polythen - The Sakala

କଟକଣାକୁ ଆଖିଠାର: ଖୁଲମ୍‌‌ଖୁଲା ପଲିଥିନ୍‌‌ ବେପାର, ଦୋକାନ ବଜାରରେ ଚଢ଼ଉ; କାରଖାନାକୁ ମାଫ୍‌...
ଭୁବନେଶ୍ୱର: ପରିବେଶ ପାଇଁ ପଲିଥିନ ଚିନ୍ତାର କାରଣ ପାଲଟିଛି। ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପାଇଁ ଘାତକ ସାଜୁଛି ପଲିଥିନ୍‌‌। ପରିବେଶକୁ ସ୍ୱଚ୍ଛ, ସୁସ୍ଥ ରଖିବାକୁ ପରିବେଶବିତ୍‌‌ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସଙ୍ଗଠନଗୁଡ଼ିକ ବିଭିନ୍ନ ଉପାୟରେ ସଚେତନା ସହ ପ୍ଲାଷ୍ଟିକ୍‌‌ ପଲିଥିନ୍‌‌ ବ୍ୟବହାର ନ କରିବା ପାଇଁ ବାରଣ କରୁଛନ୍ତି ସତ କିନ୍ତୁ ପଲିଥିନ୍‌‌ ପ୍ରସ୍ତୁତ କରୁଥିବା କାରଖାନାଗୁଡ଼ିକ ଅବାଧରେ ଚାଲିଥିବା ଯୋଗୁଁଁ ସହରସାରା ପଲିଥିନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଫଳରେ ସହରରେ ପଲିଥିନ ବ୍ୟବହାର ଦିନକୁଦିନ ବଢ଼଼ି ଚାଲିଛି।

ରାଜଧାନୀରେ ରାସ୍ତା କଡ଼ରୁ ନେଇ ନଦୀ, ନାଳ ସବୁଠି ପଲିଥିନ ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ପରିବା ଦୋକାନ ଠାରୁ ଆରମ୍ଭ କରି, ଖାଦ୍ୟ ଷ୍ଟଲ, ହୋଟେଲ, ରାସନ ଦୋକାନ ସହ ଅନ୍ୟ ଦୋକାନ ମାନଙ୍କରେ ପଲିଥିନରେ ଖୁଲମ୍‌‌ଖୁଲାରେ ଜିନିଷ ମିଳୁଛି। ଫଳରେ ସହରରେ ପଲିଥିନର ବ୍ୟବହାର ଦିନକୁ ଦିନ ବଢ଼଼ି ବଢ଼଼ି ଚାଲିଛି। ଏହି ପଲିଥିନକୁ ବ୍ୟବହାର କରିବା ପରେ ଫୋପାଡ଼ିବା ଦ୍ୱାରା ଏହା ମାଟିରେ ଶହ ଶହ ବର୍ଷ ଧରି ବିଘଟନ ନ ହୋଇ ପଡ଼ିରହୁଛି। ଏଥିସହିତ ରାସ୍ତା କଡ଼ରେ ପଡ଼ୁଥିବାରୁ ବୁଲା ଗୋରୁ ପଲିଥିନ୍‌‌କୁ ଖାଇବା ସହ ବିଭିନ୍ନ କେନାଲରେ ପଡ଼ି କେନାଲକୁ ପ୍ରଦୂଷିତ କରୁଛି।

ସର୍ବ ପ୍ରଥମେ ୨୦୧୮ ଅକ୍ଟୋବର ୨ରେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର, ରାଉରକେଲା ସହିତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷେଧ ଘୋଷଣା କରିଥିଲେ। ଏହାର ଠିକ୍‌‌ ବର୍ଷେ ପରେ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ୫୦ ମାଇକ୍ରନ୍‌‌ରୁ କମ୍‌‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌‌ ପାଣିବୋତଲ, ଥର୍ମୋକଲ, ପ୍ଲାଷ୍ଟିକ ଚାମଚ, କପ୍‌‌, ପ୍ଲେଟ, ଗ୍ଲାସ, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଗଲା। ଏହିପରି ୨୦୨୧ ମସିହାରେ ସେପ୍ଟେମ୍ବର ୩୦ ପର୍ବରୁ ୭୫ ମାଇକ୍ରନ୍‌‌ରୁ କମ୍‌‌ ମୋଟେଇ ପଲିଥିନ ଉପରେ କଟକଣା ଲାଗୁହେଲା। ପୁନର୍ବାର ୨୦୨୨ ମସିହାରେ ୧୨୦ ମାଇକ୍ରନ କମ୍‌‌ ମୋଟେଇ ପଲିଥିନକୁ ବ୍ୟାନ କରାଗଲା। ଏଥିସହିତ କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରି ପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଲା ପୂଜାସ୍ଥଳ, ହୋଟେଲ, ରେସ୍ତୋରାଁ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ଏହି କଟକଣା ଏବେ କେବଳ କାଗଜ କଲମରେ ରହିଯାଉଛି। ସବୁ ସ୍ଥାନରେ ଏବେ ପଲିଥିନ ବ୍ୟବହାର କରୁଥିବାର ଦେଖା ଦେଇଛି। ଲୋକମାନେ ଏବେ ନିଜ ଇଚ୍ଛାରେ ପଲିଥିନ ବିକ୍ରି କରୁଛନ୍ତି।

ପରିବେଶବିତ୍‌‌ଙ୍କ କହିବାନୁଯାୟୀ, ପ୍ରଶାସନ ପକ୍ଷରୁ ବିଭିନ୍ନ କାରଖାନାରେ ପ୍ଲାଷ୍ଟିକ୍‌‌ ପଲିଥିନ ଅବାଧରେ ପ୍ରସ୍ତୁତ ହେଉଥିବାରୁ ସେଗୁଡ଼ିକ ଦୋକାନ ବଜାରରେ ଉପଲବ୍ଧ ହେଉଛି। ପଲିଥିନ ଉତ୍ପାଦନ ହେଉଥିବାରୁ ବଜାରରେ ମିଳୁଛି। ଯେଉଁଠାରୁ ପଲିଥିନ ଉତ୍ପାଦନ ହେଉଛି ପ୍ରଥମେ ଏହା ଉପରେ ଚଢ଼ଉ କରି ବନ୍ଦ କରିବା ଦରକାର। ଯେତେ ସଚେତନତା କରିଲେ କିଛି ହବନାହିଁ। ତେବେ ପଲିଥିନ ବ୍ୟବହାର କିଛି ମାତ୍ରାରେ କମିବ ବୋଲି ପରିବେଶବିତ୍‌‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ଗ୍ରାହକ ରାମେଶ୍ୱର ପ୍ରଧାନ କହିଛନ୍ତି ବାହାରୁ ଜିନିଷ ନେବାକୁ ପଡୁଥିବାରୁ ପଲିଥିନ ବ୍ୟବହାର ବଢ଼ିଛି। ଆଗରୁ ଧର ପଗଡ଼ ହେଉଥିବାରୁ ବ୍ୟବସାୟୀ ପଲିଥିନ ଦେବାକୁ ମନା କରୁଥିଲେ। ଆମେ ବ୍ୟାଗ ନେଉଥିଲୁ। ଏବେ ସବୁଆଡ଼େ ପଲିଥିନରେ ଲୋକମାନେ ଜିନିଷପତ୍ର ନେଉଛନ୍ତି। ଏପରି କି ଖାଦ୍ୟପଦାର୍ଥ ମଧ୍ୟ ପଲିଥିନରେ ଯାଉଛି। ପରିବେଶ ପାଇଁ ବିପଦ ଥିବାରୁ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ନ ହେଲେ ପଲିଥିନ ବ୍ୟବହାର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି।