Train Accident - The Sakala

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ଗୋଟିଏ ଟ୍ରାକ ଉପରେ ମୁହାଁମୁହିଁ ହେଲା ଦୁଇ ଟ୍ରେନ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଟ୍ରେନ । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ଗୋଟିଏ ଟ୍ରେନ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଟ୍ରେନ୍ ସଂପର୍କରେ କୌଣସି ସୂଚନା ମିଳିନାହିଁ। ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା ।  ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷଙ୍କ ଛାନବିନ । ଅଳ୍ପକେ ଶତାଧିକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାହାର ଦୋଷ ତ୍ରୁଟି ରହିଲା ସେ ନେଇ ଚାଲିଛି ଅଧିକ ଖୋଳତାଡ଼ ।

ମଧ୍ୟପ୍ରଦେଶରେ ଥିରୁଅନନ୍ତପୁରମ୍-ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୬୮ ଯାତ୍ରୀ ସୁରକ୍ଷିତ ଉଦ୍ଧାର
ମଧ୍ୟପ୍ରଦେଶର ରତଲାମ ଜିଲ୍ଲା ଦେଇ ଯାଉଥିବା ଥିରୁଅନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ (୧୨୪୩୧)ର ଏକ ଏସି ବଗିରେ ରବିବାର ସକାଳେ ଅଚାନକ ନିଆଁ ଲାଗିଯାଇଛି। ତେବେ ରେଳ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବଗିରେ ଥିବା ସମସ୍ତ ୬୮ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡର ସୂତ୍ରପାତ

ପଶ୍ଚିମ ମଧ୍ୟ ରେଳବାଇର ସିପିଆରଓ ହର୍ଷିତ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୫:୧୫ ମିନିଟ୍ ସମୟରେ ଟ୍ରେନର ବି-୧ (B-1) ଏସି କୋଚ୍ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଟ୍ରେନଟି ରତଲାମ ଜଙ୍କସନରୁ ଭୋର ୩:୪୫ରେ ବାହାରିଥିବା ବେଳେ କୋଟା ଡିଭିଜନ ଅଧୀନରେ ଥିବା ବିକ୍ରମଗଡ଼ ଆଲୋଟ ଏବଂ ଲୁନିରିଛା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବି-୧ ବଗି ସହିତ ପଛରେ ଥିବା ଏକ ଲଗେଜ୍ କମ୍ ଗାର୍ଡ ଭ୍ୟାନ୍ (SLR) ମଧ୍ୟ ନିଆଁର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିଲା।

ଯାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର ଏବଂ ପରବର୍ତ୍ତୀ ପଦକ୍ଷେପ

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ରେଳ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ସଂଯୋଗ (OHE) ବିଚ୍ଛିନ୍ନ କରାଯାଇଥିଲା। ବି-୧ ବଗିରେ ଥିବା ସମସ୍ତ ୬୮ ଜଣ ଯାତ୍ରୀଙ୍କୁ ମାତ୍ର ୧୫ ମିନିଟ୍ ମଧ୍ୟରେ ଟ୍ରେନରୁ ତଳକୁ ଓହ୍ଲାଇ ଦିଆଯାଇଥିଲା। କୋଟା ରେଳବାଇର ପିଆରଓ ରବୀନ୍ଦ୍ର ଲାଖେରା କହିଛନ୍ତି ଯେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ନିଆଁକୁ ଆୟତ୍ତ କରିବା ପରେ କ୍ଷତିଗ୍ରସ୍ତ ବି-୧ କୋଚ୍ ଏବଂ ଗାର୍ଡ ଭ୍ୟାନକୁ ଟ୍ରେନରୁ ଅଲଗା କରାଯାଇଥିଲା।

