Cyclone Yaas - The Sakala
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ ୩୩% ବା ଅଧିକ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରିଛନ୍ତି। କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ  , ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୃଷିକ୍ଷେତ୍ର –
– ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ। କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ।
– ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ।
– ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ। ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ।
– ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।
– ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।
– ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।
– ୬୦,୦୦୦ ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ।
– ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆଇ ଦିଆଯିବ।
– ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍‌ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ପମ୍ପସେଟ୍‌ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ।
-ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କେତେକ ସ୍ଥାନରେ ଜମିରେ ଲୁଣି ପାଣି ମାଡିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏପରି ଜମିର ପୋଷକତତ୍ତ୍ବର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ (Nutrient Management & Soil Ameliorants) ହେକ୍ଟର ପିଚ୍ଛା ୭୫୦ ଟଙ୍କା ସହାୟତା ଦିଆଯିବ। ସମୁଦାୟ ୧୦ ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ।
– ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ।
– ୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ।
– ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦,୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ ।
– କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ।
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ।
– କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।
ପଶୁସଂପଦ ବିକାଶ କ୍ଷେତ୍ର –
– ବାତ୍ୟାରେ ଦୁଧିଆଳୀ ଗାଇ, ମଇଁଷି. ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଇ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ଖୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ) ଦିଆଯିବ । ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ – ପ୍ରତି ବାଛୁରୀ ପାଇଁ ୧୬,୦୦୦ ଟଙ୍କା, ୩୦ଟି ଛେଳି/ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ।
– ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ।
– ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।
– ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ/ ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।
– ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।
– ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।
– କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟିବନ୍ଧ ଆଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଗାଇଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।
ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।
ୟସ ପୋଛିନେଲା ସିଂଥି ସିନ୍ଦୂର, ବାପ ଛେଉଣ୍ଡ ହୋଇଗଲେ ତିନି ନାବାଳିକା
ଔପଦା/ବାଲେଶ୍ୱର : ସଧବା ସିଂଥିରୁ ସିନ୍ଦୁର ପୋଛି ନେଲା ବାତ୍ୟା ୟସ ର କରାଳ ଗତି। ଏପଟେ ବାପ ଛେଉଣ୍ଡ ହେଇଗଲେ ୩ ନାବାଳିକା। ନା ଅଛି ଖାଇବାକୁ, ନା ବାସ ଅଛି ମୁଣ୍ଡ ଗୁଞ୍ଜିବାକୁ । ଶୁଦ୍ଧିକ୍ରିୟା ପାଇଁ ବି ଅର୍ଥ ମିଳୁନି। ନିଷ୍ଠୁର ବିଧାତାର ଅଙ୍କ ଏମାନଙ୍କ ପାଇଁ ଭୁଲ ହୋଇଯାଇଛି।। ବିଧବା ପତ୍ନୀ ଆଉ ନାବାଳିକା କନ୍ୟା ଙ୍କ ଆଖିରୁ ଲୁହ ଯେପରି ବିରାମ ନେଉନି।
ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ତଳକିଆ ପଞ୍ଚାୟତ ର ତଳକିଆ ଗ୍ରାମ ରେ । ଏହି ଗ୍ରାମର ସ୍ବର୍ଗତ ଉପେନ୍ଦ୍ର ନାୟକ ଙ୍କ ପୁତ୍ର ତଥା ଅଟୋ ଡ୍ରାଇଭର ଜମିବାଡ଼ି ଶୂନ୍ୟ ବିଜୟ କୁମାର ନାୟକ (୪୫) ଅଟୋ ଚଳାଇ ୭ ପ୍ରାଣୀ କୁଟୁମ୍ବ ପ୍ରତି ପୋଷଣ କରନ୍ତି । ୫ ଟି ଝିଅ ରୁ ଦୁଇ ଝିଅ କୁ ଧାର କରଜ କରି ଏଇ କିଛି ଦିନ ହେବ ବିବାହ କରାଇଛନ୍ତି । ହଠାତ ଦଇବ ବାଧକ ସାଜିଲା । ବାତ୍ୟା ୟସ ର ତାଣ୍ଡବ ରେ ଘର କାନ୍ଥ ପଡି ମେ ମାସ ୨୬ ତାରିଖ ବୁଧବାର ମୃତ୍ୟୁ ବରଣ କଲେ ଅଟୋ ଡ୍ରାଇଭର ବିଜୟ । ସେହି ଦିନ ଠାରୁ ବିଭାଗୀୟ ତରଫରୁ ତଦନ୍ତ ହୋଇ ଥିଲେହେଁ ଆଜି ସାତ ଦିନ ପୁରିଲା ପରେ ଅଭିଯୋଗ କଲାରୁ ତହସିଲ କିରାଣୀ ଦିଲୀପ ମଢେଇ ପହଁଚି ଖଣ୍ଡେ ପଲିଥିନ ଦେଇ ଖୁବ ଶୀଘ୍ର ସରକାରୀ ସହାୟତା ମିଳିବାର ପ୍ରତିଶୃତି ଦେଇ ଚାଲି ଯାଇଥିଲେ ।
ତିନୋଟି ନାବାଳିକା ମଧ୍ୟରୁ ଜଣେ ୧୦ମ ଶ୍ରେଣୀ, ଜଣେ ଷଷ୍ଠ ଶ୍ରେଣୀ ଓ ଅନ୍ୟ ଜଣେ ଦ୍ୱିତୀୟ ଶ୍ରେଣୀ ରେ ପଢୁଥିବାର ଜଣାଯାଇଛି । ବିଧବା ପତ୍ନୀ ଆଉ ତିନି ନାବାଳିକା ଙ୍କ ଆଖିରେ ଅସରନ୍ତି ଲୁହର ଧାର। ବିଧବା ପତ୍ନୀ ମମତା ଙ୍କ ପାଖରେ ଶୁଦ୍ଧି ହେବା ପାଇଁ ବି ଅର୍ଥ ନାହିଁ, ଖାଇବାକୁ ଘରେ ଦାନା ନାହିଁ । ଯାହା ଥିଲା ବାତ୍ୟା ରେ ସବୁ ଧୋଇ ହୋଇ ଯାଇଛି ବୋଲି ମମତା କହିଛନ୍ତି । ଏଭଳି ଅସହାୟ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି ।
ନବୀନ ସୃଷ୍ଟି କଲେ ନୂଆ ପରମ୍ପରା ; ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ଯ୍ୟୟର ଭରଣା, ୟୁଜର କହିଲେ ରାଜ୍ୟ ପାଇଁ ନବୀନ ଭରସା
ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି । ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବିମଥଗାମୀ ନୁହେଁ ବଂର ପରିଚାଳନାରେ ରାଜ୍ୟକୁ ଶକ୍ତ କରିଛନ୍ତି । ତାଙ୍କ ନିଷ୍ପତି ଏବଂ ନିର୍ଣ୍ଣୟ କେବେ ନିରାଦର ହୁଏନି ବଂର ସବୁଠି ପ୍ରଶଂସା ସାଉଁଟେ । ଆଉ ଯେଉଁଥିପାଇଁ ତାଙ୍କୁ କୁହାଯାଏ ରାଷ୍ଟ୍ର ନାୟକ ନବୀନ ।
