Donald Trump Avenue - The Sakala

ଟ୍ରମ୍ପ୍‌ଙ୍କ ନାଁରେ ରାସ୍ତାର ନାମକରଣ କରିବ ଭାରତ ! ସଡକର ନାଁ ରହିବ ‘ଡୋନାଲ୍ଡୋ ଟ୍ରମ୍ପ ଏଭେନ୍ୟୁ’
ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେବେଠାରୁ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ଭାରତ ଉପରେ ଚାପ ପକାଇ ଆସୁଛନ୍ତି। ରାଗ ସୁଝାଇବାକୁ ଯାଇ ଅନ୍ୟ ଦେଶ ଅପେକ୍ଷା ଭାରତ ଉପରେ ଲଗାଇଛନ୍ତି ଅଧିକ ଟାରିଫ୍‌ ବା ବାଣିଜ୍ୟ ଶୁଳ୍କ। ତଥାପି ଭାରତ ସରକାର ଆମେରିକା ବିରୁଦ୍ଧରେ ନା କୌଣସି କଡ଼ା ମନ୍ତବ୍ୟ ଦେଉଛନ୍ତି ନା ଟାରିଫ୍‌ରେ ପ୍ରତି ଜବାବ ଦେଉଛନ୍ତି। ତେଲେଙ୍ଗାନା ସରକାର ରାଜ୍ୟରେ ଥିବା ଆମେରିକୀୟ କନସୁଲେଟ୍ ଜେନେରାଲର ରାସ୍ତାକୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦରେ ଥିବା ୟୁନାଇଟେଡ୍ ଷ୍ଟେଟ୍ସ କନସୁଲେଟ୍ ଜେନେରାଲ୍ ନିକଟରେ ଥିବା ହାଇ-ପ୍ରୋଫାଇଲ୍ ରାସ୍ତାକୁ ଏବେ ଡୋନାଲ୍ଡ ଟ୍ରମ୍ପ୍ ଆଭେନ୍ୟୁ ବୋଲି କୁହାଯିବ।

ଏ ନେଇ ତେଲେଙ୍ଗାନା ସରକାର ପ୍ରଥମେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏବଂ ଆମେରିକୀୟ ଦୂତାବାସକୁ ଚିଠି ଲେଖି ଯୋଜନା ବିଷୟରେ ଅବଗତ କରିବେ। ତା ପରେ ପ୍ରକ୍ରିୟା ଅନୁସାରେ ଏସବୁ କାମ ହେବ। ଚଳିତ ବର୍ଷ ପ୍ରାରମ୍ଭରେ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦିଲ୍ଲୀରେ ବାର୍ଷିକ ଆମେରିକା-ଭାରତ ରଣନୈତିକ ସହଭାଗୀତା ମଞ୍ଚ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟର, ପ୍ରମୁଖ ବିଶ୍ୱସ୍ତରୀୟ କର୍ପୋରେସନମାନଙ୍କ ନାମରେ ହାଇଦ୍ରାବାଦର ଗୁରୁତ୍ୱପୂର୍ଣ୍ଣ ରାସ୍ତାଗୁଡ଼ିକର ନାମକରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରକୃତରେ ତେଲେଙ୍ଗାନା ସରକାର ରାଜ୍ୟର ଅନେକ ରାସ୍ତାର ନାମକରଣ ଏବଂ ପୁନଃନାମକରଣ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ସଂସ୍ଥାଙ୍କ ନାଁରେ କରିବାକୁ ଯୋଜନା ରଖିଛନ୍ତି। ରାଜ୍ୟ ସରକାର ଏହି ପ୍ରସ୍ତାବ ସେଇ ଯୋଜନାରେ ଏକ ଅଂଶ।