ଟ୍ରେନର ଯାତ୍ରା ପୁନଃ ଆରମ୍ଭ

ଯାତ୍ରୀମାନଙ୍କୁ ଟ୍ରେନରେ ଥିବା ଅନ୍ୟାନ୍ୟ ବଗିରେ ବସାଇ ସକାଳ ପ୍ରାୟ ୯:୪୫ ମିନିଟ୍ ସମୟରେ ଟ୍ରେନଟି ନିଜର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କୋଟା ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ଅତିରିକ୍ତ କୋଚ୍ ସଂଯୋଗ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଧକ୍କା, ୩୯ ମୃତ ଓ ୭୫ ଆହତ
ନୂଆଦିଲ୍ଲୀ: ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ରବିବାର ସନ୍ଧ୍ୟାରେ ଦକ୍ଷିଣ ସ୍ପେନର କର୍ଡୋବା ସହର ନିକଟରେ ଘଟିଛି ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଡାକ୍ତରଖାନା ପଠାଇଛନ୍ତି।

ରେଳ ଅପରେଟର Adif ର ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ କର୍ଡୋବା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମାଲାଗାରୁ ମାଦ୍ରିଦ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ର ପଛ ଭାଗ ଧାରଣାରୁ ବିଚ୍ୟୁତ ହୋଇଯାଇଥିଲା। ଏହି ସମୟରେ ମାଦ୍ରିଦରୁ ହୁଏଲଭା ଆସୁଥିବା ଅନ୍ୟ ଏକ ଟ୍ରେନ୍ ସହ ଏହାର ଜୋରଦାର ଧକ୍କା ହୋଇଥିଲା। ଘଟଣା ସମୟରେ ଟ୍ରେନ୍‌ରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରେନ୍‌ର ବଗିଗୁଡିକ ଦୋମଡା ମୋଚଡା ହୋଇଯାଇଛି। କର୍ଡୋବା ଅଗ୍ନିଶମ ବାହିନୀର ମୁଖ୍ୟ ଫ୍ରାନ୍ସିସ୍କୋ କାର୍ମୋନା କହିଛନ୍ତି ଯେ, ଧାତବ ପାତ ଗୁଡିକ ବଙ୍କା ହୋଇଯାଇଥିବାରୁ ଏହା ଭିତରୁ ଲୋକଙ୍କୁ ବାହାର କରିବା କଷ୍ଟକର ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ୭୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ର ଏବଂ ଭିଡିଓରେ ଦୁର୍ଘଟଣାର ଭୟାବହତା ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଧକ୍କା ଏତେ ଜୋରରେ ହୋଇଥିଲା ଯେ ଏହା ଏକ ଭୂକମ୍ପ ଭଳି ଅନୁଭବ ହୋଇଥିଲା। ଟ୍ରେନ୍ ଭିତରେ ଧୂଆଁ ବାହାରିବା ଆରମ୍ଭ ହେବା ପରେ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ବାହାରକୁ ବାହାରିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି। ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଏହି ଦୁର୍ଘଟଣା ପରେ ମାଦ୍ରିଦ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ହାଇସ୍ପିଡ୍ ଟ୍ରେନ୍ ସେବାକୁ ସୋମବାର ପାଇଁ ସ୍ଥଗିତ ରଖାଯାଇଛି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ୨୦୧୩ ମସିହା ପରେ ସ୍ପେନରେ ଏହା ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଉଛି।

ଟ୍ରାକ୍ ପାର୍ ହେଉଥିବା ବେଳେ ହାତୀପଲଙ୍କୁ ଧକ୍କାଦେଲା ରାଜଧାନୀ ଏକ୍ସପ୍ରେସ୍; ୮ ହାତୀ ମୃତ, ଇଞ୍ଜିନ୍ ସମେତ ୫ଟି କୋଚ୍ ଲାଇନଚ୍ୟୁତ
ନୂଆଦିଲ୍ଲୀ: ଟ୍ରେନ୍ ଧକ୍କାରେ ୮ ହାତୀ ମୃତ । ରେଲୱେ ଟ୍ରାକ୍ ପାର୍ ହେଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ୍ । ଟ୍ରେନ୍ ଧକ୍କାରେ ୮ ହାତୀ ମୃତ୍ୟୁବରଣ କରିଥିବାବେଳେ ରାଜଧାନୀ ଏକ୍ସପ୍ରେସର ୫ କୋଚ୍ ଓ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି । ତେବେ ସୌଭାବ୍ୟବସତଃ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଆସାମରେ ଯମୁନାମୁଖର ସାନରୋଜା ଅଞ୍ଚଳରେ ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା ଦେଇଥିଲା ।

