Land Dispute - The Sakala

ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ
ସୋର: ସମ୍ପତ୍ତି ଲୋଭରେ ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜନ୍ମକଲା ବାପାକୁ ହାଣିଲା ନୃଶଂସ ପୁଅ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁଇ ପୁଅ। କଟୁରି ଚୋଟରେ ବାପା ଗୁରୁତର ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସୋର କୋର୍ଟ ସମ୍ମୁଖରେ ଘଟିଛି ଏପରି ଅଭାବନୀୟ ଘଟଣା। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ତୁଣ୍ଡପଡା ଗ୍ରାମର ଗଣେଶ ବାରିକ। ଆକ୍ରମଣ ପରେ ସାନପୁଅ କ୍ଷୀରୋଦକୁ ସ୍ଥାନୀୟ ଲୋକେ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବଡ଼ପୁଅ କିରଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବାପା ଗଣେଶ ବାରିକ ତାଙ୍କ ଜମିରୁ ଭାଗ ନଦେବାରୁ ଦୀର୍ଘଦିନ ଧରି ବାପା ଓ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ମଧ୍ୟାହ୍ନରେ ବଡ଼ପୁଅ କିରଣ କୁମାର ବାରିକ ଓ ସାନପୁଅ କ୍ଷୀରୋଦ କୁମାର ବାରିକ ଗଣେଶଙ୍କୁ ସୋର କୋର୍ଟ ନିକଟକୁ ଡକାଇଥିଲେ । ସେଠାରେ ଜମିବାଡ଼ି ବିବାଦକୁ ନେଇ ବଚସା ହୋଇଥିଲା । ଦୁଇ ପୁଅ ବାପା ଗଣେଶଙ୍କୁ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ଏଥିରେ ଗଣେଶ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି ।

ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ
ମହାକାଳପଡ଼ା: ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ଓ ତାଙ୍କ ପୁଅ ଆକ୍ରମଣରେ ସାନଭାଇ ଗୋଲେଖ ଚନ୍ଦ୍ର ନାଉରିଙ୍କ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, ବାରଡାଙ୍ଗ ଗ୍ରାମର ଗୋଲେଖ ନାଉରୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ବିବାଦ ଥିଲା। ଗୋଲେଖ ତାଙ୍କ ଜମିରେ ମାଟି ପକାଉଥିବା ସମୟରେ ତାଙ୍କ ବଡ଼ଭାଇ ଅଭୟ ନାଉରୀଙ୍କ ପରିବାର ସହିତ ଝଗଡ଼ା ହୋଇଥିଲା। ଝଗଡ଼ା କିଛି ସମୟ ପରେ ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ଗୋଲେଖଙ୍କୁ ଆକ୍ରମଣ କରାଯାଇଥିଲା। ଗୁରୁତର ଭାବେ ଗୋଲେଖଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହାକାଳପଡ଼ା ପୁଲିସ ବଡ଼ଭାଇ ଅଭୟ ନାଉରୀଙ୍କ ସମେତ ତାଙ୍କ ପତ୍ନୀ ରେଣୁକା ନାଉରୀ ଓ ତାଙ୍କ ବୋହୂକୁ ଉଠାଇ ନେଇଥିବା ଜଣାପଡ଼ିଛି।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ
ଉଦଳା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ସାଜିଲା ଭଗାରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ । ଏଭଳି ଘଟଣା ଘଟିଛି ଉଦଳା ଥାନା ଧାନଘେରା ଛକ ନିକଟରେ । ଏହି ଗ୍ରାମର ରାଜେଶ ବାରିକ ଧାନଘେରା ମଡେଲ ସ୍କୁଲ ଛକରେ ଖାସି କାଟୁଥିଲେ । ଏହି ସମୟରେ ତାଙ୍କର ଦୁଇ ଭାଇ ଆଶିଷ ବାରିକ ଏବଂ ଅଶ୍ୱିନୀ ବାରିକ ସେଠାରେ ପହଞ୍ଚି ସମସ୍ତ ମାଂସ ଦେବାକୁ କହିଥିଲେ । ଏହାସହ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ରାଜେଶଙ୍କୁ ଆକ୍ରମଣ କରିଥିଲେ । ରାଜେଶଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ରାଜେଶଙ୍କ ପୁଅ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜେଶ ଗୁରୁତର ହେବା ପରେ ଦୁଇ ଭାଇ ସେଠାରୁ ଚାଲି ଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି । ରାଜେଶଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି ।

