍ରେମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସୂଚନାନୁଯାୟୀ, ଗାଁର ଶିବ ମନ୍ଦିରରେ ପୂର୍ଣ୍ଣ ଚନ୍ଦ୍ର ନାୟକ ଓରଫ ମିଥୁନ୍ ଓ ଜଣେ ନାବାଳିକା ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ, ପ୍ରେମିକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୂର୍ଣ୍ଣ ଚନ୍ଦ୍ର ନାୟକ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ସେଥିରେ ବିଫଳ ହେବା ପରେ ପୂର୍ଣ୍ଣ ଚନ୍ଦ୍ର ନାବାଳିକାଙ୍କୁ ମନ୍ଦିରକୁ ଡାକିଥିଲେ ଏବଂ ଫୁଙ୍କୁନଳୀରେ ମାଡ଼ ମାରି ହତ୍ୟା କରିଛନ୍ତି। ହତ୍ୟା ପରେ ସେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଶରଣକୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ପ୍ରେମିକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସମ୍ପୂର୍ଣ୍ଣ ଚେତା ଫେରିବା ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ସ୍ୱାମୀଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ !
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଖଣ୍ଡପଡ଼ା ଥାନା ଅନ୍ତର୍ଗତ ପୁଆଣିଆଁ ଗାଁରେ। ସେଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।

ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୬ ମାସ ତଳେ ଆଲୋକଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ପାରିବାରିକ ଅଶାନ୍ତି ମୁଣ୍ଡ ଟେକିଥିଲା। ତ୍ରିକୋଣୀୟ ପ୍ରେମ ସମ୍ପର୍କ ଏବଂ ଘରୋଇ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ 'ଲକି' ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅଭିଯୋଗ ରହିଛି ଯେ, ସେ ଆଲୋକଙ୍କୁ ଶୋଇବା ଘରର ଖଟ ଉପରେ ଏକ ବେଲ୍ଟ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଖଣ୍ଡପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ସଠିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ସହ ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ସ୍ତ୍ରୀ ଲକିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।