Schools - The Sakala

ଜୁଲାଇ ୧ରୁ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲରେ ଗଠନ ହେବ ନୂଆ ପରିଚାଳନା କମିଟି
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆସନ୍ତା ଜୁଲାଇ ୧ ତାରିଖରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଥିବା କମିଟିଗୁଡ଼ିକର କାର୍ଯ୍ୟକାଳ ଜୁନ ୩୦, ୨୦୨୬ରେ ଶେଷ ହେବାକୁ ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଜାରି କରାଯାଇଥିବା ନୂଆ ମାର୍ଗଦର୍ଶିକା ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ଏକୀକୃତ ପରିଚାଳନା କମିଟି ରହିବ। ଏହା ଅଧୀନରେ ଦୁଇଟି ଉପ-କମିଟି ଯଥା- ଭିତ୍ତିଭୂମି ଉନ୍ନୟନ ପାଇଁ ସ୍କୁଲ ବିଲ୍ଡିଂ କମିଟି ଏବଂ ଶିକ୍ଷାଦାନ ନିମନ୍ତେ ଏକାଡେମିକ୍ କମିଟି ଗଠନ କରାଯିବ। ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରେ କମିଟିର ସଦସ୍ୟ ସଂଖ୍ୟା ନିର୍ଭର କରିବ। ୧୦୦ ଜଣ ପର୍ଯ୍ୟନ୍ତ ପିଲା ଥିବା ସ୍କୁଲରେ ୧୨ରୁ ୧୫ ଜଣ ସଦସ୍ୟ ରହିବେ। ସେହିପରି ୧୦୦ ରୁ ୫୦୦ ପିଲା ଥିଲେ ୧୫ ରୁ ୨୦ ଜଣ ଏବଂ ୫୦୦ରୁ ଅଧିକ ପିଲା ଥିବା ବିଦ୍ୟାଳୟଗୁଡ଼ିକରେ ୨୦ ରୁ ୨୫ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯିବ।

ଏହି ନୂତନ କମିଟିରେ ସର୍ବମୋଟ ସଦସ୍ୟଙ୍କ ମଧ୍ୟରୁ ୭୫ ପ୍ରତିଶତ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ହେବେ। ସେହିପରି ମୋଟ ସଦସ୍ୟଙ୍କ ମଧ୍ୟରୁ ଅତିକମରେ ୫୦ ପ୍ରତିଶତ ମହିଳା ରହିବା ବାଧ୍ୟତାମୂଳକ କରାଯାଇଛି। ଏହାବ୍ୟତୀତ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ପଛୁଆ ବର୍ଗ (OBC) ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲା (CWSN)ଙ୍କ ଅଭିଭାବକମାନଙ୍କୁ କମିଟିରେ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବ।

ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ପାଇଁ କଡ଼ା ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ଅଭିଭାବକ-ଶିକ୍ଷକ ବୈଠକ (PTM) ଆୟୋଜନ କରାଯାଇ ସଦସ୍ୟ ମନୋନୟନ କିମ୍ବା ନିର୍ବାଚନ କରାଯିବ। ଜୁଲାଇ ୧୭ ତାରିଖ ସୁଦ୍ଧା କମିଟିକୁ ବିଧିବଦ୍ଧ ଭାବେ ଗଠନ କରାଯିବ ଏବଂ ଜୁଲାଇ ୨୨ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଓ ପ୍ରସ୍ତାବ ଓସେପା (OSEPA) କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏହି କମିଟି ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ (MDM), ସ୍କୁଲ ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା ଓ ଆର୍ଥିକ ପରିଚାଳନା ଉପରେ ନଜର ରଖିବ। ସମାଜର ଅଂଶଗ୍ରହଣ ବୃଦ୍ଧି ସହ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟଶୈଳୀରେ ଉନ୍ନତି ଆଣିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସ୍କୁଲ ଗୁଡ଼ିକର ଖରାଛୁଟି ଅବଧିକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ପାଗର ସ୍ଥିତିକୁ ଆକଳନ କରିବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ଯେ, 'ଆଗାମୀ ଦିନରେ ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ। ଆମେ ସେହି ସମୟର ସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନେବୁ।' ଗ୍ରୀଷ୍ମ ପ୍ରବାହ କମ୍ ନହେଲେ ଛୁଟି ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି। 'ପିଲାମାନଙ୍କର ସୁରକ୍ଷା ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକତା,' ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ରାଜ୍ୟ ସରକାର ଗତ ଏପ୍ରିଲ ୨୭ ତାରିଖରୁ ସମସ୍ତ ବିଦ୍ୟାଳୟ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହି ଛୁଟି ଜୁନ୍ ୧୭ ତାରିଖରେ ଶେଷ ହେବାର ଥିଲା। ତେବେ ଖରାର ପ୍ରକୋପ ଉପରେ ନିର୍ଭର କରି ଏହି ଅବଧିରେ ପରିବର୍ତ୍ତନ କରାଯାଇପାରେ ।

ବଦଳିବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ବଦଳିବ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପାଠ୍ୟପୁସ୍ତକ । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲର ପୁସ୍ତକ ବଦଳିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି । ତେବେ ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ । ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ଏବଂ ପର୍ଯ୍ୟାୟ କ୍ରମେ ଏହି ନୂତନ ପାଠ୍ୟକ୍ରମକୁ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।