tariffs - The Sakala

ରୁଷ ତୈଳ କ୍ରୟ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ୍‌ର ଶିକାର ହୋଇଥିଲେ ଆମେରିକୀୟ ଅଧିକାରୀ ପିଟର୍ ନାଭାରୋ; ମୋଦୀ-ଟ୍ରମ୍ପ ସମ୍ପର୍କ ଉପରେ ରଖିଲେ ପ୍ରତିକ୍ରିୟା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ ନିକଟରେ ଭାରତର ରୁଷ ତୈଳ କ୍ରୟକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୂର୍ବରୁ ଭାରତର ଆଭିମୁଖ୍ୟକୁ ସମାଲୋଚନା କରି ସେ ଭାରତୀୟଙ୍କ ଦ୍ୱାରା ଇଣ୍ଟରନେଟ୍‌ରେ ଟ୍ରୋଲିଂର ବା 'ଫାୟାରବମ୍ବ'ର ଶିକାର ହୋଇଥିଲେ ବୋଲି ସ୍ୱୀକାର କରିଛନ୍ତି। ତେବେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଏବଂ ସମ୍ଭାବ୍ୟ ଟାରିଫ୍ ପ୍ରସଙ୍ଗରେ ସେ ସକାରାତ୍ମକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଏହି ବାଣିଜ୍ୟିକ ତିକ୍ତତାର ସମାଧାନ କରିବ।

ଇଣ୍ଟରନେଟ୍‌ରେ ଟାର୍ଗେଟ୍ ହୋଇଥିଲେ ନାଭାରୋ

ଗଣମାଧ୍ୟମକୁ ସମ୍ବୋଧିତ କରିବା ବେଳେ ପିଟର୍ ନାଭାରୋ ତାଙ୍କର ଏକ ପୁରୁଣା ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ୍-ରୁଷ ଯୁଦ୍ଧ ସମୟରେ ଫାଇନାନ୍ସିଆଲ୍ ଟାଇମ୍ସରେ ସେ ଏକ ପ୍ରବନ୍ଧ ଲେଖିଥିଲେ, ଯେଉଁଥିରେ ସେ ଦର୍ଶାଇଥିଲେ ଯେ ଯୁଦ୍ଧ ପୂର୍ବରୁ ଭାରତ ରୁଷଠାରୁ ବିଶେଷ ତୈଳ କିଣୁନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶସ୍ତା ଦରରେ ତୈଳ କିଣି ରିଫାଇନ୍ କରିବା ସହ ତାହାକୁ ବିକ୍ରି କରି ରୁଷର 'ଯୁଦ୍ଧ ମେସିନ୍'କୁ ସାହାଯ୍ୟ କରୁଛି। ତାଙ୍କର ଏହି ମନ୍ତବ୍ୟ ପରେ ଭାରତୀୟ ଇଣ୍ଟରନେଟ୍ ୟୁଜରମାନେ ତାଙ୍କ ଉପରେ ଆକ୍ରମଣାତ୍ମକ ଟିପ୍ପଣୀ କରିଥିଲେ। ସେ ସମାଲୋଚକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଏଭଳି ଛୋଟ ଏବଂ ନକାରାତ୍ମକ ଆକ୍ରମଣରୁ ନିବୃତ ରୁହନ୍ତୁ, କାରଣ ଏହାଦ୍ୱାରା ସମସ୍ୟାର ସମାଧାନ ହୁଏ ନାହିଁ।

ମୋଦୀ ଏବଂ ଟ୍ରମ୍ପ୍‌ଙ୍କ ସମ୍ପର୍କ ଉପରେ ଆସ୍ଥା

ରୁଷଠାରୁ ତୈଳ କିଣୁଥିବା ଦେଶଗୁଡ଼ିକ (ବିଶେଷକରି ଭାରତ ଏବଂ ଚୀନ୍) ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବା ପାଇଁ ଆମେରିକାରେ ଲିଣ୍ଡସେ ଗ୍ରାହାମ୍ ବିଲ୍ ଆଗତ ହୋଇଛି। ଏହି ବିଷୟରେ ପଚରାଯିବାରୁ ନାଭାରୋ କହିଥିଲେ ଯେ, ଆପଣଙ୍କ ପ୍ରଧାନମନ୍ତ୍ରୀ ଏବଂ ଆମର ରାଷ୍ଟ୍ରପତିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ସେମାନେ ନିଜ ନିଜ ଭିତରେ ଏହି ସମସ୍ୟାର ସମାଧାନ କରିନେବେ। ଏହା ମଧ୍ୟରେ ପଶିବା ମୋର କାମ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅତୀତର ବିବାଦୀୟ ବୟାନ

