Debate Competition - The Sakala

ଦୈନିକ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା: ବରିଷ୍ଠରେ ଶାଶ୍ୱତୀ, କନିଷ୍ଠରେ ଶୁଭମ୍‌ ପ୍ରଥମ
ଭୁବନେଶ୍ୱର: ମାଗଣା ଯୋଜନା ସମାଜର ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଅନିବାର୍ଯ୍ୟ ଆବଶ୍ୟକତା; ମାତ୍ର ବର୍ତ୍ତମାନ ସମୟରେ ଏହା ଲକ୍ଷ୍ୟଚ୍ୟୁତ ଓ ଭୋଟ ସର୍ବସ୍ୱ ହୋଇଛି । ଯାହାଦ୍ୱାରା ଦେଶର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଋଣ କରି ଘିଅ ଖାଇବା ପରି ମାଗଣା ଯୋଜନା ଦେଶବାସୀ ଆର୍ଥିକ ଅସନ୍ତୁଳନର ପ୍ରମୁଖ କାରଣ ହୋଇଛି ଏବଂ ଋଣ ଭାର ବୃଦ୍ଧି ବିକାଶକୁ ବାଧାପ୍ରାପ୍ତ କରୁଛି । ସେହିପରି ପରିବେଶ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଏବଂ ଏହା ମଧ୍ୟରେ ସନ୍ତୁଳନ ଅତ୍ୟନ୍ତ ଜରୁରୀ। ଗୋଟିଏ ପାଇଁ ଅନ୍ୟଟିକୁ ବଳି ଦିଆଯିବା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ, ତେଣୁ ବିକାଶ ପାଇଁ ପରିବେଶର ସତର୍କ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ‘ସକାଳ’ ୫ମ ସ୍ୱନକ୍ଷତ୍ର ଅବସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ବିଚାରକ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

କନିଷ୍ଠ ବର୍ଗରେ ‘ପରିବେଶ ଠାରୁ ବିକାଶକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍‌ କି’ ଶୀର୍ଷକ ବିତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ଶୈଳବାଳା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ନିରଞ୍ଜନ ପ୍ରସାଦ ରଥ, ଫକିରମୋହନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମଣୀନ୍ଦ୍ର ମେହେର, ଅବସରପ୍ରାପ୍ତ ପ୍ରଫେସର ଓ ଭୂତତ୍ୱବିତ୍‌ ଡ. ଜେନାମଣି ସଞ୍ଜୀବ କୁମାର ଯୋଗଦେଇ ମୂଲ୍ୟାୟନ କରିଛନ୍ତି। ସେହିପରି ବରିଷ୍ଠ ବର୍ଗ ନିମନ୍ତେ  ‘ଦେଶର ଅଭିବୃଦ୍ଧିରେ ବାଧକ କି ମାଗଣା ଯୋଜନା’ ଶୀର୍ଷକ ବିତର୍କ ପ୍ରତିଯୋଗିତାରେ ବିଚାରକ ଅତିଥି ରୂପେ ଓଡ଼ିଶା ବିଧାନସଭାର ପୂର୍ବତନ ସଚିବ ଦାଶରଥି ଶତପଥୀ, ପଠାଣିସାମନ୍ତ ପ୍ଲାନେଟୋରିଅମ୍‌ର ପ୍ରାକ୍ତନ ନିର୍ଦ୍ଦେଶକ ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ, ପ୍ରଫେସର ଡ଼. ମଣୀନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଆଇଆର୍‌ଏସ୍‌ ଅଧିକାରୀ ତଥା ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏହି ଅବସରରେ ଉପସ୍ଥିତ ଥିଲେ।

କନିଷ୍ଠ ବର୍ଗରେ ଯଥାକ୍ରମେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିବା ଫୁଲବାଣୀ ପବ୍ଲିକ୍‌ ସ୍କୁଲ୍‌ର ସାଇ ଶୁଭମ ମହାନ୍ତି, ଢେଙ୍କାନାଳସ୍ଥିତ ପିଏମ୍‌ଶ୍ରୀ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ସାଗରିକା ସ୍ୱାଇଁ ଓ କଟକସ୍ଥିତ ପ୍ରଥମ ରେଭେନ୍ସା କଲେଜିଏଟ୍‌ ସ୍କୁଲ୍‌ର ସିଦ୍ଧାନ୍ତ କୁମାର ସାହୁଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନୁରୂପ ଭାବରେ ବରିଷ୍ଠ ବର୍ଗରେ ତିନି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶାଶ୍ୱତୀ ପ୍ରିୟଦର୍ଶନୀ, ନୟାଗଡ଼ ରାଜ ସୁନାଖଳା ଡିଆଇଇଟିର ଛାତ୍ର ସାଗର ବେହେରା ଓ କଳାହାଣ୍ଡି ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଆର୍ୟ୍ୟ ନାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ବିତର୍କ ପ୍ରତିଯେଗାିତାର ପ୍ରାୟୋଜକ ତଥା ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁକାନ୍ତ କୁମାର ପଣ୍ଡା ଓ ବିନାୟକ କନ୍‌ସେପ୍ଟ ସ୍କୁଲ୍‌ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଞ୍ଜୟ ରାଜଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।   ସକାଳର ସିଇଓ ସୁବ୍ରତ ଦାସ ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ସକାଳ ପରିବାରର ଦିଗଦର୍ଶକ ଡ଼. ଉମାକାନ୍ତ ମିଶ୍ର  ଛାତ୍ରଛାତ୍ରୀ ଓ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ବିଭାଗରେ ‘ସକାଳ’ର ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ ଓ କନିଷ୍ଠ ବର୍ଗରେ ବରିଷ୍ଠ ସହ-ସମ୍ପାଦକ ସଞ୍ଜୟ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଫିଚର୍‌ ବିଭାଗ ବରିଷ୍ଠ ସହ ସମ୍ପାଦକ ସୁଶୀଲ କୁମାର ବାଗ୍‌ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ  ‘ସକାଳ’ର ବ୍ୟୁରୋ ମୁଖ୍ୟ ରଞ୍ଜିତ ମହାନ୍ତି, ବିଜ୍ଞାପନ ମୁଖ୍ୟ ନରୋତ୍ତମ ଗୁରୁଙ୍କ ସହ  ଦିଲ୍ଲୀପ ମହାପାତ୍ର, ଅଭିଷେକ ସାହୁ ପ୍ରସାର ବିଭାଗର ପ୍ରିୟବ୍ରତ ଦାସ, ସୁଧାଂଶୁ ସାହୁ, ଚନ୍ଦନ ନାୟକ ପ୍ରମୁଖ ପରିଚାଳନା କରିଥିଲେ।