ଜମିଜମାକୁ କେନ୍ଦ୍ର କରି ଯୁବକଙ୍କ ବେକରେ ରଶି ଲଗାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ...
ବାଲେଶ୍ବର: ମରିଗଲା ମାନବିକତା। ହିଂସା ପରାୟଣରେ କ'ଣ କରେ ମନୁଷ୍ୟ। ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ପରିକ୍ଷୀ ପୁଲିସ ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ବେକରେ ରଶି ଲଗାଇ ଦୁଇ କିଲୋମିଟର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ। କେତେବେଳେ ରାସ୍ତା ମଝିରେ ଗୋଇଠା, ବିଧା, ମାଡ ମଧ୍ୟ ମାରିବାକୁ ପଛଘୁଞ୍ଚା ଦେଉ ନ ଥିଲେ। ପରେ ଉକ୍ତ ଯୁବକ ଜଣକ ଅଚେତ ହୋଇ ପଡ଼ିଥିଲେ। ଅଚେତ ପରେ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲେ ଅସାମାଜିକ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ଯୁବକ ଜଣଙ୍କ। ଗୁରୁତର ଯୁବକ ହେଲେ ଦେବାଶିଷ ହାତୀ। ତେବେ ସର୍ବସମ୍ମୁଖରେ ଏଭଳି କାଣ୍ଡ ଭିଆଇଥିବା ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୁଲିସ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଛି।

ସୂଚନା ଅନୁସାରେ, ଜମିଜମା ସଂକ୍ରାନ୍ତୀୟ ବ୍ୟାପାରକୁ ନେଇ ମାଡ଼ ମରାଯାଇଥିବାବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଗତ ୩ ତାରିଖରେ ଦିନ ୩ଟା ୩୦ ମିନିଟ ସମୟରେ ବେଳର ଘଟଣା। ବର୍ତମାନ ଏହି ଘଟଣାଟି ସାମ୍ନାକୁ ଆସିଛି। ଜମିକୁ କମ୍ ଦାମରେ କିଣିବା ପାଇଁ ଗାଁର କିଛି ଲୋକେ ଦେବାଶିଷକୁ ବାଧ୍ୟ କରୁଥିଲେ। ନ ରାଜି ହେବାରୁ ଜମିକୁ ନଷ୍ଟ କରିଥିଲେ। ପରେ ଯୁବକଙ୍କୁ ଅମାନୁଷିକ ଆକ୍ରମଣ କରିଥିଲେ ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି। ଯାହା ସାଧାରଣ ସଭ୍ୟ ସମାଜରେ ଗ୍ରହଣୀୟ ନୁହଁ। ଗତକାଲି ଗୁରୁତରଙ୍କ ସ୍ତ୍ରୀ ପରିକ୍ଷୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଛି।

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି ବିବାଦକୁ କେନ୍ଦ୍ର କରି ଗୁଳିକରି ହତ୍ୟା
ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ। ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି। ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ ଜବତ କରିଛି ଗୁଣୁପୁର ପୋଲିସ୍। ସୂଚନା ଅନୁସାରେ, ଗୌରୀଙ୍କ ଦାଦାଙ୍କ ନାଁରେ ଥିବା ଜମି ହାତେଇବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ହୋଇଥିଲା ପ୍ଲାନ୍‌।

ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରିଷ୍ଣା ଓ ଜିକେ କରିଥିଲେ ପ୍ଲାନ୍‌। ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇିଁ ୩୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍। ସୁପାରି କିଲର ରାଜେଶକୁ ଲକ୍ଷେ ୯୦ ହଜାର ଟଙ୍କା ଦିଆସରିଥିଲା। ମେ ୧୩ ତାରିଖରେ ଗୌରୀ ତାଙ୍କ ବନ୍ଧୁଙ୍କ ସହ ବ୍ରିଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରେ ସୁପାରି କିଲର ରାଜେଶ ଅବଶିଷ୍ଟ ଟଙ୍କା ମାଗିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ୍‌। ରାଜେଶକୁ ବିଶାଖାପାଟଣାକୁ ଡାକି ୧୮ ତାରିଖରେ ହତ୍ୟା କରି ପୋତି ଦେଇଥିଲେ। ଏନେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ନିରୀହ ବାଳକର ମୁଣ୍ଡ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ବାଳକ ର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ଼ ଗାଁର ଧନପତ ଗହୀର ଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ ଗହୀରର ଭାଇ ୮ ବର୍ଷ ର ପରମେଶ୍ୱର ଗହୀର କୁ ନିର୍ମମ ଭାବେ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ଜିତେନ କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ପଣ୍ଡରେନ ଗାଁର ଜିତେନ ପୋଡ଼ କିଛି ଦିନ ଆଗରୁ ଧନପତ ଗହୀର କୁ ଜମି ମାଗୁଥିଲା । ଧନପତ ମୁଁ ମୋର ଜମି କାହିଁକି ମାଗଣାରେ ଦେବି ବୋଲି ମନା କରିଦେଇଥିଲା । ତେବେ ଆଜି ସକାଳ ସମୟରେ ଧନପତ ଏକ ବାଇକରେ ଗାଁର ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ମରଣାନ୍ତକ ଆକ୍ରମଣ କରିଥିଲା । ଜିତେନ ରକ୍ତାକ୍ତ ଅବସ୍ଥାରେ ତକ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ୮ ବର୍ଷ ର ବାଳକ ପରମେଶ୍ୱର କୁ ଟାଙ୍ଗିଆ ଆକ୍ରମଣ କରି ହତ୍ୟା କରିଥିଲା । ଘଟଣା ଘଟାଇ ଜିତେନ ବାଇକ ରେ ତାର ପରିବାର କୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଜିତେନ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।