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ଧରି ନାଭାରୋ ଭାରତର ବାଣିଜ୍ୟ ନୀତିକୁ ନେଇ କଡ଼ା ସମାଲୋଚନା କରିଆସୁଛନ୍ତି। ସେ ଭାରତକୁ 'ମହାରାଜା ଅଫ୍ ଟାରିଫ୍' ବୋଲି ଆଖ୍ୟା ଦେବା ସହିତ ନୂଆଦିଲ୍ଲୀ କ୍ରେମଲିନ୍ (ରୁଷ) ପାଇଁ ଏକ 'ଲଣ୍ଡ୍ରୋମାଟ୍' ବା ଟଙ୍କା ଧୋଇବା ମେସିନ୍ ଭଳି କାମ କରୁଛି ବୋଲି ଅଭିଯୋଗ କରିଥିଲେ। ଏପରିକି ଦେଶର ବ୍ରାହ୍ମଣମାନେ ଲାଭ ଉଠାଉଛନ୍ତି ବୋଲି କହି ସେ ବ୍ୟାପକ ବିବାଦ ସୃଷ୍ଟି କରିଥିଲେ। ତେବେ ବର୍ତ୍ତମାନ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆଗେଇବାକୁ ଥିବା ବେଳେ, ଟାରିଫ୍ ଏବଂ ରୁଷ ତୈଳ ବିବାଦର ସମାଧାନ ପାଇଁ ସେ ମୋଦୀ ଏବଂ ଟ୍ରମ୍ପଙ୍କ ଉପରେ ଭରସା ପ୍ରକଟ କରିଛନ୍ତି।

ଆମେରିକା-ଇରାନ ଅସ୍ତ୍ରବିରତି: ଇରାନରେ 'ଶାସନ ପରିବର୍ତ୍ତନ' ଦାବି କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ଥାୟୀ ଯୁଦ୍ଧବିରାମ ସହମତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟେହେରାନରେ ଏକ "ଫଳପ୍ରଦ ଶାସନ ପରିବର୍ତ୍ତନ" ଆସିଥିବା ସେ ଦାବି କରିବା ସହ ଇରାନର ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଆମେରିକା ମିଳିତ ଭାବେ କାମ କରିବ ବୋଲି ସ୍ପଷ୍ଟ କରିଛନ୍ତି।

ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଟ୍ରମ୍ପ କହିଛନ୍ତି ଯେ ଇରାନରେ ଆଉ କୌଣସି ୟୁରାନିୟମ୍ ଏନରିଚମେଣ୍ଟ (Uranium Enrichment) ହେବ ନାହିଁ। ଭୂଗର୍ଭରେ ଥିବା ସମସ୍ତ ପରମାଣୁ ସାମଗ୍ରୀକୁ ଆମେରିକା ଏବଂ ଇରାନ ମିଳିତ ଭାବେ ଖୋଳି ନଷ୍ଟ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଞ୍ଚଳ ଉପରେ ସ୍ପେସ୍ ଫୋର୍ସ (Space Force) ମାଧ୍ୟମରେ କଡ଼ା ସାଟେଲାଇଟ୍ ନଜର ରଖାଯାଇଛି ଏବଂ ଆକ୍ରମଣ ଦିନଠାରୁ ସେଠାରେ କିଛି ବି ଛୁଆଁଯାଇ ନାହିଁ।

ଇରାନକୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଗୁଡ଼ିକୁ ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି। ଯେଉଁ ଦେଶ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ, ଆମେରିକାକୁ ସେମାନଙ୍କର ରପ୍ତାନି ଉପରେ ତୁରନ୍ତ ୫୦ ପ୍ରତିଶତ ଟିକସ (Tariff) ଲଗାଯିବ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ଚୁକ୍ତି ମାନିଲେ ଇରାନକୁ ଆର୍ଥିକ କଟକଣା ଏବଂ ଟିକସରୁ ଆଶ୍ୱସ୍ତି ଦେବା ନେଇ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି।

ଆମେରିକା ଓ ଇରାନ ମଧ୍ୟରେ ଘୋଷଣା ହୋଇଥିବା ଦୁଇ ସପ୍ତାହର ଯୁଦ୍ଧବିରାମ ଏକ ସମ୍ପୂର୍ଣ୍ଣ ଶାନ୍ତି ଚୁକ୍ତି ନୁହେଁ, ବରଂ ଏହା ଏକ ସାମୟିକ ବିରତି। ଏହି ସମୟ ମଧ୍ୟରେ ଉଭୟ ପକ୍ଷ ବିମାନ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ ଏବଂ ଡ୍ରୋନ୍ ଆକ୍ରମଣ ବନ୍ଦ ରଖିବାକୁ ରାଜି ହୋଇଛନ୍ତି। ଏହି ଅବଧିକୁ କୂଟନୈତିକ ଆଲୋଚନା ପାଇଁ ବ୍ୟବହାର କରାଯିବ ଯେଉଁଥିରେ ପରମାଣୁ କଟକଣା, ଆଞ୍ଚଳିକ ସୁରକ୍ଷା ଏବଂ କଟକଣା କୋହଳ କରିବା ଭଳି ପ୍ରସଙ୍ଗ ସାମିଲ ରହିବ।

ବାସୁମତୀ ଆଗରେ ‘ଟେକ୍ସମତୀ’ ଫେଲ୍‌, ପୁଣି ଟ୍ରମ୍ପ୍‌ ଦେଲେ ଅତିରିକ୍ତ ଟାରିଫ୍‌ ଧମକ...
ୱାଶିଂଟନ୍‌: ଭାରତୀୟ ବାସମତୀ ଚାଉଳର ସୁଗନ୍ଧ ଓ ଚାହିଦା ସାରା ବିଶ୍ୱରେ ରହିଛି। ତେବେ ଆମେରିକାରେ ମଧ୍ୟ ବାସୁମତୀ ଚାଉଳର ଚାହିଦା ଅଧିକ। ଆମେରିକା ଏହାର ଆମଦାନୀ ହ୍ରାସ କରିବା ଏବଂ ସେଠାକାର ବଜାରରେ ଭାରତୀୟ ବାସମତୀର ମୁକାବିଲା ନିମନ୍ତେ ୧୯୮୦ ଦଶକରେ ‘ଟେକ୍ସମତୀ’ ନାମରେ କପି ଚାଉଳ ପଉତ୍ପାଦନ କରିଥ଄ଲା। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆମେରିକୀୟ ହାଇବ୍ରିଡ ଚାଉଳ ଭାରତୀୟ ବାସମତୀର ସମକକ୍ଷ ହୋଇପାରିନି। ଆଜି ପରିସ୍ଥିତି ଏପରି ଯେ ଆମେରିକୀୟ ଚାଷୀ ଚାପରେ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଟାରିଫର ଚେତାବନୀ ଦେଇ ନୂଆ ବିବାଦ ଛିଡା କରିଛନ୍ତି।

ସମ୍ପ୍ରତି, ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶରୁ ଆସୁଥିବା ଚାଉଳ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ। ଏଥ଄ରେ ଆମେରିକାକୁ ସବୁଠାରୁ ବଡ଼ ଚାଉଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ। ଭାରତ ପୂର୍ବରୁ ଆମେରିକାର ଗହମ ସହାୟତା ଉପରେ ନିର୍ଭର କରୁଥିଲା ଏବଂ ବର୍ତ୍ତମାନ ଏହାର ସବୁଠାରୁ ବଡ଼ ଚାଉଳ ଯୋଗାଣକାରୀ। ଯଦିଓ ଆମେରିକା ‘ଟେକ୍ସମତୀ’ ଏବଂ ଜସମତୀ ପରି କିସମ ଚାଷ କରି ଚାଉଳ ଆମଦାନୀ ହ୍ରାସ କରିବାକୁ ଚେଷ୍ଟା କରିଥିଲା, ଏହି କିସମଗୁଡ଼ିକ ଭାରତୀୟ ବାସୁମତୀ ସହିତ ପ୍ରତିଯୋଗିତା କରିପାରିଲା ନାହିଁ।

ଆମେରିକାର ଟେକ୍ସାସ-ଭିତ୍ତିକ କମ୍ପାନୀ ରାଇସଟେକ୍ ଆମେରିକୀୟ ଲମ୍ବା-ଦାନା ଚାଉଳକୁ ବାସୁମତୀ ସହିତ ମିଶ୍ରଣ କରି ଏକ ହାଇବ୍ରିଡ୍ ଚାଉଳ କିସମ ବିକଶିତ କରିଥିଲା। ଲକ୍ଷ୍ୟ ଥିଲା ବାସୁମତୀ ପରି ସୁଗନ୍ଧ ଏବଂ ଆମେରିକୀୟ ଜଳବାୟୁ ପରିସ୍ଥିତିରେ ବଢ଼ିପାରୁଥିବା ଲମ୍ବା ଶସ୍ୟ ସହିତ ଚାଉଳ ସୃଷ୍ଟି କରିବା। ଏହାକୁ ‹ଟେକ୍ସମତୀ› ନାମ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଆମେରିକା ଜସମତୀ ଚାଉଳ ପ୍ରଚଳନ କରିଥିଲା। ବାସମତିର ଆକୃତି ଥାଇ ଜସମତୀ ଚାଉଳର ସୁଗନ୍ଧ ସହିତ ମିଶ୍ରଣ କରିଥିଲା, କିନ୍ତୁ ଏହା ମଧ୍ୟ ବିଫଳ ହୋଇଥିଲା। ଏହାକୁ ରୋଷେଇ କଲେ ସ୍ୱାଦ ଓ ସୁଗନ୍ଧରେ ମୂଳ ବାସମତୀ ଚାଉଳ ସମକକ୍ଷ ହୋଇ ପାରୁନି। ଏଣୁ ଆମେରିକୀୟ ଉପଭୋକ୍ତା ଧିରେ ଧିରେ ପୁଣି ଭାରତୀୟ ବାସମତୀକୁ ଫେରି ଆସିଥିଲେ। ଏଣୁ ଆମେରିକୀୟ ବଜାରରେ ଭାରତୀୟ ବାସମତୀର ଚାହିଦା ପାଖାପାଖି ୮୫% ପର୍ଯ୍ୟନ୍ତ ରହିଛି।

ଏବେ ବାସମତୀର ବଢୁଥିବା ଲୋକପ୍ରିୟତା ଆମେରିକୀୟ ଚାଷୀଙ୍କ ଉପରେ ଚାପ ପକାଉଛି। ଅନେକ ମିଲ୍ ମାଲିକ ବିଦେଶୀ ଚାଉଳ ଆମେରିକା ଉତ୍ପାଦିତ ଚାଉଳର ବଜାର ଅଂଶ କମାଉଥିବାର ଅଭିଯୋଗ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଏହାଛଡା ଟ୍ରମ୍ପ ଆମେରିକୀୟ ଚାଷୀଙ୍କ ଲାଗି ୧୨ ବିଲିୟନ ଡଲାରର ଆର୍ଥ଄କ ପ୍ୟାକେଜ୍‌  ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ ଆମେରିକୀୟ ଟାରିଫର ଭାରତୀୟ ବାସମତୀ ଉପରେ ଆଂଶିକ ପ୍ରଭାବ ରହିବ। କାରଣ ଆମେରିକାକୁ ମାତ୍ର ୩% ଭାରତୀୟ ଚାଉଳ ରପ୍ତାନୀ ହେଉଛି। ଏହାଛଡା ଭାରତୀୟ ଚାଉଳର ମୁଖ୍ୟ ଆମଦାନୀକାରୀ ଉପସାଗରୀୟ ଦେଶ। ଏଥିରେ ଏବେ ଆଫ୍ରିକା ବଜାର ନୂଆ କରି ଯୋଡିହୋଇଛି। ଏଣୁ  ଟ୍ରମ୍ପ୍‌ ପ୍ରଶାସନ  ଟାରିଫ ବଢାଇଲେ ଆମେରିକୀୟ ଉପଭୋକ୍ତା ପ୍ରଭାବିତ ହେବେ ଓ ଦେଶରେ ଭାରତୀୟ ରପ୍ତାନୀ ଚାଉଳର ମୂଲ୍ୟ ବଢିବ। ତେବେ ଏଥିରେ ଭାରତୀୟ ରପ୍ତାନୀକାରୀ ପ୍ରଭାବିତ ହେବେନାହିଁ।