removed - The Sakala

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ । ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦକୁ ହଟାଇଲେ ବେଙ୍ଗଲ ସରକାର । ଜଗନ୍ନାଥ ଧାମ ବଦଳରେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଓଡ଼ିଶା ସରକାରଙ୍କ ଚିଠି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନେଲେ ଏହି ବଡ ନିଷ୍ପତ୍ତି ।

ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଫାଟକରେ ଲେଖାଯାଇଥିବା ‘ଧାମ’ ଶବ୍ଦ ହଟାଯାଇଥିଲା। ସେଠାରେ ଲାଗିଥିବା ‘ଜଗନ୍ନାଥ ଧାମ’ ଫଳକକୁ ଖୋଲି ‘ଜଗନ୍ନାଥ ମନ୍ଦିର’ର ଫଳକ ଲଗାଯାଇଛି। ସେହିପରି ମନ୍ଦିର ବାହାରେ ଯେଉଁଠି ବଡ଼ ବଡ଼ ଅକ୍ଷରରେ ଜଗନ୍ନାଥ ଧାମ ବୋଲି ଲେଖାଯାଇଥିଲା, ସେଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରରର ଏକ ବ୍ୟାନର ଲଗାଯାଇଛି।

ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆ ଯାଇଛି । ଶ୍ରୀଜଗନ୍ନାଥଙ୍କ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ ଏବଂ ପୁରୀର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଅନେକ ଜଗନ୍ନାଥ ପ୍ରେମୀ ଓ ସେବାୟତ ଏହାକୁ ନେଇ ଆପତ୍ତି ଉଠାଇଥିଲେ ।

୨୦୨୬ ଡିସେମ୍ବର ସୁଦ୍ଧା ଦେଶର ଜାତୀୟ ରାଜପଥଗୁଡିକରୁ ହଟିବ ସବୁ ଟୋଲ୍‌ ଗେଟ୍‌
ନୂଆଦିଲ୍ଲୀ:  ଆସନ୍ତା ୨୦୨୬ ଡିସେମ୍ବର ସୁଦ୍ଧା ଦେଶର ଜାତୀୟ ରାଜପଥଗୁଡିକରୁ ସମସ୍ତ ଟୋଲ୍‌ ଗେଟ୍ ହଟିବ। ରାଜପଥରେ ପ୍ରଚଳିତ ବର୍ତ୍ତମାନର ଟୋଲ୍ ଆଦାୟ ବ୍ୟବସ୍ଥା ଉଚ୍ଛେଦ ହେବ। ଏହାକୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍, ପ୍ରତିବନ୍ଧକ-ମୁକ୍ତ ଟୋଲ୍ ବ୍ୟବସ୍ଥା ଦ୍ୱାରା ବଦଳାଯିବ ବୋଲି ଗୁରୁବାର ଲୋକସଭାରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୂତନ ବ୍ୟବସ୍ଥା ୧୦ଟି ସ୍ଥାନରେ ପାଇଲଟ୍‌ ପ୍ରକଳ୍ପ ଭିତ୍ତିରେ ଆରମ୍ଭ କରାଯାଇଛି। ଆଉ ଏକ ବର୍ଷ ମଧ୍ୟରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି। ପୂର୍ବରୁ ଯାନବାହାନଗୁଡ଼ିକୁ ଟୋଲ୍ ପ୍ଲାଜାରେ ଅଟକି ନଗଦ କିମ୍ବା କାର୍ଡ ସହିତ ଦେୟ ଦେବାକୁ ପଡୁଥିଲା। ଫାସ୍‌ଟ୍ୟାଗ୍‌ ପ୍ରଚଳନ ଦ୍ୱାରା ଟୋଲ୍ ପ୍ଲାଜାରେ ଯାନବାହାନ ରହିବା ସମୟ ହ୍ରାସ ପାଇଛି। ବର୍ତ୍ତମାନ, ପରବର୍ତ୍ତୀ ପଦକ୍ଷେପ ହେଉଛି ହାଇ-ଟେକ୍, ପ୍ରତିବନ୍ଧକ-ମୁକ୍ତ ଟୋଲ୍ ପ୍ଲାଜା ଆଡକୁ ଅଗ୍ରସର ହେବା। ବର୍ତ୍ତମାନ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିବାର ଆବଶ୍ୟକତା ନାହିଁ। ଟଙ୍କା ସ୍ୱୟଂଚାଳିତ ଭାବରେ କଟୁଛି। ଗାଡ଼ି ଟୋଲ୍ ଲେନ୍ ଦେଇ ଯିବା ସମୟରେ ଏକ ସେନ୍‌ସର୍ ଟ୍ୟାଗ୍ ରିଡ୍‌ କରିଥାଏ। ଏହାପରେ ବ୍ୟବହାରକାରୀଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ କିମ୍ବା ୱାଲେଟ୍‌ରୁ ତତ୍‌କ୍ଷଣାତ୍‌ ଟଙ୍କା କଟିଯାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସାରା ଦେଶରେ ପ୍ରାୟ ୪୫୦୦ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା।