Shree Jagannath Temple - The Sakala

ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ
ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଏବଂ ଐତିହ୍ୟର ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଦ୍ୱାରା ଆବେଦନ କରାଯାଇଥିବା ଆଉ ୫ଟି ପବିତ୍ର ନାମ ପାଇଁ ଟ୍ରେଡମାର୍କ ମଞ୍ଜୁରୀ ମିଳିଛି।

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସାମାଜିକ ଗଣମାଧ୍ୟମ 'ଏକ୍ସ' ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ ଜଣାଇଛନ୍ତି ଯେ ଏହି ଆବେଦନଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ଆଗାମୀ ଟ୍ରେଡମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ଯେଉଁ ୫ଟି ପବିତ୍ର ନାମକୁ ଅନୁମୋଦନ ମିଳିଛି, ସେଗୁଡ଼ିକ ହେଲା- 'ଜଗନ୍ନାଥ ଧାମ', 'ଶ୍ରୀକ୍ଷେତ୍ର', 'ମହାପ୍ରସାଦ', 'ନୀଳଚକ୍ର' ଏବଂ 'କୋଇଲି ବୈକୁଣ୍ଠ'।

ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପୁରୀର ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ସହିତ ଜଡ଼ିତ ନାମ ଓ ପ୍ରତୀକଗୁଡ଼ିକର ବେଆଇନ ବ୍ୟବହାର ତଥା ବ୍ୟାବସାୟିକ ଅପବ୍ୟବହାରକୁ ରୋକିବା। ଶ୍ରୀମନ୍ଦିରର ପବିତ୍ରତା ଏବଂ ଐତିହ୍ୟକୁ ବଜାୟ ରଖିବା ଦିଗରେ ଏହାକୁ ଏକ ବିଶେଷ ସଫଳତା ବୋଲି ମୁଖ୍ୟ ପ୍ରଶାସକ ବର୍ଣ୍ଣନା କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ମନ୍ଦିର ଏବଂ ଏହାର ରୀତିନୀତି ସହିତ ଜଡ଼ିତ ଅନେକ ଶବ୍ଦକୁ ଟ୍ରେଡମାର୍କ କରାଯାଇଥିଲା, ଯାହାଦ୍ୱାରା ଧାର୍ମିକ ଏବଂ ସାଂସ୍କୃତିକ ଉଦ୍ଦେଶ୍ୟରେ ସେଗୁଡ଼ିକର କେବଳ ସ୍ୱତନ୍ତ୍ର ବ୍ୟବହାରକୁ ହିଁ ସୁନିଶ୍ଚିତ କରାଯାଇପାରିବ।

ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ଦୀର୍ଘ ୧୪ ଦିନ ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଅଣସର। ଦୀର୍ଘ ୧୪ ଦିନ ଧରି ଅଣସର ଘରେ ଗୁପ୍ତ ଉପଚାର ପରେ ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଜ୍ୱରରୁ ସୁସ୍ଥ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଆଜି ନବ ଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ମଧ୍ୟାହ୍ନରେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିବ ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ଏଥିସହ ନେତ୍ରୋତ୍ସବ ମଧ୍ୟ ରହିଛି।

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଜ୍ୱରରେ ପଡ଼ିଥିଲେ ଦାରୁଦିଅଁ। ଅଣସର ଘରେ ଚାଲିଥିଲା ଉପଚାର। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିଥିଲେ। ଫୁଲୁରୀ ତେଲ, ଓଷୁଅ ଲାଗି ସହ ଦଶମୂଳ ମୋଦକ ସେବନ ପରେ ଏବେ ସୁସ୍ଥ ହୋଇଯାଇଛନ୍ତି ଦାରୁବିଗ୍ରହ। ଆଜି ମଧ୍ୟାହ୍ନ ୧୨ଟା ୧୫ରେ ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼ିବ। ପଟି ଠାକୁର ମଣ୍ଡଣି ଘରକୁ, ଅନ୍ୟ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅପରାହ୍ଣ ୨ଟାରେ ଅଣସର ତାଟି ଫିଟିବ। ଅପରାହ୍ଣ ସାଢେ଼ ୨ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ଅପରାହ୍ଣ ସାଢେ଼ ୨ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହୋଇ ଗୋଟାଏ ଘଣ୍ଟା ଚାଲିବ। ପରିମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ଭିତରକାଠ ନିକଟରେ ସେମାନେ ଦର୍ଶନ କରିବେ। ସେହିପରି ଅପରାହ୍ଣ ସାଢେ଼ ୩ରୁ ସାଢେ଼ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ଭିତରକାଠ ନିକଟରୁ ହେବ। ଏହାପରେ ଆଉ ଦର୍ଶନ ହେବ ନାହିଁ।

