West Bengal Government - The Sakala

ଆଇ-ପ୍ୟାକ୍ (I-PAC) ଚଢ଼ାଉ ବେଳେ ବାଧା: ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି
କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ଜଡ଼ିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ (I-PAC) ଉପରେ ଚଢ଼ାଉ ବେଳେ ରାଜ୍ୟ ସରକାର ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଏକ ଅର୍ଥ ହେରଫେର ମାମଲାର ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି।

ଇଡି ନିଜ ଆବେଦନରେ ଦର୍ଶାଇଛି ଯେ, ଗୁରୁବାର ଦିନ କୋଲକାତାରେ ଥିବା ଆଇ-ପ୍ୟାକ୍ ମୁଖ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ କରାଯାଉଥିଲା। ଏହି ସମୟରେ ରାଜ୍ୟ ପ୍ରଶାସନ ପକ୍ଷରୁ ତଦନ୍ତକାରୀ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାରେ ବାଧା ଦିଆଯାଇଥିଲା। ଏଭଳି ପଦକ୍ଷେପ ଏଜେନ୍ସିର ସ୍ୱାଧୀନ କାର୍ଯ୍ୟଶୈଳୀ ଏବଂ ଆଇନଗତ ପ୍ରକ୍ରିୟାକୁ ପ୍ରଭାବିତ କରିଛି ବୋଲି ଇଡି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛି। ତେଣୁ ଏହି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ଅନ୍ୟପକ୍ଷରେ, ଇଡି ସୁପ୍ରିମକୋର୍ଟ ଯିବା ପୂର୍ବରୁ ପଶ୍ଚିମବଙ୍ଗ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ କ୍ୟାଭିଏଟ୍ (Caveat) ଦାଖଲ କରିଛନ୍ତି। ଏଥିରେ ଅନୁରୋଧ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣି କୋର୍ଟ ଯେପରି କୌଣସି ନିର୍ଦ୍ଦେଶ ଜାରି ନ କରନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଆଇ-ପ୍ୟାକ୍ ଏକ ବିବୃତ୍ତି ଜାରି କରିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, "ଗତକାଲି ଇଡି ଅଧିକାରୀମାନେ ଆମ କାର୍ଯ୍ୟାଳୟ ଏବଂ ନିର୍ଦ୍ଦେଶକଙ୍କ ଘରେ ଚଢ଼ାଉ କରିଥିଲେ, ଯାହା ଏକ ପେଶାଦାର ସଂସ୍ଥା ପାଇଁ ଦୁର୍ଭାଗ୍ୟଜନକ ଦିନ ଥିଲା।" ତଥାପି, ସଂସ୍ଥା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛି ଏବଂ ଆଇନକୁ ସମ୍ମାନ ଜଣାଇ ଭବିଷ୍ୟତରେ ମଧ୍ୟ ସହଯୋଗ ଜାରି ରଖିବ ବୋଲି ସ୍ପଷ୍ଟ କରିଛି।

ମେସିଙ୍କ ନିକଟରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; ସଲ୍ଟ ଲେକ୍ ଷ୍ଟାଡିୟମରେ ବିଶୃଙ୍ଖଳା ପାଇଁ ଗଠନ ହେଲା ତଦନ୍ତ କମିଟି
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍‌ ତାରକା ଲିଓନେଲ ମେସିଙ୍କ ଗସ୍ତ ସମୟରେ ହୋଇଥିବା ଘୋର ଅବ୍ୟବସ୍ଥାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସେ ମେସି ଏବଂ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ନିକଟରେ ଆନ୍ତରିକ କ୍ଷମା ପ୍ରାର୍ଥନା କରିଛନ୍ତି।

ଷ୍ଟାଡିୟମରେ ନାହିଁ ନଥିବା ଭିଡ଼ ଓ ବିଶୃଙ୍ଖଳା

ରିପୋର୍ଟ ଅନୁଯାୟୀ, ମେସିଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା। ଅତ୍ୟଧିକ ଜନସମାଗମ ଏବଂ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଭିଡ଼ ଭିତରେ ଟେଣ୍ଟ ଏବଂ ହୋର୍ଡିଂଗୁଡ଼ିକ ଭାଙ୍ଗି ଯାଇଥିଲା, ଯାହା ଫଳରେ ମେସିଙ୍କୁ ତାଙ୍କ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରି ଫେରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଉତ୍ସାହିତ ପ୍ରଶଂସକଙ୍କ ନିରାଶାକୁ ହୃଦୟଙ୍ଗମ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X)ରେ ମମତା ଲେଖିଛନ୍ତି, "ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖାଦେଇଥିବା ଅବ୍ୟବସ୍ଥା ଯୋଗୁଁ ମୁଁ ମର୍ମାହତ। ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ସହ ମୁଁ ମଧ୍ୟ ନିଜର ପ୍ରିୟ ଫୁଟବଲରଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ଯାଉଥିଲି, କିନ୍ତୁ ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ।"

ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଅସୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ହୋମ ଆଣ୍ଡ ହିଲ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ ରହିବେ। ଏହି କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏବଂ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ମଧ୍ୟ କମିଟି ପରାମର୍ଶ ଦେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।