toll gates - The Sakala

୨୦୨୬ ଡିସେମ୍ବର ସୁଦ୍ଧା ଦେଶର ଜାତୀୟ ରାଜପଥଗୁଡିକରୁ ହଟିବ ସବୁ ଟୋଲ୍‌ ଗେଟ୍‌
ନୂଆଦିଲ୍ଲୀ:  ଆସନ୍ତା ୨୦୨୬ ଡିସେମ୍ବର ସୁଦ୍ଧା ଦେଶର ଜାତୀୟ ରାଜପଥଗୁଡିକରୁ ସମସ୍ତ ଟୋଲ୍‌ ଗେଟ୍ ହଟିବ। ରାଜପଥରେ ପ୍ରଚଳିତ ବର୍ତ୍ତମାନର ଟୋଲ୍ ଆଦାୟ ବ୍ୟବସ୍ଥା ଉଚ୍ଛେଦ ହେବ। ଏହାକୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍, ପ୍ରତିବନ୍ଧକ-ମୁକ୍ତ ଟୋଲ୍ ବ୍ୟବସ୍ଥା ଦ୍ୱାରା ବଦଳାଯିବ ବୋଲି ଗୁରୁବାର ଲୋକସଭାରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୂତନ ବ୍ୟବସ୍ଥା ୧୦ଟି ସ୍ଥାନରେ ପାଇଲଟ୍‌ ପ୍ରକଳ୍ପ ଭିତ୍ତିରେ ଆରମ୍ଭ କରାଯାଇଛି। ଆଉ ଏକ ବର୍ଷ ମଧ୍ୟରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି। ପୂର୍ବରୁ ଯାନବାହାନଗୁଡ଼ିକୁ ଟୋଲ୍ ପ୍ଲାଜାରେ ଅଟକି ନଗଦ କିମ୍ବା କାର୍ଡ ସହିତ ଦେୟ ଦେବାକୁ ପଡୁଥିଲା। ଫାସ୍‌ଟ୍ୟାଗ୍‌ ପ୍ରଚଳନ ଦ୍ୱାରା ଟୋଲ୍ ପ୍ଲାଜାରେ ଯାନବାହାନ ରହିବା ସମୟ ହ୍ରାସ ପାଇଛି। ବର୍ତ୍ତମାନ, ପରବର୍ତ୍ତୀ ପଦକ୍ଷେପ ହେଉଛି ହାଇ-ଟେକ୍, ପ୍ରତିବନ୍ଧକ-ମୁକ୍ତ ଟୋଲ୍ ପ୍ଲାଜା ଆଡକୁ ଅଗ୍ରସର ହେବା। ବର୍ତ୍ତମାନ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିବାର ଆବଶ୍ୟକତା ନାହିଁ। ଟଙ୍କା ସ୍ୱୟଂଚାଳିତ ଭାବରେ କଟୁଛି। ଗାଡ଼ି ଟୋଲ୍ ଲେନ୍ ଦେଇ ଯିବା ସମୟରେ ଏକ ସେନ୍‌ସର୍ ଟ୍ୟାଗ୍ ରିଡ୍‌ କରିଥାଏ। ଏହାପରେ ବ୍ୟବହାରକାରୀଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ କିମ୍ବା ୱାଲେଟ୍‌ରୁ ତତ୍‌କ୍ଷଣାତ୍‌ ଟଙ୍କା କଟିଯାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସାରା ଦେଶରେ ପ୍ରାୟ ୪୫୦୦ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା।