manufacturing Unit - The Sakala

ଓଡ଼ିଶାରେ ଖୋଲିବ ଦୁଇ ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍, ବ୍ୟୟ ହେବ ୪ ହଜାର କୋଟି
ନୂଆଦିଲ୍ଲୀ: ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଖୋଲିବ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍। ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ଦୁଇ ୟୁନିଟ୍‌ରେ ୪,୯୦୦  କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେବ।  ଶୁକ୍ରବାର ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହାଛଡା ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର ୧୫୩୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହିତ ୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଦୁଇଟି ସେମିକଣ୍ଡକ୍ଟର କାରଖାନାରୁ ଉତ୍ପାଦିତ ଚିପ୍ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍‌, ପ୍ରତିରକ୍ଷା, ୱେରଲେସ୍‌ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ।  ଏହାଛଡ଼ା ଚିପ୍‌ ଟୁ ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍‌ ଟୁଲ୍‌ ଯୋଗାଇ ଦେଇଛନ୍ତି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏବେ ସୁଦ୍ଧା ୩୯୮ କୋଟି ଟଙ୍କା ନିବେଶ କରାଯାଇଥିବାବେଳେ ୫୭୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଡିଜିଟାଲ ଦକ୍ଷତା ବିକାଶ ଲାଗି ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡ଼ିଶାରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ର କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ। ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରାୟ ୨୫ ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି।

ଓଡ଼ିଶାରେ ଉଦ୍ୟୋଗ ବିକାଶ ଲାଗି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ ଦ୍ୱାରା ଇଲେକ୍ଟ୍ରୋପ୍ରନର୍‌ ପାର୍କ ସ୍ଥାପନ କରାଯାଇଛି। ଟ୍ରିପଲ୍‌ ଆଇଟି ଭୁବନେଶ୍ୱର ଏବଂ ଇଣ୍ଡିଆନ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମି କଣ୍ଡକ୍ଟର ଆସୋସିଏସନ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି।