Dhurandhar Banned - The Sakala

ଜାଣନ୍ତୁ ପାକିସ୍ତାନ ଓ ଉପସାଗରୀୟ ଦେଶରେ କାହିଁକି ନିଷିଦ୍ଧ ହୋଇଛି ‘ଧୂରନ୍ଧର’...
ନୂଆଦିଲ୍ଲୀ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୂରନ୍ଦର’ ବଲିଉଡ୍‌ ସିନେମା ଏବେ ଦେଶ ଓ ବିଦେଶରେ ହଇଚଇ ସୃଷ୍ଟି କରିଛି। ବକ୍ସ ଅଫିସରେ ଏହି ସିନେମା ଜବରଦସ୍ତ ବ୍ୟବସାୟ କରିବା ସହ ମୁକ୍ତିଲାଭ କରିବାର ମାତ୍ର ୧୦ ଦିନ ମଧ୍ୟରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି ଓ ଅନ୍ୟ ସିନେମାର ରେକର୍ଡଗୁଡିକୁ ପଛରେ ପକାଇଛି। ଭଲ ବ୍ୟବସାୟ କରିବା ସହ ଏହି ସିନେମାକୁ ନେଇ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ସବୁ ମହଲରୁ ଏହି ସିନେମାକୁ ପ୍ରଶଂସା କରାଯାଇଛି। ବଲିଉଡ୍‌ର ପୂର୍ବତନ ଓ ଏବେକାର ସୁପରଷ୍ଟାରମାନେ ଏହି ସିନେମାକୁ ଭୂୟସୀ ପ୍ରଶଂସା କରିଛନ୍ତି ଓ ସବୁ କଳାକାରମାନଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇପାରିଛି ବୋଲି ଅମିତାଭ ବଚ୍ଚନଙ୍କଠାରୁ ଋତିକ ରୋଶନଙ୍କ ପର୍ଯ୍ୟନ୍ତ କଳାକାରମାନେ କହିଛନ୍ତି। ଖାସ୍‌ କରି ଅକ୍ଷୟ ଖାନ୍ନା ରେହମାନ ଡକାଏତ ଭୂମିକାରେ ଜବରଦସ୍ତ ଅଭିନୟ କରିଛନ୍ତି। ସେ କରାଚୀର ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଖଳନାୟକ ହୋଇଥିଲେ ମଧ୍ୟ  ସେ ପ୍ରଶଂସକଙ୍କ ମନରେ ନାୟକ ଭାବେ ଉଭା ହୋଇଛନ୍ତି।