ତେବେ ସାହାଣମେଲା ଦର୍ଶନ ସରିବା ପରେ ଧୂଆ ହୋଇ ଚୁନପାଣି ପଡ଼ିବ। ଏହାପରେ ସର୍ବାଙ୍ଗ ବନ୍ଦାପନା ହେବ। ଏହି ନୀତି ବଢ଼ିବା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ। ଏହାସହିତ ଅନ୍ୟାନ୍ୟ ନୀତି ବଢ଼ି ଭୋଗମଣ୍ଡପ ଉଠିବା ପରେ ଦକ୍ଷିଣୀ ଘର ଭୋଗ ହେବ। ରାତି ୨ଟା ୧୦ରେ ସନ୍ଧ୍ୟା ଆଳତି ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସନ୍ଧ୍ୟା ଧୂପ ପରେ ଭୋର୍‌ ୪ଟାରେ ବନକଲାଗିକୁ ପ୍ରବେଶ କରିବେ ଦତ୍ତମହାପାତ୍ର ସେବକ। ବୁଧବାର ଉଭାଯାତ୍ରା ଥିବାରୁ ରଥଯାତ୍ରା ପ୍ରସ୍ତୁତି ପାଇଁ ପ୍ରଶାସନକୁ ଅଧିକ ସମୟ ମିଳିବ। ଗୁରୁବାର ଅନୁଷ୍ଠିତ ହେବ ରଥଯାତ୍ରା। ଅନ୍ୟପକ୍ଷରେ ଆଉ ଦିନକ ପରେ ଘୋଷଯାତ୍ରା ଥିବାବେଳେ ପୁରୀକୁ ଭକ୍ତଙ୍କ ଆଗମନ ବଢୁଛି। ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ହୋଟେଲ, ଲଜିଂ ଓ ଧର୍ମଶାଳାଗୁଡ଼ିକ ପ୍ୟାକ୍‌ ହୋଇଗଲାଣି।

ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଅତିଥି ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତିର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରା ? କେମିତି ଭକ୍ତମାନେ ଦର୍ଶନ କରିବେ ? କେଉଁ ପଟେ ପଶିବେ ଆଉ କେଉଁ ପଟେ ବାହାରିବେ? କେତେ ସମୟ ଦର୍ଶନ ଚାଲିବ କେତେ ବେଳେ ପହଡ଼ ପଡିବ ।  ଏ ସମସ୍ତ ବିଷୟ ନେଇ ବୈଠକରେ ହୋଇଛି ଆଲୋଚନା ।

ସ୍ନାନ ଯାତ୍ରାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ବୈଠକରେ ଉପସ୍ଥିତ ରହି ରଥକାଠ, ଦଉଡ଼ି, କପଡ଼ା ଏବଂ ଅନ୍ୟାନ୍ୟ ନୀତି ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ଉତ୍ସବ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ସେ ନିଶ୍ଚିତ କରିଛନ୍ତି।

ଏହି ମହାନ ପର୍ବର ସୁଗମ ପରିଚାଳନା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ), ଜିଲ୍ଲା ପ୍ରଶାସନ, ପୋଲିସ, ସେବାୟତ ଏବଂ ଦଇତାପତି ନିଯୋଗ ମଧ୍ୟରେ ଉତ୍ତମ ସମନ୍ୱୟ ଜରୁରୀ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭକ୍ତମାନଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ ଏବଂ ସୁରକ୍ଷା କର୍ମୀଙ୍କ ମୁତୟନ ଉପରେ ରଣନୀତି ପ୍ରସ୍ତୁତ କରିଥିଲେ।