ସୂଚନା ଅନୁସାରେ, ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ ପ୍ରାୟ ୨ଟା ୧୭ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ନାଗାଓଁ ଡିଭିଜନର ଅନେକ ବନ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳରେ ବାଧା ଦେଖାଯାଇଛି। ପ୍ରଭାବିତ ଜମୁନାମୁଖ-କାମ୍ପୁର ସେକ୍ସନରେ ନିର୍ଦ୍ଧାରିତ ଟ୍ରେନଗୁଡ଼ିକୁ ୟୁପି ଲାଇନ ଦେଇ ସ୍ଥାନାନ୍ତର କରାଯାଯାଇଛି। ରେଳ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ ଚାଲିଛି ।

Bilaspur Train Accident: ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍, ୬ ମୃତ....
ଛତିଶଗଡ: ଛତିଶଗଡ଼ର ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯାଇଛି ଯାତ୍ରାବାହୀ ଟ୍ରେନ୍। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଥାମିକ ସୂଚନାରୁ ଜଣାପଡ଼ିଛି। l ତେବେ ମୃତ୍ଯୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଛତିଶଗଡ଼ର ବିଳାସପୁର ଜିଲ୍ଲାର ଲାଲଖାଦନ ନିକଟରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅନେକ ଟ୍ରେନ୍ କୋଚ୍ ଲାଇନଚ୍ୟୁତ ହୋଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରେଳ ପ୍ରଶାସନ ତୁରନ୍ତ ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ୟୁନିଟ୍ ଘଟଣାସ୍ଥଳକୁ ପଠାଇଥିଲା। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ପାଇଁ ପହଞ୍ଚିଥିଲା। ଦୁର୍ଘଟଣା ସମଗ୍ର ରୁଟରେ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଥିଲା। ଅନେକ ଟ୍ରେନ୍ ବାତିଲ କିମ୍ବା ସ୍ଥାନାନ୍ତରିତ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଓଭରହେଡ୍ ତାର ଓ ସିଗନାଲ ସିଷ୍ଟମ କ୍ଷତିଗ୍ରସ୍ତ ହୋଇଛି, ଯାହା ପୁନରୁଦ୍ଧାର ପାଇଁ ସମୟ ଲାଗିପାରେ। ଏହି ଦୁର୍ଘଟଣା ବିଳାସପୁର-କଟନି ସେକ୍ସନରେ ଘଟିଛି, ଯାହା ଏକ ବ୍ୟସ୍ତବହୁଳ ରେଳ ରୁଟ୍। ରେଳବାଇ ତଦନ୍ତ ଆରମ୍ଭ କରିଛି। ଅପଡେଟ୍ ପାଇଁ ଯାତ୍ରୀମାନଙ୍କୁ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି।

ତାମିଲନାଡ଼ୁରେ ଟ୍ରେନ ଦୁର୍ଘଟଣା: ଟ୍ରାକକୁ ଖସିଲା ୫ରୁ ଉର୍ଦ୍ଧ୍ବ ବଗି, ଏକାଧିକ ଆହତ ସୂଚନା
ତାମିଲନାଡ଼ୁ: ତାମିଲନାଡ଼ୁର ଚେନ୍ନାଇ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିିଛି। ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍ ସହ ମାଲବାହୀ ଟ୍ରେନ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । ଦୁର୍ଘଟଣା ପରେ ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚଛନ୍ତି। ଦୁର୍ଘଟଣାରେ ୫ରୁ ୬ଟି ବଗି ଲାଇନଚ୍ଯୁତ ହୋଇଥିବା ଜଣାପଡ଼ିଛି।

ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ; ୨ ମୃତ, ଏକାଧିକ ଆହତ
ନୂଆଦିଲ୍ଲୀ: ପୁଣି ଆଉ ଏକ ରେଳ ଦୁର୍ଘଟଣା । ଉତ୍ତର ପ୍ରେଦଶର ଗୋଣ୍ଡାରେ ଘଟିଛି ଏହି ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି । ପ୍ରାଥମିକ ସୂଚନା ଅନୁସାରେ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି ।