କିନ୍ତୁ ଏହା ମୌଳିକ ଭାବେ ଏକ ସ୍ପାଏ ଅର୍ଥାତ ଗୁପ୍ତଚର ସମ୍ପର୍କିତ ସିନେମା। ଏଥିରେ ପଡୋଶୀ ଦେଶ ପାକିସ୍ତାନ ଓ ତା’ର ଅପରାଧୀ, ଡନ୍‌,  ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିିସ ଇଣ୍ଟେଲିଜେନ୍ସି (ଆଇଏସ୍‌ଆଇ) ଓ ଗ୍ୟାଙ୍ଗୱାରକୁ ପ୍ରଦର୍ଶିତ କରାଯାଇଛି। ମୋଟ ଉପରେ କହିବାକୁ ଗଲେ ପାକିସ୍ତାନ ହିଁ ଏହି ସିନେମାର ମୁଖ୍ୟ ଖଳନାୟକ ବୋଲି କହିଲେ ଭୁଲ ହେବ ନାହିଁ। ପାକିସ୍ତାନର କେତେକ କଳାସତ୍ୟକୁ ମଧ୍ୟ ଏଥିରେ ନିଖୁଣ ଭାବେ ଦେଖାଯାଇଛି। ତେଣୁ ଏହି ସିନେମାକୁ ପାକିସ୍ତାନରେ ବ୍ୟାନ୍‌ ଅର୍ଥାତ ନିଷିଦ୍ଧ କରାଯାଇଛି। କିନ୍ତୁ ଏହାକୁ ଉପସାଗରୀୟ ଓ ଆରବ ଦେଶଗୁଡିକ ନିଷିଦ୍ଧ କରିବା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅଧିକାଂଶ ଆରବ ଦେଶ ଭାରତର ଭଲ ବନ୍ଧୁ ଭାବେ ଜଣାଶୁଣା। ଏହି ସିନେମାରେ ଇସ୍‌ଲାମୋ ଫୋବିଆ ଅର୍ଥାତ ଇସ୍‌ଲାମ ଧର୍ମ ପ୍ରତି ତର୍କହୀନ ଭୟ, ଘୃଣା ଓ ଶତ୍ରୁତାକୁ ଦେଖାଯାଇଛି ବୋଲି କେତେକ ଅଭିଯୋଗ କରିଛନ୍ତି। ନିକଟରେ ୬ଟି ଆରବ ଦେଶ ଏହି ସିନେମାର ସ୍କ୍ରିନିଂକୁ ନିଷିଦ୍ଧ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଏହି ଦେଶଗୁଡିକ ହେଲା ବାହାରିନ, କତାର, କୁଏତ, ଓମାନ, ସାଉଦି ଆରବ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)। ‘ଧୂରନ୍ଧର’ ଏହି ଦେଶଗୁଡିକରେ ମୁକ୍ତିଲାଭ କରିବ ନାହିଁ ବୋଲି କୁହାଯାଇଛି। ଏହି ସିନେମାକୁ ଆନଟି ପାକିସ୍ତାନ ବା ପାକିସ୍ତାନ ବିରୋଧୀ ବୋଲି କହି ଏହି ଦେଶଗୁଡିକ ଏହାକୁ ନିଷିଦ୍ଧ କରିଛନ୍ତି। ଅବଶ୍ୟ ଏହା ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ସିନେମାକୁ ପାକିସ୍ତାନରେ ନିଷିଦ୍ଧ ହେବା କଥା ବୁଝା ପଡୁଛି। କିନ୍ତୁ ଉପସାଗରୀୟ ଦେଶଗୁଡିକ କାହିଁକି ଏହାକୁ ନିଷିଦ୍ଧ କଲେ ତାହା ଅବଶ୍ୟ ବୁଝା ପଡୁନାହିଁ।

ଏହି ଦେଶଗୁଡିକ ‘ଧୂରନ୍ଧର’କୁ ଆଣ୍ଟି ପାକିସ୍ତାନ ସିନେମା ବୋଲି ବିବେଚନା କରୁଛନ୍ତି। ଏହାଦ୍ୱାରା ପାକିସ୍ତାନ ସହ ଏହି ଦେଶଗୁଡିକର କୂଟନୈତିକ ଓ ରାଜନୈତିକ ସମ୍ପର୍କ ଖରାପ ହେବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏହା ସତ୍ତ୍ବେ  ‘ଧୂରନ୍ଧର’ ଶନିବାର ମୁକ୍ତିଲାଭ କରିବାର ୯ମ ଦିନ ସୁଦ୍ଧା ଘରୋଇ ବଜାରରେ ୨୯୨.୭୫ କୋଟି ଅର୍ଥାତ ୩୦୦ କୋଟି ଆୟ କରିଛି। କେବଳ ଶନିବାର ଏହା ୫୩ କୋଟି ଟଙ୍କା ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଅର୍ଥାତ ଏହାର ବିଶ୍ୱବ୍ୟାପୀ ଆୟ ଆହୁରି ଅଧିକ ହେବ ଓ ଏହା ଏକ ଐତିହାସିକ ସିନେମା ବିବେଚିତ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ‘ଧୂରନ୍ଧର’କୁ  ଆଦିତ୍ୟ ଧର ନିର୍ଦ୍ଦେଶନା ଦେବା ସହ ଲୋକେଶ ଧର ଓ ଜ୍ୟୋତି ଦେଶପାଣ୍ଡେ ପ୍ରଯୋଜନା କରିଛନ୍ତି। ଆଦିତ୍ୟ ଧର ଏହାର ଲେଖକ। ଏଥିରେ ସାରା ଅର୍ଜୁନ ଓ ରାକେଶ ବେଦୀଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରାଯାଇଛି।

Ranveer Singh's Dhurandhar Banned; ବକ୍ସ ଅଫିସରେ ଧମାଲ୍ ଭିତରେ ‘ଧୁରନ୍ଧର’କୁ ଲାଗିଲା ବଡ଼ ଝଟକା: ଏହି ୬ଟି ଦେଶରେ ବ୍ୟାନ୍ ହେଲା ରଣବୀରଙ୍କ ଫିଲ୍ମ
ମୁମ୍ବାଇ: ବକ୍ସ ଅଫିସରେ ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର’ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ନିର୍ମାତାଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ ତଥା ବିଦେଶରେ ଫିଲ୍ମଟି ଭଲ ଆୟ କରୁଥିଲେ ମଧ୍ୟ ଗଲ୍ଫ ଦେଶ (Gulf Countries) ଗୁଡ଼ିକରେ ଏହାକୁ ମୁକ୍ତିଲାଭ କରିବାକୁ ଅନୁମତି ମିଳିନାହିଁ। ଏହି କାରଣରୁ ଫିଲ୍ମର ବିଦେଶ ଆୟରେ ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

କେଉଁ ଦେଶରେ ଲାଗିଲା କଟକଣା?

ରିପୋର୍ଟ ଅନୁଯାୟୀ, ୬ଟି ପ୍ରମୁଖ ଗଲ୍ଫ ଦେଶ ଯଥା- ବାହାରିନ୍, କୁଏତ୍, ଓମାନ, କାତାର, ସାଉଦି ଆରବ ଏବଂ ୟୁଏଇ (UAE)ରେ ଫିଲ୍ମ ଉପରେ କଟକଣା ଲଗାଯାଇଛି। ଫଳରେ ଏହି ଦେଶଗୁଡ଼ିକରେ ଫିଲ୍ମଟି ରିଲିଜ୍ ହୋଇପାରି ନାହିଁ।

କାହିଁକି ଲାଗିଲା ବ୍ୟାନ୍?

ରିପୋର୍ଟ ମୁତାବକ, ଫିଲ୍ମର କାହାଣୀକୁ ‘ପାକିସ୍ତାନ ବିରୋଧୀ’ (Anti-Pakistan) ବୋଲି ବିବେଚନା କରାଯାଇଛି।

ଗଲ୍ଫ ଦେଶର ସେନସର ବୋର୍ଡର ଆଶଙ୍କା ରହିଛି ଯେ ଏହି ଫିଲ୍ମ ଯୋଗୁଁ ସେଠାକାର ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

ନିର୍ମାତାମାନେ ଚେଷ୍ଟା କରିଥିଲେ ସୁଦ୍ଧା, ସେଠାକାର ପ୍ରଶାସନ ଫିଲ୍ମର ବିଷୟବସ୍ତୁ (Theme) କୁ ଅନୁମୋଦନ ଦେଇନାହାନ୍ତି।

ପୂର୍ବରୁ ଏହି ଫିଲ୍ମ ଗୁଡ଼ିକ ଉପରେ ମଧ୍ୟ ଲାଗିଥିଲା କଟକଣା

କେବଳ ‘ଧୁରନ୍ଧର’ ନୁହେଁ, ଗତ କିଛି ବର୍ଷ ହେବ ଗଲ୍ଫ ଦେଶଗୁଡ଼ିକ ଭାରତୀୟ ସ୍ପାଏ-ଥ୍ରିଲର ଫିଲ୍ମ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଫାଇଟର (୨୦୨୪): ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ ପାକିସ୍ତାନ ବିରୋଧୀ ଦର୍ଶାଇ ବ୍ୟାନ୍ କରାଯାଇଥିଲା। ୟୁଏଇରେ ରିଲିଜ୍ ପାଇଁ କିଛି ଦୃଶ୍ୟ କାଟିବାକୁ କୁହାଯାଇଥିଲେ ମଧ୍ୟ ଶେଷରେ ଏହାକୁ ଅନୁମତି ମିଳିନଥିଲା।

ଏହା ବ୍ୟତୀତ ସଲମାନ ଖାନଙ୍କ ‘ଟାଇଗର-୩’, ଅକ୍ଷୟ କୁମାରଙ୍କ ‘ସ୍କାଏ ଫୋର୍ସ’ ଏବଂ ଜନ୍ ଆବ୍ରାହମଙ୍କ ‘ଦ ଡିପ୍ଲୋମାଟ୍’ ଭଳି ଫିଲ୍ମ ଗୁଡ଼ିକ ମଧ୍ୟ ସମାନ କାରଣରୁ ଗଲ୍ଫ ଦେଶରେ ରିଲିଜ୍ ହୋଇପାରି ନଥିଲା।