ଇଂରାଜୀ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ପୁରୀ, ଭକ୍ତଙ୍କୁ ଦର୍ଶନ ଦେବାକୁ ଅଧା ଅନିଦ୍ରା ହେବେ ମହାପ୍ରଭୁ
ପୁରୀ: ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ ସହର। ହୋଟେଲ, ଲଜ୍‌, ଭକ୍ତନିବାସ, ହଲିଡେ ହୋମ୍‌ଗୁଡିକ ପୂରା ପ୍ୟାକ୍‌। ବୁଧବାର ରାତି ୧୨ଟାରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ମଉଜ, ମସ୍ତିରେ ସ୍ୱାଗତ କରିବେ ନୂଆବର୍ଷ ୨୦୨୬କୁ । ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରସ୍ତୁତି ହୋଇଯାଇଛି ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ନୂଆବର୍ଷରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ଅଧା ଅନିଦ୍ରା ହେବେ। ବୁଧବାର ଅର୍ଥାତ ଡ଼ିସେମ୍ବର ୩୧ ରାତି ୧୧ଟା ସୁଦ୍ଧା ରାତ୍ର ପହୁଡ଼ ହେବ ଓ ରାତି ୨ଟାରେ ଦ୍ୱାରଫିଟା ଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆବର୍ଷ ପାଇଁ ଅର୍ଦ୍ଧରାତ୍ରିରୁ ମନ୍ଦିର ଖୋଲି ମହାପ୍ରଭୁଙ୍କୁ ଅନିଦ୍ରା ନ ରଖିବା ଲାଗି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ଗଜପତି ମହାରାଜା, ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଛତିଶା ନିଯୋଗ ପୂର୍ବରୁ ନିର୍ଘଣ୍ଟ କରିଥିବା ନୀତିକାନ୍ତି ଅନୁଯାୟୀ ନୀତି କରାଯିବ ବୋଲି ଜଣାପଡିଛି।

ଅନ୍ୟପଟେ ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ମାର୍କେଟ ଛକଠାରୁ NO VEHICLE ZONE ହେବ। ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ।

ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି । ପୁରୀ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି, ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ
ପୁରୀ: ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ! ପୁରୀ ଶ୍ରୀମନ୍ଦିର ପ୍ରଶାସନର ୨୦୨୬ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ହୋଇଥିବା ଅଭିଯୋଗ । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନିତ କରାଯାଇଛି ସେଥିରେ ଗୁରୁତର ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ଶ୍ରୀମନ୍ଦିର ପ୍ରଶାସନ ନିଜେ କରିଛି ଏପରି ଅକ୍ଷମଣିୟ ତ୍ରୁଟି ।

ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡର ରେ ଏଭଳି ତ୍ରୁଟିକୁ ଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି । କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡର ରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଉଲ୍ଲଘଂନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର କୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି। କେଉଁ ଅଧିକାରୀଙ୍କ ଦାୟିତ୍ବହୀନତାରେ ଏଭଳି ତ୍ରୁଟି ହୋଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଗନ୍ନାଥପ୍ରେମୀ ଓ ସେବାୟତ ଦାବି କରିଛନ୍ତି।

ବାରମ୍ବାର ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନ: କେତେ ଆଉ ସହିବା?
ପୁରୀ: ପୂର୍ବରୁ ଶ୍ରୀମନ୍ଦିର ଉପରେ ଅନେକଥର ଆକ୍ରମଣ ହୋଇଛି। ଏଥିପାଇଁ ଶ୍ରୀବିଗ୍ରହମାନଙ୍କୁ ଅନେକବାର ରତ୍ନସିଂହାସନ ଛାଡ଼ିବାକୁ ପଡ଼ିଛି। ସେବାୟତମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଅନେକ ଜାଗାକୁ ନେଇ ଲୁଚାଇ ରଖିଛନ୍ତି। ଇତିହାସର ଏହି କଥା ସେତେବେଳେ ପ୍ରତ୍ୟକ୍ଷ ଭାବେ ଘଟୁଥିଲା। ହେଲେ ଏବେ ପରୋକ୍ଷ ଭାବେ ଏହି ଧାରା ଅବ୍ୟାହତ ରହିଛି। ଶ୍ରୀମନ୍ଦିର ଆଉ ଶ୍ରୀଜଗନ୍ନାଥଙ୍କୁ ବାରମ୍ବାର ଅପମାନିତ କରାଯାଉଛି, ଯାହାକି କୌଣସି ଆକ୍ରମଣଠାରୁ କମ୍‌ ନୁହେଁ। ନିକଟରେ ସୋସିଆଲ ମିଡିଆ ଇନଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା ଶ୍ରୀମନ୍ଦିରକୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ। ପରେ କ୍ଷମା ମାଗିବା ସହ ଉକ୍ତ ଭିଡିଓକୁ ଡିଲିଟ୍‌ କରିଥିଲେ ବି ଶ୍ରୀଜଗନ୍ନାଥପ୍ରେମୀ, ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ଖାଲି ଏହି ଗୋଟିଏ ଉଦାହରଣ ନୁହେଁ, ଏମିତି ପୁଳାପୁଳା ଉଦାହରଣ ରହିଛି। ରାଜ୍ୟ ସମେତ ଦେଶବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରାଯାଉଛି। ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ କଦର୍ଥ କରାଯାଉଥିବା ବେଳେ ଏହା ଉପରେ କ’ଣ ପୂର୍ଣ୍ଣଚ୍ଛେଦ ପଡ଼ିପାରିବ ନାହିଁ? ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଥିବା ବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା - ଆଉ କେତେ ସହିବା?

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଇସ୍କନ ବାରମ୍ବାର ଅପମାନିତ କରୁଛି। ଅଦିନରେ ଦେଶ, ବିଦେଶରେ ବିଭିନ୍ନ ଜାଗାରେ ଆୟୋଜନ କରୁଛି ରଥଯାତ୍ରା। ଏହି ବିବାଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ନିକଟରେ ଇସ୍କନ ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତେ ତିଥି (ଜ୍ୟେଷ୍ଠ ପୂର୍ଣ୍ଣିମା)ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତିଥି ଅନୁଯାୟୀ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିଠାରୁ ଆରମ୍ଭ ହେଉଥିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବା ନିଷ୍ପତ୍ତି ସହିତ ସହମତ ହୋଇପାରିନାହିଁ। ଏହାକୁ ନେଇ ବିବାଦ ରହିଥିବା ବେଳେ ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅବମାନନା କରିଆସୁଛି। ଏହାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଓ ସେବାୟତ ଇସ୍କନର ମନମାନିକୁ ବିରୋଧ କରୁଛନ୍ତି। ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ତିଥି ଓ ତାରିଖ ରହିଛି। ଏହାକୁ ସମସ୍ତେ ମାନିବା ଦରକାର। ରଥଯାତ୍ରା ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ପାଳିତ ହୋଇଥାଏ। ଏହା ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ। ଅଦିନରେ ଏବଂ ଅତିଥିରେ ରଥଯାତ୍ରା ଆୟୋଜନ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି, ସନାତନ ହିନ୍ଦୁ ସମାଜ, ଭକ୍ତ ଏବଂ ଦେଶର ଘୋର ଅପମାନ ସହ ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରାଯାଉଛି। ତେଣୁ ଏଭଳି ମନମୁଖୀ କାର୍ଯ୍ୟରୁ ଇସ୍କନ ଦୂରେଇ ରହିବାକୁ ଦାବି କରିଆସୁଛନ୍ତି ଭକ୍ତ ଓ ସେବାୟତ।

ସେହିପରି ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଭିନ୍ନ ଉପାୟରେ ଅପମାନିତ କରାଯାଉଛି। ପୂର୍ବରୁ ମହାପ୍ରଭୁଙ୍କ ଚିତ୍ରକୁ ନେଇ ଅନେକ ବ୍ୟଙ୍ଗାତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଛି। କାର୍‌ ଏବଂ ଅନ୍ୟ ଗାଡ଼ିରେ ଠାକୁରଙ୍କୁ ବସାଇ ରଥଯାତ୍ରା କରିବା, ରଥରେ ସୁଖୋଇ ବିମାନର ଟାୟାର ଲାଗାଯିବା, ମହିଳାଙ୍କ ବିଭିନ୍ନ ପୋଷାକରେ ଜଗନ୍ନାଥଙ୍କ ଫଟୋ ରହିବା, ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିବାର ନଜିର ରହିଛି। ଏଭଳି ସ୍ଥିତିରେ ଏବେ ପୁଣି ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ ଭକ୍ତ ଓ ସେବାୟତଙ୍କ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଶୁଭଙ୍କର ନିଜ ପଡ୍‌କାଷ୍ଟରେ କହିଛନ୍ତି ଯେ ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା’ ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ମା’ ରାଧାରାଣୀ ଅଭିଶାପ ଦେଇଥିଲେ ଯେ ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ। ଶୁଭଙ୍କରଙ୍କ ଏହି ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ସେବାୟତ ଏତଲା ଦେଇଥିବା ବେଳେ ବୁଦ୍ଧିିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଅବଶ୍ୟ ବିରୋଧ ବଢ଼ିବା ପରେ ଶୁଭଙ୍କର କ୍ଷମା ପ୍ରାର୍ଥନା କରିଛନ୍ତି।

ଜଗନ୍ନାଥ ସଂସ୍କୃତିକୁ ଜାଣିଶୁଣି ଅପମାନିତ କରାଯାଉଛି ଏବଂ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରୁଛନ୍ତି। ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେବାକୁ ଭକ୍ତମାନେ ଦାବି କରିଛନ୍ତି।