Antarctica - The Sakala
ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି: ବରଫଶୂନ୍ୟ ହୋଇଯିବ ଆଣ୍ଟାର୍କଟିକା !
ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁକିଛି ଓଲଟପାଲଟ ହେବାରେ ଲାଗିଛି। ଅଦିନିଆ ବର୍ଷା, ବନ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏହା ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି ପାଲିଟିଛି। ତଥାପି ପୃଥିବୀବାସୀ ଚେତୁନାହାନ୍ତି।
ଦିନକୁ ଦିନ ବିଶ୍ବର ତାପମାତ୍ରା ବଢୁଥିବାବେଳେ ଏହାକୁ ରୋକିବା ପାଇଁ ସେମିତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ | ଧନୀ ଦେଶଗୁଡିକ ସବୁଠାରୁ ଅଧିକ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏପରି ଚିନ୍ତାଜନକ ରିପୋର୍ଟ ସାମ୍‌ନାକୁ ଆସିଛି | ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଣ୍ଟାର୍କଟିକାର ସ୍ଵାଭାବିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟରୁ ଅଧିକ ରହିଥିଲା। ଏଥିଯୋଗୁଁ ଲସ୍‌ ଆଞ୍ଜେଲସ ଆକାରର ଏକ ବରଫ ପାହାଡ଼ ତରଳି ଯାଇଥିଲା। ଏହି ଘଟଣା ପଛରେ ଅତ୍ୟଧିକ ତାପମାତ୍ରା ବୃଦ୍ଧିର କ’ଣ କାରଣ ରହିଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ‘ବାୟୁମଣ୍ଡଳୀୟ ନଦୀ’ (ବର୍ଷା ସୃଷ୍ଟି କରୁଥିବା ବାଦଲ) ରୁ ବାହାରୁଥିବା ଉତ୍ତାପ ଏଥିପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ବାୟୁମଣ୍ଡଳୀୟ ନଦୀ ଆର୍ଦ୍ରତାର ଏକ ଲମ୍ବା ଧାରା ହୋଇଥାଏ, ଯାହା ଉଷ୍ଣକଟିବନ୍ଧ କ୍ଷେତ୍ରରୁ ଗରମ ପବନ ଏବଂ ଜଳୀୟବାଷ୍ପକୁ ପୃଥିବୀର ଅନ୍ୟ ଭାଗକୁ ନେଇ ଯାଇଥାଏ। ରିପୋର୍ଟ ଅନୁଯାୟୀ ଗୁରୁବାର ‘ନେଚର ଜର୍ଣ୍ଣାଲ କମ୍ୟୁନିକେଶନ ଆର୍ଥ ଆଣ୍ଡ ଏନଭାରମେଣ୍ଟ’ରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ ଅତ୍ୟଧିକ ତାପମାତ୍ରା, ବରଫ ତରଳିବା, ବରଫକୁ ଦୁର୍ବଳ କରିବା ଏବଂ ମହାସାଗରର ଜଳସ୍ତର ବୃଦ୍ଧି ପାଇଁ ବର୍ଷା ସୃଷ୍ଟି କରୁଥିବା ବାଦଲ ଦାୟୀ । ଆଣ୍ଟାର୍କଟିକାରେ ୨ଟି ବରଫ ପାହାଡ ତରଳିବା ସମୟରେ ଏହି ଅଧ୍ୟୟନ କରାଯାଇଥିଲା। ତାପମାତ୍ରା ବୃଦ୍ଧି ଯୋଗୁଁ ୧୯୯୫ରେ ଲାରସେନ ଏ ଏବଂ ୨୦୦୨ରେ ଲାରସେନ ବି ବରଫ ପାହାଡ ତରଳି ଯାଇଥିଲା।
ଅଧ୍ୟୟନ ଅନୁଯାୟୀ ପରିବେଶ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଏହି ସଙ୍କଟ ବଢିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବରଫର ଶେଷ ଆସ୍ତରଣ ଲାରସେନ ସି ଉପରେ ମଧ୍ୟ ବିପଦ ଦେଖାଦେଇଛି। ଆଣ୍ଟାର୍କଟିକାର ବରଫ ପାହାଡ ତରଳିବା ପଛରେ ଅନେକ କାରଣ ରହିଛି। ଉଷ୍ଣ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେବା ମଧ୍ୟ ଏହାର ଅନ୍ୟତମ କାରଣ। ଯଦି ଲାରସେନ ସି ଆସ୍ତରଣ ତରଳି ଯାଏ ତେବେ ଏହା ଭୟଙ୍କର ବିପଦ ସୃଷ୍ଟି କରିବ। ଏହା ଦ୍ବାରା ସମୁଦ୍ରର ଜଳପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବ | ସାରା ବିଶ୍ବରେ ବରଫ ତରଳୁଛି ଏବଂ ଏହା ପ୍ରବାହିତ ହୋଇ ସମୁଦ୍ରରେ ମିଶି ଜଳସ୍ତର ବୃଦ୍ଧି କରୁଛି । ଏଥିଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଧାରଣା ଥିଲା ଯେ, ପୃଥିବୀର କୋଣ ଅନୁକୋଣରେ ଜୀବସତ୍ତାର ଉପସ୍ଥିତି ରହିଛି। କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୃଥିବୀରେ ଏପରି ଏକ ସ୍ଥାନ ଯେଉଁଠାରେ ଜୀବସତ୍ତା ନାହିଁ । ଆମେରିକାର କଲୋରାଡୋ ବିଶ୍ଵବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି । ଏଥିପାଇଁ ସେମାନେ ଆଣ୍ଟାର୍କଟିକା ଯାତ୍ରା କରିଥିଲେ। ଏହି ଅଧ୍ୟୟନ ଅନୁଯାୟୀ, ଅଣ୍ଟାର୍କଟିକାର ଟ୍ରାନ୍ସ ଆଣ୍ଟାର୍କଟିକ୍ ପର୍ବତରେ ଏଯାବତ୍ ଜୀବସତ୍ତା ନାହିଁ । ହଜାର ହଜାର ବର୍ଷ ଧରି ମାଟିରେ ଜୀବନ କିପରି ବିକଶିତ ହେଲା ସେ ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଥିଲେ । ଯେତେବେଳେ ବୈଜ୍ଞାନିକମାନେ ଏଠାରେ ଜୀବସତ୍ତା ପାଇଲେ ନାହିଁ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏଠାକାର ମାଟିରେ ସୂକ୍ଷ୍ମରୁ ଅତିସୂକ୍ଷ୍ମ ଜୀବର କୌଣସି ଡିଏନ୍ଏ ମିଳିନଥିଲା।
ଏହି ଅନୁସନ୍ଧାନର ନେତୃତ୍ବ ନେଉଥିବା ବାୟରନ୍ ଏଡମସ କହିଛନ୍ତି ଯେ, ଏକ ଗ୍ରାମ୍ ମାଟିରେ ଏକ ବିଲିୟନ କୋଷ ରହିପାରେ, କିନ୍ତୁ ଆମେ ଏହି ମାଟିରେ ଗୋଟିଏ ବି କୋଷ ପାଇଲୁ ନାହିଁ । ଅତି ସୂକ୍ଷ୍ମ ଜୀବ ବିନା ମୃତ୍ତିକା କେବେବି କୌଣସି ସ୍ଥାନରେ ଦେଖାଯାଇ ନାହିଁ | ତେଣୁ ଏହି ସ୍ଥାନକୁ ପୃଥିବୀର ‘ଡେଡ୍‌ ଜୋନ୍ କୁହାଯାଉଛି। ଏହି ଅନୁସନ୍ଧାନ ସମୟରେ ଶ୍ୟାକଲେଟନ୍ ଗ୍ଲାସିୟର୍‌ ଅଞ୍ଚଳରୁ ସଂଗୃହିତ ୨୦୪ ମୃତ୍ତିକା ନମୁନାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ନମୁନାଗୁଡିକୁ ସର୍ବୋଚ୍ଚ ଏବଂ ଶୁଷ୍କ ଅଂଶରୁ ନିଆଯାଇଥିଲା। ଏଠାରୁ ନିଆଯାଇଥିବା ଅଧିକାଂଶ ମାଟିରେ ସୂକ୍ଷରୁ ଅତି ସୂକ୍ଷ୍ମ ଜୀବ ମିଳିଥିଲା, କିନ୍ତୁ ୨୦ ପ୍ରତିଶତ ମାଟି ସମ୍ପୂର୍ଣ୍ଣ ରୂପେ ଏପରି ଥିଲା, ଯେଉଁଥରେ ଜୀବନର କୌଣସି ଚିହ୍ନ ନଥିଲା।
ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶ୍ୱର ବୃହତ୍ତମ ଆଇସବର୍ଗ
ଆଣ୍ଟାର୍କଟିକାରୁ ବିଶ୍ୱର ସର୍ବବୃହତ ଆଇସବର୍ଗ ଭାଙ୍ଗିଛି, ଯାହାକି ମ୍ୟାନହଟାନର 80 ଗୁଣରୁ ଅଧିକ ହେବ ଏହି ବିଶାଳ ବରଫ ଖଣ୍ଡର ଆକାର । ବୁଧବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) କହିଛି ଯେ ଆଣ୍ଟାର୍କଟିକାର ୱେଡେଲ ସାଗରରେ ଥିବା ରୋନ୍ ଆଇସ୍ ସେଲର ପଶ୍ଚିମ ପାର୍ଶ୍ୱକୁ ବରଫ ଭାଙ୍ଗିଛି। ଆଇସବର୍ଗ ଏକ ବିଶାଳ ଇରୋନିଂ ବୋର୍ଡ ଆକୃତିର, ଏହାର ଲମ୍ବ ପ୍ରାୟ 170 କିଲୋମିଟର (105 ମାଇଲ) ଏବଂ ପ୍ରସ୍ଥ 25 କିଲୋମିଟର (15.5 ମାଇଲ) |
ଜଳବାୟୁ ପରିବର୍ତନ ଏବଂ ଉତପ୍ତ ପରିବେଶ ନକରାତ୍ମକ ପ୍ରଭାବ ଧିରେ ଧିରେ ପଡିବା ଆରମ୍ଭ କରିଲାଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସର୍ବଦା ବରଫ ଚାଦରରେ ଢ଼ାଙ୍କିହୋଇ ରହିଥିବା ଆର୍ଟାକାଟିକାରେ ମଧ୍ୟ ଏହା ତରଳିବା ଆରମ୍ଭ କରିଛି । ନିକଟରେ ଏଠାରେ ଥିବା ବିଶ୍ୱର ସବୁଠାରୁ ବଡ ହିମଖଣ୍ଡ ଭାଙ୍ଗିଯାଇଛି । ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ୧୮୮୦ ପରଠାରୁ ସମୁଦ୍ର ସ୍ତର ୯ ଇଂଚ ବଢ଼ିଯାଇଛି ।