Jagannath Culture - The Sakala

ପୁଣି ମହାପ୍ରସାଦକୁ ଘୋର ଅସମ୍ମାନ: ଗୋଡ଼ରେ ଚପଲ ପିନ୍ଧି ଡାଇନିଂ ଟେବୁଲରେ ବସି ଖାଇଲେ ପର୍ଯ୍ୟଟକ; ଭିଡିଓ ଭାଇରାଲ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ଘୋର ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ପର୍ଯ୍ୟଟକ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଗନ୍ନାଥ ପ୍ରେମୀ ତଥା ସାଧାରଣ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି।

ଚପଲ ପିନ୍ଧି ଟେବୁଲରେ ଭୋଜନ

ସୂଚନା ଅନୁଯାୟୀ, ପୁରୀର ଏକ ଘରୋଇ ହୋଟେଲରେ କିଛି ବଙ୍ଗୀୟ ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିଲେ। ତେବେ ସେମାନେ ପରମ୍ପରା ମୁତାବକ ତଳେ ନବସି ଡାଇନିଂ ଟେବୁଲ ଉପରେ ମହାପ୍ରସାଦ ରଖି ଖାଉଥିଲେ। କେବଳ ସେତିକି ନୁହେଁ, ସେମାନେ ଗୋଡରେ ଚପଲ ପିନ୍ଧି ମହାପ୍ରସାଦ ସେବନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ପରମ୍ପରା ବିରୋଧୀ।

ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ମହାପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ନୀତି ଓ ନିଷ୍ଠା ରହିଛି। ଖାଲି ପାଦରେ ଭୂମିରେ ବସି ଭକ୍ତିର ସହ ଏହାକୁ ସେବନ କରିବାର ବିଧି ରହିଛି। କିନ୍ତୁ ହୋଟେଲରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରସାଦକୁ ଏଭଳି ଅସମ୍ମାନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ ଓ ସେବାୟତମାନେ ମତ ଦେଇଛନ୍ତି।

ହୋଟେଲ ମାଲିକଙ୍କ ଦାୟିତ୍ୱ

ଏହି ଘଟଣା ପରେ ହୋଟେଲ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମହାପ୍ରସାଦ ସେବନର ବିଧି ସମ୍ପର୍କରେ ହୋଟେଲ କର୍ତ୍ତୃପକ୍ଷ ସଚେତନ କରାଇବା ଆବଶ୍ୟକ। ଯଦି ହୋଟେଲଗୁଡ଼ିକ ଏ ଦିଗରେ ବିଶେଷ ଧ୍ୟାନ ଦିଅନ୍ତେ, ତେବେ ଏଭଳି ଅପମାନଜନକ ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ ବୋଲି ଦାବି ହେଉଛି।

ବାରମ୍ବାର ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନ: କେତେ ଆଉ ସହିବା?
ପୁରୀ: ପୂର୍ବରୁ ଶ୍ରୀମନ୍ଦିର ଉପରେ ଅନେକଥର ଆକ୍ରମଣ ହୋଇଛି। ଏଥିପାଇଁ ଶ୍ରୀବିଗ୍ରହମାନଙ୍କୁ ଅନେକବାର ରତ୍ନସିଂହାସନ ଛାଡ଼ିବାକୁ ପଡ଼ିଛି। ସେବାୟତମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଅନେକ ଜାଗାକୁ ନେଇ ଲୁଚାଇ ରଖିଛନ୍ତି। ଇତିହାସର ଏହି କଥା ସେତେବେଳେ ପ୍ରତ୍ୟକ୍ଷ ଭାବେ ଘଟୁଥିଲା। ହେଲେ ଏବେ ପରୋକ୍ଷ ଭାବେ ଏହି ଧାରା ଅବ୍ୟାହତ ରହିଛି। ଶ୍ରୀମନ୍ଦିର ଆଉ ଶ୍ରୀଜଗନ୍ନାଥଙ୍କୁ ବାରମ୍ବାର ଅପମାନିତ କରାଯାଉଛି, ଯାହାକି କୌଣସି ଆକ୍ରମଣଠାରୁ କମ୍‌ ନୁହେଁ। ନିକଟରେ ସୋସିଆଲ ମିଡିଆ ଇନଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା ଶ୍ରୀମନ୍ଦିରକୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ। ପରେ କ୍ଷମା ମାଗିବା ସହ ଉକ୍ତ ଭିଡିଓକୁ ଡିଲିଟ୍‌ କରିଥିଲେ ବି ଶ୍ରୀଜଗନ୍ନାଥପ୍ରେମୀ, ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ଖାଲି ଏହି ଗୋଟିଏ ଉଦାହରଣ ନୁହେଁ, ଏମିତି ପୁଳାପୁଳା ଉଦାହରଣ ରହିଛି। ରାଜ୍ୟ ସମେତ ଦେଶବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରାଯାଉଛି। ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ କଦର୍ଥ କରାଯାଉଥିବା ବେଳେ ଏହା ଉପରେ କ’ଣ ପୂର୍ଣ୍ଣଚ୍ଛେଦ ପଡ଼ିପାରିବ ନାହିଁ? ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଥିବା ବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା - ଆଉ କେତେ ସହିବା?