ଏମିତି କିଛି ହ୍ୟାଜଟାଗ ଆଜି ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯିବା ସହ #Naveen4OdishaAlways ବୋଲି ଉଲ୍ଲେଖ ରହିଛି । ବାତ୍ୟା ହେଉ କିମ୍ବା ବନ୍ୟା । ଉତ୍ତମ ପରିଚାଳନା କରି ଧନଜୀବନକୁ ପ୍ରାଧାନ୍ୟ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବୋଲି ସମ୍ବୋଧନ କରିଛନ୍ତି । ନବୀନ ସର୍ବଦା ଓଡିଶା ପାଇଁ, ଓଡିଶାର ସ୍ବାର୍ଥ ପାଇଁ ସର୍ବଦା ତାଙ୍କ କାର୍ଯ୍ୟ ବୋଲି ଟ୍ବିଟରେ ଲେଖିଛନ୍ତି ୟୁଜର ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତ କରିଥିବାବେଳେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ପୂର୍ବଭଳି ଏଠି ରାଜ୍ୟ ସରକାର କୌଣସି ସହାୟତା ତୁରନ୍ତ ଦେବାକୁ ଦାବି କରିନଥିଲେ, ବରଂ ଦୀର୍ଘମିଆଦି ଭାବେ କଣ ସବୁ ପଦକ୍ଷେପ ଆପଣା ଯାଇପାରିବ, ସେନେଇ ଜୋର ଦେଇଥିଲେ । ଦେଶରେ ବର୍ତ୍ତମାନ COVID19 ମହାମାରୀ ଉଗ୍ର ରୂପ ଧାରଣ କରିଥିବାରୁ ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ।
ଏବଂ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ବୋଲି କହିଥିଲେ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।
ସେପଟେ ବାତ୍ୟା ୟାସରେ ସର୍ବାଧିକ କ୍ଷତି ଓଡିଶାରେ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଥିଲେ । କିନ୍ତୁ ଅନ୍ୟପଟେ ପଶ୍ଚିମବଙ୍ଗରେ ଆଶିଂକ ପ୍ରଭାବ ପଡିଥିବା ସ୍ୱତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିଳମ୍ବରେ ଆସିଥିଲେ । ଏହାସହ ଅଧିକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଓଡି଼ଶା ସରକାରଙ୍କ ଏହି ନିଷ୍ପତିକୁ ଟ୍ବିଟରରେ ପ୍ରଶଂସା କରାଯାଇଥିବାବେଳେ ନବୀନ ସର୍ବଦା ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିଥିଲେ ।
ବାତ୍ୟା ୟସ ପ୍ରଭାବରେ ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି
ରାଜନଗର: ବଂଗୋପସାଗରରେ ସୃଷ୍ଟି ବାତ୍ୟା ୟସ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ହେନ୍ତାଳବଣରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅନେକ ବିରଳ ବୃକ୍ଷ ଭାଙ୍ଗି ପଡିଛି । ଏହାଛଡା ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବଂଗୋପସାଗର କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହବାଳିଖଟି ଠାରେ ନିର୍ମାଣ କରାଯାଇଥିବା କଟେଜ ଗୁଡିକ ବାତ୍ୟା ପ୍ରଭାବରେ କ୍ଷତି ଘଟିଛି । ଚଳିତ ବାତ୍ୟାରେ ସମୁଦ୍ର ଜୁଆର ହବାଳିଖଟିରେ ତାଣ୍ଡବ ରଚିଛି । ଡଲଫିନ ହାଉସ ଉପରେ ସମୁଦ୍ର ଜୁଆର ମାଡ ନେବା ସହ ଡଲଫିନ ହାଉସ ତଳୁ ୨ ଫୁଟ ଗଭୀରର ମାଟି ଓ ବାଲିକୁ ଧୋଇ ନେଇଛି । ଠିକ୍ ଯେପରି ଦୁଇ ବର୍ଷ ତଳେ ହବାଳିଖଟିର ଅନ୍ୟ ଏକ ବିଲ୍ଡିଂ ତଳୁ ଧୋଇ ନେଇଥିଲା । ସମୁଦ୍ର ଜୁଆର ଓ ପବନ ମାଡରେ ଡଲଫିନ ହାଉସର କବାଟ ଭାଙ୍ଗି ଘର ଭିତରେ ୨ଫୁଟର ଜୁଆର ପାଣି ଜମି ରହିଛି । ପବନରେ ଫ୍ଲୋଟିଂ ଜେଠିକୁ ୧୦ଫୁଟ ଉଚ୍ଚକୁ ଉଡାଇ ନେଇ ଟେକି ରଖିଛି । ବାବୁବାଲି ଠାରେ ବନବିଭାଗର କ୍ୟାମ୍ପ ହାଉସକୁ ଉଡାଇ ନେଇଛି ।
ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ଠାରେ ସମୁଦ୍ର କୂଳରେ ୨୦୧୮ ମସିହାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୪ଟି କଟେଜ ନିର୍ମାଣ କରାଯାଇଥିଲା । ଏକକୂଳା ଠାରେ ଥିବା ଅତିଥି ଭବନର ଛପର ଉଡାଇ ନେଇଛି । ଡାଙ୍ଗମାଳଠାରେ ଥିବା ମ୍ୟୁଜିୟମ ଉପରେ ଗଛ ପଡି ଭାଙ୍ଗି ଯାଇଛି । ନଳିତାପାଟିଆ ବିଟ ହାଉସ ଓ ଡାଙ୍ଗମାଳ ଭିତରେ ଥିବା ୨ଟି ରିସର୍ଚ୍ଚ ସେଂଟର ଗଛ ପଡିଛି । ଜଙ୍ଗଲ ଭିତରେ ଥିବା ବନବିଭାଗର ଅଧିକାଂଶ ପାଦଚଲା ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ର କୂଳରେ ଶତାଧିକ ଝାଉଁ ଗଛକୁ ଜୁଆର ଉପାଡି ଦେଇଛି । ଚାରିଆଡେ ପାଣି ମାଡିଥିବାରୁ ଜଙ୍ଗଲ ଭିତରର କ୍ଷୟକ୍ଷତି ରିପୋର୍ଟ ଜଣାପଡିନାହିଁ । ଡାଙ୍ଗମାଳଠାରେ ପାଚେରି ପଡି ଗୋଟିଏ ହରିଣ ଓ ଗଛ ପଡି ଅନ୍ୟ ଏକ ହରିଣ ମୃତ୍ୟୁବରଣ କରିଛି । ତାଳଚୁଆ ଅଂଚଳରେ ଗୋଟିଏ ହରିଣ ମୃତ୍ୟୁବରଣ କରିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଖୋଳା ଗାଁ ଭିତରକୁ ପଶି ଆସିଥିବା ୪ଟି ହରିଣକୁ ଉଦ୍ଧାର କରାଯାଇ ଜାତୀୟ ଉଦ୍ୟାନ ମଧ୍ୟରେ ଛଡାଯାଇଥିବା ନେଇ ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି ।
ଓଡ଼ିଶାକୁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ବର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ୟସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳେ ବାତ୍ୟା ୟସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶାରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ୫୦୦ କୋଟି ସହାୟତା ଘୋଷଣା କରିଛନ୍ତି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ସେପଟେ ଓଡିଶାର କ୍ଷୟକ୍ଷତି ଆକଳନ କରିବାକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ଆସିବ । ଆନ୍ତଃମନ୍ତ୍ରୀସ୍ତରୀୟ ଟିମର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ୩ଜିଲ୍ଲା ଓ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ କରିଥିଲେ ଅନୁଧ୍ୟାନ ।
ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ବାତ୍ୟାରେ କଣ କଣ ହୋଇଛି ସେ ନେଇ 8ମିନଟର ଭିଡ଼ିଓ ମୋଦିଙ୍କୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଅଞ୍ଚଳର ଚିତ୍ର ପାୱାର ପଏଣ୍ଟ ମାଧ୍ୟରେ ଦେଖାଯାଇଥିଲା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।
ବାତ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ସୂରୁପ ୨ଲକ୍ଷ ଅନୁକମ୍ପା ଯୋଗାଇଦିଆଯିବ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବାତ୍ୟା ୟାସରେ ସର୍ବାଧିକ କ୍ଷତି ହୋଇଥିବା ରାଜ୍ୟ ଓଡ଼ିଶାକୁ ୫ଶହ କୋଟି ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମବଙ୍ଗକୁ ୨୫୦ କୋଟି ଏବଂ ଝାଡଖଣ୍ଡକୁ ୨୫୦ କୋଟି ସହାୟତା ରାଶି ଘୋଷଣା କରାଯାଇଛି । ସମୀକ୍ଷା ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।
ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ସମୀକ୍ଷା ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କ୍ଷୟକ୍ଷତି ନେଇ ଆକଳନ ଚାଲିଛି ଏବେ କ୍ଷୟକ୍ଷତି ବାବଦରେ ଅର୍ଥରାଶି ଆମେ କେନ୍ଦ୍ରକୁ ମାଗିନାହୁଁ । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଆମେ ଜଣାଇବୁ । ବାତ୍ୟାରେ କ’ଣ ହୋଇଛି ସେ ନେଇ ୮ ମିନିଟର ଏକ ଭିଡିଓ କ୍ଳିପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବାତ୍ୟା ଅଞ୍ଚଳର ସ୍ଥିତି ନେଇ ମଧ୍ୟ ପାଓ୍ୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଦୀର୍ଘକାଳୀନ ପ୍ରସ୍ତୁତି ପାଇଁ ୨ଟି ଆବଶ୍ୟକତା ରହିଛି । ଗୋଟିଏ ହେଉଛି, ଡିଜାଷ୍ଟର ରେଜିଡେନ୍ସ ପାୱାର ସିଷ୍ଟମ । ଦ୍ୱିତୀୟ ହେଉଛି କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋକ୍ଟେକ୍ସନ୍ ପାଇଁ ସି ରୋଲ ଆବଶ୍ୟକତା ରହିଛି । ଏଥିପାଇଁ ଦୀର୍ଘକାଳୀନ ସହାୟତା ଆବଶ୍ୟକ ବୋଲି କହିଛନ୍ତି ଏସଆରସି । ରାଜ୍ୟରେ ୪୮୦ କିଲୋମିଟର ସାମୁଦ୍ରିକ ଅଞ୍ଚଳ ରହିଛି । ୪୫୦ କିଲୋମିଟର ଅଞ୍ଚଳରେ କାମ କରିବାକୁ ପଡ଼ିବ ।  ବୈଠକରେ ରାଜ୍ୟ ପକ୍ଷରୁ ବାତ୍ୟା ନିରୋଧୀ ଭିତ୍ତିଭୂମି ଓ ବେଳାଭୂମିର ସୁରକ୍ଷା ପାଇଁ ଅନୁରୋଧ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି ।  ତେବେ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।
ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିବା ବେଳେ ରାଜ୍ୟରେ ଜନ୍ମ ନେଲେ ୩୫୦ ନବଜାତ, ବାଲେଶ୍ବରରୁ ସର୍ବାଧିକ ୧୬୫ ନବଜାତଙ୍କ ଜନ୍ମ
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିଲା। ଏହାରି ମଧ୍ୟରେ ଏକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଜନ୍ମ ନେଇଛନ୍ତି। ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ‘ୟସ୍’ ରଖାଯାଇଥିବା ଜଣାପଡ଼ିଛି । ‘ୟସ୍’ ରଖାଯାଇଥିବା ୨ନବଜାତ ହେଉଛନ୍ତି ବାଲେଶ୍ୱର ସଦର ବ୍ଲକରେ ସୋନାଲି ମଇତି ଓ ବାଦଲ ମଇତି ପୁଅର ନାଁ ‘ୟସ୍’ ରଖିଛନ୍ତି । ସମାନ ଭାବେ କେନ୍ଦ୍ରାପଡ଼ା ରାଜନଗର ହରିଣପୋଖରୀ ଗାଁର ସରସ୍ୱତୀ ବୈରାଗୀ ଝିଅର ନାଁ ‘ୟସ୍’ ରଖିଛନ୍ତି ।
ବାତ୍ୟା ‘ୟସ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଜୁନ୍ ୧ ସୁଦ୍ଧା ପ୍ରସବ ତାରିଖ ଥିବା ୬ ହଜାର ୫ଶହ ଗର୍ଭବତୀଙ୍କୁ ଚିହ୍ନଟ କରି ହସ୍ପିଟାଲକୁ ଆଣିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଆସନ୍ନ ପ୍ରସବାଙ୍କୁ ମେଡିକାଲ ନିଆଯାଇଥିଲା ।
ବାତ୍ୟା ସକାଳ ୯ଟା ବେଳେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚୁଥାଏ । ସେହି ସମୟରେ ବାଲେଶ୍ୱର ଜିଲ୍ଲାରେ ୧୬୫ ନବଜାତ ଜନ୍ମ ନେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁସାରେ, ବାତ୍ୟା ସମୟରେ ଜନ୍ମ ହୋଇଥିବା ନବଜାତଙ୍କ ମଧ୍ୟରେ ୭୯ ଜଣ ପୁଅ ଥିବାବେଳେ ୮୬ ଜଣ ଝିଅ । ସେହିଭଳି ବାତ୍ୟା ପ୍ରଭାବିତ ଭଦ୍ରକରେ ୩୭ ପୁଅ ଓ ୨୨ ଝିଅଙ୍କୁ ମିଶାଇ ୬୦ ଜଣ ନବଜାର ଜନ୍ମ ହୋଇଛନ୍ତି । ଧାମରା ନିକଟ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୩ ଜଣ ନବଜାତ ଜନ୍ମ ହୋଇଛନ୍ତି ।
ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ୬୬ ଜଣ ନବଜାତ ଜନ୍ମ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୪୦, ଜଗତସିଂହପୁରରେ ୧୩, କେନ୍ଦୁଝର ଓ ଢେଙ୍କାନାଳରେ ୩ ଜଣ ଲେଖାଏଁ ଛୁଆ ଜନ୍ମ ନେଇଛନ୍ତି ।
ବାତ୍ୟା ସରିଗଲା ବୋଲି ଭାବିବେ ନାହିଁ, ଶାନ୍ତ ହୋଇ ପୁଣି ବହିବ ଦ୍ୱିତୀୟ ପର୍ଯ୍ୟାୟ ପବନ-ଏସଆରସି
ଭୁବନେଶ୍ୱର: ବାତ୍ୟା ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏଁ ନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ଼ ଧରଣ ଦଲକା ପବନ ଆସିବ। ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦଲକା ପବନ ବହିବ ତାହା ଅତି ଭୟଙ୍କର ହେବ। ଅଧିକ କ୍ଷୟକ୍ଷତି ଘଟିବ । ପ୍ରଥମ ଦଲକା ପବନ ପରେ ବାତ୍ୟାର ଆଖି ଗତି କରିବ ଏଣୁ ପବନ ବହିବା ପାଖାପାଖି ଅଧଘଣ୍ଟାରୁ ୪୫ ମିନିଟ ଯାଏଁ କମିଯାଇପାରେ। ଏବଂ ଏହି ସମୟରେ ଖରା ମଧ୍ୟ ଦେଖାଯାଇପାରେ । କିନ୍ତୁ ବାତ୍ୟା ସରିଗଲା ବୋଲି ଭାବିବେନାହିଁ ଏବଂ ଘରୁ କିମ୍ୱା ସୁରକ୍ଷିତ ସ୍ଥାନରୁ ବାହାରିବେ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । କିଛି ସମୟ ପବନ ବହିବା ବନ୍ଦ ହେବା ପରେ ପୁଣି ଅତି ଭୟଙ୍କର ଭାବେ ବିପରିତ ଦିଗରୁ ପବନ ବହିବ ଏବଂ ବ୍ୟାପକ କ୍ଷୟକ୍ଷତି ଘଟିବ । ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଏଭଳି ପବନ ବହିବ ବୋଲି କହିଛନ୍ତି ଏସ୍ଆରସି ।
ଭୁବନେଶ୍ୱର: ବାତ୍ୟା ୟସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଧାମରାଠୁ ଦୂରେଇ ବାଲେଶ୍ବର ଆଡ଼କୁ ମୁହାଁଇଛି ବାତ୍ୟା । ଧାମରାଠୁ ୪୫ ଓ ବାଲେଶ୍ବରଠୁ ୫୦ କିମି ଦୂରରେ ୟଶ୍‌ । ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ବଢିବ। ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକରେ ଅଧିକ କ୍ଷତି ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ। ୧୫୫ କିଲୋମିଟର ଝଟକା ଦେଇପାରେ ।
ଲାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ବାତ୍ୟା ମୟୁରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ମୁହାଁ ହେବ ବୋଲି କହିଛି ପାଣିପାଗ ବିଭାଗ । ଏତିକିବେଳେ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହି ଅଞ୍ଚଳରେ ପ୍ରକୋପ ଛାଡ଼ିପାରେ ୟାସ । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବାରିପଦା ଓ ମୟୁରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । କୁସୁମିରେ ୩୦୦ ମିମି, ରାଜନଗର ୨୭୫ ଓ  ଏରସମା ୨୭୧ ମିମି ବର୍ଷା ରେକର୍ଡ଼ ହୋଇଛି।
କେନ୍ଦୁଝରରେ ଅଘଟଣ, ବାତ୍ୟା ପବନରେ ଗଛ ପଡ଼ି ଜଣେ ମୃତ
ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ୟସ୍। ଉତ୍ତର ଉପକୂଳ ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟସ୍’ର ତାଣ୍ଡବ ଲାଗି ରହିଛି । ସବୁଠୁ ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । କେନ୍ଦୁଝରରେ ବାତ୍ୟା ପବନରେ ଗଛପଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ବାତ୍ୟା ପବନ ବେଳେ ଏହି ଅଘଟଣ ଘଟିଛି ।
ମାଡ଼ି ଆସୁଛି ବାତ୍ୟା ‘ୟସ୍ ’: ପବନର ଗର୍ଜନ ସାଙ୍ଗକୁ ଚାଲିଛି ବର୍ଷା, ଧାମରାଠାରୁ ମାତ୍ର ୪୦ କିମି ଦୂରରେ ଅଛି ବାତ୍ୟା ‘ୟସ୍’
ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ୟସ। ଭଦ୍ରକରେ ବାତ୍ୟା କରାଳ ରୂପ ଦେଖାଉଛି। ପବନର ଗର୍ଜନ ସାଙ୍ଗକୁ ଜୋରସୋରରେ ଚାଲିଛି ବର୍ଷା। ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ସମୁଦ୍ର ପାଣି ମାଡ଼ି ଆସିଥିବା ଜଣାପଡ଼ିଛି । ମୁଖ୍ୟ ରାସ୍ତା ଉପରେ ଏକ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଧାମରା ଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୪୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।
VERY SEVERE CYCLONIC STORM ‘YAAS’ CENTRED ABOUT 40 KM EAST OF DHAMRA AND 90 KM SOUTH-SOUTHEAST OF https://t.co/usAtM8ohaq CROSS NORTH ODISHA-WEST BENGAL COASTS TO THE NORTH OF DHAMRA AND SOUTH OF BALASORE NOON OF 26TH MAY AS A VSCS WITH WIND SPEED OF 130-140 KMPH. pic.twitter.com/UW0y8KfJRE
— India Meteorological Department (@Indiametdept) May 26, 2021
ଅନ୍ୟପଟେ ବାତ୍ୟା ବାଲେଶ୍ୱରରୁ ଏବେ ୯୦ କିଲୋମିଟର ଦୂରରେ ଅଛି । ସେହିପରି ଦୀଘା ଠାରୁ ମଧ୍ୟ ୯୦ କିମି ଦୂରରେ ବାତ୍ୟା ୟସ୍ । ତେବେ ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ତେବେ ପାରାଦୀପରେ ୧୩୭ ମି.ମି ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେ ପବନ ବହୁଛି।
୮୯୮ଟି ବାତ୍ୟା ଆଶ୍ରୟସ୍ଥଳୀରେ ୭୮୩୯୦ ଜଣଙ୍କୁ ଥଇଥାନ କଲା କେନ୍ଦ୍ରାପଡ଼ା ପ୍ରଶାସନ
କେନ୍ଦ୍ରାପଡ଼ା : ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ୟସ୍‌’ l ଏହାର ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନ ହେବା ଆରମ୍ଭ ହୋଇଛି l ସେପଟେ ଧୀରେ ଧୀରେ ବର୍ଷା ଆଉ ପବନର ବେଗ ବଢ଼ିବାରେ ଲାଗିଛି l ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୭୫-୧୮୫ କିଲୋମିଟର‌୍‌ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି l ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ମହାକାଳପଡ଼ାର ସୁନୀତି, କ˚ସାର ବଡ଼ଦାଣ୍ତୁଅ ପ˚ଚାୟତ ସମେତ ରାଜନଗରର ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଣା ପାଣି ପଶିଯାଇଛି। ଏପଟେ ଜିରୋ କାଜୁଆଲ୍‌ଟି ବା ଶୂନ୍ୟ ମୃତାହତ ନୀତିକୁ ଆଧାର କରି ପ୍ରଶାସନ ଗତକାଲିଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରଖିଛି। ବିଶେଷ କରି ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ସମୁଦ୍ର ଉପକୂଳବର୍ତ୍ତୀ ଅ˚ଚଳରେ ଥିବା ଜନବସତିରୁ ଅଧିକା˚ଶ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲାର ୯ଟି ବ୍ଲକ୍‌ ଓ ଦୁଇ ପୌରାଞ୍ଚଳରୁ ୬୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ଯୋଜନା କରିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭୮ହଜାର ୩୯୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ୍‌ରେ ଥଇଥାନ କରାଯାଇଥିବା ନେ଼ଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି l ଆସନ୍ତାକାଲି ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଥିବାରୁ ଆଜି ସ˚ଧୢା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବାରୁ ସ˚ଖ୍ୟା ଯଥେଷ୍ଟ ଅଧିକ ବଢ଼ିବା ସମ୍ଭାବନା ରହିଛି। ଖାସ୍‌ ସେଥିପାଇଁ ଜିଲ୍ଲାରେ ୭୯୧ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅନ୍ୟପଟେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶକ୍ତି ସଚିବ ହେମନ୍ତ ଶର୍ମା ଆଜି ସକାଳେ ଜିଲ୍ଳାପାଳଙ୍କ ସହିତ ରାଜନଗର ଯାଇ ବିଭିନ୍ନ ଅ˚ଚଳ ପରିଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ଆଶ୍ରୟସ୍ଥଳୀକୁ ଯାଇ ବିପନ୍ନ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ତଦାରଖ କରିଥିବା ଦେଖିବାକୁ ମିଳିଛି।
ସନ୍ଧ୍ୟା ସୁଦ୍ଧା ହସ୍ତଗତ ପ୍ରଶାସନିକ ରିପୋର୍ଟ ମୁତାବକ, ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ରୁ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ରାଜନଗର ବ୍ଲକ୍‌ର ୨୩ହଜାର ୫୦୭ଲୋକଙ୍କୁ ୧୬୨ଟି ଆଶ୍ରୟସ୍ଥଳୀ(୪୬ବାତ୍ୟା ଆଶ୍ରୟସ୍ଥଳୀ ଓ ୧୧୬ଅନ୍ୟ ଆଶ୍ରୟସ୍ଥଳୀ)କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମହାକାଳପଡ଼ା ବ୍ଲକ୍‌ରୁ ୧୬ହଜାର ୫୧୨ ପ୍ରଭାବିତଙ୍କୁ ୧୮୯ଟି ଆଶ୍ରୟସ୍ଥଳସ୍ଥଳୀ( ୩୫ବାତ୍ୟା ଆଶ୍ରୟସ୍ଥଳ ଓ ୧୫୪ଟି ଅନ୍ୟ)ରେ ଥଇଥାନ କରାଯାଇଛି। ସେହିପରି ଆଳି ବ୍ଲକର ୪୮୧୧ ଲୋକଙ୍କୁ ୬୨ଟି ଆଶ୍ରୟସ୍ଥଲକୁ ସ୍ଥାନାନ୍ତର କରାଯାଇଛି l ସେହିପରି ଡେରାବିଶ ବ୍ଲକର ୬୩୮୦ ଲୋକଙ୍କୁ ୭୩ଟି ଆଶ୍ରୟସ୍ଥଳରେ ରଖାଯାଇଛି l ସେହିପରି ଗରଦପୁର ବ୍ଲକର ୨୩୮୪ ଜଣଙ୍କୁ ୬୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି l କେନ୍ଦ୍ରାପଡ଼ା ବ୍ଲକର ୫୦୬୫ ଜଣଙ୍କୁ ୯୮ଟି ଆଶ୍ରସ୍ଥଳକୁ ସ୍ଥାନାନ୍ତର କରାଯାଇଛି l ସେହିପରି ମାର୍ଶାଘାଇର ୨୩୩୩ ଜଣଙ୍କୁ ୪୩ଟି ଆଶ୍ରୟସ୍ଥଳକୁ ସୁରକ୍ଷିତ ଭାବେ ପଠାଯାଇଛି l ପଟ୍ଟାମୁଣ୍ଡାଇର ୯୨୩୫ ଜଣଙ୍କୁ ୧୦୦ଟି ଆଶ୍ରୟସ୍ଥଳକୁ ପଠାଯାଇଛି l ରାଜକନିକା ଅଞ୍ଚଳରୁ ୬୫୫୮ ଜଣଙ୍କୁ ୭୭ଟି ବାତ୍ୟା ଆଶ୍ରସ୍ଥଳୀରେ ରଖାଯାଇଛି l କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ୭୮୨ ଜଣଙ୍କୁ ୧୪ଟି ଆଶ୍ରୟ ସ୍ଥଳୀରେ ରଖାଯାଇଛି l ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ୮୨୩ ଜଣଙ୍କୁ ୧୧ଟି ଆଶ୍ରୟସ୍ଥଳୀକୁ ପଠାଯାଇଛି l
ସେଠାରେ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅଗ୍ନିଶମ ବାହିନୀ ସମେତ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧୢ ପ୍ରଭାବିତ ଆଶଙ୍କା ଥିବା ଅ˚ଚଳରେ ଗତକାଲିଠାରୁ ନିୟୋଜିତ ଥିବା ସୂଚନା ମିଳିଛି।
ଏପଟେ ଜିଲ୍ଳାପାଳ ଅମ୍ରିତ ଋତୁରାଜ ବିପଦପୂର୍ଣ୍ଣ ସ୍ଥାନଗୁଡିକ ବୁଲି ବୁଲି ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରିବା ସହିତ ଆଶ୍ରୟସ୍ଥଳରେ ହୋଇଥିବା ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି l