Aviation Crisis - The Sakala

ଇଣ୍ଡିଗୋ ସଙ୍କଟ: ବିମାନ ଉଡ଼ାଣରେ ବ୍ୟାଘାତର ତଦନ୍ତ ପାଇଁ ନିରପେକ୍ଷ ବିଶେଷଜ୍ଞ କମିଟି ନିଯୁକ୍ତ କଲା ଏୟାରଲାଇନ୍ସ
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ବର୍ତ୍ତମାନ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି। ଗତ କିଛି ଦିନ ହେବ ଲଗାତାର ବିମାନ ବାତିଲ ଏବଂ ବିଳମ୍ବ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିମାନ ସେବାରେ ଦେଖାଦେଇଥିବା ବିଭ୍ରାଟର କାରଣ ଖୋଜିବା ପାଇଁ ଏକ ସ୍ୱାଧୀନ ଅନ୍ତର୍ଜାତୀୟ ବିମାନ ଚଳାଚଳ ପରାମର୍ଶଦାତା ସଂସ୍ଥାର ନିଯୁକ୍ତିକୁ ଇଣ୍ଡିଗୋ ବୋର୍ଡ ମଞ୍ଜୁରୀ ପ୍ରଦାନ କରିଛି।

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଚିଫ୍ ଏଭିଏସନ୍ ଆଡଭାଇଜର୍ସ ଏଲଏଲସି (Chief Aviation Advisors LLC), ଯାହାର ନେତୃତ୍ୱ କ୍ୟାପଟେନ ଜନ ଇଲସନ ନେଉଛନ୍ତି, ଏହି ଘଟଣାର ମୂଳ କାରଣ ଖୋଜି ବାହାର କରିବେ ଏବଂ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ସୁପାରିଶ କରିବେ। ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨ ତାରିଖରୁ ଶହ ଶହ ବିମାନ ବାତିଲ ହେବା ଫଳରେ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ପ୍ରବଳ ଭିଡ଼ ଜମିଥିଲା ଏବଂ ହଜାର ହଜାର ଯାତ୍ରୀ ଅଟକି ରହିଥିଲେ।

DGCAଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
ଅନ୍ୟପକ୍ଷରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏହି ମାମଲାରେ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଇଣ୍ଡିଗୋର ସୁରକ୍ଷା ଏବଂ ପରିଚାଳନା ନିୟମାବଳୀର ତଦାରଖ ଦାୟିତ୍ୱରେ ଥିବା ୪ ଜଣ ଫ୍ଲାଇଟ୍ ଇନ୍ସପେକ୍ଟରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଏହା ବ୍ୟତୀତ, ଇଣ୍ଡିଗୋ ସିଇଓ ପିଟର ଏଲବର୍ସଙ୍କୁ ପୁଣି ଥରେ ତଲବ କରାଯାଇଛି। ଏହି ସମୟରେ ସରକାର ଇଣ୍ଡିଗୋ ଉପରେ ୫୮.୭୫ କୋଟି ଟଙ୍କାର GST ଜୋରିମାନା ମଧ୍ୟ ଲଗାଇଛନ୍ତି।

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ DGCA ଗୁରୁଗ୍ରାମ ସ୍ଥିତ ଇଣ୍ଡିଗୋ ମୁଖ୍ୟାଳୟରେ ଦୁଇଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିଛି। ଗୋଟିଏ ଟିମ୍ ଏୟାରଲାଇନ୍ସର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ, ଯେପରିକି ପାଇଲଟ୍ ଉପଲବ୍ଧତା, କ୍ରୁ ଡ୍ୟୁଟି ସମୟ ଏବଂ ବିମାନ ବାତିଲ ସଂଖ୍ୟା ଉପରେ ତଦାରଖ କରୁଛି। ଦ୍ୱିତୀୟ ଟିମ୍ ଯାତ୍ରୀଙ୍କ ଅଭିଜ୍ଞତା ଉପରେ ଧ୍ୟାନ ଦେଉଛି। ଯାତ୍ରୀମାନେ ଟିକେଟ୍ ବାବଦ ଟଙ୍କା ଫେରସ୍ତ ପାଉଛନ୍ତି କି ନାହିଁ ଏବଂ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯାଉଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏହି ଟିମ୍‌ଗୁଡ଼ିକ ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରୁଛନ୍ତି।