Minor Girl Death - The Sakala

ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଦିଗପହଣ୍ଡି: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳରୁ  ସାମ୍ନାକୁ ଆସିଛି ଏପରି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ତାଙ୍କ ପୁରୁଷ ବନ୍ଧୁଙ୍କ ଘରୁ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ, ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ମୃତ ନାବାଳିକାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ପୂର୍ବେ ଉକ୍ତ ନାବାଳିକା ଜଣକ ଅଭିଯୁକ୍ତ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ। ତେବେ କିଛି ଦିନ ପରେ ଉଭୟ ଗାଁକୁ ଫେରିଆସି ଏକାଠି ବସବାସ କରୁଥିଲେ। ବର୍ତ୍ତମାନ ଯୁବକଙ୍କ ଘରୁ ନାବାଳିକାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ମୃତଦେହ ମିଳିବା ପରେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ସଦସ୍ୟମାନେ ଦୃଢ଼ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଜରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଏହି ଘଟଣାରେ ଜରଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଏକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଯୁବକ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି।

ଡ୍ରେନରୁ ନାବାଳିକାର ମୃତଦେହ ମିଳିବାକୁ ନେଇ ସସ୍‌ପେନ୍ସ; ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ
ସମ୍ବଲପୁର: ନାଳରୁ ନାବାଳିକାର ମୃତଦେହ ଉଦ୍ଧାର । ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ଶାନ୍ତିନଗରରେ ଥିବା ଏକ ଡ୍ରେନରୁ ନାବାଳିକାର ମୃତଦେହ ମିଳିବା ପରେ ଏହାକୁ ନେଇ ସସ୍‌ପେନ୍ସ ଉପୁଜିଛି । ଏହା ଦୁର୍ଘଟଣା ନା ହତ୍ୟା ? ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ଅଇଁଠାପାଲି ଥାନା ଆଇଆଇସି କହିଛନ୍ତି । ନାବାଳିକାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣା କହୁଥିବାବେଳେ ସମ୍ପର୍କୀୟ କିନ୍ତୁ ଏହାକୁ ହତ୍ୟା ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅନୁଗୁଳରେ ଥିବା ନାବାଳିକାଙ୍କ ମାମୁ, ମାଇଁ, ଆଈ ହତ୍ୟା ଅଭିଯୋଗ ଆଣିଛନ୍ତି । ସମ୍ପତ୍ତି ଲୋଭରେ ଜେଜେ, ଜେଜେମା, ପିଉସୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ୨୦୧୪ରେ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ଓ ୩ ବର୍ଷ ପରେ ମାଁଙ୍କ ଆତ୍ମହତ୍ୟା ପରେ ଜେଜେ ବାପା ଓ ଜେଜେ ମାଁ ସାଙ୍ଗରେ ରହୁଥିଲେ ନାବାଳିକା । ଏପରିକି ତାଙ୍କ ମାଁଙ୍କୁ ହତ୍ୟା କରି ସେତେବେଳେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମା’ ମରିବାର ୮ ବର୍ଷ ପରେ ଭାଣିଜୀର ମଧ୍ୟ ମୃତ୍ୟୁ ହୋଇଛି। ଏହା ଦୁର୍ଘଟଣା ନୁହେଁ, ଏହା ଏକ ହତ୍ୟା ଘଟଣା ବୋଲି ମୃତକଙ୍କ ମାମୁ ଅଭିଯୋଗ କରିଛନ୍ତି।