ଟ୍ରେନଟି ଲାଇନଚ୍ୟୁତ ହେବାପରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୁଣି ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଝାରସୁଗୁଡା- ସମ୍ବଲପୁର ମେମୁ ପାସେଞ୍ଜର
ସମ୍ବଲପୁର: ପୁଣି ରେଳ ଦୁର୍ଘଟଣା । ସମ୍ବଲପୁରରେ ପୁଣି ରେଳ ଦୁର୍ଘଟଣା ଘଟିିଛି। ଝାରସୁଗୁଡା- ସମ୍ବଲପୁର ମେମୁ ପାସେଞ୍ଜର ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ସମ୍ବଲପୁର – ସରଲା ଷ୍ଟେସନ ମଧ୍ୟରେ ଏହି ଲାଇନ ଚ୍ୟୁତ ହୋଇଛି। ଗୋରୁ ସାମ୍ନାକୁ ଚାଲି ଆସିବାରୁ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।

ଓଡ଼ିଶା-ଆନ୍ଧ୍ର ସୀମାରେ ଟ୍ରେନ ଦୁର୍ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ, ଚାଲିଛି ଟ୍ରାକ ମରାମତି
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା।  ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା କହିଛନ୍ତି ଇଷ୍ଟ କୋଷ୍ଟ ସିପିଆର୍‌ଓ । ଉଦ୍ଧାର କାର୍ଯ୍ୟ ସରିଛି ।  ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବଗି ତଳେ ନାହାନ୍ତି । ତଦନ୍ତ ଲାଗି ରେଲୱେ ସେଫ୍ଟି କମିଶନର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏଥିସହ ଟ୍ରାକ ଉପରେ ପଡିଥିବା ବଗିକୁ ମଧ୍ୟ ଟ୍ରାକରୁ କଢା ଯାଇଛି।  ଟ୍ରାକ କମ ଜୋରଦାର ଚାଲିଛି। ୬ ଶରହରୁ ୮ ଶହ ଲୋକ ମରାମତି କାମରେ ଲାଗିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଟ୍ରେନ ଗଡ଼ିବ ବୋଲି କହିଛନ୍ତି।

ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଭିଜୟାନଗରାମ ଜିଲ୍ଲାର ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ କହିଥିଲେ । ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଗତକାଲିର ଘଟିଥିବା ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ। ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ମନ୍ତ୍ରୀଙ୍କ ସହ ରହିଥିଲେ। ଏହି ସମୟରେ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା AFO ଜେପୋରର ନେତୃତ୍ୱରେ ଦୁର୍ଘଟଣା ସ୍ଥଳକୁ ଏକ ଟିମ୍ ଏବଂ ସାମଗ୍ରୀ ପଠାଯାଇଥିଲା।

ତେବେ ଏହି ଦୁର୍ଘଟଣା ଯୋଗୁ ୪୫ ଟି ଟ୍ରେନ୍‌କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍‌ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି। ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୨ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ଲୋକୋ ପାଇଲଟ ଏସ୍‌ଏମ୍‌ଏସ୍ ରାଓ ଓ ଗାର୍ଡ ଏମ. ଶ୍ରୀନିବାସଙ୍କ ମୃତ ଘଟିଥିବା ଜଣାପଡ଼ିଛି। ଏ ନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ମୋଟ୍ ୫୨ ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୯ ଜଣ ଡିସଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୨୩ ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ପୁରୁଷ ଓ ୧୧ ମହିଳା ରହିଛନ୍ତି। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ।

ଓଡ଼ିଶା-ଆନ୍ଧ୍ର ସୀମାରେ ଟ୍ରେନ ଦୁର୍ଘଟଣା: ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁ ୩୯ ଟି ଟ୍ରେନ୍‌କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍‌ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି। ଚିହ୍ନଟ ୧୨ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ଜଣଙ୍କ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ଲୋକୋ ପାଇଲଟ ଏସ୍‌ଏମ୍‌ଏସ୍ ରାଓ ଓ ଗାର୍ଡ ଏମ. ଶ୍ରୀନିବାସଙ୍କ ମୃତ ଘଟିଥିବା ଜଣାପଡ଼ିଛି। ଏ ନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ଆହତଙ୍କ ମଧ୍ୟରୁ ୨୯ ଜଣ ଚିକିତ୍ସାଧିନ ଥିବା ବେଳେ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆହତଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ପିଏମ୍‌ଏନ୍‌ଆର୍‌ଏଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି। ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ରେଳମନ୍ତ୍ରୀ ବୈଷ୍ଣବ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହିତ କଥା ହେବାସହ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ, ଗୁରୁତର ଆହତଙ୍କ ଲାଗି ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି।

ସେହିପରି ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ଯାତ୍ରୀଙ୍କ ସମ୍ପର୍କୀୟଙ୍କ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରତ୍ୟେକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ସେ ରାଜ୍ୟର ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟରୁ ମୃତକଙ୍କ ପରିବାର ପାଇଁ ସେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଭିଜୟାନଗରମ ଜିଲ୍ଲାର କାନ୍ତକପାଲ୍ଲୀରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ଏସଆରସି ଏବଂ ରାୟଗଡ଼ା ଓ କୋରାପୁଟର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ରାୟଗଡ଼ା (୦୮୫୦୪) ଆସୁଥିବା ପାସେଞ୍ଜର ଟ୍ରେନ୍‌ ସିଗ୍‌ନାଲ ନ ପାଇବାରୁ ଆଲ୍‌ମଣ୍ଡା ନିକଟରେ ଅଟକି ରହିଥିଲା। ଏହି ରୁଟ୍‌ରେ ପଲାସାରୁ ବିଶାଖାପାଟଣା (୦୮୫୩୨) ଆସୁଥିବା ଅନ୍ୟ ଏକ ପାସେଞ୍ଜର ଟ୍ରେନ୍‌ (୦୮୫୦୪)କୁ ଧକ୍କା ଦେଇଥିଲା। ଏଥିଯୋଗୁଁ ତିନୋଟି ବଗି ଲାଇନଚ୍ୟୁତ୍‌ ହୋଇ ଯାଇଥିଲା। ଏହି ସମୟରେ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ପାସେଞ୍ଜର ଟ୍ରେନ୍‌ର ବଗି ଉପରେ ଚଢ଼ି ଯାଇଥିଲା। ମାନବିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ପୂର୍ବତଟ ରେଲବାଇ (ଇସିଓଆର) ପକ୍ଷରୁ କୁହାଯାଇଛି। ଲୋକ ପାଇଲଟ ସିଗ୍‌ନାଲକୁ ଲକ୍ଷ୍ୟ କରି ନ ଥିଲେ। ରେଳ ମନ୍ତ୍ରାଳୟର ୱାର୍‌ ରୁମ୍‌ ଘଟଣା ଉପରେ ନଜର ରଖିଛି ବୋଲି କୁହାଯାଇଛି।

ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ
କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳର ପହଞ୍ଚି ବନ ବିଭାଗର ତଦନ୍ତ ଜାରିରଖିଛି ।

ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ କୁହୁଡ଼ି ପଡ଼ିଥିବା ବେଳେ, ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ଟ୍ରେନ୍ ଲାଇନ୍ ପାର୍ କରୁଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ମାଈ ହାତୀର ମୃତ୍ୟୁ ଘଟିଥିଲା । ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ
ବୈଶିଙ୍ଗା: ବୁଧବାର ସନ୍ଧ୍ୟାରେ ବାଙ୍ଗିରିପୋଷି-ରୂପସା ପାସେଞ୍ଜର ମେମୁ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଠାକୁରତୋଟା ଓ ବାଲେଶ୍ଵର ଜିଲ୍ଲା ରୂପସା ଷ୍ଟେସନର ମଧ୍ୟରେ ଅଙ୍ଗାରଗଡିଆ ନିକଟରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ମିଥୁନ ମାରାଣ୍ଡି (୩୫ ବର୍ଷ)। ଟ୍ରେନ ଆସିବା ସମ୍ବନ୍ଧରେ ସେ ନଜାଣି ପାରି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି । ବୈଶିଙ୍ଗା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ରେଳବାଇ ପୁଲିସକୁ ସୂଚନା ଦେଇଛି।