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଇସ୍କନ ବାରମ୍ବାର ଅପମାନିତ କରୁଛି। ଅଦିନରେ ଦେଶ, ବିଦେଶରେ ବିଭିନ୍ନ ଜାଗାରେ ଆୟୋଜନ କରୁଛି ରଥଯାତ୍ରା। ଏହି ବିବାଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ନିକଟରେ ଇସ୍କନ ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତେ ତିଥି (ଜ୍ୟେଷ୍ଠ ପୂର୍ଣ୍ଣିମା)ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତିଥି ଅନୁଯାୟୀ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିଠାରୁ ଆରମ୍ଭ ହେଉଥିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବା ନିଷ୍ପତ୍ତି ସହିତ ସହମତ ହୋଇପାରିନାହିଁ। ଏହାକୁ ନେଇ ବିବାଦ ରହିଥିବା ବେଳେ ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅବମାନନା କରିଆସୁଛି। ଏହାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଓ ସେବାୟତ ଇସ୍କନର ମନମାନିକୁ ବିରୋଧ କରୁଛନ୍ତି। ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ତିଥି ଓ ତାରିଖ ରହିଛି। ଏହାକୁ ସମସ୍ତେ ମାନିବା ଦରକାର। ରଥଯାତ୍ରା ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ପାଳିତ ହୋଇଥାଏ। ଏହା ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ। ଅଦିନରେ ଏବଂ ଅତିଥିରେ ରଥଯାତ୍ରା ଆୟୋଜନ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି, ସନାତନ ହିନ୍ଦୁ ସମାଜ, ଭକ୍ତ ଏବଂ ଦେଶର ଘୋର ଅପମାନ ସହ ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରାଯାଉଛି। ତେଣୁ ଏଭଳି ମନମୁଖୀ କାର୍ଯ୍ୟରୁ ଇସ୍କନ ଦୂରେଇ ରହିବାକୁ ଦାବି କରିଆସୁଛନ୍ତି ଭକ୍ତ ଓ ସେବାୟତ।

ସେହିପରି ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଭିନ୍ନ ଉପାୟରେ ଅପମାନିତ କରାଯାଉଛି। ପୂର୍ବରୁ ମହାପ୍ରଭୁଙ୍କ ଚିତ୍ରକୁ ନେଇ ଅନେକ ବ୍ୟଙ୍ଗାତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଛି। କାର୍‌ ଏବଂ ଅନ୍ୟ ଗାଡ଼ିରେ ଠାକୁରଙ୍କୁ ବସାଇ ରଥଯାତ୍ରା କରିବା, ରଥରେ ସୁଖୋଇ ବିମାନର ଟାୟାର ଲାଗାଯିବା, ମହିଳାଙ୍କ ବିଭିନ୍ନ ପୋଷାକରେ ଜଗନ୍ନାଥଙ୍କ ଫଟୋ ରହିବା, ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିବାର ନଜିର ରହିଛି। ଏଭଳି ସ୍ଥିତିରେ ଏବେ ପୁଣି ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ ଭକ୍ତ ଓ ସେବାୟତଙ୍କ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଶୁଭଙ୍କର ନିଜ ପଡ୍‌କାଷ୍ଟରେ କହିଛନ୍ତି ଯେ ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା’ ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ମା’ ରାଧାରାଣୀ ଅଭିଶାପ ଦେଇଥିଲେ ଯେ ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ। ଶୁଭଙ୍କରଙ୍କ ଏହି ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ସେବାୟତ ଏତଲା ଦେଇଥିବା ବେଳେ ବୁଦ୍ଧିିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଅବଶ୍ୟ ବିରୋଧ ବଢ଼ିବା ପରେ ଶୁଭଙ୍କର କ୍ଷମା ପ୍ରାର୍ଥନା କରିଛନ୍ତି।

ଜଗନ୍ନାଥ ସଂସ୍କୃତିକୁ ଜାଣିଶୁଣି ଅପମାନିତ କରାଯାଉଛି ଏବଂ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରୁଛନ୍ତି। ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେବାକୁ ଭକ୍ତମାନେ ଦାବି କରିଛନ୍ତି।