Indigo Flight Cancel - The Sakala

ଥମୁନି ଇଣ୍ଡିଗୋ ସଂକଟ; ପ୍ରଭାବିତ ବିମାନ ଯାତ୍ରୀଙ୍କୁ ରିଫଣ୍ଡ୍‌ ନେଇ ଇଣ୍ଡିଗୋର ସୂଚନା
ନୂଆଦିଲ୍ଲୀ: ଥମୁନି ଇଣ୍ଡିଗୋ ସଂକଟ । ଦେଶରେ ଧରାଶାୟୀ ହେଲାଣି ଇଣ୍ଡିଗୋ ବିମାନସେବା । ଆଜି ବି ୫୦୦ରୁ ଅଧିକ ଫ୍ଲାଇଟ ବାତିଲ ହେବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ମୁମ୍ବାଇ ଓ ଦିଲ୍ଲୀ ଭିତରେ ସବୁଠାରୁ ଅଧିକ ବିମାନ ବାତିଲ ହୋଇଛି । ଏହାରି ମଧ୍ୟରେ ଆଜି କମ୍ପାନୀ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି। ପ୍ରଭାବିତ ଯାତ୍ରୀଙ୍କୁ ଟିକେଟ୍‌ ବୁକିଂ ଟଙ୍କା ରିଫଣ୍ଡ କରିବା ସହ ଟିକେଟ୍‌ ବାତିଲ ଉପରେ ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯିବ ବୋଲି ଇଣ୍ଡିଗୋ ସୂଚନା ଦେଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ସ୍ପଷ୍ଟ କରିଛି ଯେ ପାଇଲଟ୍‌ ଅଭାବ ଏବଂ ଅପରେସନାଲ୍‌ ସମସ୍ୟା ଯୋଗୁଁ ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ୍‌ ହୋଇଛି, ସେମାନଙ୍କୁ ସମସ୍ତ ବୁକିଂ ରାଶି ଫେରସ୍ତ କରାଯିବ। ରିଫଣ୍ଡ ରାଶି ସ୍ୱୟଂଚାଳିତ ଭାବରେ ଯାତ୍ରୀଙ୍କର ମୂଳ ପେମେଂଟ ମାଧ୍ୟମକୁ ଫେରସ୍ତ କରାଯିବ। ଯାତ୍ରୀମାନଙ୍କୁ ଟିକେଟ୍‌ ବାତିଲ୍‌ ବା ପୁନଃ ନିର୍ଦ୍ଧାରଣ ଉପରେ ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯିବ। ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଇଣ୍ଡିଗୋ ତରଫରୁ ଘୋଷିତ ଏହି ଛାଡ଼ ବ୍ୟବସ୍ଥା ଡିସେମ୍ବର ୫ ତାରିଖ ଠାରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ଯାତ୍ରା ପାଇଁ କରାଯାଇଥିବା ବୁକିଂଗୁଡ଼ିକ ପାଇଁ ଲାଗୁ ହେବ। ଏହି ସମୟ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କ ଫ୍ଲାଇଟ୍‌ ବାତିଲ୍‌ କିମ୍ବା ବଡ଼ ଧରଣର ବିଳମ୍ବ ହୋଇଛି, ସେମାନେ ଏହି ସୁବିଧା ପାଇବେ। ଦେଶବ୍ୟାପୀ ବ୍ୟାପକ ବିମାନ ବାତିଲ୍‌ ଯୋଗୁଁ ଯାତ୍ରୀମାନଙ୍କୁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ ଗଭୀର ଭାବେ ଦୁଃଖିତ ବୋଲି ପ୍ରକାଶ କରିଛି ଏବଂ ଅପରେସନାଲ୍‌ ସ୍ଥିତିକୁ ତୁରନ୍ତ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି।

ଯାତ୍ରୀମାନଙ୍କ ଲାଗି ସ୍ବତନ୍ତ୍ର ରିଫଣ୍ଡ କେନ୍ଦ୍ର ସ୍ଥାପନ କରିବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସ୍ବୟଂଚାଳିତ ରିଫଣ୍ଡ ପ୍ରକ୍ରିୟା ଜାରି ରହିବ । ଏହା ବ୍ୟତୀତ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ଯୋଗୁଁ, ରହିଯାଇଥିବା ଲଗେଜ୍କୁ ଯାତ୍ରୀଙ୍କ ପାଖରେ ପହଞ୍ଚାବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ମିଳିଛି । ଏଥି ଲାଗି ଏୟାର ଲାଇନକୁ କେବଳ ୪୮ ଘଣ୍ଟା ସମୟ ଦିଆଯାଇଛି ।

ଇଣ୍ଡିଗୋ ବିମାନ ବାତିଲ ଯୋଗୁଁଁ ହଟହଟା ହେଲେ ନବଦମ୍ପତି, ଅନ୍‌‌ଲାଇନ୍‌‌ରେ ହେଲା ବାହାଘର ରିସେପସନ୍‌‌
ଭୁବନେଶ୍ୱର: ସରିଥିଲା ବାହାଘର, ହୋଇଥାଆନ୍ତା ରିସେପସନ୍‌‌। ହେଲେ ଇଣ୍ଡିଗୋ ବିମାନ ବାତିଲ ଯୋଗୁଁଁ ହଟହଟା ହୋଇଛନ୍ତି ନବଦମ୍ପତି। ଫ୍ଲାଇଟ୍‌‌ ବାତିଲ ଯୋଗୁଁଁ ନବ ଦମ୍ପତି ଆସିନପାରି ଶେଷରେ ରିସେପସନ୍‌‌ ପାର୍ଟିରେ ଭର୍ଚୁଆଲରେ ଯୋଗଦେଲେ। ପେଶାରେ ଆଇଟି ଇଞ୍ଜିନିୟର ଥିବା ବେଙ୍ଗାଲୁରୁ ହୁବଲୀର ମେଧା କ୍ଷୀରସାଗରଙ୍କ ସହ ଭୁବନେଶ୍ୱରର ସଙ୍ଗମ ଦାସଙ୍କର ବିବାହ ହୋଇଥିଲା। ତେବେ ଆଜି ମେଧାଙ୍କ ହୋମ୍‌‌ଟାଉନରେ ଗ୍ରାଣ୍ଡ ରିସେପସନ୍‌‌ ଥିଲା। ଭୋର୍‌‌ ୪ ଟାରେ ସେମାନେ ଯିବାକୁ ଥିବା ବିମାନକୁ ବାତିଲ କରିଥିଲା ଇଣ୍ଡିଗୋ। ଟିକଟ୍‌‌ ବୁକ୍‌‌ ହୋଇଥିବା ଇଣ୍ଡିଗୋ ଫ୍ଲାଇଟ୍‌‌ ଉଡ଼ାଣ ରଦ୍ଦ ହେବାରୁ ସେମାନେ ରିସେପନ୍‌‌ରେ ପହଞ୍ଚି ପାରି ନ ଥିଲେ। ଫଳରେ ଏହି ଦମ୍ପତ୍ତି ଭିଡିଓକଲ୍‌‌ରେ ରିସେପସନ୍‌‌କୁ ସମ୍ବୋଧିତ କରିଥିଲେ। ଯାହା ମାଧ୍ୟମରେ ବନ୍ଧୁ ପରିଜନମାନଙ୍କ ଠାରୁ ଆଶିର୍ବାଦ ଓ ଶୁଭେଚ୍ଛା ଗ୍ରହଣ କରିଥିଲେ। ଏପରି ଏକ ନିଆରା ରିସେପସନ୍‌‌ ସାମାଜିକ ଗଣମାଧ୍ୟରେ ବେଶ୍‌‌ ଚର୍ଚ୍ଚାର ଖୋରାକ ଯୋଗାଇଛି। ଦେଶବ୍ୟାପୀ କର୍ମଚାରୀ ଅଭାବ ଯୋଗୁଁଁ ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଉଡ଼ାଣ ରଦ୍ଦ ହେବାରୁ ଅନେକ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ନବ ଦମ୍ପତି ନୁହନ୍ତି ଇଣ୍ଡିଗୋ ବିମାନ ଉଡ଼ାଣରେ ବିଭ୍ରାଟରୁ ଏମିତି ହନ୍ତସନ୍ତ ହୋଇଛନ୍ତି ହଜାର ହଜାର ଯାତ୍ରୀ।

ସୂଚନା ଅନୁସାରେ, କ୍ରମାଗତ ପଞ୍ଚମ ଦିନ ପାଇଁ ବିମାନ ବାତିଲ ପରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କେତେବେଳେ ନିଜ ଫ୍ଲାଇଟ ଚାଲିବ ଏବଂ ଯାତ୍ରୀମାନେ ନିଜ ଲକ୍ଷ୍ୟସ୍ଥଳକୁ ଯିବେ ସେ ବିଷୟରେ ବୁଝିବାକୁ ବିଭିନ୍ନ କାଉଣ୍ଟରରେ ଭିଡ ଜମିବା ସହ ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ ଦେଖିବାକୁ ମିଳିଛି। ଅନ୍ୟ ବିମାନ ଗୁଡିକର ଟିକଟ୍‌‌ ଦର ବି ଆକାଶଛୁଆଁ ହୋଇଛି। ଜରୁରୀ କାମ ପାଇଁ କିଏ କ୍ୟାବ କରି ଭୁବନେଶ୍ୱରରୁ କୋଲକାତା ନିଜ ଘରକୁ ଫେରୁଛି ତ କିଏ ୫ଗୁଣା ଟଙ୍କା ଦେଇ ଅନ୍ୟ ଫ୍ଲାଇଟରେ ଯିବାକୁ ବାଧ୍ୟ ହେଉଛି। ଦେଶରେ ବଡ଼ ବଡ଼ ସହର ମୁମ୍ୱାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତା ଭଳି ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ବିମାନ ଯାତ୍ରୀମାନେ ଘରୁ ବାହାରିବା ଆଗରୁ, ନିଜ ବିମାନର ସିଡ୍ୟୁଲ ଦେଖି, ଘରୁ ବାହାରିବାକୁ ନିବେଦନ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ।